ସୈଫ ଅଲ୍ଲୀ ଖାନ

ଭାରତୀୟ ଅଭିନେତା ଓ ପ୍ର‌ଯୋଜକ

ସୈଫ ଅଲ୍ଲୀ ଖାନ (ଜନ୍ମ: ୧୬ ଅଗଷ୍ଟ ୧୯୭୦), ଜଣେ ଭାରତୀୟ କଥାଚିତ୍ର ଅଭିନେତା । ସେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶର୍ମିଳା ଟାଗୋର ଏବଂ ପୂର୍ବତନ କ୍ରିକେଟିୟର ମନସୁର ଅଲୀ ଖାନ ପଟୌଡ଼ି ଙ୍କର ପୁଅ । ସୈଫ ତାଙ୍କର ପ୍ରଥମ ହିନ୍ଦୀ କଥାଚିତ୍ର ପରମ୍ପରା(୧୯୯୩) ମାଧ୍ୟମରେ ଅଭିନୟ ଦୁନିଆଁରେ ପାଦ ଦେଇଥିଲେ । ତାଙ୍କର ଏହି ପ୍ରଥମ କଥାଚିତ୍ର ସଫଳ ନ ଥିଲେ ବି ୟେ ଦିଲ୍ ଲଗୀ ଏବଂ ମେଁ ଖିଲାଡି ତୁ ଅନାଡି (୧୯୯୪) ଚଳଚ୍ଚିତ୍ରରେ ଅଭିନେତା ଭାବେ ସଫଳତା ଲାଭ କରିଥିଲେ । ସେ ଅଭିନେତ୍ରୀ କରୀନା କପୁରଙ୍କୁ ୨୦୧୨ରେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଅଛି ।

ସୈଫ ଅଲ୍ଲୀ ଖାନ
Kareena Kapoor smiling away from camera
ସୈଫ ଅଲ୍ଲୀ ଖାନ
Born (1970-08-16) ୧୬ ଅଗଷ୍ଟ ୧୯୭୦ (ବୟସ ୫୩)
Nationalityଭାରତୀୟ
Occupations
  • ଅଭିନେତା
  • ପ୍ରଯୋଜକ
Years active୧୯୯୨- ଏବେଯାଏଁ
Spouse
(m. ୨୦୧୨)
Children
Parents
Relativesସୋହା ଅଲ୍ଲୀ ଖାନ (ଭଉଣୀ)

ପ୍ରାରମ୍ଭିକ ଜୀବନ ସମ୍ପାଦନା

୧୬ ଅଗଷ୍ଟ ୧୯୭୦ରେ ସୈଫଙ୍କର ଜନ୍ମ ନୂଆ ଦିଲ୍ଲୀରେ । ମାଆ ଶର୍ମିଳା ଟାଗୋର ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଏବଂ ବାପା ମନସୁର ଅଲୀ ଖାନ ପଟୌଡ଼ି ହେଉଛନ୍ତି ଭାରତୀୟ ଜାତୀୟ କ୍ରିକେଟ ଦଳର ଜଣେ ପୂର୍ବତନ ଅଧିନାୟକ ।[୧] ୧୯୫୨ରୁ ୧୯୭୧ ଯାଏଁ ବାପା ପଟୌଦିର ନବାବ ପଦ ଅଂଳଂକୃତ କରିଥିଲେ । କିନ୍ତୁ ତାଙ୍କ ଅନ୍ତେ ସୈଫ ନବାବ ପଦରେ ଅଭିଷିକ୍ତ ହେବାପାଇଁ ଅନିଚ୍ଛା ପ୍ରକାଶ କଲେ । ତେବେ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ସେ କେବଳ ଉକ୍ତ ଅଭିଷେକ ଉତ୍ସବରେ ଔପଚାରିକ ଭାବେ ଯୋଗଦାନ କରିଥିଲେ ।[୨] ସୈଫଙ୍କ ଦୁଇ ଛୋଟ ଭଉଣୀ ହେଉଛନ୍ତି ସବା ଏବଂ ସୋହା ।

ମାଆ ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ହେଲେ ହେଁ ପିଲାଟି ଦିନରୁ ସୈଫଙ୍କୁ ଅଭିନୟ ଜଗତରୁ ଦୂରେଇ ରଖାଯାଇଥିଲା ।[୩] ପିତାଙ୍କ ପରି ସେ କ୍ରିକେଟ ପ୍ରତି ମଧ୍ୟ ଆଗ୍ରହୀ ନ ଥିଲେ । ତେବେ ପିଲା ବେଳେ ଘର ବଗିଚାରେ ବାପାଙ୍କ କ୍ରିକେଟ ଖେଳ ସେ ଭାରି ଆଗ୍ରହର ସହ ହେଖୁଥିଲେ ।[୪] ହିମାଚଳ ପ୍ରଦେଶର ଲରେନ୍ସ୍ ସ୍କୁଲରେ (ସାନୱାର)ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିବା ପରେ ମାତ୍ର ନଅ ବର୍ଷ ବୟସରେ ହେର୍ଥଫୋର୍ଡଶାୟରସ୍ଥ ଲକେର୍ସ୍ ପାର୍କ ସ୍କୁଲକୁ ତାଙ୍କୁ ପଠାଇ ଦିଆଗଲା ।[୧] ଏହାପରେ ସେ ୱିନଚଷ୍ଟେର କଲେଜରେ ନାମ ଲେଖାଇଲେ ।

ବୋର୍ଡିଙ୍ଗ ସ୍କୁଲରୁ ସ୍ନାତକ ଡିଗ୍ରୀ ହାସଲ କରି ସେ ଭାରତ ଫେରିଲେ । ପରେ ପରେ ସେ ଏକ ବିଜ୍ଞାପନ ଚଳଚ୍ଚିତ୍ରରେ ମାତ୍ର ଦୁଇମାସ କାମ କଲେ ।[୫] ଗ୍ୱାଲିୟର ସୁଟିଂ ଭଳି ଏକ ଟେଲି କମର୍ସିଅଲରେ କାମ କରିବା ପରେ ସେ ଅଭିନୟ ଦୁନିଆରେ ପାଦ ଦେବାପାଇଁ ମୁମ୍ବାଇ ଚାଲିଆସିଲେ ।

ଅଭିନୟ ଜୀବନ ସମ୍ପାଦନା

୧୯୯୧ରେ କାଜଲଙ୍କ ବିପକ୍ଷରେ ବେଖୁଦି(୧୯୯୨) ଚଳଚ୍ଚିତ୍ରରେ ଅଭିନୟ କରିବା ସୁଯୋଗ ଲାଭ କଲେ । କିନ୍ତୁ ସୁଟିଂ ଆରମ୍ଭରୁ ହିଁ ନିର୍ଦ୍ଦେଶକ ତାଙ୍କ ଅଭିନୟରେ ଅସନ୍ତୁଷ୍ଟ ହୋଇ ତାଙ୍କ ବଦଳରେ କମଲ ସଦାନାଙ୍କୁ ନେଇଥିଲେ । [୬] ବେଖୁଦି ସୁଟିଂ ବେଳେ ଅଭିନେତ୍ରୀ ଅମୃତା ସିଂଙ୍କ ସହ ତାଙ୍କର ଦେଖା ହୁଏ । ୧୯୯୧ରେ ସେ ଅମୃତାଙ୍କୁ ବିବାହ ମଧ୍ୟ କରିଥିଲେ । [୭] ବିବାହ ପରେ ଝିଅ ସାରା ଏବଂ ପୁଅ ଇବ୍ରାହିମ୍ ଯଥାକ୍ରମେ ୧୯୯୩ ଏବଂ ୨୦୦୧ରେ ଜନ୍ମ ହୁଅନ୍ତି । ତେବେ ୨୦୦୪ରେ ଦୁହିଁଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୁଏ ।[୮] ୧୯୯୩ରେ ୟଶ ଚୋପ୍ରାଙ୍କ ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର ପରମ୍ପରାରେ ସେ ନବାଗତ ଅଭିନେତା ଭାବେ ଅଭିନୟ କରନ୍ତି । କଥାଚିତ୍ରଟି ବକ୍ସ ଅଫିସରେ ସଫଳତା ପାଇପାରେ ନାହିଁ ।[୯] ପରେ ପରେ ଅନ୍ୟ ଦୁଇ ଚଳଚ୍ଚିତ୍ର ଆଶିକ ଆୱାରା ଏବଂ ପେହେଚାନରେ ଅଭିନୟର ସୁଯୋଗ ପାଆନ୍ତି ସେ । [୯] ଚଳଚ୍ଚିତ୍ର ଦୁଇଟି ବ୍ୟବସାୟିକ ସଫଳତା ଲାଭ କରି ନ ଥିଲେ ବି ସେ ଆଶିକ ଆୱାରା ଚଲଚିତ୍ରରେ ତାଙ୍କ ଶ୍ରେଷ୍ଠ ଅଭିନୟ ପାଇଁ ଫିଲ୍ମ ଫେୟାର ଆୱାର୍ଡ ଲାଭ କରନ୍ତି ।

୧୯୯୪ରେ ଅଭିନୀତ ଇମ୍‌ତିହାନ ଚଳଚ୍ଚିତ୍ରରେ ସେ ସଫଳତାର ସ୍ୱାଦ ଚାଖନ୍ତି ।[୧୦] ଏହା ପରେ ପରେ ଦୁଇ ଚଳଚ୍ଚିତ୍ର ୟେ ଦିଲ୍‌ଲଗି ଏବଂ ମେଁ ଖିଲାଡି ତୁ ଅନାଡି ତାଙ୍କୁ ହିନ୍ଦୀ ଅଭିନୟ ଜଗତରେ ପ୍ରତିଷ୍ଟିତ କରାଏ । ମେଁ ଖିଲାଡି ତୁ ଅନାଡି (ଖିଲାଡି ଫିଲ୍ମ ସିରିଜର ଦ୍ୱିତୀୟ ଚଳଚ୍ଚିତ୍ର )ରେ ସେ ଏକ ଆକାଂକ୍ଷୀ ଅଭିନେତାର ପାତ୍ରରେ ଅଭିନୟ କରି ଶ୍ରେଷ୍ଠ ସହ ଅଭିନେତା ଭାବେ ପିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ହୁଅନ୍ତି ।[୧୦][୧୧] ଏହା ପରେ ପରେ ସେ ଅନେକ ହିନ୍ଦୀ ଚଳଚ୍ଚିତ୍ର ଯଥା ୟାର ଗଦ୍ଦାର, ଆଓ ପ୍ୟାର କରେ ଇତ୍ୟାଦି ଅନେକ ଚଲଚିତ୍ରରେ ଅଭିନୟ କରିବାର ସୂଯୋଗ ପାଇଛନ୍ତି ।

ଅଭିନୀତ କଥାଚିତ୍ର ସମ୍ପାଦନା

  • ୧୯୯୩- ପରମ୍ପରା
  • ୧୯୯୩- ଆଶିକ ଆୱାରା
  • ୧୯୯୩- ପେହେଲା ନଶା
  • ୧୯୯୩- ପେହେଚାନ
  • ୧୯୯୪- ଇମ୍ତିହାନ
  • ୧୯୯୪- ୟେ ଦିଲ ଲଗୀ
  • ୧୯୯୪- ମେ ଖିଲାଡି ତୁ ଅନାଡି
  • ୧୯୯୪- ୟାର ଗଦ୍ଦାର
  • ୧୯୯୪- ଆଓ ପ୍ୟାର କରେ
  • ୧୯୯୫- ସୁରକ୍ଷା
  • ୧୯୯୬- ଏକ ଥା ରାଜା
  • ୧୯୯୬- ବମ୍ବେଇ କା ବାବୁ
  • ୧୯୯୬- ତୁ ଚୋର ମେ ସୀପାହି
  • ୧୯୯୬- ଦିଲ ତେରା ଦିୱାନା
  • ୧୯୯୭- ହମେଶା
  • ୧୯୯୭- ଉଡାନ
  • ୧୯୯୮- କୀମତ
  • ୧୯୯୮- ହମ୍ ସେ ବଢକର କୌନ
  • ୧୯୯୯- ୟେ ହେ ମୁମ୍ବାଇ ମେରୀ ଜାନ
  • ୧୯୯୯- ଆରଜୁ
  • ୧୯୯୯- ବିବି ନଂବର ୱାନ
  • ୧୯୯୯- ହମ୍ ସାଥ ସାଥ ହେ
  • ୨୦୦୦- କ୍ୟା କେହେନା ......... ଇତ୍ୟାଦି

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ୨୦୦୫---ଜାତୀୟ ଚଳଚ୍ଚିତ୍ର ପୁରସ୍କାର
  • ୨୦୦୫---ଫିଲ୍ମଫେୟାର ଶ୍ରେଷ୍ଠ ହାସ୍ୟ କଳାକାର
  • ୨୦୦୭---ଫିଲ୍ମଫେୟାର ଶ୍ରେଷ୍ଠ ଖଳନାୟକ

ଆଧାର ସମ୍ପାଦନା

  1. ୧.୦ ୧.୧ Bhattacharya, Roshmila (21 ଅପ୍ରେଲ 2013). "'I've inherited his legacy of goodwill, but... he is a difficult role model to follow'". The Telegraph. Archived from the original on 18 ଅଗଷ୍ଟ 2016. Retrieved 28 ଜୁଲାଇ 2016.
  2. ref name="nawab">"Saif Ali Khan is now the 10th Nawab of Pataudi". The Times of India. 1 ନଭେମ୍ବର 2011. Archived from the original on 2 ନଭେମ୍ବର 2011. Retrieved 1 ନଭେମ୍ବର 2011.
  3. Kandpal, Kathika (13 ଜାନୁଆରୀ 2014). "All men must marry much younger women". Filmfare. Archived from the original on 9 ଅଗଷ୍ଟ 2016. Retrieved 29 ଜୁଲାଇ 2016.
  4. Chaturvedi, Anshul (8 ନଭେମ୍ବର 2011). "My father was the last of his kind: Saif Ali Khan". The Times of India. Archived from the original on 19 ଫେବୃଆରୀ 2018. Retrieved 30 ଜୁଲାଇ 2016.
  5. Bamzai, Kaveree (7 ଅଗଷ୍ଟ 2006). "Urban chameleon". India Today. Archived from the original on 5 ଅଗଷ୍ଟ 2016. Retrieved 9 ଅଗଷ୍ଟ 2016.
  6. Bose, Derek (24 ମଇ 2008). "Playing Saif". The Tribune. Archived from the original on 24 ଅକ୍ଟୋବର 2012. Retrieved 21 ଜୁଲାଇ 2009.
  7. "Saif Ali Khan and Amrita Singh's first date". The Times of India. 27 ଅକ୍ଟୋବର 2013. Archived from the original on 23 ଜାନୁଆରୀ 2016. Retrieved 29 ଜୁଲାଇ 2016.
  8. Singh, Aparna (19 ମଇ 2016). "Saif Ali Khan's daughter Sara graduates from Columbia University". India Today. Archived from the original on 18 ଅଗଷ୍ଟ 2016. Retrieved 29 ଜୁଲାଇ 2016.
  9. ୯.୦ ୯.୧ "Saif Ali Khan filmography". Box Office India. Archived from the original on 5 December 2006. Retrieved 26 January 2007.
  10. ୧୦.୦ ୧୦.୧ "Box Office Results 1994". Box Office India. Archived from the original on 6 December 2006. Retrieved 26 January 2007.
  11. Tuteja, Joginder (17 ମାର୍ଚ୍ଚ 2012). "Exploring the two decade journey of Saif Ali Khan – Part I". Bollywood Hungama. Archived from the original on 12 ଅଗଷ୍ଟ 2016. Retrieved 22 ଜୁଲାଇ 2016.

ବାହାର ଆଧାର ସମ୍ପାଦନା