ହାଇକୁ (俳句) listen  ଜାପାନରେ ଜନ୍ମଲାଭ କରିଥିବା ଏକ ପ୍ରକାରର ଛୋଟ କବିତା । ପାରମ୍ପରିକ ଜାପାନୀ ହାଇକୁରେ ତିନୋଟି ପର୍ଯ୍ୟାୟ ଥାଏ: ଏକ କିରେଜି ବା "କାଟିବା ଶବ୍ଦ"[୧] ୫, ୭, ୫ ଢାଞ୍ଚାରେ ଥିବା ୧୭ଟି ଅନ (ଏକପ୍ରକାର ଜାପାନୀ ଧ୍ୱନିଏକକ),[୨] ଏବଂ ଏକ କିଗୋ, ବା ଋତୁକାଳୀନ ଆଧାର । ଏହି ଧାରାରେ ପଡ଼ୁନଥିବା ସମାନ ଧରଣର କବିତାକୁ ସେନର୍‌ୟୁ କୁହାଯାଏ ।[୩] ହାଇକୁ ରେଙ୍ଗା ନାମକ ଏକ ବଡ଼ କବିତାର ମୁଖ୍ୟ ଅଂଶ ଭାବେ ଆରମ୍ଭ ହୋଇଥିଲା । ମୁଖ ପଦ୍ୟାଂଶ ଭାବେ ରଚିତ ଏହି ହାଇକୁଗୁଡ଼ିକୁ ହୋକ୍କୁ କୁହାଯାଉଥିଲା ଏବଂ ସମୟକ୍ରମେ କବିମାନେ ସେମାନଙ୍କ ନିଜ ଢଙ୍ଗରେ ଏକକ କବିତା ଲେଖିବାକୁ ଲାଗିଲେ । ୧୯ ଶତାବ୍ଦୀର ଶେଷ ଭାଗରେ ଜାପାନୀ ଲେଖକ ମାସାଓକା ସିକି ହାଇକୁର ବର୍ତ୍ତମାନର ନାମକରଣ କରିଥିଲେ ।[୪]

ମାତସୁଓ ବାସୋଙ୍କହାଇକୁର ପଙ୍‌କ୍ତି "ଧୀରେ ଧୀରେ, / ହଳଦିଆ ପର୍ବତ ପଡ଼େ, / ଖୀପ୍ର ଜଳଧାରାର ଶବ୍ଦ"

ଆଧାର ସମ୍ପାଦନା

  1. Hiraga, Masako K. (1999). "Rough Sea and the Milky Way: 'Blending' in a Haiku Text," in Computation for Metaphors, Analogy, and Agents, ed. Chrystopher L. Nehaniv. Berlin: Springer. p. 27. ISBN 978-3540659594.
  2. Lanoue, David G. Issa, Cup-of-tea Poems: Selected Haiku of Kobayashi Issa, Asian Humanities
  3. Shirane, Haruo (March 2016) [2015]. "Satiric poetry: Kyōshi, Kyōka, and Senryū". In Shirane, Haruo; Suzuki, Tomi; Lurie, David (eds.). The Cambridge History of Japanese Literature. Cambridge University Press. p. 509. doi:10.1017/CHO9781139245869. ISBN 9781107029033. Many English haiku composed outside Japan, which do not require a seasonal word, are in fact senryū.
  4. Vásquez Rocca, Adolfo (January 2005). "Lógica paraconsistente, mundos posibles y ficciones narrativas" (PDF). A Parte Rei (in ସ୍ପେନିୟ) (37): 8. Archived from the original (PDF) on 12 May 2022. Retrieved 28 June 2018.