ସାୟେଶା ସୈଗଲ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ

‌ସାୟେଶା ସୈଗଲ‌ (ଜନ୍ମ: ୧୨ ଅଗଷ୍ଟ ୧୯୯୭) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ।[୧] ସାୟେଶା ହିନ୍ଦୀ, ତେଲୁଗୁ ଏବଂ ତାମିଲ କଥାଚିତ୍ରରେ ଅଭିନୟ କରିଛନ୍ତି ।[୨] ସାୟେଶାଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ୨୦୧୫ର ତେଲୁଗୁ ଚଳଚ୍ଚିତ୍ର ‌ଅଖିଳ‌ । ଅଭିନେତା ଅକ୍କିନେନି ନାଗାର୍ଜୁନଙ୍କ ସାନ ପୁଅ ଅକ୍କିନେନି ଅଖିଳଙ୍କ ପ୍ରଥମ ଚଳଚ୍ଚିତ୍ରରେ ସାୟେଶାଙ୍କୁ ନାୟିକା ଭାବରେ ଅଭିନୟର ପ୍ରଥମ ସୁଯୋଗ ମିଳିଥିଲା । ଏହାପରେ ସେ ୨୦୧୬ରେ ହିନ୍ଦୀ କଥାଚିତ୍ର ‌ଶିବାୟ‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩][୪]

ସାୟେଶା ସୈଗଲ
୨୦୧୬ରେ ଇନ୍ଦୋରରେ ‌ଶିବାୟ‌ର ଟ୍ରେଲର ଲଞ୍ଚବେଳେ ସାୟେଶା ।
Born (1997-08-12) ୧୨ ଅଗଷ୍ଟ ୧୯୯୭ (ବୟସ ୨୬)
Occupationଚଳଚ୍ଚିତ୍ର ଅଭିନେତ୍ରୀ
Parent(s)ସୁମୀତ ସୈଗଲ
ଶାହୀନା ବାନୁ
Familyଦିଲୀପ କୁମାର (ଜେଜେ)
ସାଇରା ବାନୁ (ଜେଜିମା)
Websitesayyeshaa.com

ପ୍ରାରମ୍ଭିକ ଜୀବନ ସମ୍ପାଦନା

ସାୟେଶା ୧୨ ଅଗଷ୍ଟ ୧୯୯୭ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସାୟେଶାଙ୍କ ବାପା ସୁମୀତ ସୈଗଲ ଜଣେ କଥାଚିତ୍ର ଅଭିନେତା ଏବଂ ମାଆ ଶାହୀନା ବାନୁ ମଧ୍ୟ କଥାଚିତ୍ର ଅଭିନେତ୍ରୀ । ସାୟେଶାଙ୍କର ଜେଜେ ହେଉଛନ୍ତି ବରିଷ୍ଠ ଅଭିନେତା ଦୀଲିପ କୁମାର ଏବଂ ଜେଜିମା ସାଇରା ବାନୁ ମଧ୍ୟ କଥାଚିତ୍ର ଅଭିନେତ୍ରୀ ।[୫] ସାୟେଶା ଛୋଟବେଳୁ ନୃତ୍ୟ ଶିକ୍ଷା କରିଥଲେ । କଳାକାର ପରିବାରରୁ ହୋଇଥିବାରୁ ତାଙ୍କୁ ଅଭିନୟର ଶିକ୍ଷା ନିଜ ଘରୁ ମିଳିଥିଲା ।

ଅଭିନୟ ଜୀବନ ସମ୍ପାଦନା

୨୦୧୫ରେ ସାୟେଶା ତେଲୁଗୁ କଥାଚିତ୍ର ଅଭିନେତା ଅକ୍କିନେନି ନାଗାର୍ଜୁନଙ୍କ ସାନ ପୁଅ ଅକ୍କିନେନି ଅଖିଳଙ୍କ ପ୍ରଥମ ଚଳଚ୍ଚିତ୍ର ‌ଅଖିଳ‌ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ତେଲୁଗୁ କଥାଚିତ୍ର ଅଭିନେତା ନିତୀନ । ଏହାପରେ ୨୦୧୬ରେ ସାୟେଶା ଅଭିନେତା ଅଜୟ ଦେବଗନଙ୍କ ସ‌ହ ହିନ୍ଦୀ କଥାଚିତ୍ର ‌ଶିବାୟ‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬]

୨୦୧୭ ଜୁଲାଇରେ ସାୟେଶାଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର ‌ବନମଗାନ୍‌ ମୁକ୍ତିଲାଭ କରିବ ।[୭]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୧୫: ଅଖିଳ (ତେଲୁଗୁ)
  • ୨୦୧୬: ଶିବାୟ (ହିନ୍ଦୀ)
  • ୨୦୧୭: ବନ‌ମଗାନ୍ (ତାମିଲ)
  • ୨୦୧୭: କରୁପ୍ପୁ ରାଜା ବେଲ୍ଲାଇ ରାଜା (ତାମିଲ)

ଆଧାର ସମ୍ପାଦନା

  1. Saigal, Sayyeshaa. "About Sayyeshaa". www.sayyeshaa.com (in ଇଂରାଜୀ). Archived from the original on 12 April 2017. Retrieved 6 May 2017.
  2. "‘I DIDN’T GET THIS FILM FOR MY FAMILY CONNECTIONS’"
  3. "Sayyeshaa goes on learning spree with Ajay Devgn starrer Shivaay"
  4. "Ajay Devgn's discovery Sayyeshaa is turning heads - Times of India". Retrieved 6 May 2017.
  5. "Saira Banu's grand niece Sayyeshaa –". Archived from the original on 2015-02-13. Retrieved 11 February 2015.
  6. "Sayesha Saigal to debut in Ajay Devgn's Shivay". 24 October 2014. Retrieved 6 May 2017.
  7. "sayesha saigal on Vanamagan". Archived from the original on 10 April 2017. Retrieved 6 May 2017.

ଅଧିକ ତ‌ଥ୍ୟ ସମ୍ପାଦନା