ୟଜ (ଇଂରାଜୀରେYaws) (ଅନ୍ୟ ନାମ ଫ୍ରାମ୍ବେସିଆଟ୍ରୋପିକା, ଥାଇମୋସିସ, ପୋଲିପାପିଲାମୋଟ୍ରୋପିକମ, ପରଙ୍ଗି, ବାଉବା, ଫ୍ରମ୍ବୋସି ଓ ପିଆନ; ଇଂରାଜୀରେ ଯଥାକ୍ରମେ frambesiatropica, thymosis, polypapillomatropicum, parangi, bouba, frambösie,[୧]pian[୨]) ଏକ ଗ୍ରଷ୍ମମଣ୍ଡଳୀୟ ସଂକ୍ରମଣ ରୋଗ ଯାହା ଚର୍ମ, ହାଡ଼ ଓ ଗଣ୍ଠିମାନଙ୍କୁ ଆକ୍ରମଣ କରେ ଓ ସ୍ପାଇରୋକିଟ ଜୀବାଣୁ ଟ୍ରେପୋନେମା ପାଲିଡମ ପର୍ଟେନ୍ୟୁଦ୍ୱାରା ହୁଏ ।[୩][୪] ରୋଗ ଆରମ୍ଭ ହେଲେ ଚର୍ମରେ ୨ରୁ ୫ ସେମି ବିଶିଷ୍ଟ ଗୋଟିଏ ଟାଣ ଗୋଲାକାର ଫୁଲା (swelling) ହୁଏ । [୪] ଏହି ଫୁଲାଟିର ମଧ୍ୟଭାଗ ଖୋଲିଯାଇ ଘାଆ ହୋଇଯାଇପାରେ ।[୪] ଏହି ପ୍ରାରମ୍ଭିକ ରୋଗ ୩ରୁ ୬ ମାସ ମଧ୍ୟରେ ଶୁଖିଯାଏ । [୫] କିଛି ସପ୍ତାହରୁ କିଛି ବର୍ଷ ପଶ୍ଚାତ ଗଣ୍ଠି ଓ ହାଡ଼ରେ ଯନ୍ତ୍ରଣା ହୁଏ, ଥକ୍କାଣ ହୁଏ ଓ ନୂଆ ଚର୍ମ ଲକ୍ଷଣ ବାହାରେ ।[୪] ହାତ ପାପୁଲି ଓ ପାଦତଳ ଘାଆ ହୋଇଯାଏ ।[୫] ନାକ ହାଡ଼ର ଆକାର ବଦଳି ଯାଏ ।[୫] ପାଞ୍ଚ ବର୍ଷ ବା ପରେ ବଡ଼ ଆକାରର ଚର୍ମ ମରିଯାଇ ଶୁଖି ସ୍କାର ହୁଏ ।[୪]

ୟଜ
କ‌ହୁଣୀରେ ଜୀବାଣୁ ଟ୍ରେପୋନେମା ପାଲିଡମ ପର୍ଟେନ୍ୟୁଦ୍ୱାରା ସଂକ୍ରମଣ ହୋଇଥିବା ଫୁଲା ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦A66.
ଆଇସିଡ଼ି-୯-ସିଏମ୍102
ମେଡ଼ିସିନ-ପ୍ଲସ001341

ୟଜ ସଂକ୍ରମିତ ଲୋକର ଲିଜନରୁ ନିର୍ଗତ ତରଳପଦାର୍ଥ ସ‌ହ ସିଧା ସଂସ୍ପର୍ଷରେ ଆସିଲେ ଏହି ରୋଗ ଦିଏଁ ।[୫] ଏହା ଏକ ଅଯୌନିକ ରୋଗ ।[୫] ଏହା ପିଲାମାନଙ୍କୁ ଅଧିକ ଧରେ, ସାଥୀ ହୋଇ ଖେଳିବା ସମୟରେ ବ୍ୟାପେ । [୪] ଅନ୍ୟ ସମ୍ପର୍କିତ ରୋଗମାନଙ୍କର ନାମ ବେଜେଲ (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ ଏଣ୍ଡେମିକମ, ଇଂରାଜୀରେTreponema pallidum endemicum), ପିଣ୍ଟା (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ କାରାଟିଅମ ଇଂରାଜୀରେ Treponema pallidum carateum) ଓ ସିଫିଲିସ (ଜୀବାଣୁ ନାମ ଟ୍ରେପୋନେମା ପାଲିଡମ ପାଲିଡମ ଇଂରାଜୀରେ Treponema pallidum pallidum) ।[୫] ଏହାର ଆକୃତି ଓ ଲକ୍ଷଣ ଦେଖିବା ପରେ ରୋଗ ନିର୍ଣ୍ଣୟ କରାଯାଏ ।[୫] ରକ୍ତ ଆଣ୍ଟିବଡି ପରୀକ୍ଷା ଉପକାରୀ ହୋଇପାରେ କିନ୍ତୁ ପୂର୍ବତନ ଓ ଏବେକାର ରୋଗ ଫରକ ଜଣେଇ ପାରେନାହିଁ । [୫] ପଲିମରେଜ ଚେନ ରିଆକ୍‌ସନ (Polymerase chain reaction ବା PCR) ଏହାର ସଠିକ ନିର୍ଣ୍ଣୟାତ୍ମକ ପରୀକ୍ଷା ।[୫]

ରୋଗୀଙ୍କୁ ଆରୋଗ୍ୟ କରି ରୋଗ ବ୍ୟାପିବା ସଙ୍କଟ ଦୂର କରି ପ୍ରତିରୋଧ କରିବାହିଁ ଆଶିଂକ ସଠିକ୍ ପଦ୍ଧତି ।[୫] ବ୍ୟାପକ ରୋଗ ହେଉଥିବା ସ୍ଥାନରେ ସମୁଦାୟ କମ୍ମ୍ୟୁନିଟି ଲୋକଙ୍କୁ ଚିକିତ୍ସା କରିବା ଫଳପ୍ରଦ ହୁଏ ।[୫] ପରିଚ୍ଛନତା ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିପାରିଲେ ରୋଗ ବ୍ୟାପିବା କମିଯାଏ ।[୫] ପାଟିବାଟେ ଆଜିଥ୍ରୋମାଇସିନ ଆଣ୍ଟିବାୟୋଟିକ ଦେଇ ଓ ବେଞ୍ଜାଥିନ ପେନିସିଲିନ ଇଞ୍ଜେକସନ ଦେଇ ଏହାର ଚିକିତ୍ସା କରାଯାଏ ।[୫] ଚିକିତ୍ସା ନ କଲେ ଶାରୀରିକ ବକ୍ରତା ୧୦ % ରୋଗୀଙ୍କର ଦେଖାଯାଏ ।[୫]

ସନ ୨୦୧୨ର ଆକଳନ ଅନୁସାରେ ୧୪ଟି ଗ୍ରୀଷ୍ମମଣ୍ଡଳୀୟ ଦେଶରେ ୟଜ ରୋଗ ସାଧାରଣତଃ ଦେଖାଯାଏ । [୪][୫] ଏହି ରୋଗ କେବଳ ମନୁଷ୍ୟକୁ ଆକ୍ରମଣ କରେ ।[୫] ସନ ୧୯୫୦ ଓ ୧୯୬୦ ଦଶକରେ ଡବ୍ଲ୍ୟୁ.ଏଚ.ଓ. ଏହି ରୋଗକୁ ପ୍ରାୟ ନିର୍ମୂଳ କରିଦେଇଥିଲେ ।[୫] ସେହି ସମୟଠାରୁ ଏହି ରୋଗ ସଂଖ୍ୟା ବଢ଼ିବାରୁ ଆଉଥରେ ଡବ୍ଲ୍ୟୁ.ଏଚ.ଓ. ଏହାକୁ ୨୦୨୦ ମସିହା ସୁଦ୍ଧା ନିର୍ମୂଳ କରିବା ଲକ୍ଷ ରଖିଛି । [୫] ଶେଷ ବିସାବ ଅନୁସାରେ ୧୯୯୫ ମସିହା ସୁଦ୍ଧା ୫୦୦୦୦୦ ଲୋକ ସଂକ୍ରମିତ ହୋଇଥିଲେ । [୩] ଏହି ରୋଗର ବର୍ଣ୍ଣନା ପ୍ରଥମେ ୧୬୭୯ ମସିହାରେ ହୋଇଥିଲେ ମଧ୍ୟ ଆର୍କିଓଲୋଜିକାଲ ସର୍ଭେଦ୍ୱାରା ଏହି ରୋଗ ୧.୬ ନିୟୁତ ବର୍ଷ ପୂର୍ବେ ମାନବଙ୍କୁ ଆକ୍ରମଣ କରୁଥିବା ଜ‌ଣାଯାଉଛି । [୪]

ଆଧାର ସମ୍ପାଦନା

  1. Rapini RP; Bolognia JL; Jorizzo JL. (2007). Dermatology: 2-Volume Set. St. Louis: Mosby. ISBN 1-4160-2999-0.{{cite book}}: CS1 maint: multiple names: authors list (link)
  2. James WD; Berger TG;; et al. (2006). Andrews' Diseases of the Skin: clinical Dermatology. Saunders Elsevier. ISBN 0-7216-2921-0. OCLC 62736861.{{cite book}}: CS1 maint: extra punctuation (link) CS1 maint: multiple names: authors list (link)
  3. ୩.୦ ୩.୧ Mitjà O; Hays R; Rinaldi AC; McDermott R; BassatQ (2012). "New treatment schemes for yaws: the path toward eradication" (pdf). Clinical Infectious Diseases. 55 (3): 406–412. doi:10.1093/cid/cis444. PMID 22610931.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ Mitjà O; Asiedu K; Mabey D (2013). "Yaws". Lancet. 381 (9868): 763–773. doi:10.1016/S0140-6736(12)62130-8. PMID 23415015.
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ ୫.୧୧ ୫.୧୨ ୫.୧୩ ୫.୧୪ ୫.୧୫ ୫.୧୬ ୫.୧୭ "Yaws Fact sheet N°316". World Health Organization. February 2014. Retrieved 27 February 2014.