ହାଇପରକ୍ୟାଲସେମିଆ (ଇଂରାଜୀ ଭାଷାରେ Hypercalcaemia ବା hypercalcemia) ନାମ ଦିଆଯାଏ ଯେତେବେଳେ ରକ୍ତରେ (blood serum) କ୍ୟାଲସିଅମ (calcium) (Ca2+) ମାତ୍ରା ସାଧାରଣ ସ୍ତର ଅପେକ୍ଷା ଅଧିକ ହୋଇଯାଏ ।[୧][୨] କ୍ୟାଲସିଅମର ସାଧାରଣ ସ୍ତର ରକ୍ତରେ ୨.୧ରୁ ୨.୬ ମିମୋ/ଲି ବା ୮.୮ରୁ ୧୦.୭ ମିଗ୍ରା/ଡେଲି ଥାଏ, ଏହି ସ୍ତର ୪.୩ରୁ ୫.୨ ମିଇକ୍ୟୁ/ଲିରୁ ଅଧିକ ହେଲେ ହାଇପରକ୍ୟାଲସେମିଆ ନାମ ଦିଆଯାଏ ।[୩][୪][୨] ଏହି ମାତ୍ରା ସାମାନ୍ୟ ଅଧିକ ହୋଇଥିଲେ ଓ ଧୀରେ ଧୀରେ ଅଧିକ ହେଉଥିଲେ ସାଧାରଣତଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ । [୨] ଶୀଘ୍ର କ୍ୟାଲସିଅମ ସ୍ତର ବଢ଼ୁଥିଲେ ବା ଅଧିକ ଥିଲେ ଉଦର ଯନ୍ତ୍ରଣା (abdominal pain), ଅସ୍ଥି ଯନ୍ତ୍ରଣା, ଦ୍ୱନ୍ଦ (confusion), ଅବସାଦ (depression), ଦୁର୍ବଳତା, ବୃକ୍‌କ ପଥର ରୋଗ ବା ହୃଦ୍‌ରୋଧ ଭଳି ଅନିୟମିତ ହୃତ୍ ସ୍ପନ୍ଦନ ଇତ୍ୟାଦି ବେମାରୀ ହୋଇପାରେ । [୩][୨]

ହାଇପରକ୍ୟାଲସେମିଆ
ପର୍ଯ୍ୟାୟ ସାରଣୀରେ କ୍ୟାଲସିଅମର ସ୍ଥାନ । Field = Endocrinology
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିendocrinology[*]
ଆଇସିଡ଼ି-୧୦E83.5
ଆଇସିଡ଼ି-୯-ସିଏମ୍275.42
ରୋଗ ଡାଟାବେସ6196
ମେଡ଼ିସିନ-ପ୍ଲସ000365
ଇ-ମେଡ଼ିସିନmed/1068 emerg/260 ped/1062
Patient UKହାଇପରକ୍ୟାଲସେମିଆ
MeSHD006934

ପ୍ରାଥମିକ ହାଇପରପାରାଥାଇରଏଡିଜ୍ମ ବା କର୍କଟ ରୋଗ ଯୋଗୁ ଅଧିକାଂଶ ହାଇପରକ୍ୟାଲସେମିଆ ହୁଏ ।[୨] ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ ସାର୍କଏଡୋସିସ (sarcoidosis), ଯକ୍ଷ୍ମାପ୍ୟାଜେଟସ ଡିଜିଜ (Paget disease), ଜୀବସାର ଘ ବିଷାକ୍ତ‌ତା (vitamin D toxicity), ଫ୍ୟାମିଲିଆଲ ହାଇପୋକ୍ୟାଲସିୟୁରିକ ହାଇପରକ୍ୟାଲସେମିଆ (familial hypocalciuric hypercalcaemia) ଓ ଲିଥିଅମ (lithium) ତ‌ଥା ହାଇଡ୍ରୋକ୍ଲୋରୋଥିଆଜାଇଡ ଭଳି କେତେକ ଔଷଧ ଯୋଗୁ ଏହି ଅବସ୍ଥା ଜାତ ହୁଏ ।[୩][୧][୨] ଗୋଟିଏ ସପ୍ତାହର ଚିକିତ୍ସା ପରେ କ୍ୟାଲସିଅମ ସ୍ତର ସଠିକ (corrected calcium) ହେଲେ ବ ଆୟୋନାଇଜଡ କ୍ୟାଲସିଅମ (ionized calcium) ସ୍ତର ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୨] ଇସିଜିରେ (electrocardiogram) ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଦେଖାଯାଏ । [୩]

ଅନ୍ତର୍ନିହିତ କାରଣର ଚିକିତ୍ସା ସ‌ହିତ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଫୁରୋସେମାଇଡ, କ୍ୟାଲସିଟୋନିନ (calcitonin) ବା ପାମିଡ୍ରୋନେଟ (pamidronate) ଇତ୍ୟାଦି ଦିଆଯାଏ ।[୩][୨] ଫୁରୋସେମାଇଡର ଉପକାରୀତାର ବିଶେଷ ପ୍ରମାଣ ମିଳୁନାହିଁ । କ୍ୟାଲସିଅମ ସ୍ତର ଅତ୍ୟଧିକ ହୋଇଥିଲେ ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୁଏ । ଏହି ଚିକିତ୍ସା ଯୋଗୁ ଉପକାର ନ ମିଳିଲେ ହେମୋଡାଏଲିସିସ (Hemodialysis) କରାଯାଇପାରେ । ଜୀବସାର ଘ ଯୋଗୁ ହୋଇଥିଲେ ସ୍ଟିରଏଡ ଆବଶ୍ୟକ ହୁଏ । ହାଇପରକ୍ୟାଲସେମିଆ ସାଧାରଣ ଭାବରେ ଦେଖାଯାଏ । ପ୍ରାଥମିକ ହାଇପରପାରାଥାଇରଏଡିଜ୍ମ ରୋଗ ପ୍ରତି ଏକ ହଜାର ଲୋକରେ ୧ରୁ୭ ଜଣକୁ ହୁଏ ଓ କର୍କଟ ରୋଗୀଙ୍କ ମଧ୍ୟରୁ ୨.୭% ଜଣକୁ ହାଇପରକ୍ୟାଲସେମିଆ ହୁଏ । [୨]

ଆଧାର ସମ୍ପାଦନା

  1. ୧.୦ ୧.୧ "Hypercalcemia - National Library of Medicine". PubMed Health. Retrieved 27 September 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Minisola, S; Pepe, J; Piemonte, S; Cipriani, C (2 June 2015). "The diagnosis and management of hypercalcaemia". BMJ (Clinical research ed.). 350: h2723. PMID 26037642.
  3. ୩.୦ ୩.୧ ୩.୨ ୩.୩ ୩.୪ Soar, J; Perkins, GD; Abbas, G; Alfonzo, A; Barelli, A; Bierens, JJ; Brugger, H; Deakin, CD; Dunning, J; Georgiou, M; Handley, AJ; Lockey, DJ; Paal, P; Sandroni, C; Thies, KC; Zideman, DA; Nolan, JP (October 2010). "European Resuscitation Council Guidelines for Resuscitation 2010 Section 8. Cardiac arrest in special circumstances: Electrolyte abnormalities, poisoning, drowning, accidental hypothermia, hyperthermia, asthma, anaphylaxis, cardiac surgery, trauma, pregnancy, electrocution". Resuscitation. 81 (10): 1400–33. PMID 20956045.
  4. Pathy, M.S. John (2006). Principles and practice of geriatric medicine (4. ed. ed.). Chichester [u.a.]: Wiley. p. Appendix. ISBN 9780470090558. {{cite book}}: |edition= has extra text (help)