ସୁଖନା ହ୍ରଦ ଭାରତୀୟ ରାଜ୍ୟ ହରିୟଣାର ଚଣ୍ଡିଗଡଠାରେ ଅବସ୍ଥିତ ଏକ ଜଳାଶୟ । ଏହା ହିମାଳୟ ପର୍ବତ ସାନୁହର ପାଦ ଦେଶରେ ରହିଛି । ତେବେ ଏହା ଏକ ବର୍ଷାଜଳ ଗ୍ରହନକାରୀ ହ୍ରଦ ଓ ଏହାର ଆୟତନ 3 ବର୍ଗ କିଲୋମିଟର । ଏହାକୁ 1958 ମସିହାରେ ସୁଖନା ଜୋର ନାମକ ନାଳରେ ଡେମ ନିର୍ମାଣ କରି ଦ୍ରୁଷ୍ଟି କରାଯାଇଥିଲା । ଏହାର ଜଳ ଧାରଣ ଅଞ୍ଚଳରୁ ବହୁପରିମାଣର ପଟୁ ମାଟି ଆସୁଥିବାରୁ ଏହା ଉପରସ୍ଥ 24.42 ବର୍ଗ କିଲୋମିଟର ଅଞ୍ଚଳକୁ ଅଧିଗ୍ରହଣ କରାଯାଇ ସେଠାରେ ଜଙ୍ଗଲ ସୃଷ୍ଟି କରାଯାଇ ଭୂମି ସ୍ଖଳନକୁ ରୋକା ଯାଇଥିଲା । ବର୍ତ୍ତମାନ ସୁଖନା ନାଳ ଏହି ହ୍ରଦରେ ନ ପଡି ଅନନ୍ୟ ଦିଗରେ ଯାଉଛି । 

ଚଣ୍ଡିଗଡର ସୁଖନା ହ୍ରଦ 
ସୁଖନା ହ୍ରଦରୁ ସୂର୍ଯ୍ୟାସ୍ତ  ର ଦୃଶ୍ୟ 

ଇତିହାସ  ସମ୍ପାଦନା

ଏହି ହ୍ରଦ ତତ୍ କାଳୀନ ମୁଖ୍ୟ ଇଞ୍ଜିନିଅର ଓ ଲେ ଲୋର୍ବୁସିଅର ନାମକ ବିଦେଶୀୟଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହାର ପ୍ରକୃତିକ ପରିବେଶ ବଜାୟ ରଖିବାକୁ ଏଠାରେ ମୋଟର ବୋଟ ଚାଳନ ତଥା ଏହା ଉପରସ୍ଥ ବନ୍ଧରେ ଜାଣ ବହନ ଚଳାଚଳ ନିଷେଧ କରାଯାଇଥାଏ । ଏହି ବନ୍ଧ ନିକଟରେ ଏକ ଗଲ୍ଫ କୋର୍ସ ଓ ନେକ ଚାନ୍ଦଙ୍କ ପ୍ରସିଦ୍ଧ ' ଚଣ୍ଡିଗଡ ରକ ଗାର୍ଡେନ' ରହିଛି । 

ଲୋକ କଥା  ସମ୍ପାଦନା

ଏହି ଅଞ୍ଚଳର ଲୋକଙ୍କ ଏହି ହ୍ରଦ ସହ ଘନିଷ୍ଠ ସମ୍ପର୍କ ଥାଏ । ବନ୍ଧା ଉପରସ୍ଥ ରାସ୍ତାରେ ସ୍ଥାନୀୟ ଲୋକ ଭ୍ରମଣ କରିଥାନ୍ତି । ସନ୍ଧ୍ଯା କାଳୀନ ଦୃଶ୍ୟ ଏଠାରେ ଖୁବ ମନୋହର ହେଇଥିବାରୁ ଚିତ୍ରକରମାନେ ଏହାର ଚିତ୍ର ତିଆରି କରିଥାନ୍ତି । ଏହି ହ୍ରଦରେ ବୋଟିଙ୍ଗ , ସ୍କେଟିଙ୍ଗ ଆଦି ଜଳ କ୍ରୀଡ଼ାର ବ୍ୟବସ୍ଥା ରହିଛି । 

ପକ୍ଷୀ ବିହାର

ଏହି ହ୍ରଦରେ ଶୀତ କାଳ  ରେ ଅନେକ ସଂଖ୍ୟାରେ ବିଦେଶାଗତ ପକ୍ଷୀ ସମବେତ ହେଇ ଆକର୍ଷଣକୁ ବହୁଗୁଣିତ କରନ୍ତି । ସାଇବେରିଆନ ଡକ , କ୍ରେନ , ସ୍ଟ୍ରୋକ ଆଦି ପ୍ରଜାତିର ପକ୍ଷୀ ଏଠାରେ ଶିତ ଋତୁରେ ରହୁଥିବାରୁ ଏହାକୁ ଭାରତ ସରକାରଙ୍କଦ୍ୱାରା ଏକ ସଂରକ୍ଷିତ ଅଞ୍ଚଳ ଘୋଷଣା କରାଯାଇଛି । 

ଉନ୍ନୟନ ଓ ରକ୍ଷଣାବେକ୍ଷଣ ସମ୍ପାଦନା

ଏଠାରେ ଚଣ୍ଡିଗଡ ପ୍ରଶାସନଦ୍ୱାରା ବଡ ଆକାରର ମାଛ ନ ଧରିବାକୁ ଆଦେଶ ଦେଇଛନ୍ତି ।  [୧]

ଏହି ହ୍ରଦ ଅଞ୍ଚଳର ଆହୁରି ଉନ୍ନୟନ ପାଇଁ ଚଣ୍ଡିଗଡ ପ୍ରଶାସନ ତରଫରୁ 2.73 କୋଟି ଟଙ୍କାର ଯୋଜନା କରାଯାଇ କେନ୍ଦ୍ର ସରକାରଙ୍କ ଅନୁମତି ହାସଲ କରିଛି । [୨]

ସମସ୍ୟା ସମ୍ପାଦନା

 
Sukhna Lake in Chandigarh

 ହ୍ରଦରେ ଗୁଳ୍ମ ଜାତୀୟ ବୃକ୍ଷ[୩]ର ଅତିଶୟ ବୃଦ୍ଧହୀ ଯୋଗୁ ସମସ୍ୟା ସୃଷ୍ଟି ହେଇଛି ।ଏହା ସହିତ ପଟୁ ମାଟି ର[୪][୫] ପତନ ମଧ୍ୟ ଚିନ୍ତାଜନକ ସ୍ଥିତିରେ ରହୁଛି । ଏକ ପ୍ରକଳ୍ପ ମାଧ୍ୟମରେ ଏହାର ସମାଧାନ ପାଇଁ ଚେଷ୍ଟା ଚାଲିଛି । [୬]  ପୁଣି ପଞ୍ଜାବ ଓ ହରିୟଣାର ଏହାର ମାଲିକାନା ନେଇ ବିବାଦ ଚାଲିଛି । [୭][୮]

ହ୍ରଦର ମୂଳ ଜଳ ଧାରଣ କ୍ଷ୍ୟମତା ପତୁମତୀ ଯୋଗୁ ବର୍ତ୍ତମାନ 56%କୁ ଆସିଯାଇଥିବା ବେଳେ ବର୍ଷା କାଳରେ ଏହା ଆହୁରି ବୃଦ୍ଧହୀ ହୁଏ । [୩][୪][୫][୮]

 
ଚଣ୍ଡିଗଡର ସୁଖନା ହ୍ରଦ 

ପୁନଶ୍ଚ ଦେଖଣା  ସମ୍ପାଦନା

  • Garden of Silence

ଆଧାର  ସମ୍ପାଦନା

  1. http://merachandigarh.org/index.php?news=50[permanent dead link]
  2. (http://merachandigarh.org/chandigarh-news/sukhna-lake-new-union-fund-deveopment.html Archived 2019-02-26 at the Wayback Machine. Sukhna Lake, New Lake Gets Fresh Union Fund for Development
  3. ୩.୦ ୩.୧ {{cite web}}: Empty citation (help)
  4. ୪.୦ ୪.୧ {{cite web}}: Empty citation (help)
  5. ୫.୦ ୫.୧ {{cite web}}: Empty citation (help)
  6. {{cite web}}: Empty citation (help)
  7. http://www.tribuneindia.com/2012/20120422/cth1.htm.
  8. ୮.୦ ୮.୧ {{cite web}}: Empty citation (help)

ବାହାର ଲିଙ୍କ  ସମ୍ପାଦନା