ହାଇପରଥାଇରଏଡିଜମ, ଅନ୍ୟ ନାମ over active thyroidହାଇପରଥାଇରିଓସିସ, ଏକ ରୋଗ ଯେଉଁଥିରେ ଥାଇରଏଡ ଗ୍ରନ୍ଥିରୁ ଅତ୍ୟଧିକ ଥାଇରଏଡ ହରମୋନ ନିର୍ଗତ ହୁଏ । [୧] ଯେ କୌଣସି କାରଣରୁ ଅତ୍ୟଧିକ ଥାଇରଏଡ ହରମୋନ ସ୍ରାବ ହେଲେ ଥାଇରୋଟକ୍ସିକୋସିସ ରୋଗ ହୁଏ ଓ ହାଇପରଥାଇରଏଡିଜମ ଏହାର ଅନ୍ତର୍ଭୁକ୍ତ । [୧] ଏହି ଦୁଇ ନାମକୁ ଅନେକ ଇଚ୍ଛାନୁଯାୟୀ ବ୍ୟବ‌ହାର କରନ୍ତି । [୨] ଲୋକ ଅନୁସାରେ ଚିହ୍ନ ଓ ଲକ୍ଷଣ ବିବିଧ ହୁଏ । ଏହି ଲକ୍ଷଣ ଗୁଡ଼ିକ: ମାଂସପେଶୀ ଦୁର୍ବଳତା, ଶୋଇବା ଅସୁବିଧା, ଦୃତ ହୃତ୍ ସ୍ପନ୍ଦନ, ଉତ୍ତାପ ଅସ‌ହିଷ୍ଣୁତା, ତରଳ ଝାଡ଼ା, ବର୍ଦ୍ଧିଷ୍ଣୁ ଥାଇରଏଡ ଗ୍ରନ୍ଥି ଓ ଓଜନ ହ୍ରାସ । ବୟସ୍କ ଲୋକ ଓ ଗର୍ଭାବସ୍ଥାରେ ଏହି ରୋଗ ଲକ୍ଷଣ କମ ଦେଖାଯାଏ । [୩] ଏକ ଅସାଧାରଣ ଜଟିଳତାର ନାମ ଥାଇରଏଡ ଝଡ଼ ଯେଉଁଥିରେ ସଂକ୍ରମଣ ହୋଇ ମାନସିକ ଦ୍ୱନ୍ଦ ଓ ଉଚ୍ଚ ଉତ୍ତାପ ହୁଏ ଓ ଶେଷରେ ମୃତ୍ୟୁ ହୁଏ । [୪] ଏହି ରୋଗର ଏକ ବିପରୀତ ଅବସ୍ଥା ହେଉଛି ହାଇପୋଥାଇରଏଡିଜମ ଯେଉଁଥିରେ ସ୍ୱଳ୍ପ ଥାଇରଏଡ ହରମୋନ ସ୍ରାବ ହୁଏ । [୫]

ହାଇପରଥାଇରଏଡିଜମ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିEndocrinology
ଆଇସିଡ଼ି-୧୦E05.
ଆଇସିଡ଼ି-୯-ସିଏମ୍242.90
ରୋଗ ଡାଟାବେସ6348
ମେଡ଼ିସିନ-ପ୍ଲସ000356
ଇ-ମେଡ଼ିସିନmed/1109
Patient UKହାଇପରଥାଇରଏଡିଜମ
MeSHD006980

ଆମେରିକାରେ ହେଉଥିବା ହାଇପରଥାଇରଏଡିଜମ ରୋଗର କାରଣ ମଧ୍ୟରୁ ୫୦ %ରୁ ୮୦% କେବଳ ଗ୍ରେଭସ ଡିଜିଜ[୩][୬] ଅନ୍ୟାନ୍ୟ କାରଣ: ମଲ୍ଟିନୋଡ୍ୟୁଲାର ଗଏଟର, ଟକସିକ ଆଡେନୋମା, ଥାଇରଏଡ ପ୍ରଦାହ ଓ ଅତ୍ୟଧିକ ଆୟୋଡିନ ଖାଦ୍ୟ ବା ସିନଥେଟକ ଥାଇରଏଡ ହରମୋନ ଖାଇଲେ ଏହି ରୋଗ ହୁଏ । [୩][୪] ଅସାଧାରଣ କେଶ ମଧ୍ୟରେ ପିଟୁଇଟାରି ଆଡେନୋମା ସମ୍ଭବ । ଚିହ୍ନ ଓ ଲକ୍ଷଣ ଦେଖି ରୋଗ ସନ୍ଦେହ କରାଯାଏ ଓ ନିର୍ଣ୍ଣୟ ନିମନ୍ତେ ରକ୍ତ ପରୀକ୍ଷା ଆବଶ୍ୟକ । ରକ୍ତ ପରୀକ୍ଷାରେ କମ ଥାଇରଏଡ ସ୍ଟିମୁଲେଟିଙ୍ଗ ହରମୋନ (ଟିଏସଏଚ) ଓ ଅଧିକ ଟି କିମ୍ବା ଟି ଥାଏ ।. ଥାଇରଏଡର ରେଡିଓଆୟୋଡିନ ଅପଟେକ, ଥାଇରଏଡ ସ୍କାନ, ଓ ଟିଏସଆଇ ଆଣ୍ଟିବଡି ପରୀକ୍ଷା ରୋଗ କାରଣ ନିର୍ଣ୍ଣୟରେ ସାହାଯ୍ୟ କରନ୍ତି । [୩]

ରୋଗର କାରଣ ଓ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ । ଏହା ନିମନ୍ତେ ତିନି ପ୍ରକାର ଚିକିତ୍ସା ଉପଲବ୍ଧ ଯଥା ରେଡିଓଆୟୋଡିନ ଥେରାପି, ଔଷଧ ଓ ଥାଇରଏଡ ଅପରେଶନ । ରେଡିଓଆୟୋଡିନ ଥେରାପିରେ ପାଟିବାଟେ ଆୟୋଡିନ-୧୩୧ ଦିଆଯାଏ ଯାହା ଥାଏରଏଡ ଗ୍ରନ୍ଥିରେ ଗାଢ଼ ହୋଇ ତାହାକୁ କିଛି ସପ୍ତାହରୁ କିଛ ମାସ ମଧ୍ୟରେ ନଷ୍ଟ କରିଦିଏ । ଏହା ଫଳରେ ଜାତ ହେଉଥିବା ହାଇପୋଥାଇରଏଡିଜମ ରୋଗକୁ କୃତ୍ରିମ ଥାଇରଏଡ ହରମୋନ ଦେଇ ଚିକିତ୍ସା କରାଯାଏ । ବିଟା ବ୍ଲକରଦ୍ୱାରା ଲକ୍ଷଣ ନିୟନ୍ତ୍ରଣ କରାଯାଏ ଓ ଆଣ୍ଟିଥାଇରଏଡ ଔଷଧ ଯେପରିକି ମେଥିମାଜୋଲ ଦେଇ ଉପରୋକ୍ତ ଚିକିତ୍ସାର ଫଳ ଆସିବା ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀ କାଳୀନ ଚିକିତ୍ସା କରାଯାଏ । ଅପରେଶନ କରି ଥାଇରଏଡ ଗ୍ରନ୍ଥି ବାହାର କରିଦେବା ଆଉ ଏକ ପନ୍ଥା । କର୍କଟ ସଙ୍କଟ ଥିଲେ ବା ଅତି ବଡ଼ ଥାଇରଏଡ ହୋଇଥିଲେ ଏହି ଚିକିତ୍ସା କରାଯାଏ । [୩] ଜନସଂଖ୍ୟାର ୧.୨ % ଲୋକଙ୍କୁ ଆମେରିକାରେ ଏହି ରୋଗ ହୁଏ । [୧] ମହିଳାଙ୍କର ୨ରୁ ୧୦ ଗୁଣ ଅଧିକ ପୁରୁଷମାନଙ୍କୁ ଏହି ରୋଗ ହୁଏ । [୩] ଏହି ରୋଗ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ଆରମ୍ଭ ହୁଏ । [୪] ୬୦ ବର୍ଷ ବୟସ ପରେ ଏହି ରୋଗ ସାଧାରଣ ହୋଇଯାଏ । [୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ Bahn Chair, RS; Burch, HB; Cooper, DS; Garber, JR; Greenlee, MC; Klein, I; Laurberg, P; McDougall, IR; Montori, VM; Rivkees, SA; Ross, DS; Sosa, JA; Stan, MN (June 2011). "Hyperthyroidism and other causes of thyrotoxicosis: management guidelines of the American Thyroid Association and American Association of Clinical Endocrinologists". Thyroid : official journal of the American Thyroid Association. 21 (6): 593–646. PMID 21510801.
  2. Erik D Schraga (May 30, 2014). "Hyperthyroidism, Thyroid Storm, and Graves Disease". Retrieved 20 April 2015.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Hyperthyroidism". www.niddk.nih.gov. July 2012. Archived from the original on 2015-04-04. Retrieved 2015-04-02.
  4. ୪.୦ ୪.୧ ୪.୨ Devereaux, D.; Tewelde, SZ. (May 2014). "Hyperthyroidism and thyrotoxicosis". Emerg Med Clin North Am. 32 (2): 277–92. doi:10.1016/j.emc.2013.12.001. PMID 24766932.
  5. NIDDK (March 13, 2013). "Hypothyroidism". Retrieved 20 April 2015.
  6. Brent, Gregory A. (Jun 12, 2008). "Clinical practice. Graves' disease". The New England Journal of Medicine. 358 (24): 2594–2605. doi:10.1056/NEJMcp0801880. ISSN 1533-4406. PMID 18550875.