ପୃଥିବୀର କୌଣସି ସ୍ଥାନରେ ଭୂମିକମ୍ପ ଘଟିଲେ, ଭୂମିକମ୍ପ କେନ୍ଦ୍ରରୁ ପ୍ରଚୁର ପରିମାଣରେ ଶକ୍ତି ତରଙ୍ଗ ସୃଷ୍ଟି ହୋଇ ଚାରିଆଡ଼କୁ ଗତି କରୁଥାଏ । ଏହା ଫଳରେ ପୃଥିବୀ ପୃଷ୍ଠରେ କମ୍ପନ ସୃଷ୍ଟିହୁଏ । ଏହାକୁ ମାପ କରିବା ପାଇଁ ଯେଉଁ ଯନ୍ତ୍ର ବ୍ୟବହାର କରାଯାଏ ତାହାକୁ ସିସ୍ମୋଗ୍ରାଫ୍ ବା ଭୂକମ୍ପ ଲେଖି ଯନ୍ତ୍ର କୁହାଯାଏ । ଏହି ଉପକରଣଟିରେ ଭୂମିକମ୍ପ ସମୟରେ ପୃଥିବୀ ପୃଷ୍ଠରେ କମ୍ପନକୁ ଚିହ୍ନଟ କରି ତାହାକୁ ଲିପିବଦ୍ଧ କରାଯିବାର ବ୍ୟବସ୍ଥା ରହିଥାଏ ।

ସାଧାରଣ କାର୍ଯ୍ୟ କୌଶଳ ସମ୍ପାଦନା

ସିସେମୋମିଟର ଉପକରଣଟି ଓଜନିଆ ହୋଇଥିବାରୁ ଭୂମିକମ୍ପ ସମୟର ପୃଥିବୀ ପୃଷ୍ଠରେ ସମସ୍ତ ବସ୍ତୁ ଦୋଳନ କରୁଥିଲେ ମଧ୍ୟ ତାହା ନିଜ ସ୍ଥାନରେ ଦୃଢ଼ ଭାବରେ ରହିଥାଏ । ମାତ୍ର ଭୂମିକମ୍ପର ପ୍ରଭାବରେ ଏଥିରେ ଥିବା ଲିଭରଟି ଦୋଳନ କରୁଥାଏ । ଲିଭରଟିର ଦୋଳନକୁ ଗୋଟିଏ ଘୂରୁଥିବା ଡ୍ରମ ଉପରେ କାଗଜ ଖଞ୍ଜି ତାହା ଉପରେ ଲିପିବଦ୍ଧ କରାଯିବାର ବ୍ୟବସ୍ଥା ରହିଥାଏ । ସେହି ତଥ୍ୟରୁ ଭୂମିକମ୍ପ ସମ୍ପର୍କରେ ସୂଚନା ମିଳିଥାଏ । ଏଥିରୁ ଭୂମିକମ୍ପ ସୃଷ୍ଟିର ସ୍ଥାନ, ସମୟ ଓ ପରିମାଣ ଗଣନା କରାଯାଏ ।

ଇତିହାସ ସମ୍ପାଦନା

ପ୍ରଥମେ ୧୮୫୫ ମସିହାରେ ଇଟାଲିର ଲୁଇଗି ପାଲ୍ମିରି ଗୋଟିଏ ସିସ୍ମୋଗ୍ରାଫ ଯନ୍ତ୍ର ଉଦ୍ଭାବନ କରିଥିଲେ । ମାତ୍ର ୧୮୮୦ ମସିହାରେ ଜନ୍ ମିଲ୍ନେ ଏକ ଆଧୁନିକ ସିସ୍ମୋଗ୍ରାଫ ତିଆରି କରିଥିଲେ ।

ଆଧୁନିକ ଉପକରଣ ସମ୍ପାଦନା

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା