ମହାଭାରତର ବର୍ଣ୍ଣନା ଅନୁସାରେ ଲାକ୍ଷାଗୃହଦାହ ପରେ ବିଦୁରଙ୍କ ପରାମର୍ଶ କ୍ରମେ ପାଣ୍ଡବମାନେ କୌଶଳକ୍ରମେ ବର୍ତ୍ତିଯାଇ ସେମାନେ ସେଠାରୁ ଅନ୍ୟ ଏକ ଜଙ୍ଗଲକୁ ପଳାଇଲେ । ସେହି ବନର ନାମ ଥିଲା କାମ୍ୟକବନ ଏବଂ ସେହି ବନରେ ହିଡ଼ିମ୍ବ ନାମକ ଅସୁର ତାଙ୍କ ଭଉଣୀ ହିଡ଼ିମ୍ବା ସହିତ ରହୁଥିଲା ।[୧] ହିଡିମ୍ବା କାଳୀ ମାତାଙ୍କର ଜଣେ ଭକ୍ତ ଥିଲେ ଏବଂ ତାଙ୍କୁ ପ୍ରତିଦିନ କାଳୀମାତାଙ୍କୁ ଏକ ମାନବ ବଳୀ ଦେବାକୁ ପଡୁଥିଲା । ଦିନେ ଭଉଣୀ ପାଇଁ ମାନବ ବଳୀ ଖୋଜୁ ଖୋଜୁ ଜଙ୍ଗଲରେ ହିଡ଼ିମ୍ବ ମା କୁନ୍ତୀଙ୍କ ସହ ପାଞ୍ଚ ପାଣ୍ଡବଙ୍କୁ ଦେଖିଥିଲା । ବଳୀ ପାଇଁ ନିର୍ବାସନରେ ଥିବା ପାଣ୍ଡବମାନଙ୍କ ମଧ୍ୟରୁ ଭୀମଙ୍କୁ ସେ ନେଇଆସିଥିଲେଏ । ଭୀମଙ୍କୁ ଦେଖି ହିଡିମ୍ବା ତାଙ୍କପ୍ରତି ଆକର୍ଷିତ ହୋଇ ଭୀମଙ୍କୁ କହିଥିଲେ ଯେ ସେ ତାଙ୍କୁ ତାଙ୍କ ଭାଇ ହିଡିମ୍ବଠାରୁ ରକ୍ଷା କରିବେ ଏବଂ ତାଙ୍କୁ ଏକ ଦୂର ସ୍ଥାନକୁ ପଠାଇବେ । ଏହା ଭାବି ସେ ଭୀମଙ୍କୁ ବଳି ଉଦ୍ଦେଶ୍ୟରେ କାଳୀଙ୍କ ପାଖକୁ ନେଇ ନ ଥିଲେ । ଏକଥା ଜାଣିପାରି ହିଡ଼ିମ୍ବ ତାଙ୍କ ଭଉଣୀ ହିଡ଼ିମ୍ବା ପାଖକୁ ଯାଇ ଭୀମଙ୍କ ସହ ଥିବାବେଳେ ହିଡିମ୍ବାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏଥିରେ ଭୀମ ସହ ହିଡ଼ିମ୍ବ ଅସୁରର ଭୀଷଣ ଯୁଦ୍ଧ ହୋଇଥିଲା ଏବଂ ପରିଶେଷରେ ଭୀମ ହିଡ଼ିମ୍ବ ଅସୁରକୁ ବଦ୍ଧ କରିଥିଲେ । ହିଡିମ୍ବକୁ ହତ୍ୟା କରିବା ପରେ ଭୀମ କାମ୍ୟକ ବନର ରାଜା ହେଲେ । ଏହା ପରେ ହିଡିମ୍ବା ଏବଂ ଭୀମ କୁନ୍ତୀଙ୍କ ସହମତିରେ ଜଙ୍ଗଲରେ ଗାନ୍ଧର୍ବ ରୀତିରେ ବିବାହ କରିଥିଲେ ।[୨] ତାଙ୍କର ଘଟୋଚ୍‌କଚ ନାମକ ଏକ ପୁତ୍ର ଥିଲା ।

ହିମାଚଳ ପ୍ରଦେଶର ମନାଲିରେ ମାତା ହିଡିମ୍ବା ଏବଂ ପୁଅ ଘଟୋଚ୍‌କଚଙ୍କ ମନ୍ଦିର ରହିଛି । ମହାଭାରତ ଯୁଦ୍ଧରେ ଘଟୋଚ୍‌କଚ ପାଣ୍ଡବଙ୍କ ତରଫରୁ ସାହସର ସହିତ ଯୁଦ୍ଧ କରିଥିଲେ ।

ଆଧାର ସମ୍ପାଦନା

  1. HimVani, Team (2021-01-09). "Hidimba: The unsung heroine of Mahabharata". HimVani (in ଆମେରିକୀୟ ଇଂରାଜୀ). Retrieved 2019-07-03.
  2. "जानें, कैसे हुआ भीम व हिडिम्बा का विवाह व घटोत्कच का जन्म". Dainik Jagran (in ହିନ୍ଦୀ). Retrieved 9 January 2021.