ସ୍ତ୍ରୀଧନ ହେଉଛି ବିବାହ ଆଦି ବିଶେଷ ସମୟେ ଆପଣା ପିତାମାତା ଓ ଭାଇଆଦିଙ୍କଠାରୁ କନ୍ୟାକୁ ମିଳିଥିବା ଧନ । ହିନ୍ଦୁ ଆଇନରେ ମଧ୍ୟ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ହିନ୍ଦୁ ଆଇନ ମତେ ସ୍ୱାମୀଠାରୁ ଅଲଗା ହୋଇଯିବାପରେ ମଧ୍ୟ ସ୍ତ୍ରୀଧନ ଉପରେ ସ୍ତ୍ରୀର ନ୍ୟାଯ୍ୟ ଅଧିକାର ରହିବ ।[୧]

ହିନ୍ଦୁ ଆଇନରେ ସମ୍ପାଦନା

ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ର ଧାରା ୧୪ ପ୍ରକାରେ ବିବାହ ପୂର୍ବରୁ କିମ୍ବା ବିବାହ ପରେ ଜଣେ ହିନ୍ଦୁ ମହିଳା ଲାଭ କରିଥିବା ଧନର (ସମ୍ପର୍କୀୟଙ୍କଠାରୁ ଉପହାର ସୂତ୍ରେ, ଭରଣପୋଷଣ ବାବଦକୁ କିମ୍ବା ନିଜେ ଦକ୍ଷତା ପ୍ରଦର୍ଶନପୂର୍ବକ ଅର୍ଜନ କରିଥିବା ଧନ) ସେ ହେଉଛନ୍ତି ସମ୍ପୂର୍ଣ୍ଣ ଅଧିକାରିଣୀ । ଏପରିକି ବିବାହ ବିଚ୍ଛେଦ ସତ୍ତ୍ୱେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ସହ ସ୍ତ୍ରୀଧନ ମଧ୍ୟ ଦାବୀ କରିପାରିବ ।[୨]

ଆଧାର ସମ୍ପାଦନା

  1. "Women can claim stridhan even after separation from husband". www.timesofindia.com. Retrieved 12 July 2018.
  2. An, Amit; Nov 21, Choudhary / TNN / Updated:. "Women can claim stridhan even after separation from husband: Supreme Court | India News - Times of India". The Times of India (in ଇଂରାଜୀ). Retrieved 10 September 2020.{{cite web}}: CS1 maint: extra punctuation (link) CS1 maint: numeric names: authors list (link)

ବାହାର ତଥ୍ୟ ସମ୍ପାଦନା