ସୋନମ କପୁର

ଭାରତୀୟ ଅଭିନେତ୍ରୀ

‌ସୋନମ କପୁର‌ (ଜନ୍ମ: ୯ ଜୁନ ୧୯୮୫) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସୋନମ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରରେ ହିଁ ଅଭିନୟ କରନ୍ତି । ଫିଲ୍ମ‌ଫେୟାର ସ‌ହ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି ସୋନମ । ସୋନମ ହିନ୍ଦୀ କଥାଚିତ୍ର ଅଭିନେତା ଅନୀଲ କପୁରଙ୍କ ସାନ ଝିଅ । ସେ ଇଉନାଇଟେଡ ୱାରଲ୍ଡ କଲେ ଅଫ୍ ସାଉଥ୍ ଇଷ୍ଟ ଏସିଆ, ସିଙ୍ଗାପୁରରୁ ଟିଏଟର ଏବଂ କଳା ଶିକ୍ଷା କରିଛନ୍ତି । ୨୦୦୫ରେ ସେ ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଳୀଙ୍କ ସ‌ହ ଜଣେ ସ‌ହକାରୀ ନିର୍ଦ୍ଦେଶିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସୋନମ ୨୦୦୭ରେ ସଞ୍ଜୟ ଲୀଳା ବଂଶାଳୀଙ୍କ ଚଳଚ୍ଚିତ୍ର ‌ସାୱରିୟା‌ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ କରାଯାଇଥିଲା । ଅଭିନୟ କରିବାର ୩ବର୍ଷ ପରେ ୨୦୧୦ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‌ଆଇ ହେଟ୍ ଲଭ୍ ଷ୍ଟୋରୀଜ୍‌ ବ୍ୟବସାୟିକ ସଫଳ ହୋଇଥିଲା ।

ସୋନମ କପୁର
୨୦୧୬ରେ ନୀରଜା ଚଳଚ୍ଚିତ୍ରର ପ୍ରମୋଶନରେ ସୋନମ
Born (1985-06-09) ୯ ଜୁନ ୧୯୮୫ (ବୟସ ୩୮)[୧]
Occupationଅଭିନେତ୍ରୀ
Years active୨୦୦୫ – ଏବେଯାଏଁ
Parentସୁନୀତା ଏବଂ ଅନୀଲ କପୁର
Relativesହର୍ଷବର୍ଦ୍ଧନ କପୁର (ଭାଇ)
ଅର୍ଜୁନ କପୁର (ଭାଇ)
ସଞ୍ଜୟ କପୁର (କ‌କା)
ବୋନୀ କପୁର (ବଡ଼ବାପା)
ଶ୍ରୀଦେବୀ (ବଡ଼ମାଆ)
Websitewww.sonam-kapoor.net

ଏହାପରେ ଅନେକ ଚଳଚ୍ଚିତ୍ରର ବିଫଳତା ପରେ ୨୦୧୩ରେ ‌ରାଞ୍ଝଣା‌ ଚଳଚ୍ଚିତ୍ରରେ ସୋନମଙ୍କର ଅଭିନୟ ତାଙ୍କ ଜୀବନରେ ଏକ ମୋଡ଼ ବଦଳାଇଥିଲା । ଏହି ଅଭିନୟ ପାଇଁ ସୋନମଙ୍କୁ ଅନେକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା । ଏହାପରେ ସେ ୨୦୧୪ରେ ‌ଖୁବ୍‌ସୁରତ୍‌, ୨୦୧୫ରେ ‌ଡଲି କି ଡୋଲି‌ରେ ଅଭିନୟ କରିଥିଲେ । ଏହି ଦୁଇଟି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ । ୨୦୧୫ରେ ସେ ଅଭିନେତା ସଲମାନ ଖାଁଙ୍କ ସ‌ହ ହିନ୍ଦୀ କଥାଚିତ୍ର ‌ପ୍ରେମ ରତନ ଧନ ପାୟୋ‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେହି ବର୍ଷର ଅଧିକ ଆୟକରିଥିବା ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ଗୋଟିଏ ଥିଲା ।

୨୦୧୬ରେ ସୋନମ ଏକ ଅତ୍ମଜିବନୀ ଚଳଚ୍ଚିତ୍ର ‌ନୀରଜା‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସୋନମଙ୍କୁ ଫିଲ୍ମ‌ଫେୟାରରେ ସ୍ୱତନ୍ତ୍ର ମାନ୍ୟତା ପୁରସ୍କାର ସ‌ହ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ଏହି ଚଳଚ୍ଚିତ୍ରଟି ୨୦୧୬ରେ ଅଧିକ ଆୟକାରୀ ଚଳଚ୍ଚିତ୍ର ମଧ୍ୟରେ ସ୍ଥାନ ପାଇଥିଲା ।

ପ୍ରାରମ୍ଭିକ ଜୀବନ ସମ୍ପାଦନା

ସୋନମ ମୁମ୍ବାଇର ଚେମ୍ବୁରଠାରେ ୯ ଜୁନ ୧୯୮୫ରେ ଜନ୍ମଗ୍ରହଣ କରିଥିଲେ ।[୧] ସୋନମଙ୍କର ବାପା ଅନୀଲ କପୁର, ଜଣେ ଚଳଚ୍ଚିତ୍ର ଅଭିନେତା ଏବଂ ପ୍ରଯୋଜକ । ତାଙ୍କ ମାଆ ସୁନୀତା କପୁର ଜଣେ ପ୍ରାକ୍ତନ ମଡେଲ ଏବଂ ଡିଜାଇନର୍ ।[୩] ସୋନମଙ୍କର ଭଉଣୀ ରେହା କପୁର ଜଣେ ଚଳଚ୍ଚିତ୍ର ପ୍ରଯୋଜିକା ଏବଂ ଭାଇ ହର୍ଷବର୍ଦ୍ଧନ ଜଣେ କଥାଚିତ୍ର ଅଭିନେତା ।[୪][୫][୬][୭] ଚଳଚ୍ଚିତ୍ର ପ୍ରଯୋଜକ ବୋନୀ କପୁର ସୋନମଙ୍କର ବଡ଼ବାପା ଏବଂ ଅଭିନେତା ସଞ୍ଜୟ କପୁର ତାଙ୍କର କ‌କା । ଅଭିନେତ୍ରୀ ଶ୍ରୀଦେବୀ ସୋନମଙ୍କର ବଡ଼ମାଆ । [୮] ଅର୍ଜୁନ କପୁର ସୋନମଙ୍କର ବଡ଼ବାପା ପୁଅ ଭାଇ । ମୋହିତ ମାର‌ୱା ଏବଂ ରଣବୀର ସିଂହ ସୋନମଙ୍କର ସମ୍ପର୍କୀୟ ଭାଇ ।[୯][୧୦]

ଅଭିନୟ ଜୀବନ ସମ୍ପାଦନା

ସୋନମ ୨୦୦୭ରେ ସଞ୍ଜୟ ଲୀଳା ବଂଶାଳୀଙ୍କର ଚଳଚ୍ଚିତ୍ର ସାୱରିଆ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ଆରମ୍ଭ ହେବା ପୂର୍ବରୁ ସୋନମଙ୍କର ଓଜନ ୮୦କିଲୋ ଥିଲା । ସେ ପାଖାପାଖି ୩୫ କିଲୋ ଓଜନ କମାଇବା ପରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୧][୧୨][୧୧][୧୩] ପରେ ସୋନମ ୨୦୦୯ରେ ‌ଦିଲ୍ଲୀ-୬‌[୧୪][୧୫], ୨୦୧୦ରେ ‌ଆଇ ହେଟ୍ ଲଭ୍ ଷ୍ଟୋରୀଜ୍‌[୧୬] ଏବଂ ‌ଆଇସା‌[୧୭][୧୮], ୨୦୧୧ରେ ‌ଥ୍ୟାଙ୍କ ୟୁ‌[୧୯][୨୦] ଏବଂ ‌ମୌସମ୍‌[୨୧], ୨୦୧୨ରେ ‌ପ୍ଲେୟରସ୍‌[୨୨], ୨୦୧୩ରେ ‌ବମ୍ବେ ଟକିଜ୍‌[୨୩], ‌ରାଞ୍ଝଣା‌[୨୪] ଏବଂ ‌ଭାଗ୍ ମିଲ୍‌ଖା ଭାଗ୍‌[୨୫][୨୬], ୨୦୧୪ରେ ‌ବେବୋକୋଫିୟାଁ‌[୨୭] ଏବଂ ଖୁବସୁରତ୍[୨୮], ୨୦୧୫ରେ ‌ଡଲି କି ଡୋଲି‌[୨୯] ଏବଂ ‌ପ୍ରେମ ରତନ ଧନ ପାୟୋ‌[୩୦][୩୧][୩୨], ୨୦୧୭ରେ ‌ନିରଜା‌[୩୩] ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୧୦: ସାୱରିଆ
  • ୨୦୦୯: ଦିଲ୍ଲୀ-୬
  • ୨୦୧୦: ଆଇ ହେଟ୍ ଲଭ୍ ଷ୍ଟୋରୀଜ୍
  • ୨୦୧୦: ଆଇସା
  • ୨୦୧୧: ଥ୍ୟାଙ୍କ ୟୁ
  • ୨୦୧୧: ମୌସମ୍
  • ୨୦୧୨: ପ୍ଲେୟରସ୍
  • ୨୦୧୩: ବମ୍ବେ ଟକିଜ୍
  • ୨୦୧୩: ରାଞ୍ଝଣା
  • ୨୦୧୩: ଭାଗ୍ ମିଲ୍‌ଖା ଭାଗ୍
  • ୨୦୧୪: ବେବୋକୋଫିୟାଁ
  • ୨୦୧୪: ଖୁବସୁରତ୍
  • ୨୦୧୫: ଡଲି କି ଡୋଲି
  • ୨୦୧୫: ପ୍ରେମ ରତନ ଧନ ପାୟୋ
  • ୨୦୧୭: ନିରଜା

ଆଧାର ସମ୍ପାଦନା

  1. ୧.୦ ୧.୧ "Sonam Kapoor". Hindustan Times. 23 July 2013. Archived from the original on 11 December 2014. Retrieved 12 May 2017.
  2. Sharma, Suman (26 July 2013). ""I'm not high maintenance"– Sonam Kapoor". Filmfare. Retrieved 12 May 2017.
  3. "Sonam Kapoor: My love life has been unsuccessful". Gulf News. 18 June 2013. Retrieved 3 October 2015.
  4. "In pics: The Boney–Anil–Sanjay Kapoor Family Tree". CNN-IBN. 7 February 2012. Archived from the original on 16 January 2016. Retrieved 3 August 2012.
  5. "Film producer Surinder Kapoor dies". Dainik Bhaskar. 25 September 2011. Retrieved 27 September 2015.
  6. "Anil Kapoor Films Company". Bollywood Hungama. Retrieved 25 September 2015.
  7. "I am not an actor, so I can be a star". The Indian Express. 8 March 2014. Retrieved 5 October 2015.
  8. N, Patsy. "Sonam is a better actor than Anil". Rediff.com. Retrieved 3 August 2010.
  9. Bajwa, Dimpal (9 June 2015). "On Sonam Kapoor's 30th birthday, brother Arjun Kapoor shares a throwback picture". The Indian Express. Retrieved 23 September 2015.
  10. "Fugly screening: Cousins Sonam, Jhanvi, aunt Sridevi cheer for Mohit Marwah". The Indian Express. Retrieved 23 September 2015.
  11. ୧୧.୦ ୧୧.୧ "How Sonam Kapoor lost 35 kilos". Rediff.com. 27 December 2010. Retrieved 12 May 2017.
  12. "Sonam Kapoor launches Kalli Purie's book in Delhi". India Today. 20 January 2012. Retrieved 12 May 2017.
  13. "Sonam Kapoor talks about her major weight–loss programme". Mid Day. 13 November 2009. Retrieved 12 May 2017.[permanent dead link]
  14. "Delhi 6 (2009)". Rotten Tomatoes. Retrieved 12 May 2017.
  15. "Box Office 2009". Box Office India. Archived from the original on 14 October 2013. Retrieved 12 May 2017.
  16. Gupta, Priya Kumari. "The private life of Sonam Kapoor". India Today. Archived from the original on 30 September 2015. Retrieved 12 May 2017.
  17. "B–town was never a man's world, says Rhea". Mid Day. 7 July 2010. Retrieved 12 May 2017.
  18. "How to look like Aisha and gang". India Today. 5 August 2010. Archived from the original on 4 October 2015. Retrieved 12 May 2017.
  19. "Thank You (2011)". Rotten Tomatoes. Retrieved 12 May 2017.
  20. Kazmi, Nikhat (7 April 2011). "Thank You movie review". The Times of India. Retrieved 12 May 2017.
  21. Mirani, Vinod (26 September 2011). "Mausam not appreciated by the audience". Rediff.com. Retrieved 12 May 2017.
  22. "Sonam replaces Katrina in 'The Italian Job'". CNN-IBN. 15 August 2010. Archived from the original on 1 May 2016. Retrieved 12 May 2017.
  23. "Watch: Stars shine in 'Apna Bombay Talikes' song". CNN-IBN. 26 April 2013. Retrieved 12 May 2017.
  24. Kotwani, Hiren (30 June 2013). "Sonam Kapoor earns a 'new' tag". The Times of India. Retrieved 12 May 2017.
  25. "UTV pulls out of 'Bhaag Milkha Bhaag'". CNN-IBN. 24 January 2012. Archived from the original on 13 March 2016. Retrieved 12 May 2017.
  26. "Sonam Kapoor reveals why she charged Rs11 for 'Bhaag Milkha Bhaag'". Emirates 24/7. 9 July 2013. Retrieved 12 May 2017.
  27. Chopra, Anupama (15 March 2014). "Movie review by Anupama Chopra: Bewakoofiyaan is a bland tale of yuppies". Hindustan Times. Archived from the original on 14 December 2014. Retrieved 12 May 2017.
  28. "Wonderful to irritating: Critics divided over Sonam Kapoor in 'Khoobsurat'". Firstpost. 19 September 2014. Retrieved 12 May 2017.
  29. KBR, Upala (17 January 2014). "Sonam Kapoor to play the runaway bride in her next film 'Dolly Ki Doli'". Daily News and Analysis. Retrieved 12 May 2017.
  30. Parismita, Goswami (4 July 2014). "Salman Khan Goes Traditional for Sooraj Barjatya's 'Prem Ratan Dhan Payo'". International Business Times. Retrieved 12 May 2017.
  31. Dubey, Bharati (2 March 2015). "Sonam Kapoor in Mumbai for swine flu treatment, condition stable". Mid Day. Retrieved 12 May 2017.
  32. "Sonam Kapoor discharged from hospital after being treated for swine flu". The Indian Express. 8 March 2015. Retrieved 12 May 2017.
  33. Gupta, Shubhra (19 February 2016). "Neerja review: Sonam Kapoor makes us believe she is, was, Neerja". The Indian Express. Retrieved 12 May 2017.

ଅଧିକ ତ‌ଥ୍ୟ ସମ୍ପାଦନା