ହୁଡ଼ହୁଡ଼

୨୦୧୪ର ଏକ ସାମୁଦ୍ରିକ ବାତ୍ୟା

ହୁଡ଼ହୁଡ଼ (ହୁଦ୍‌ହୁଦ୍, ହୁଡ୍‌ହୁଡ୍ ବା ହୁଡୁହୁଡୁ ନାମରେ ମଧ୍ୟ ଜଣା) (English: hudhud)୨୦୧୪ର ଏକ ସାମୁଦ୍ରିକ ବାତ୍ୟା ।[୧] ୨୦୧୪ ମସିହା ଅକ୍ଟୋବର ମାସରେ ଥାଇଲାଣ୍ଡ ଉପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏକ ବଡ଼ ସାମୁଦ୍ରିକ ବାତ୍ୟାର ରୂପ ନେଇଛି । [୨][୩][୪] [୫] ପଶ୍ଚିମ କେନ୍ଦ୍ରୀୟ ଏବଂ ଏହା ପାଖରେ ଥିବା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ସାମୁଦ୍ରିକ ବାତ୍ୟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଯାଇ ଅକ୍ଟୋବର ୧୦ ତାରିଖ ପୂର୍ବାହ୍ନରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିଲା । ବାତ୍ୟାରେ ଓଡ଼ିଶାର କୋରାପୁଟ ଓ ସବୁଠାରୁ ଅଧିକ କ୍ଷତିଗ୍ରସ୍ଥ ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବଂଶଧାରା, ଋଷିକୂଲ୍ୟାନାଗାବଳୀ ନଦୀରେ ବନ୍ୟା ଆଶଙ୍କା ରହିଛି ।[୬]

ହୁଡ଼ହୁଡ଼
ଭୟଙ୍କର ଘୁର୍ଣ୍ଣିବାତ୍ୟା (IMD ସ୍କେଲ)
Tropical storm (JTWC scale)
୯ ଅକ୍ଟୋବର ଦିନ ବଙ୍ଗୋପସାଗର ଉପରେ ଘୁର୍ଣ୍ଣିବଳୟର ସ୍ଥିତି
ସୃଷ୍ଟିଅକ୍ଟୋବର ୭, ୨୦୧୪
ଦୂରେଇଗଲାଅଧୁନା ସକ୍ରିୟ
ଉଚ୍ଚ ପବନ୩-ମିନିଟ ଯାଏ ରହିବା: 100 km/h (65 mph)
୧-ମିନିଟ ଯାଏ ରହିବା: 110 km/h (70 mph)
ଲଘୁ ଚାପ୯୯୦ mbar (hPa)
Part of the ୨୦୧୪ ମହାବାତ୍ୟା

ନାମକରଣ ସମ୍ପାଦନା

ହୁଦ୍‌ହୁଦ୍ ଇସ୍ରାଏଲର ଜାତୀୟ ପକ୍ଷୀ । ଏହାର ଇଂରାଜୀ ନାମ ହୁପୁ । ମୁଣ୍ଡରେ ଚୂଳ ଥିବା ଏହି ଚିତ୍ରିତ ଏହି ପକ୍ଷୀଟି ଓଡ଼ିଶାରେ ଦେଖାଯାଉଥିବା ମାଛରଙ୍କାକାଠହଣା ବା କାଠ ଖୁମ୍ପା ଚଢ଼େଇ ପ୍ରଜାତିର । ଏହି ଚଢ଼େଇ ଏସିଆ, ଆଫ୍ରିକା ଏବଂ ଇଉରୋପରେ ଦେଖାଯାଆନ୍ତି । ବାତ୍ୟା ସହ ଏହି ପକ୍ଷୀଟିର କୌଣସି ସମ୍ପର୍କ ନଥିଲେ ହେଁ କେବଳ ଗୋଟିଏ ନାମ ଦେବାପାଇଁ ଏହାର ନାମ ବ୍ୟବହାର କରାଯାଇଛି ।[୭]ଏହା ବାତ୍ୟା ଚଳିତ ବର୍ଷ ଓମାନ୍ ଦେଶର ନାମକରଣ ଅନୁଯାୟୀ ଅାନୁଷ୍ଠାନିକ ଭାବେ ଏହାର ନାମ "ହୁଦ୍‌ହୁଦ୍‌" ରଖାଯାଇଛି ।

ପ୍ରଭାବର ପୂର୍ବାନୁମାନ ସମ୍ପାଦନା

୬ ଅକ୍ଟୋବର ସମ୍ପାଦନା

ହୁଦ୍‌ହୁଦ୍ ଝଡ଼ ଅକ୍ଟୋବର ୭ ତାରିଖରେ ସୃଷ୍ଟି ହୋଇ ଅକ୍ଟୋବର ୮ରେ ଘନିଭୁତ ହୋଇ ଅକ୍ଟୋବର ୧୨ ତାରିଖ ସୁଦ୍ଧା ଓଡ଼ିଶା ଉପକୁଳ ଛୁଇଁବା ସମ୍ଭାବନା ରହିଛି । ତେବେ ଏହାର ପ୍ରକୋପ କିଭଳି ରହିବ ଏବଂ କେଉଁ ଆଡ଼କୁ ନିର୍ଦ୍ଦିଷ୍ଟ ଭାବେ ଗତି କରିବ ତାହା ଅକ୍ଟୋବର ୮ ତାରିଖରେ ଜଣାପଡ଼ିବ । ପୁର୍ବାନୁମାନ ଯଦି ନିର୍ଭୁଲ ହୁଏ ତେବେ ଝଡ଼ ଦକ୍ଷିଣ ଓଡ଼ିଶା ଉପକୁଳ ଦେଇ ଅତିକ୍ରମ କରିବ । ସ୍ଥଳଭାଗକୁ ଛୁଇଁବାବେଳେ ବେଗ ଘଣ୍ଟା ପ୍ରତି ୨୦୦ କି.ମି. ଟପିଯିବାର ମଧ୍ୟ ସମ୍ଭାବନା ଅଛି । ଯଦି ସ୍ଥଳଭାଗକୁ ଆସିବା ପୁର୍ବରୁ ବାତ୍ୟା ଦୁର୍ବଳ ହୋଇଯିବ ତେବେ ଅସନ୍ତା ୧୦ ତାରିଖ ବେଳକୁ ଏହାର ପ୍ରଭାବରେ ଉତ୍ତର, ଦକ୍ଷିଣ, ଉପକୁଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି ।[୮]

୮ ଅକ୍ଟୋବର ସମ୍ପାଦନା

ମଙ୍ଗଳବାର ଅକ୍ଟୋବର ୮ ତାରିଖ ଭାରତୀୟ ସମୟ ସକାଳ ୫.୩୦ ସୁଦ୍ଧା ଏହା ପୋର୍ଟ୍ ବ୍ଲେୟାର୍ଠାରୁ ୨୫୦ କିମି ପୁର୍ବରେ କେନ୍ଦ୍ରୀଭୂତ ହୋଇଥିଲା । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୮ ତାରିଖ ଦିନ ତୀବ୍ର ଅବପାତରେ ପରିଣତ ହେବ ।ଏହା ଅଧିକ ଘନିଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଏବଂ ଉତ୍ତର ଅାନ୍ଧ୍ରପ୍ରଦେଶ ଦେଇ ସ୍ଥଳଭାଗ ଛୁଇଁବ ବୋଲି ଅାକଳନ କରାଯାଇଛି । ତେବେ ୮ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟାର ଗତି, ବର୍ଷା ଏବଂ ଏହାର ପ୍ରକୋପ ସମ୍ପର୍କରେ ସୂଚନା ମିଳିପାରିବ ।[୯] ଆଣ୍ଡାମାନ ସାଗରରେ ଅବପାତ ରୂପ ନେଇଥିବା ଲଘୁଚାପର ହଠାତ କୌଣସି ପ୍ରଭାବ ଆସନ୍ତା ୯ ତାରିଖ ସୁଦ୍ଧା ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ନାହିଁ ତେବେ ୧୦ ତାରିଖଠାରୁ ଉପକୁଳ ଓଡ଼ିଶାରେ ବର୍ଷାର ପରିମାଣ ଧିରେ ଧିରେ ବଢ଼ିବ । [୧୦]

୯ ଅକ୍ଟୋବର ସମ୍ପାଦନା

ବର୍ତ୍ତମାନ ବାତ୍ୟାଟି ତିବ୍ର ଅବପାତର ରୂପ ନେଉଛି । ବାତ୍ୟା ବିଶାଖାପାଟଣା -ଗୋପାଳପୁର ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ଘଣ୍ଟା ପ୍ରତି ୧୫୫ କିମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ବଂଶଧାରା, ନାଗାବଳୀ ଓ ଋଷିକୂଲ୍ୟା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି ।

୧୦ ଅକ୍ଟୋବର ସମ୍ପାଦନା

ଲଘୁଚାପଟି ଭୟାନକ ବାତ୍ୟାରେ ପରିଣତ ।[୧୧] ୧୦ ଅକ୍ଟୋବର ସକାଳ ସୁଦ୍ଧା ବାତ୍ୟାଟି ବିଶାଖାପାଟଣା ଏବଂ ଗୋପାଳପୁରଠାରୁ ଯଥାକ୍ରମେ ୫୩୦ ଏବଂ ୫୭୦ କିମି ଦୁରତାରେ କେନ୍ଦ୍ରୀଭୂତ ଅଛି । ଓଡ଼ିଶାକୁ ସମାନ୍ୟା ଅଶ୍ୱସ୍ତି । ବାତ୍ୟା ୧୨ ଅକ୍ଟୋବରରେ ବିଶାଖାପାଟଣା ଦେଇ ଉତ୍ତର ଅାନ୍ଧ୍ରପ୍ରଦେଶରେ ସ୍ଥଳ ଭାଗ ଛୁଇଁବ । ଆନ୍ଧ୍ର ଉପକୁଳରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୫୫ ଏବଂ ଦକ୍ଷିଣ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ମଧ୍ୟରେ ରହିବ । [୧୨] ୧୧ ଅକ୍ଟୋବର ସଂଧ୍ୟାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୨୫ ସେମି) ପର୍ଯ୍ୟନ୍ତ ହେବ । [୧୩]

୧୧ ଅକ୍ଟୋବର ସମ୍ପାଦନା

ଅକ୍ଟୋବର ୧୦ ସୁଦ୍ଧା ସାମୁଦ୍ରିକ ଝଡ଼ ହୁଡ଼ହୁଡ଼ ବଙ୍ଗୋପ ସାଗରରେ ଘଣ୍ଟା ପ୍ରତି ୨୦ - ୨୫ କି.ମି. ବେଗରେ ଗତି କରୁଥିଲା । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହାର ପବନ ବେଗ ଘଣ୍ଟାପ୍ରତି ୧୨୦ କି.ମି. ଥିଲା । ଅକ୍ଟୋବର ୧୨ ତାରିଖ ମଧ୍ୟାହ୍ଣ ସୁଦ୍ଧା ହୁଡ଼ହୁଡ଼ ଉତ୍ତର ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ଏହାର ଆଖପାଖ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ଯାହାର ପ୍ରଭାବରେ ଉକ୍ତ ଅଞ୍ଚଳମାନଙ୍କରେ ଘଣ୍ଟାକୁ ୧୫୫ରୁ ୧୭୦କିମି ବେଗରେ ପବନ ବହିବ । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଦକ୍ଷିଣ ଓଡ଼ିଶାରେ ଘଣ୍ଟା ପ୍ରତି ପବନର ବେଗ ୭୦ରୁ ୮୦ କି.ମି. ରହିବ ଏବଂ ଉପକୂଳ ଓଡ଼ିଶାରେ ପବନର ଗତି ଘଣ୍ଟା ପ୍ରତି ୪୦ରୁ ୬୦ କି.ମି. ରହିପାରେ ବୋଲି ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି । ଓଡ଼ିଶାରେ ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା (ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ) ପ୍ରଭାବିତ ହେବାର ଆାଶଙ୍କା ରହିଛି । ପାରାଦ୍ୱୀପଗୋପାଳପୁରରେ ୩ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଓଡ଼ିଶାରେ ବାତ୍ୟା ଜନିତ ପ୍ରବଳ ବର୍ଷା ଅକ୍ଟୋବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଲାଗିରହିବ । ଏହାର ପ୍ରଭାବରେ ମହାନଦୀର ଉପର ମୁଣ୍ଡରେ ବର୍ଷା ଜଳ ହୀରାକୁଦରେ ପଶି ବନ୍ୟା ହେବା ଆଶଙ୍କା ରହିଛି । ଏହାକୁ ରୋକିବା ନିମନ୍ତେ ହୀରାକୁଦର ୧୫ଟି ଗେଟକୁ ଖୋଲାଯାଇ ଜଳ ନିଷ୍କାସନ କରି ଜଳଭଣ୍ଡାରର ଜଳପତ୍ତନ ୩ଫୁଟ କମାଇବାକୁ ନିଷ୍ପତ୍ତି ନେଇଛନ୍ତି ।[୧୪] ଲୋକଙ୍କୁ ସ୍ଥାନାନ୍ତର ପାଇଁ ଆଗରୁ ତିଆରି ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ମକ ଡ୍ରିଲ ଆରମ୍ଭ କରାଯାଇଛି । ଏଥିପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡ଼ିଆରଏଫ)ର ୧୫ଟି ଦଳ ଏବଂ ଓଡ଼ିଶା ବିପର୍ଯ୍ୟୟ ରାପିଡ଼ ଆକ୍ସନ ଫୋର୍ସ (ଓଡ୍ରାଫ)ର ୧୦ଟି ଦଳକୁ ଉଦ୍ଧାର ଓ ଥଇଥାନ ନିମନ୍ତେ ଏସବୁ ଜିଲ୍ଲାରେ ନିୟୋଜିତ କରାଯାଇଛି । ଭାରତ ସରକାରଙ୍କ ତରଫରୁ ୧୪ଟି ସାଟେଲାଇଟ ଫୋନ ଓଡ଼ିଶାକୁ ଯୋଗାଇ ଦିଆଯାଇଛି । ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ଆବଶ୍ୟକ ପରିମାଣରେ ପଲିଥିନ ସିଟ ଓ ରିଲିଫ ସାମଗ୍ରୀ ଯୋଗାଯାଇଛି ଏବଂ ଏସବୁ ଜିଲାକୁ ଅଗ୍ରାଧିକାର ଭିତ୍ତିରେ ପାନୀୟ ଜଳ ଏବଂ ଆବଶ୍ୟକ ଔଷଧ ସାମଗ୍ରୀ ଯୋଗାଇ ଦିଆଯାଇଛି । ପ୍ରଭାବିତ ଲୋକମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏଠାରେ ମେଡ଼ିକାଲ ଟିମକୁ ନିୟୋଜିତ ରଖାଯାଇଛି । ଓଡ଼ିଶା ସରକାର କୋରାପୁଟ, ନବରଙ୍ଗପୁର, ମାଳକାନଗିରି, ରାୟଗଡ଼ା, ଖୋର୍ଦ୍ଧା, ଗଜପତି, ପୁରୀ, କନ୍ଧମାଳ, ଜଗତସିଂହପୁର ଓ କଟକ ଜିଲ୍ଲାକୁ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ ପଠାଇଛନ୍ତି ।[୧୪]

୧୨ ଅକ୍ଟୋବର ସମ୍ପାଦନା

୧୨ ତାରିଖ ଦିନ ମଧ୍ୟାହ୍ନ ୧୨ଟାରେ ହୁଡ଼ହୁଡ଼ ବିଶାଖାପାଟଣା ନିକଟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ବାବନା ରହିଛି । ୧୧ ତାରିଖ ରାତିରେ ଓଡ଼ିଶା ଓ ଆନ୍ଧ୍ରରେ ପବନର ବେଗ ବଢ଼ିବା ସହ ସହିତ ବର୍ଷା ଆରମ୍ଭ ହୋଇଥିଲା । ପୁରୀ ସମୁଦ୍ର ଉପକୂଳ ଅଶାନ୍ତ ହୋଇପଡ଼ିଥିବା ସହିତ କୋଣାର୍କ-ପୁରୀ ବେଳାଭୂମି ମାର୍ଗରେ ସମୁଦ୍ର ଜୁଆର ମାଡିଆସିଥିଲା । ପୁରୀରେ ରାତି ସମୁଦ୍ର ୧୦.୩୦ରେ କୂଳ ଲଙ୍ଘିଥିଲା । ଏଠାରେ ୮ ଫୁଟ ଉଚ୍ଚତାର ଜୁଆର କୂଳକୁ ମାଡ଼ି ଆସିବାରୁ ସ୍ୱର୍ଗଦ୍ୱାର ବେଳାଭୂମିରେ ଥିବା ୪୦ଟି ଦୋକାନ ଭାସିଯାଇଥିଲା । ପୁରିର ପେଣ୍ଠକଟା ଧୀବର ବସ୍ତିରେ ସମୁଦ୍ରପାଣି ପଶିଯିବାରୁ ଶତାଧିକ ପରିବାର ନିଜ ଘରଛାଡି ଉଚ୍ଚ ସ୍ଥାନକୁ ଚାଲିଯାଇଥିଲେ । ଏଠାକାର ସ୍ଥାନୀୟ ହୋଟେଲ "ହୋଟେଲ ହଂସ କୋକୋପାମ"ଠାରୁ "ଷ୍ଟର୍ଲିଂ ହଲିଡ଼ ରିସର୍ଟ" ଅଭିମୁଖେ ଯାଇଥିବା ନୂଆ ମେରାଇନ ଡ୍ରାଇଭ ରାସ୍ତା ଉପରେ ସମୁଦ୍ର ଜୁଆର ପାଣି ପଶିବା ସହିତ "ହୋଟେଲ ଇନ୍ଦ୍ରପୁରୀ" ସମ୍ମୁଖରେ ଥିବା ଗଜଲକ୍ଷ୍ମୀ ମଣ୍ଡପ ଭିତରେ ପାଣି ପଶିଯାଇଥିଲା । ବିଳମ୍ବିତ ରାତିରେ ପେଣ୍ଠକଟା ବସ୍ତିରୁ ଲୋକଙ୍କୁ ଖାଲିକରାଯାଇଥିଲା । ଆଚାର୍ଯ୍ୟ ହରିହର ଛକରେ ପୁଲିସ କର୍ଡନଦ୍ୱାରା ବେଳାଭୂମି ଯିବା ପାଇଁ କାହାରିକୁ ଅନୁମତି ଦିଆଯାଇନଥିଲା । ଏଥିରେ ପୁରୀ ସମୁଦ୍ରରୁ ୨୦ ଡଙ୍ଗା ଓ ସମୁଦ୍ର ନିକଟରୁ ୧୫ ଝୁମ୍ପୁଡ଼ି ଭାସିଯାଇଥିଲା । ଓଡ଼ିଶାର ୮ଟି ଜିଲ୍ଲାରେ ଘନ ବର୍ଷା ଓ ପବନ ବହିବାର ସମ୍ଭାବନା ରହିଥିଲା ଓ ଆନ୍ଧ୍ରର ୫ ଜିଲ୍ଲାରେ ବାତ୍ୟାର ହାଇଆଲର୍ଟ ଜାରୀ କରାଯାଇଥିଲା । ଏହି ବାତ୍ୟାର ପ୍ରକୋପ ୧୨ ଘଣ୍ଟା ରହିବା ଅନୁମିତ ହୋଇଛି । ଆନ୍ଧ୍ର ସରକାର ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ । ଆନ୍ଧ୍ରପ୍ରଦେଶରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ଓ ଦକ୍ଷିଣ ଓଡ଼ିଶାରେ ୧୦୦ କି.ମି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଘୋଷିତ ହୋଇଥିଲା ।[୧୫]

ପଦକ୍ଷେପ ସମ୍ପାଦନା

  • ୮ ଅକ୍ଟୋବରରେ:

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ୧୬ ଜିଲ୍ଲା (ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ମୟୁରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଢେଙ୍କାନାଳ, କେନ୍ଦୁଝର, ମାଲକାନଗିରି ଏବଂ କୋରାପୁଟ)କୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୮ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସଚିବାଳୟରେ ଏକ ସମୀକ୍ଷା ବୈଠକ ଡାକିଛନ୍ତି । ବାତ୍ୟା ଅଂଚଳରେ ପର୍ଯ୍ୟାପ୍ତ ପରିମାଣର ଚୂଡା, ଗୁଡ଼ କିରାସିନି ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ଯୋଗାଣ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀଙ୍କର ଛୁଟି ବାତିଲ୍ ସହ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ[୧୬] , ଉଦ୍ଧାର ଓ ସ୍ଥାନାନ୍ତର ପାଇଁ ଓଡ୍ରାଫର ୧୦ଟି ଟିମ୍, ଅଗ୍ନିଶମ ବାହିନୀ ଏବଂ ୬ଟି ଜିଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ସଜାଗ ରଖାଯାଇଛି । [୧୭] ଅକ୍ଟୋବର ୭, ୮ ଏବଂ ୯ ତାରିଖ ଦିନ ମଧ୍ୟ ପାରାଦ୍ୱୀପ ଏବଂ ଗୋପାଳପୁରଠାରେ ସଂକେତ ସଂଖ୍ୟା ଯଥାକ୍ରମେ ୧ (ଡିସି-୧) ଓ ୨ ଜାରି କରାଯାଇଛି ।

  • ୯ ଅକ୍ଟୋବରରେ:

ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାରେ ହାଇ ଆଲର୍ଟ ଜାରି କରାଯାଇଛି । [୧୮] ସମୂଦ୍ରକୁଳ ନିକଟବର୍ତ୍ତୀ ୨୦୦ ଗ୍ରାମକୁ ଖାଲି କରାଯିବାକୁ ନିଷ୍ପତି ନିଆଯାଇଛି ।

  • ୧୦ ଅକ୍ଟୋବରରେ:

୧୦ ତାରିଖ ଓଡରାଫ୍ ଟିମ୍‌ଦ୍ବାରା ବାତ୍ୟା ଅାଶ୍ରୟ ସ୍ଥଳରେ ମକ ଡ୍ରିଲ୍, ୧୧ ଅକ୍ଟୋବର ସକାଳୁ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ । ରେଲ ଏବଂ ବିମାନ ସେବା ବନ୍ଦ ରଖିବାକୁ ପରାମର୍ଶ । [୧୯]

ଆଧାର ସମ୍ପାଦନା

  1. ସମ୍ବାଦ http://www.sambadepaper.com. Retrieved 7 October 2014. {{cite news}}: Missing or empty |title= (help)
  2. "Cyclone Hudhud to bring more rain to Kolkata". The Times of India. 8 October 2014. Retrieved 9 October 2014.
  3. "Cyclone Hudhud heads to Andhra Pradesh, Odisha coast". The Times of India. 8 October 2014. Retrieved 9 October 2014.
  4. "Cyclone Hudhud heads for India, after battering Andaman and Nicobar islands". anjib Kumar Roy and Jatindra Dash. Reuters. 8 October 2014. Archived from the original on 10 October 2014. Retrieved 9 October 2014.
  5. ଦୈନିକ ସମ୍ବାଦ http://www.sambadepaper.com. Retrieved 8 October 2014. {{cite news}}: Missing or empty |title= (help)
  6. "ହୁଦ୍‌ହୁଦ୍ ନେଲା ଅତି ଭୟଙ୍କର ରୂପ: ୮ଟି ଜିଲା ପ୍ରଭାବିତ ହେବ". ସମାଜ. ୧୧ ଅକ୍ଟୋବର ୨୦୧୪. Retrieved ୧୧ ଅକ୍ଟୋବର ୨୦୧୪. {{cite news}}: Check date values in: |accessdate= and |date= (help)
  7. ଦୈନିକ ସମାଜ http://www.samajaepaper.in. Retrieved 7 October 2014. {{cite news}}: Missing or empty |title= (help)
  8. ଦୈନିକ ସମ୍ବାଦ http://www.sambadepaper.com. Retrieved 7 October 2014. {{cite news}}: Missing or empty |title= (help)
  9. ଦୈନିକ ସମାଜ http://www.samajaepaper.in. Retrieved 7 October 2014. {{cite news}}: Missing or empty |title= (help)
  10. "CYCLONE WARNING". notification. IMD. Archived from the original on 18 December 2014. Retrieved 8 October 2014. {{cite web}}: |first= missing |last= (help)
  11. "CYCLONE WARNING". notification. IMD. Archived from the original on 18 December 2014. Retrieved 10 October 2014. {{cite web}}: |first= missing |last= (help)
  12. dharitri http://www.dharitri.com. Retrieved 10 October 2014. {{cite news}}: Missing or empty |title= (help)
  13. dharitri http://www.prameyanews.com. Retrieved 10 October 2014. {{cite news}}: Missing or empty |title= (help)
  14. ୧୪.୦ ୧୪.୧ "ହୁଦ୍‌ହୁଦ୍ ନେଲା ଅତି ଭୟଙ୍କର ରୂପ". ସମାଜ. ୧୧ ଅକ୍ଟୋବର ୨୦୧୪. Retrieved ୧୧ ଅକ୍ଟୋବର ୨୦୧୪. {{cite news}}: Check date values in: |accessdate= and |date= (help)
  15. "ସଡ଼କରେ ସମୁଦ୍ର". ସମାଜ. ୧୨ ଅକ୍ଟୋବର ୨୦୧୪. {{cite news}}: |access-date= requires |url= (help); Check date values in: |accessdate= and |date= (help)
  16. ଦୈନିକ ପ୍ରମେୟ http://www.prameyanews.com. Retrieved ୮ October 2014. {{cite news}}: Check date values in: |accessdate= (help); Missing or empty |title= (help)
  17. ଦୈନିକ ସମାଜ http://www.samajaepaper.in. Retrieved ୮ October 2014. {{cite news}}: Check date values in: |accessdate= (help); Missing or empty |title= (help)
  18. "CYCLONE WARNING". notification. IMD. Archived from the original on 18 December 2014. Retrieved 7 October 2014. {{cite web}}: |first= missing |last= (help)
  19. dharitri http://www.dharitri.com. Retrieved 10 October 2014. {{cite news}}: Missing or empty |title= (help)