୧୩ (ସଂଖ୍ୟା)

ସଂଖ୍ୟା


ତେର (୧୩) ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ତ୍ରୟୋଦଶ ତଥା ୧୨୧୪ର ମଧ୍ୟବର୍ତ୍ତୀ ଏକ ପ୍ରାକୃତିକ ସଂଖ୍ୟା ।[୧]

ଗାଣିତିକ ଧର୍ମ ସମ୍ପାଦନା

  • ୧୩ ହେଉଛି ଷଷ୍ଠ ମୌଳିକ ସଂଖ୍ୟା
  • ପିଥାଗୋରୀୟ ତ୍ରୟୀରେ ୫, ୧୨ ସହ ୧୩ ହେଉଛି ବୃହତ୍ତମ ସଂଖ୍ୟା ।(ଯେହେତୁ ୫+୧୨=୧୩)
  • ମାତ୍ର ୩ ଗୋଟି ୱିଲସନ-ମୌଳିକ ମଧ୍ୟରୁ ୧୩ ଅନ୍ୟତମ ।[୨]

ଅଙ୍କ ଜ୍ୟୋତିଷରେ ମହତ୍ତ୍ୱ ସମ୍ପାଦନା

  • ଅଙ୍କ ଜ୍ୟୋତିଷ ଅନୁସାରେ ୧୩ର ଅଶୁଭତ୍ୱ ଏକ ଅନ୍ଧବିଶ୍ୱାସ । ୧୩(୧+୩=୪) ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ ୪ସଂଖ୍ୟାଦ୍ୱାରା ପ୍ରଭାବିତ ହୋଇଥାନ୍ତି । ଏମାନେ ସାଧାରଣତଃ ବହୁଜନ-ବିଶ୍ୱାସ ମାର୍ଗରେ ନ ଯାଇ ପ୍ରତ୍ୟେକ ବିଷୟରେ ନିଜର ଭିନ୍ନ ମତ ଉପସ୍ଥାପନ କରିଥାନ୍ତି ଓ ଏଇଥିପାଇଁ ବେଳେ ବେଳେ ନିଜର ଅନେକ ଶତ୍ରୁ ସୃଷ୍ଟି କରିଥାନ୍ତି ।[୩]

ବିଭିନ୍ନ ସଂସ୍କୃତିରେ ୧୩ର ଅଶୁଭତ୍ୱ ସମ୍ପାଦନା

ବିଭିନ୍ନ ଦେଶ ତଥା ବିଭିନ୍ନ ସଂସ୍କୃତିରେ ୧୩କୁ ଏକ ଅଶୁଭ ସଂଖ୍ୟା ଭାବେ ବିଶ୍ୱାସ (ଅନ୍ଧ ବିଶ୍ୱାସ) ରହିଛି ।[୪] ତେଣୁ ଅନେକ ଲୋକ ୧୩ ସଂଖ୍ୟା ବିଶିଷ୍ଟ କୌଣସି ବସ୍ତୁ ତଥା ସମୟକୁ ଅଶୁଭ ମନେ କରିଥାନ୍ତି ।[୫] ଏ ସଂପର୍କରେ ଅନେକ ଅନ୍ଧ ବିଶ୍ୱାସ ଏବେ ବି ପ୍ରଚଳିତ ଥିବା ଦେଖାଯାଏ । ୧୩ର ଅଶୁଭତ୍ୱକୁ ନେଇ ରହିଥିବା ଏହି ଭୟକୁ ଇଂରାଜୀରେ ତ୍ରୀଶକାଇଡେକାଇଫୋବିଆ(Triskaidekaphobia) କହନ୍ତି ।

  • ଅନେକ ବଡ଼ ବଡ଼ ହୋଟେଲରେ ୧୩ ସଂଖ୍ୟା ବିଶିଷ୍ଟ ତଳ/କୋଠରୀ ରଖାଯାଏ ନାହିଁ ।[୬]
  • ଯିଶୁଙ୍କ ଶେଷ ରାତ୍ରୀ-ଭୋଜନ ବେଳେ ଗୋଟିଏ ଟେବୁଲରେ ୧୩ ଜଣ ଖାଇବସିଥିଲେ । ଅତଏବ ଗୋଟିଏ ଟେବୁଲରେ ୧୩ ଜଣ ଖାଇବସିବା ଅଶୁଭ ବୋଲି ବିଶ୍ୱାସ ରହିଛି ।[୪]
  • ଓଡ଼ିଆ ମଳ ମାସ ହେଉଛି ବର୍ଷର ୧୩ତମ ମାସ , ତେଣୁ ହିନ୍ଦୁ ସଂସ୍କୃତିରେ ଏହି ମାସରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ ।
  • ହିନ୍ଦୁ ସଂସ୍କୃତିରେ ୧୩ ଦିନରେ ଘରକୁ ଫେରିବା ଅଶୁଭ ମାନନ୍ତି ।
  • ଆପୋଲ-୧୩ ଅଭିଯାନ ବିଫଳ ହେବା ପଛରେ ଏହି ସଂଖ୍ୟା ଜଡ଼ିତ ବୋଲି ଅନେକେ ବିଶ୍ୱାସ କରନ୍ତି ।

ଆଧାର ସମ୍ପାଦନା

  1. "ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା" (PDF). National Institute of Open Schooling. Retrieved 12 June 2018.
  2. "Wilson Primes". Retrieved 15 June 2018.
  3. Uppal, Jagajit. Cheiro's NUMEROLOGY & ASTROLOGY. Orient Paperbacks. p. 43.
  4. ୪.୦ ୪.୧ Emery, David. "Why Is Friday the 13th Unlucky? - History and Folklore". About.com Entertainment.
  5. "The role of the number 13 in astrology". Retrieved 15 June 2018.
  6. Fleischman, Sid (August 19, 2007). "The 13th Floor: A Ghost Story". The Washington Post Company. Retrieved June 15, 2018.