ସୁମାତ୍ରା ବଳିଆ କୁକୁର


ସୁମାତ୍ରା ବଳିଆ କୁକୁର (ଇଂରାଜୀରେ Sumatran dhole, ଜୀବବିଜ୍ଞାନ ନାମ Cuon alpinus sumatrensis) ବଳିଆ କୁକୁରଙ୍କ ଏକ ଉପପ୍ରଜାତି ।[୨] ଏମାନଙ୍କୁ ସୁମାତ୍ରା ଜଙ୍ଗଲି କୁକୁର (ଇଂରାଜୀରେ Sumatran wild dog) ମଧ୍ୟ କୁହାଯାଏ ।[୩] ଏମାନେ ମୁଖ୍ୟତଃ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ପରିଲକ୍ଷିତ ହୁଅନ୍ତି ।[୪] ବିଭିନ୍ନ ସ୍ତନ୍ୟପାୟୀ ପ୍ରାଣୀ, ଜଙ୍ଗଲି କୋଳି, ପୋକଯୋକ ଏବଂ ଏଣ୍ଡୁଅ ଇତ୍ୟାଦି ଏମାନଙ୍କର ପ୍ରଧାନ ଆହାର ।[୫]

ସୁମାତ୍ରା ବଳିଆ କୁକୁର
ସୁମାତ୍ରା ବଳିଆ କୁକୁରର ଏକ ନିର୍ଜୀବ ନମୁନା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
ଗଣ: କାର୍ନିଭୋରା
ବଂଶ: କାନିଡେ
Genus: Cuon
ଜାତି: C. alpinus
ଉପଜାତି: C. a. sumatrensis
ଥୋମାସ୍ ହାର୍ଡୱିକ୍, ୧୮୨୧
ଟ୍ରାଇନୋମିଆଲ ନାମ
Cuon alpinus sumatrensis
ଥୋମାସ୍ ହାର୍ଡୱିକ୍, ୧୮୨୧
Synonyms

ଚୁଅନ୍ ଆଲ୍‍ପିନସ୍ ଜାଭାନିକସ୍
ଡେସ୍ମାରେଷ୍ଟ୍ (୧୮୨୦)

କ୍ରମ ବିବର୍ତ୍ତନର ଇତିହାସ ସମ୍ପାଦନା

 
ଜନ୍ ଜେରାର୍ଡ୍ କ୍ୟୁଲ୍ମାନ୍ସଙ୍କ ବର୍ଣ୍ଣନାତ୍ମକ ଚିତ୍ର (୧୮୯୦)

୨୦୦୫ ମସିହା ପର୍ଯ୍ୟନ୍ତ ସୁମାତ୍ରା ବଳିଆ କୁକୁରର ବିବର୍ତ୍ତନ ଇତିହାସ ଓ ଉତ୍ପତ୍ତି ସମ୍ପର୍କରେ କୌଣସି ତଥ୍ୟ ଜଣାପଡ଼ି ନଥିଲା । ନିକଟସ୍ଥ ମାଲେସିଆର ବଳିଆ କୁକୁରଙ୍କ ଅପେକ୍ଷା ଏହି ଜୀବ ଭାରତୀୟ ବଳିଆ କୁକୁରଙ୍କ ନିକଟତର । ବିନା ତଥ୍ୟରେ କେବଳ ଅନୁମାନ କରାଯାଉଛି ଯେ ସୁଣ୍ଡା ଦ୍ୱୀପର ଅଧିବାସୀମାନେ ଇଣ୍ଡୋନେସିଆରେ ବଳିଆ କୁକୁରଙ୍କୁ ଆଣି ଛାଡ଼ିଥିବେ ।[୬]

ଶାରୀରିକ ଗଠନ ସମ୍ପାଦନା

ବଳିଆ କୁକୁରମାନଙ୍କ ମଧ୍ୟରେ ସୁମାତ୍ରା ବଳିଆ କୁକୁର ଆକାରରେ କ୍ଷୁଦ୍ରତମ ଉପପ୍ରଜାତି । ଏହାର ଦେହର ଲୋମ ଲାଲ୍ ରଙ୍ଗର । ଏହି ବଳିଆ କୁକୁର ଉପପ୍ରଜାତିର ଲୋମ ତଳେ ଘଞ୍ଚ-ମୋଟା ନିମ୍ନ ଲୋମର ଆଚ୍ଛାଦନ ନଥାଏ । ବରଂ ଇଣ୍ଡୋଚୀନୀ ଓ ଦକ୍ଷିଣ ଭାରତୀୟ ବଳିଆ କୁକୁରଙ୍କ ପରି ଏହାର ଲୋମ କର୍କଷ ଓ ପତଳା ହୋଇଥାଏ । ସୁମାତ୍ରା ବଳିଆ କୁକୁରର ପୃଷ୍ଠ ଦେଶ ଅପେକ୍ଷାକୃତ ଅଧିକ କୃଷ୍ଣ ବର୍ଣ୍ଣର ।[୭]

ସୁମାତ୍ରା ବଳିଆ କୁକୁରର କାନଟି ଲୋମଶ ଏବଂ ନରମ । ସେମାନଙ୍କ ଲାଞ୍ଜ ଓ ଗୋଡ଼ଗୁଡ଼ିକ ଲମ୍ବା । ସେମାନଙ୍କ ମୁହଁ ସାମନା ପଟକୁ ଗୋଜିଆ ହୋଇଥାଏ । ଏମାନଙ୍କ ଲାଞ୍ଜର ରଙ୍ଗ ମୁଖ୍ୟତଃ କଳା । ପୂର୍ଣ୍ଣ ବୟସ୍କ ସୁମାତ୍ରା ବଳିଆ କୁକୁରର ଶରୀରର ଦୈର୍ଘ୍ୟ ପ୍ରାୟ ୩ ଫୁଟ୍, ଲାଞ୍ଜର ଦୈର୍ଘ୍ୟ ପ୍ରାୟ ୧୫-୧୮ ଇଞ୍ଚ, ଭୂମିରୁ କାନ୍ଧ ପର୍ଯ୍ୟନ୍ତ ଉଚ୍ଚତା ପ୍ରାୟ ୧୯.୬୯ ଇଞ୍ଚ ଏବଂ ଶରୀରର ଓଜନ ପ୍ରାୟ ୧୦-୧୩ କିଲୋଗ୍ରାମ ।[୫]

ଭୌଗୋଳିକ ବ୍ୟାପ୍ତି ଓ ପରିବାସ ସମ୍ପାଦନା

ସୁମାତ୍ରା ବଳିଆ କୁକୁରର ଭୌଗୋଳିକ କ୍ଷେତ୍ର ଅତ୍ୟନ୍ତ ବିଖଣ୍ଡିତ । ସୁମାତ୍ରା ଓ ଜାଭା ଦ୍ୱୀପର ବିଭିନ୍ନ ସଂରକ୍ଷିତ ଅଞ୍ଚଳରେ ଏହି ବଳିଆ କୁକୁର ପ୍ରଜାତି ଦେଖାଯାନ୍ତି ।[୧] ୨୦୧୪ ମସିହାରେ ସୁମାତ୍ରା ଦ୍ୱୀପର କେରିଞ୍ଚି ସେବ୍ଲାତ ଜାତୀୟ ଉଦ୍ୟାନର କ୍ରାନ୍ତୀୟ ଅରଣ୍ୟରେ କ୍ୟାମେରା ଟ୍ରାପ୍ ଲଗାଇ ବିଭିନ୍ନ ଭିଡିଓ ସଂଗ୍ରହ କରାଯାଇଥିଲା ଓ ଏହି ସବୁ ଭିଡିଓରୁ ସେଠାରେ ଏଯାବତ ବଳିଆ କୁକୁର ବାସ କରୁଥିବାର ପ୍ରମାଣ ମିଳିଲା ।[୮] ସିଙ୍ଗାପୁରରେ ବର୍ତ୍ତମାନ ବଳିଆ କୁକୁର ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ । ସୁମାତ୍ରା ବଳିଆ କୁକୁରମାନେ ବୁଦାଳିଆ ଜଙ୍ଗଲ, ତୃଣଭୂମି, ସତଳ ଅଞ୍ଚଳ, ବୃଷ୍ଟିବନ ତଥା କ୍ରାନ୍ତୀୟ ଅରଣ୍ୟମାନଙ୍କରେ ରହନ୍ତି ।[୧]

ବିପଦ ସମ୍ପାଦନା

ପରିବାସ କ୍ଷୟ ଏବଂ ଏମାନଙ୍କ ଭୌଗୋଳିକ କ୍ଷେତ୍ରର ବିଖଣ୍ଡନ ସୁମାତ୍ରା ବଳିଆ କୁକୁରଙ୍କ ପାଇଁ ସବୁଠାରୁ ବଡ଼ ବିପଦ । ଇଣ୍ଡୋନେସିଆର ବିଭିନ୍ନ ସଂରକ୍ଷିତ ଅଞ୍ଚଳରେ ରହୁଥିଲେ ସୁଦ୍ଧା ଉପରୋକ୍ତ ଦୁଇ କାରଣ ସୁମାତ୍ରାର ବଳିଆ କୁକୁରଙ୍କ ପ୍ରତି ଏକ ବଡ଼ ବିପଦ । ବୃକ୍ଷ ଛେଦନ, କୃଷିଭୂମି ସମ୍ପ୍ରସାରଣ, ତାଳ ଓ ରବର ରୋପଣ, ଗୋରୁଗାଈଙ୍କ ଚରିବା, ଆଧୁନିକ ଭିତ୍ତିଭୂମି ସମ୍ପ୍ରସାରଣ – ଏପରି ଅନେକ କାରଣରୁ ପରିବାସ କ୍ଷୟର ମାତ୍ରା କ୍ରମଶଃ ବଢ଼ୁଛି ।[୧] IUCN ଏହି ଜୀବକୁ ସଙ୍କଟାପନ୍ନ (Endangered) ଶ୍ରେଣୀରେ ତାଲିକାଭୁକ୍ତ କରିଛି ।

ପ୍ରଜନନ ଓ ଜୀବନ ଚକ୍ର ସମ୍ପାଦନା

ସୁମାତ୍ରା ବଳିଆ କୁକୁରୀର ଗର୍ଭଧାରଣ ସମୟ ହାରାହାରି ୬୦-୬୨ ଦିନ । ଗୋଟିଏ ମାଈ କୁକୁର ଥରକେ ୩-୪ଟି ଶାବକଙ୍କୁ ଜନ୍ମ ଦିଏ । ବେଳେବେଳେ ମାଈଟିଏ ଏକାଥରକେ ୧୨ଟି ଛୁଆ ଜନ୍ମ ଦେବା ମଧ୍ୟ ଦେଖାଯାଇଛି ।[୫]

ବଣରେ ଏକ ବଳିଆ କୁକୁରର ଜୀବନ କାଳ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ହୋଇପାରେ । ଜନ୍ତା ବା ଚିଡ଼ିଆଘରେ ରଖିଲେ ଏମାନେ ୧୬ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ଦେଖାଯାଇଛି ।[୫]


ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ Kamler, J.F.; Songsasen, N.; Jenks, K.; Srivathsa, A.; Sheng, L. & Kunkel, K. (2015). "Cuon alpinus". 2015: e.T5953A72477893. doi:10.2305/IUCN.UK.2015-4.RLTS.T5953A72477893.en. {{cite journal}}: Cite journal requires |journal= (help)
  2. Wozencraft, C. W. (2005). [ସୁମାତ୍ରା ବଳିଆ କୁକୁର at Google Books "Order Carnivora"]. In Wilson, D. E.; Reader, D. M. (eds.). Mammal Species of the World: A Taxonomic and Geographic Reference. Vol. 1 (3rd ed.). Johns Hopkins University Press. p. 578. ISBN 978-0-8018-8221-0. {{cite book}}: Check |chapter-url= value (help)
  3. Charles Knight & Company (1845). The History of the Dog: Its Origin, Physical and Moral Characteristics, and Its Principal Varieties.
  4. Lydekker, R. (1907). The game animals of India, Burma, Malaya, and Tibet. London: R. Ward Limited.
  5. ୫.୦ ୫.୧ ୫.୨ ୫.୩ https://www.thesumatracameratrapproject.com/species/dhole.html. {{cite web}}: Cite has empty unknown parameter: |1= (help); Missing or empty |title= (help)
  6. Iyengar, A.; Babu, V. N.; Hedges, S.; Venkataraman, A. B.; Maclean, N. & P. A. Morin (2005). "Phylogeography, genetic structure, and diversity in the dhole (Cuon alpinus)" (PDF). Molecular Ecology. 14 (#8): 2281–2297. doi:10.1111/j.1365-294X.2005.02582.x. PMID 15969714.
  7. Mivart, G. (1890), Dogs, Jackals, Wolves and Foxes: A Monograph of the Canidæ, London : R.H. Porter : Dulau, pp. 177–88
  8. "Sumatran secrets start to be revealed by high altitude camera trapping - Fauna & Flora International". www.fauna-flora.org.

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା