ୟାମି ଗୌତମ

ଭାରତୀୟ ଅଭିନେତ୍ରୀ

‌ୟାମି ଗୌତମ‌ (ଜନ୍ମ: ୨୮ ନଭେମ୍ବର ୧୯୮୮)[୪] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ[୫] ଏବଂ ମଡେଲ । ସେ ହିନ୍ଦୀ ଏବଂ ତେଲୁଗୁ କଥାଚିତ୍ରରେ ଅଭିନୟ କରନ୍ତି । ଏତଦ ବ୍ୟତୀତ ସେ ତାମିଲ, କନ୍ନଡ଼, ମାଲାୟଲମ୍ ଏବଂ ପଞ୍ଜାବୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରରେ ଅଭିନୟ ବ୍ୟତୀତ ସେ କିଛି ଜିନିଷ ପାଇଁ ମଧ୍ୟ ବିଜ୍ଞାପନରେ କାର୍ଯ୍ୟ କରିଛନ୍ତି ।

ୟାମି ଗୌତମ
୨୦୧୩ରେ ୟାମି
ଜନ୍ମ (1988-11-28) ୨୮ ନଭେମ୍ବର ୧୯୮୮ (ବୟସ ୩୫)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୨୦୦୮–ଏବେଯାଏଁ
ପିତାମାତା(s)ମୁକେଶ ଗୌତମ
ଅଞ୍ଜଳି ଗୌତମ
ପରିବାରସୁରିଲୀ ଗୌତମ (ସାନ ଭଉଣୀ)

୨୦୧୨ରେ ଅଭିନେତା ଆୟୁଷମାନ ଖୁରାନାଙ୍କ ପ୍ରଥମ ଚଳଚ୍ଚିତ୍ର ‌ବିକି ଡୋନର‌ରେ ୟାମି ମଧ୍ୟ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬][୭] ଏହା ପରେ ସେ ଆକ୍ସନ ଜାକ୍ସନ, ବଦଲାପୁର, ସନମ୍‌ ରେ, କାବିଲ୍ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ ସମ୍ପାଦନା

ୟାମି ୨୮ ନଭେମ୍ବର ୧୯୮୮ରେ ହିମାଚଳ ପ୍ରଦେଶର ବିଳାସପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜନ୍ମହେବା ପରେ ଚଣ୍ଡିଗଡ଼କୁ ସ୍ଥାନାନ୍ତରିତ ହୋଇଯାଇଥିଲେ ।[୧][୮] ତାଙ୍କ ବାପା ମୁକେଶ ଗୌତମ ଜଣେ ପଞ୍ଜାବୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ମାଆ ଅଞ୍ଜଳୀ ଗୋତମ ।[୯] ୟାମିଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି, ‌ସୁରିଲୀ ଗୌତମ‌ ଯିଏକି ପଞ୍ଜାବୀ ଚଳଚ୍ଚିତ୍ର ‌ପାୱାର କଟ୍‌ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୧୦][୧୧][୧୨] ୟାମି ନିୟମିତ ବିଦ୍ୟାଳୟ ଶିକ୍ଷା ପରେ ଆଇନରେ ସ୍ନାତକ ହାସଲ କରିଥିଲେ । ସେ ଭାରତୀୟ ପ୍ରଶାସନିକ ସେବା (IAS)ରେ ଯୋଗ ଦେବାକୁ ଚାହୁଁଥିଲେ । ମାତ୍ର ୨୦ ବର୍ଷ ବୟସରେ ସେ ଅଭିନୟକୁ ତାଙ୍କର ପେଶା ଭାବରେ ବାଛିବାକୁ ନିଷ୍ପତ୍ତି ନେଇଥିଲେ ।[୧୩] ସେତେବେଳେ ସେ ସ୍ନାତକ ହାସଲ ପାଇଁ ମହାବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରୀ ଥିଲେ, ମାତ୍ର ଅଭିନୟରେ ଯୋଗ ଦେବା ପାଇଁ ସେ ମହାବିଦ୍ୟାଳୟ ତ୍ୟାଗ କରିଥିଲେ । ପରେ ସେ ମୁମ୍ବାଇର ଏକ ମହାବିଦ୍ୟାଳୟରେ ସ୍ନାତକ ପାଇଁ ଯୋଗ ଦେଇଥିଲେ ।[୧୪]

ଅଭିନୟ ଜୀବନ ସମ୍ପାଦନା

ଦୂରଦର୍ଶନ ସମ୍ପାଦନା

ୟାମି କୋଡ଼ିଏ ବର୍ଷ ବୟସରେ ଚଳଚ୍ଚିତ୍ରରେ ଅଭିନୟ ପାଇଁ ମୁମ୍ବାଇ ଯାଇଥିଲେ ।[୧୫] ସେଠାରେ ସେ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଅଭିନେତା ରାଜକୁମାର ଆର୍ଯ୍ୟନଙ୍କ ସ‌ହ ୟାମି ‌ଚାନ୍ଦ କେ ପାର୍ ଚଲୋ‌ ଧାରାବାହିକ ଜରିଆରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ । ପରେ ସେ କଲର୍ସ ଟିଭିରେ ପ୍ରସାରିତ[୧୬] ଧାରାବାହିକ ‌ୟେ ପ୍ୟାର୍ ନା ହୋଗା କମ୍‌ ଧାରାବାହିକରେ ଅଭିନୟ କରିଥିଲେ ।[୧୭] ପରେ ସେ ଦୂରଦର୍ଶନ କାର୍ଯ୍ୟକ୍ରମ ‌ମିଠି ଚୋରୀ ନଂ ୧‌ ଏବଂ ‌କିଚେନ ଚମ୍ପିଆନ-୧‌ ଆଦିରେ ଯୋଗଦାନ କରିଥିଲେ ।

କଥାଚିତ୍ର ସମ୍ପାଦନା

ୟାମି ୨୦୦୯ରେ ଏକ କନ୍ନଡ଼ ଚଳଚ୍ଚିତ୍ର ‌ଉଲ୍ଲାସ ଉତ୍ସାହ ଜରିଆରେ‌ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହୋଇନଥିଲେ ମଧ୍ୟ ୟାମିଙ୍କ ଅଭିନୟକୁ ସଭିଏଁ ପସନ୍ଦ କରିଥିଲେ ।[୧୮]

ଏହାପରେ ସେ ୨୦୧୧ରେ ପଞ୍ଜାବୀ ଚଳଚ୍ଚିତ୍ର ‌ଏକ ନୁର୍‌ ଜରିଆରେ ପଞ୍ଜାବୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏବଂ ତେଲୁଗୁ ଚଳଚ୍ଚିତ୍ର ‌ନୁଭିଲ୍ଲା‌ ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

୨୦୧୨ ହିନ୍ଦୀ କଥାଚିତ୍ର ‌ବିକି ଡୋନର‌ ଜରିଆରେ ୟାମି ଅଭିନେତା ଆୟୁଷମାନ ଖୁରାନାଙ୍କ ସ‌ହ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୯] ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳ ହେବା ସ‌ହ ୟାମିଙ୍କ ଅଭିନୟକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[୬][୭][୨୦][୨୧]

୨୦୧୨ରେ ୟାମି ମାଲାୟଲମ୍ କଥାଚିତ୍ର ‌ହିରୋ‌ ଜରିଆରେ ମାଲାୟଲମ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୩ରେ ୟାମି ‌ଗୌରବମ୍‌ କଥାଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ଉଭୟ ତେଲୁଗୁ ଏବଂ ତାମିଲ ଭାଷାରେ ମୁକ୍ତିଲାଭ କରିଥିଲା ।

୨୦୧୪ରେ ୟାମି ଅଭିନେତା ଅଜୟ ଦେବଗନଙ୍କ ସ‌ହ ହିନ୍ଦୀ କଥାଚିତ୍ର ‌ଆକ୍ସନ ଜାକ୍ସନ‌ ଏବଂ ‌ଟୋଟାଲ ସିୟାପ୍ପା‌ରେ ଅଭିନୟ କରିଥିଲେ । ୨୦୧୫ରେ ସେ ଅଭିନେତା ବରୁଣ ଧବନଙ୍କ ସ‌ହ ‌ବଦ୍‌ଲାପୁର‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପରେ ପରେ ୨୦୧୬ରେ ୟାମିଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‌ସନମ୍ ରେ‌ ଏବଂ ୨୦୧୭ରେ ଅଭିନେତା ହ୍ରିତିକ ରୋଶନଙ୍କ ‌କାବୀଲ୍‌ ବ୍ୟବସାୟିକ ସଫଳ ହେବା ସ‌ହ ୟାମିଙ୍କୁ ପ୍ରସିଦ୍ଧିଲାଭ କରାଇଥିଲା ।[୨୨][୨୩]

୨୦୧୫ରେ ୟାମି ତେଲୁଗୁ ଚଳଚ୍ଚିତ୍ର ‌କୋରିଅର୍ ବୟ୍ କଲ୍ୟାଣ‌ରେ ଅଭିନେତା ନିତୀନଙ୍କ ସ‌ହ ସଫଳ ହୋଇଥିଲା ।[୨୪][୨୫] ୨୦୧୬ରେ ୟାମିଙ୍କ ଅନ୍ୟ ଏକ ହିନ୍ଦୀ କଥାଚିତ୍ର ‌ୟୁନୁନିୟାତ୍‌ ମୁକ୍ତିଲାଭ କରିଥିଲା ।[୨୬]

ଅକ୍ଟୋବର ୨୦୧୬ରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ‌ସରକାର‌ ଚଳଚ୍ଚିତ୍ରର ୩ୟ ଭାଗ ସରକାର-୩ ପାଇଁ ୟାମିଙ୍କ ସ‌ହ ଚୁକ୍ତି କରିଥିଲେ ।[୨୭][୨୮][୨୯]

ବିଜ୍ଞାପନ ସମ୍ପାଦନା

ୟାମି ‌ଫେୟାର ଆଣ୍ଡ ଲଭ୍‌ଲି‌, ‌'କର୍ଣ୍ଣେଟୋ ଆଇସ୍‌କ୍ରିମ୍‌, ‌ସାମସଙ୍ଗ ମୋବାଇଲ‌, ‌ଚେଭ୍ରୋଲେଟ୍‌ ଭଳି ଜିନିଷର ବିଜ୍ଞାପନରେ ଅଭିନୟ କରିଥିଲେ ।[୩୦]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୦୯: ଉଲ୍ଲାସ ଉତ୍ସାହ (ପଞ୍ଜାବୀ)
  • ୨୦୧୧: ଏକ୍ ନୁର୍ (ପଞ୍ଜାବୀ)
  • ୨୦୧୧: ନୁଭିଲ୍ଲା (ତେଲୁଗୁ)
  • ୨୦୧୨: ବିକି ଡୋନର (ହିନ୍ଦୀ)
  • ୨୦୧୨: ହିରୋ (ମାଲାୟଲମ୍)
  • ୨୦୧୩: ଗୌରବମ୍ (ତେଲୁଗୁ/ତାମିଲ)
  • ୨୦୧୩: ଯୁଦ୍ଧମ୍ (ତେଲୁଗୁ)
  • ୨୦୧୪: ଟୋଟାଲ ସିଆପ୍ପା (ହିନ୍ଦୀ)
  • ୨୦୧୪: ଆକ୍ସନ ଜାକ୍ସନ (ହିନ୍ଦୀ)
  • ୨୦୧୫: ବଦଲାପୁର (ହିନ୍ଦୀ)
  • ୨୦୧୫: କୋରିଅର ବୟ୍ କଲ୍ୟାଣ (ତେଲୁଗୁ)
  • ୨୦୧୬: ସନମ୍‌ରେ (ହିନ୍ଦୀ)
  • ୨୦୧୬: ଜୁନୁନ୍‌ୟାତ୍ (ହିନ୍ଦୀ)
  • ୨୦୧୬: ତାମିଲସେଲ୍‌ଭମ୍ ତାନିଆର୍ ଅଞ୍ଜାଲମ୍ (ତାମିଲ)
  • ୨୦୧୭: କାବିଲ୍ (ହିନ୍ଦୀ)
  • ୨୦୧୭: ସରକାର ୩ (ହିନ୍ଦୀ)

ଆଧାର ସମ୍ପାଦନା

  1. ୧.୦ ୧.୧ "I have had no affair in my life so far: Yaami Gautam — The Times of India". Timesofindia.indiatimes.com. Retrieved 18 April 2017.
  2. "Yami Gautam gets her own nest"
  3. "Yami Gautam buys a heritage home in Himachal"
  4. "Busy Birthday for Yami – IANS".
  5. "Yami Gautam looks like a dream at Kaabil promotion".
  6. ୬.୦ ୬.୧ "Vicky Donor is a HIT" Retrieved 26 January 2013
  7. ୭.୦ ୭.୧ "Vicky Donor gets very good reviews from film critics" as well as nomination for Filmfare Award for Best Female Debut. Archived 2014-02-02 at the Wayback Machine.Retrieved 26 January 2013
  8. "Yami Gautam: There is a reason why people think Aamir Khan, Shahrukh Khan are intelligent". bollywoodlife.com.
  9. "Mother day".
  10. "Yami Gautam's sister to make her debut". Mid-day.com. 1 October 2012. Retrieved 12 May 2017.
  11. "Yami Gautam's sister to marry Jaspal Bhatti's son – Times of India". Timesofindia.indiatimes.com. 25 October 2012. Retrieved 12 May 2017.
  12. Subhash K Jha & VICKEY LALWANI 26 October 2012, 10.05AM IST (26 October 2012). "Jaspal Bhatti died a day before son's debut film release – Times of India". Articles.timesofindia.indiatimes.com. Archived from the original on 30 June 2013. Retrieved 12 May 2017.{{cite news}}: CS1 maint: numeric names: authors list (link)
  13. Gautam, Yami. "Yami's Personal Life". Retrieved 12 May 2017.
  14. Gautam, Yami. "Gautam's Biography". Archived from the original on 18 May 2013. Retrieved 12 May 2017.
  15. Yummylicious. Filmfare. 12 May 2017
  16. "Come, fall in love". Screen (magazine). 12 February 2010. Archived from the original on 13 February 2010. Retrieved 12 May 2017.
  17. "First look: Chand Ke Paar Chalo". rediff.com. 11 September 2008. Retrieved 12 May 2017.
  18. Suresh, Sunayana. "Sandalwood's hot for TV stars". The Times of India. Archived from the original on 2013-11-05. Retrieved 12 May 2017.
  19. "Ayushmann's film debut as Sperm Donor". Times of India. 6 October 2011. Retrieved 12 May 2017.
  20. Adarsh, Taran. "Vicky Donor (2012) Movie Review". Retrieved 12 May 2017.
  21. Mukherjee, Madhureeta. "Vicky Donor movie review". The Times of India. Retrieved 12 May 2017.
  22. "Yami Gautam's thank you note makes Hrithik Roshan emotional". The Times Of India. 8 February 2016. Retrieved 12 May 2017.
  23. Yami Gautam’s post on Kaabil leaves Hrithik Roshan teary-eyed"
  24. "I am a director's actor: Yaami Gautam — Times Of India". Timesofindia.indiatimes.com. 7 May 2013. Retrieved 12 May 2017.
  25. "Yami Gautam Excited To Begin Shooting With Ajay Devgn". The Times of India.
  26. "Yami Gautam begins shooting for 'Junooniat'". Deccan Chronicle. 30 November 2014. Retrieved 12 May 2017.
  27. "Yami Gautam in 'Sarkar 3'"
  28. "After Katrina and Aishwarya, Yami joins Sarkar bandwagon"
  29. "Yami Gautam starts shooting 'Sarkar 3'"
  30. "Yami-Gautam-too-big-for-her-boots".

ଅଧିକ ତ‌ଥ୍ୟ ସମ୍ପାଦନା