ହିନ୍ଦୁ ପୁରାଣ ରାମାୟଣର ଏକ ପ୍ରମୁଖ ଚରିତ୍ର ହେଉଛି ସୁଗ୍ରୀବ । ସେ ଥିଲେ ବାନର ରାଜ ବାଳୀଙ୍କ ଭାଇ । ହନୁମାନଙ୍କ କାରଣରୁ ଭଗବାନ ଶ୍ରୀ ରାମଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ବାଲ୍ମିକୀ ରଚିତ ରାମାୟଣ ତଥା ଗୋସ୍ମାମୀ ତୁଳସୀଦାସ ରଚିତ ଶ୍ରୀରାମଚରିତମାନସରେ ଏହାର ବିସ୍ତୃତ ବର୍ଣ୍ନନା ରହିଛି । ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ସହିତ ବନ୍ଧୁତା ସ୍ଥାପନ ହେବା ସମୟରେ ସେ ତାଙ୍କ ଭାଇ ବାଳୀର ଭୟରେ ହନୁମାନ ତଥା ଅନ୍ୟ ବାନର ବନ୍ଧୁମାନଙ୍କ ସହ ଋଷ୍ୟମୂକ ପର୍ବତରେ ରହୁଥିଲେ । ସମୁଦ୍ରରେ ସେତୁ ବନ୍ଧ ବାନ୍ଧି ଲଙ୍କା ଯାଇ ସୀତାଙ୍କୁ ଉଦ୍ଧାର କରିବାରେ ସୁଗ୍ରୀବ ହିଁ ପ୍ରଭୁ ରାମଙ୍କୁ ବନର ସେନା ଯୋଗାଇବା ସହ ନିଜେ ମଧ୍ୟ ସହାୟତା କରିଥିଲେ ।

ବାଳୀସହ ଶତ୍ରୁତା ସମ୍ପାଦନା

ଦୁନ୍ଦୁଭିର ବଡ଼ ଭାଇ ମାୟାବୀ ସହ ବାଳୀର କୌଣସି କାରଣରୁ ବହୁତ ପୁରୁଣା ଶତ୍ରୁତା ରହିଥିଲା । ମାୟାବୀ ଗୋଟିଏ ରାତିରେ କିଷ୍କିନ୍ଧ୍ୟାକୁ ଆସି ବାଳୀକୁ ଦ୍ୱନ୍ଦ ଯୁଦ୍ଧର ଆହ୍ୱାନ କରିଥିଲେ । ଯୁଦ୍ଧର ଡ଼ାକରାକୁ ଗ୍ରହଣ କରିବା ପରେ ଉଭୟଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଶେଷରେ ଯୁଦ୍ଧଭୂମିରୁ ପଳାୟନ କରୁଥିବା ମାୟାବୀର ପିଛାକରି ବାଳି ତାଙ୍କ ପଛେ ପଛେ ଗୋଡାଇବାକୁ ଲାଗିଲେ । ସାଥିରେ ଭାଇ ସୁଗ୍ରୀବ ମଧ୍ୟ ଥିଲେ । ବାଳୀର ଭୟରେ ମାୟାବୀ ଅସୁର କିଛି ଦୂରରେ ଥିବା ଏକ ଭୂ-ମଧ୍ୟ ଗହ୍ୱର ମଧ୍ୟରେ ପ୍ରବେଶ କରିଗଲା । ବାଳୀ ମଧ୍ୟ ତାକୁ ଅନୁସରଣ କରି ତା ପଛେ ପଛେ ଯାଇ ଗହ୍ୱର ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ସେ ମାୟାବୀକୁ ହତ୍ୟା କରି ଫେରି ଆସିବା ଯାଏଁ ସେ ଏହି ଗହ୍ୱରର ମୁହଁରେ ଜଗି ରହିବାକୁ ସୁଗ୍ରୀବକୁ ନିର୍ଦ୍ଦେଶ ଦେଇଥିଲେ । ଏହିପରି ଭାବରେ ପ୍ରାୟ ଏକ ବର୍ଷ ଅପେକ୍ଷା କରିବା ପରେ ଗହ୍ୱର ମଧ୍ୟରୁ ରକ୍ତ ବୋହିବାକୁ ଲାଗିଲା । ଏହା ସାଙ୍ଗକୁ ସେ ମାୟାବୀର ଚିତ୍କାର ଶୁଣିବାକୁ ପାଇଲେ । ତେବେ ଭାଇ ବାଳୀଙ୍କର କୌଣସି ଉତ୍ତର ନ ପାଇ ସେ ଭାବିଲେ ଯେ ଯୁଦ୍ଧରେ ବାଳୀଙ୍କର ମୃତ୍ୟୁ ହୋଇଯାଇଛି । ଏହା ଭାବି ସେ ସେହି ଗହ୍ୱରର ମୁଖକୁ ପଥରରେ ବନ୍ଦ କରି କିଷ୍କିନ୍ଧ୍ୟାକୁ ଫେରିଥିଲେ ଏବଂ ସେଠାରେ ସେ ସମସ୍ତଙ୍କୁ ଏହି ଖବର ଜଣାଇଥିଲେ । ମନ୍ତ୍ରୀମାନେ ତାଙ୍କ ସହିତ ପରାମର୍ଶ କରିବା ପରେ ସୁଗ୍ରୀବଙ୍କୁ ରାଜ ମୁକୁଟ ପିନ୍ଧାଇ ରାଜ୍ୟ ଭାର ଅର୍ପଣ କରିଥିଲେ । ବାଳି ସତରେ ସେହି ଯୁଦ୍ଧରେ ନିହତ ହୋଇ ନ ଥିଲେ । କିଛି ଦିନପରେ ବାଳୀ ରାଜ୍ୟକୁ ଫେରି ଆସି ସେଖନ୍ତି ତ ସୁଗ୍ରୀବ ରାଜା ହୋଇ ବସିଛି । ଏହା ଦେଖି ବାଳି ବହୁତ ରାଗିଗଲେ । ସୁଗ୍ରୀବ ତାଙ୍କୁ ମନାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ବାଳୀ ତାଙ୍କ କଥା ଶୁଣିଲେ ନାହିଁ ଏବଂ ସୁଗ୍ରୀବଙ୍କ ପତ୍ନୀ ରୁମାଙ୍କୁ ହରଣ କରି ସେ ସୁଗ୍ରୀବଙ୍କୁ ରାଜ୍ୟରୁ ବହିଷ୍କାର କଲେ । ଭୟ ହେତୁ ସୁଗ୍ରୀବ ଋଷ୍ୟମୂକ ପର୍ବତରେ ଆଶ୍ରୟ ନେଇଥିଲେ କାରଣ ଅଭିଶାପ ହେତୁ ବାଳୀ ସେହି ସ୍ଥାନକୁ ଯାଇପାରି ନ ଥିଲେ । ଇତି ମଧ୍ୟରେ ହନୁମାନଙ୍କ କାରଣରୁ ରାମଙ୍କ ସହ ସୁଗ୍ରୀବଙ୍କ ଭେଟ ହୋଇଥିଲା ।

ଏହା ପରେ ରାମଙ୍କ ପରାମର୍ଶ କ୍ରମେ ସୁଗ୍ରୀବ ଆସି ବାଳୀ ସ‌ହିତ ଯୁଦ୍ଧ କଲେ ଓ ଲୁଚିରହିଥିବା ରାମଙ୍କର ତୀର ଆଘାତରେ ପାଇ ମୃତ୍ୟୁ ବରଣ କରିଥିଲେ । ସତୀ ତାରା କ୍ରୋଧିତ ହୋଇ ଶ୍ରୀରାମଙ୍କୁ ଅଭିଶାପ ଦେବା କେତେକ ଗ୍ରନ୍ଥରେ ଲେଖାଅଛି ।[୧] ଏହା ପରେ ସୁଗ୍ରୀବ ରାଜା ହୋଇ ତାରାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ ।

ଆଧାର ସମ୍ପାଦନା

  1. "Friendship of Śrī Rāma & Sugreeva, and Vāli Vadh by Śrī Rāma". lordrama.co.in. Retrieved 16 February 2021.