ହେଲୋ ଆରସୀ

୨୦୧୭ର ଓଡ଼ିଆ କଥାଚିତ୍ର

ହେଲୋ ଆରସୀ ୨୦୧୭ ମସିହାରେ ତିଆରି ଏକ ଓଡ଼ିଆ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ୨୦୧୮ ମସିହାରେ ୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିଲା । ଏହା ଅଜୟ ରାଉତରାୟଙ୍କଦ୍ୱାରା ପ୍ରଯୋଜିତ ଓ ସମ୍ବିତ ମହାନ୍ତିଙ୍କଦ୍ୱାରା ନିର୍ଦ୍ଦେଶିତ । ଏଥିରେ ମୁଖ୍ୟ ଭୂମିକାରେ ପ୍ରକୃତି ମିଶ୍ର,[୧] ପାର୍ଥସାରଥୀ ରାୟପ୍ରିୟମ୍ବଦା ରାୟ ଅଭିନୟ କରିଛନ୍ତି । ଏଥିରେ ଅଭିନୟ ନିମନ୍ତେ ପ୍ରକୃତି ମିଶ୍ର ବିଶେଷ ଜୁରି ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୨][୩] ସଂଳାପ ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ହେବାରେ ଏହା ଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ଫିଲ୍ମଟି ପ୍ରଥମେ "ପକ୍ଷୀଲଗ୍ନ" ଭାବେ ନାମିତ ହୋଇଥିଲା ଓ ପରେ ତାହାର ନାମ ବଦଳାଇ "ହେଲୋ ଆରସୀ" ରଖାଯାଇଥିଲା । ଫିଲ୍ମଟି ପୁରସ୍କୃତ ହେବା ପରେ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର କହିଥିଲେ ଯେ "ମୁଁ ଏଭଳି ଫିଲ୍ମ ତିଆରି କରିବାକୁ ଗଲେ ବିଫଳ ହେବି ।"[୪] ଏହି ଚଳଚ୍ଚିତ୍ରର ସଂଳାପକାର ଭାବେ ସମ୍ବିତ ମହାନ୍ତିଙ୍କୁ ମରଣୋତ୍ତର ଭାବେ ପୁରସ୍କୃତ କରାଯାଇଥିଲା ।[୫] ଏହି ଚଳଚ୍ଚିତ୍ରର କାହାଣୀ ଆରସୀ ନାମକ ଏକ ଚରିତ୍ରକୁ ଆଧାର କରି ହୋଇଛି। ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ କାହାଣୀ ଏକ କାର ଭିତରେ ଆରମ୍ଭ ହୋଇ ହୋଇ ସେଇ କାରରେ ହିଁ ସରିଛି । ବିସ୍ଥାପନ ଓ ତା' ପରର କ୍ଷତିପୂରଣର ଦୁଃଖ ବ୍ୟକ୍ତ କରିବା ପାଇଁ ଦୁଇଜଣଙ୍କ ଗଣମାଧ୍ୟମକୁ ଖୋଜିବାର କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ଗତିଶୀଳ ।[୬]

ହେଲୋ ଆରସୀ
ନିର୍ଦ୍ଦେଶକସମ୍ବିତ ମହାନ୍ତି
ପ୍ରଯୋଜକଅଜୟ ରାଉତରାୟ
ଚିତ୍ରନାଟ୍ୟସମ୍ବିତ ମହାନ୍ତି
କଳାକାରପ୍ରକୃତି ମିଶ୍ର, ପାର୍ଥସାରଥୀ ରାୟ, ପ୍ରିୟମ୍ବଦା ରାୟ
ସଙ୍ଗୀତମିତ୍ରଭାନୁ ମହାନ୍ତି
ଦେଶ ଭାରତ
ଭାଷାଓଡ଼ିଆ
ହେଲୋ ଆରସୀ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସମ୍ବିତ ମହାନ୍ତି

ନିର୍ମାଣ ସମ୍ପାଦନା

ହେଲୋ ଆରସୀ ଏକ ୯୦ ମିନିଟର ଫିଚର ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ସୁଟିଂ ୨୦୧୬ ମସିହା ନଭେମ୍ବରରେ ଆରମ୍ଭ ହୋଇଥିଲା । ତେବେ ସୁଟିଂ ଅଧାରୁ ନିର୍ଦ୍ଦେଶକ ସମ୍ବିତ ମହାନ୍ତି ମୃତ୍ୟୁବରଣ କରିଥିଲେ । ପରେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଅନେକ ବୈଷୟିକ ସହଯୋଗୀ ଏହାର ବାକି କାମ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଥିଲେ ବୋଲି ଅଭିନେତା ପାର୍ଥସାରଥୀ ରାୟ ଏକ ସାକ୍ଷାତକାରରେ କହିଥିଲେ ।[୭]

 
ପ୍ରଯୋଜକ ଅଜୟ ରାଉରତରାୟ, ହେଲୋ ଆରସୀ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର, ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିବା ଅବସରରେ

ପୁରସ୍କାର ସମ୍ପାଦନା

  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର(ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ସଂଳାପ,ଶ୍ରେଷ୍ଠ ସହ-ଅଭିନେତ୍ରୀ)[୬]

ଆଧାର ସମ୍ପାଦନା

  1. "ଓଲିଉଡର ଏହି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନାୟିକାଙ୍କୁ ଖୁବ୍‌ ଶୀଘ୍ର ଭେଟିବେ ଏହି ଓଡ଼ିଆ ସିନେମାରେ | Sambad". Sambad (in Odia). ଓଡ଼ିଶା. 17 September 2018. Archived from the original on 18 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  2. "National Film Awards: 'Hello Arsi' best Odia feature film". ଓଟିଭି. Retrieved 14 April 2018.
  3. "ଆର୍କାଇଭ୍ କପି". New Indian Express. 14 April 2018. Archived from the original on 16 April 2018. Retrieved 14 April 2018. {{cite news}}: Cite has empty unknown parameter: |1= (help)
  4. "Hello Aarsi wins Best Odia Film in 65th National Film Awards". କଳିଙ୍ଗ ଟିଭି. ୧୩ ଅପ୍ରେଲ ୨୦୧୮. Retrieved 15 April 2018. {{cite news}}: Check date values in: |date= (help)
  5. Pathak, Ankur (୧୩ ଅପ୍ରେଲ ୨୦୧୮). "National Award Winners 2018: Here's The List Of Winners". Huffington Post. Retrieved 15 April 2018. {{cite news}}: Check date values in: |date= (help)
  6. ୬.୦ ୬.୧ "'ହାଲୋ ଆର୍‌ସି'କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର". ସମ୍ବାଦ. ୧୫ ଏପ୍ରିଲ ୨୦୧୮. Retrieved 16 April 2018. {{cite news}}: Check date values in: |date= (help)
  7. Ambaly, Anwesha (୧୪ ଅପ୍ରେଲ ୨୦୧୮). "Honour for Hello Arsi". Telegraph. Retrieved 15 April 2018. {{cite news}}: Check date values in: |date= (help)

ବାହାର ଆଧାର ସମ୍ପାଦନା