ସେଫାଜୋଲିନ (ଇଂରାଜୀ ଭାଷାରେ ତିନି ପ୍ରକାର ବନାନରେ ଲେଖାଯାଏ: Cefazolin cefazolinecephazolin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଜୀବାଣୁ ସଂକ୍ରମଣର (bacterial infection) ଚିକିତ୍ସାରେ ବ୍ୟବ‌ହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ସେଲ୍ୟୁଲାଇଟିସ୍, ମୂତ୍ରନଳୀ ସଂକ୍ରମଣ (urinary tract infections), ନିମୋନିଆ, ଏଣ୍ଡୋକାର୍ଡ଼ାଇଟିସ (endocarditis), ଗଣ୍ଠି ସଂକ୍ରମଣ ( joint infection) ଓ ପିତ୍ତନଳୀ ସଂକ୍ରମଣ (biliary tract infections) ରୋଗମାନଙ୍କରେ ଦିଆଯାଏ । ପ୍ରସବ ସମୟରେ ଓ ଅପରେଶନ ପୂର୍ବରୁ ଗ୍ରୁପ ବି ସ୍ଟ୍ରେପ୍ଟୋକୋକାଲ ଡିଜିଜର (group B streptococcal disease) ପ୍ରତିଷେଧ ନିମନ୍ତେ ଦିଆଯାଏ । ଏହା ଇଞ୍ଜେକସନ ଆକାରରେ ଶିରାଭ୍ୟନ୍ତରରେ (vein) ଓ ମାଂସପେଶୀରେ (injection into a muscle) ଦିଆଯାଇପାରେ ।[୨]

ସେଫାଜୋଲିନ
Clinical data
Pronunciation/sɪˈfæzələn/[୧]
Trade namesAncef, Cefacidal, other
AHFS/Drugs.commonograph
Pregnancy
category
  • AU: B1
  • US: B (No risk in non-human studies)
Routes of
administration
intravenous, intramuscular
ATC code
Legal status
Legal status
  • ℞ (Prescription only)
Pharmacokinetic data
BioavailabilityNA
Metabolism?
Elimination half-life1.8 hours (given IV)
2 hours (given IM)
Excretionkidney, unchanged
Identifiers
  • (6R,7R)-3-{[(5-methyl-1,3,4-thiadiazol-2-yl)thio]methyl}-8-oxo-7-[(1H-tetrazol-1-ylacetyl)amino]-5-thia-1-azabicyclo[4.2.0]oct-2-ene-2-carboxylic acid
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.043.042 Edit this at Wikidata
Chemical and physical data
FormulaC14H14N8O4S3
Molar mass454.51 g/mol
3D model (JSmol)
  • O=C2N1/C(=C(\CS[C@@H]1[C@@H]2NC(=O)Cn3nnnc3)CSc4nnc(s4)C)C(=O)O
  • InChI=1S/C14H14N8O4S3/c1-6-17-18-14(29-6)28-4-7-3-27-12-9(11(24)22(12)10(7)13(25)26)16-8(23)2-21-5-15-19-20-21/h5,9,12H,2-4H2,1H3,(H,16,23)(H,25,26)/t9-,12-/m1/s1 checkY
  • Key:MLYYVTUWGNIJIB-BXKDBHETSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ଇଷ୍ଟ ସଂକ୍ରମଣ (yeast infections) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[୨] ପେନିସିଲିନ ଯୋଗୁ ଆନାଫାଇଲାକ୍‌ସିସ ଇତିହାସ ଥିଲେ ଏହି ଔଷଧ ଦିଆଯାଏ ନାହିଁ ।[୩] ସ୍ତନ୍ୟପାନଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ।[୨][୪] ଏହା ସେଫାଲୋସ୍ପୋରିନ ଦଳର ପ୍ରଥମ ପିଢ଼ି ଔଷଧ ଓ ଜୀବକୋଷର ଆବରଣରେ ବାଧା ସୃଷ୍ଟି କରେ ।[୨]

ସେଫାଜୋଲିନ ସନ ୧୯୬୭ରେ ପେଟେଣ୍ଟ ହୋଇଥିଲା ଓ ବ୍ୟବସାୟୀକ ଭିତ୍ତିରେ ସନ ୧୯୭୧ରୁ ବ୍ୟବ‌ହାର କରାଗଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ (generic medication) ନାମରେ ଉପଲବ୍‌ଧ ହୁଏ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଦିନ‌କୁ ଖର୍ଚ୍ଚ ପ୍ରାୟ ୧.୨୦ରୁ ୧.୪୧ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଗୋଟିଏ କୋର୍ଷର ମୁଲ୍ୟ ୨୫ରୁ ୫୦ ଡଲାର ।[୪]

ଆଧାର ସମ୍ପାଦନା

  1. "Cefazolin". Merriam-Webster Dictionary. Retrieved 2016-01-21.
  2. ୨.୦ ୨.୧ ୨.୨ ୨.୩ ୨.୪ "Cefazolin Sodium". The American Society of Health-System Pharmacists. Retrieved 8 December 2016.
  3. WHO Model Formulary 2008 (PDF). World Health Organization. 2009. p. 106. ISBN 9789241547659. Retrieved 8 December 2016.
  4. ୪.୦ ୪.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 84. ISBN 9781284057560.
  5. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 493. ISBN 9783527607495.
  6. "WHO Model List of Essential Medicines" (PDF). WHO Model List of Essential Medicines. August 2015. Retrieved November 4, 2015.
  7. [X "X"]. International Drug Price Indicator Guide. Retrieved 8 December 2016. {{cite web}}: Check |url= value (help)