ହିପୋକ୍ରେଟସ (ଇଂରାଜୀ ଭାଷାରେ Hippocrates of Kos ବା Hippokrátēs ho Kṓos; ଖ୍ରୀ:ପୂ: ୪୬୦-୩୭୦, ବା ହିପୋକ୍ରେଟସ ଅଫ କୋସ ବା ହିପୋକ୍ରେଟସ ୨ (Hippocrates II) ଜଣେ ଗ୍ରୀକ ଦେଶର (Greek) ଚିକିତ୍ସକ (physician) ଥିଲେ ଯାହାକୁ କ୍ଲାସିକାଲ ଗ୍ରୀସର (Classical Greece) ଏଜ ଅଫ ପେରିକ୍ଲ (Age of Pericles) କୁହାଯାଏ ଓ ଭେଷଜ ବିଜ୍ଞାନ ଇତିହାସରେ ସେ ସର୍ବ ସମ୍ମତ ସର୍ବାଧିକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ତାଙ୍କୁ ଫାଦର ଅଫ ମେଡିସିନ "Father of Medicine" କୁହାଯାଏ[୧] ଓ ହିପୋକ୍ରାଟିକ ସ୍କୁଲ ଅଫ ମେଡିସିନର ସଂସ୍ଥାପକର ମାନ୍ୟତା ଦିଆଯାଏ । ସେ ପୁରାତନ ଗ୍ରୀସର ମେଡିସିନ (medicine in ancient Greece) ଭାବରେ ଏହାକୁ ଅନ୍ୟ ଥିଉର୍ଜି ଓ ଫିଲୋସୋଫିଟାରୁ (theurgy and philosophy) ପୃଥକ କରି ସ୍ଥାପନ କରିଥିଲେ ଓ ମେଡିସିନ‌କୁ ଏକ ପେଶା ଭାବରେ ସ୍ଥାପନ କରାଇଥିଲେ । [୨][୩]

ହିପୋକ୍ରେଟସ ଅଫ କୋସ (Hippocrates of Kos)
୧୯ ଶତକର ମୁର୍ତ୍ତିର ଛବି ("portrait")
Pronunciation/hɪˈpɒkrəˌtz/; ଛାଞ୍ଚ:Lang-grc-gre
Bornଖ୍ରୀ:ପୂ: ୪୬୦
କୋସ (Kos), ପୁରାତନ ଗ୍ରୀସ (Ancient Greece)
Diedଖ୍ରୀ:ପୂ: ୩୭୦
ଲାରିସା (Larissa), ପୁରାତନ ଗ୍ରୀସ
Occupationଚିକିତ୍ସାକ (Physician)
Eraକ୍ଲାସିକାଲ ଗ୍ରୀସ (Classical Greece)
Titleଦି ଫାଦର ଅଫ ୱେଷ୍ଟର୍ଣ୍ଣ ମେଡିସିନ ବା ପଶ୍ଚିମ ଭେଷଜ ଚିକିତ୍ସାର ପିତା

ହିପୋକ୍ରେଟସ ଓ ତାଙ୍କର ଚିକିତ୍ସା ପ୍ରଣାଳୀ ଲେଖିଥିବା ଲୋକଙ୍କର (Corpus) ଓ ତାହା ବ୍ୟବ‌ହାର କରୁଥିବା ଚିକିତ୍ସକମାନଙ୍କ ବିଷୟରେ ମିଶ୍ରିତ ଧାରଣା ଦିଆଯାଇଛି କିନ୍ତୁ ଓ ସେ କଅଣ ଚିନ୍ତା କରୁଥିଲେ ଓ କଅଣ କରୁଥିଲେ ସେ କଥା ବିଷୟରେ ବିଶେଷ କିଛି ତ‌ଥ୍ୟ ମିଳୁନାହିଁ । ହିପୋକ୍ରେଟଙ୍କୁ ପୂରାତନ ଚିକିତ୍ସାର ଏକ ପାରାଗନ (paragon) ବା ଆଦର୍ଶ ଭାବରେ ଚିତ୍ରଣ କରାଯାଇଛି । ହିପୋକ୍ରାଟିକ ଓଥ ସେ ପ୍ରଚଳନ କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ପ୍ରଚଳିତ ରହିଛି । ନିୟମିତ କ୍ଲିନିକାଲ ମେଡିସିନର (clinical medicine) ଅନୁଶୀଳନ, ଚିକିତ୍ସା ଶାସ୍ତ୍ର ଜ୍ଞାନର ଏକତ୍ରୀକରଣ ଓ ପ୍ରେସକ୍ରିପସନ ଦେବା ପଦ୍ଧତିମାନଙ୍କର ସେ ଜନ‌କ ଥିଲେ ।[୨][୪]


ଆଧାର ସମ୍ପାଦନା

  1. "Hippocrates". Microsoft Encarta Online Encyclopedia. Microsoft Corporation. 2006. Archived from the original on 2009-10-31.
  2. ୨.୦ ୨.୧ Garrison 1966, pp. 92–93
  3. Nuland 1988, p. 5
  4. Garrison 1966, p. 96