ହେମୋପ୍ଟିସିସ

କାଶରେ ରକ୍ତ ପଡ଼େ ।

ହେମୋପ୍ଟିସିସ ରୋଗରେ ଫୁସଫୁସ କିମ୍ବା ଶ୍ୱାସନଳୀରୁ ରକ୍ତ କିମ୍ବା ରକ୍ତ ମିଶ୍ରିତ ମ୍ୟୁକସ କାଶ ଆକାରରେ ବାହାରେ ।[୩] ଏହା ଜୀବନ ପ୍ରତି ଘାତକ ସାବ୍ୟସ୍ତ ହୁଏ ଯଦି ରକ୍ତସ୍ରାବ ୧୦୦ ମିଲିରୁ ଅଧିକ ହୁଏ | [୧] ପ୍ରଚୁର ପରିମାଣରେ ରକ୍ତସ୍ରାବ ଯୋଗୁ ଅମ୍ଳଜାନର ଅଭାବ ହୋଇପାରେ | [୪]

Hemoptysis
Haemoptysis, coughing up of blood
Frequently hemoptysis bronchitis is indicated. Lower left: Inflammation of the bronchus can bring about bloody mucus.
ଉଚ୍ଚାରଣ
ବିଭାଗPulmonology
କାରଣCommon: Acute bronchitis, pneumonia, tuberculosis, bronchiectasis, asthma, COPD, cancer[୧]
Less common: Pulmonary embolism, lung abscess, foreign body, heart failure, lupus, Wegener granulomatosis, mitral valve stenosis, blood clotting problems[୧]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging (chest X ray, CT scan), bronchoscopy[୧]
ସଠିକ ରୋଗ ନିର୍ଣ୍ଣୟGastrointestinal bleed, nose bleed, Serratia marcescens infection[୧]
ଚିକିତ୍ସାBleeding lung down, intubating the good lung, angiography for embolization, bronchoscopy, surgery[୨]
ପୁନଃପୌନିକ0.1% of patient visits[୧]

ବୟସ୍କମାନଙ୍କ ମଧ୍ୟରେ ଏହି ରୋଗର ସବୁଠାରୁ ସାଧାରଣ କାରଣ ହେଉଛି ତୀବ୍ର ଶ୍ୱାସନଳୀ ପ୍ରଦାହ, ନିମୋନିଆ, ଯକ୍ଷ୍ମା, ବ୍ରୋଙ୍କିଏକ୍ଟାସିସ୍, ଆଜମା, ସିଓପିଡି ଏବଂ କର୍କଟ | [୩] କମ୍ ସାଧାରଣ କାରଣ ମଧ୍ୟରେ ଫୁସଫୁସ ଏମ୍ବୋଲିଜିମ୍, ଫୁସଫୁସ ଆବସେସ, ବାହ୍ୟ ପଦାର୍ଥ, ହୃଦ୍‌ପାତ, ଲୁପସ୍, ୱେଗେନର୍ ଗ୍ରାନୁଲୋମାଟୋସିସ୍, ମାଇଟ୍ରାଲ ସ୍ଟେନୋସିସ୍ ଏବଂ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଅନ୍ତର୍ଭୁକ୍ତ | [୧]ଖାଦ୍ୟନଳୀ ରକ୍ତସ୍ରାବ, ନାକ ରକ୍ତସ୍ରାବ, ଏବଂ ସେରାସିଆ ମାର୍ସେସେନ ସଂକ୍ରମଣ ଇତ୍ୟାଦିରେ ରକ୍ତସ୍ରାବ ହେଲେ ମଧ୍ୟ ଦେଗୁଡ଼ିକ ହେମୋପ୍ଟିସିସ ଅନ୍ତର୍ଭୂକ୍ତ ହୁଏ ନାହିଁ | [୧]

ରୋଗ ନିର୍ଣ୍ଣୟ ନିମନ୍ତେ ସାଧାରଣତଃ ଏକ୍ସ-ରେ ଚିତ୍ର, ସିଟି ସ୍କାନ ଆବଶ୍ୟକ ହୁଏ ଓ ଗୁରୁତ୍ୱପୂର୍ଣ୍ଣ ରକ୍ତସ୍ରାବ କିମ୍ବା ଅନ୍ୟାନ୍ୟ ଚିନ୍ତା ଥିଲେ ଆବଶ୍ୟକ ସ୍ଥଳେ ବ୍ରୋଙ୍କୋସ୍କୋପି କରାଯାଏ | [୩] ଆବଶ୍ୟକ ହେଲେ ରିସସିଟେସନ କରାଯାଏ ।[୧] ବଡ଼ ଆକାରରେ ରକ୍ତସ୍ରାବ ହେଉଥିଲେ ପ୍ରଭାବିତ ପାର୍ଶ୍ୱ ତଳକୁ ରଖିବା ଉଚିତ୍ | [୪] ଅନ୍ୟାନ୍ୟ ଚିକିତ୍ସାରେ ଫୁସଫୁସ ଭଲ ଥିଲେ ଇନଟ୍ୟୁବେସନ କରାଯାଏ, ଏମ୍ବୋଲାଇଜେସନ ପାଇଁ ଆଞ୍ଜିଓଗ୍ରାଫି, ବ୍ରୋଙ୍କୋସ୍କୋପି ଏବଂ ଅସ୍ତ୍ରୋପଚାର କରାଯାଏ | [୫] ହେମୋପିଟିସିସ୍ ପ୍ରତି ୧,୦୦୦ ରୋଗୀତର ପ୍ରାୟ ଜଣର ଏହି ରୋଗରେ ପିଡ଼ିତ ହୁଅନ୍ତି । [୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Earwood, JS; Thompson, TD (15 February 2015). "Hemoptysis: evaluation and management". American family physician. 91 (4): 243–9. PMID 25955625.
  2. Sabatine, Marc S. (2014). Pocket medicine (Fifth ed.). [S.l.]: Aspen Publishers, Inc. p. 2-7. ISBN 978-1451193787.
  3. ୩.୦ ୩.୧ ୩.୨ Earwood, JS; Thompson, TD (15 February 2015). "Hemoptysis: evaluation and management". American family physician. 91 (4): 243–9. PMID 25955625.
  4. ୪.୦ ୪.୧ Sabatine, Marc S. (2014). Pocket medicine (Fifth ed.). [S.l.]: Aspen Publishers, Inc. p. 2-7. ISBN 978-1451193787.
  5. Sabatine, Marc S. (2014). Pocket medicine (Fifth ed.). [S.l.]: Aspen Publishers, Inc. p. 2-7. ISBN 978-1451193787.