ସାନା ଖାନ

ଭାରତୀୟ ଅଭିନେତ୍ରୀ

ସାନା ଖାନ (ଜନ୍ମ: ୨୧ ଅଗଷ୍ଟ ୧୯୮୮) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ମଡେଲ ଏବଂ ନର୍ତ୍ତକୀ ।[୩][୪] ସାନା ଜଣେ ମଡେଲ ଭାବରେ ବିଜ୍ଞାପନରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ମୁଖ୍ୟତଃ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର, ଦୂରଦର୍ଶନ ବିଜ୍ଞାପନ, ଚଳଚ୍ଚିତ୍ରରେ ନୃତ୍ୟ, ଦୂରଦର୍ଶନ କାର୍ଯ୍ୟକ୍ରମ ଇତ୍ୟାଦିରେ କାମ କରିଛନ୍ତି । ୫ଟି ଭାଷାର ପ୍ରାୟ ୧୪ଟ ଚଳଚ୍ଚିତ୍ରରେ ସେ ଅଭିନୟ କରିବା ସ‌ହ ପାଖାପାଖି ୫୦ରୁ ଅଧିକ ବିଜ୍ଞାପନରେ କାମ କରିଛନ୍ତି । [୩]

ସାନା ଖାନ
୨୦୧୬ର ଆନ୍ତର୍ଜାତୀୟ ଭାରତୀୟ ସଙ୍ଗୀତ ସମ୍ମାନ ସମାରୋହରେ ସାନା ।
Born (1988-08-21) ୨୧ ଅଗଷ୍ଟ ୧୯୮୮ (ବୟସ ୩୫)[୧][୨]
Nationalityଭାରତୀୟ
Occupation(s)ଅଭିନେତ୍ରୀ, ମଡେଲ, ନର୍ତ୍ତକୀ
Years active୨୦୦୫-ଏବେଯାଏଁ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ସାନା ୨୧ ଅଗଷ୍ଟ ୧୯୮୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା କନ୍ନୁର୍, କରେଳରୁ ଏବଂ ମାଆ ସାଇଦା ମୁମ୍ବାଇରୁ ।[୫] ସାନା ମୁମ୍ବାଇରେ ତାଙ୍କର ଦ୍ୱାଦଶ ଶ୍ରେଣୀ ଯାଏଁ ପଢ଼ିଛନ୍ତି । ଅଳ୍ପ ବୟସରୁ ମଡେଲିଂରେ ଯୋଗଦେବା କାରଣରୁ ସେ ଆଉ ଅଧିକ ପଢ଼ିନାହାନ୍ତି ।

ଅଭିନୟ ଜୀବନ ସମ୍ପାଦନା

ଚଳଚ୍ଚିତ୍ର ସମ୍ପାଦନା

ମାର୍ଚ୍ଚ ୨୦୦୫ରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ୟେ ହୈ ହାଇ ସୋସାଇଟି ଜରିଆରେ ସାନା କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୬] ଏଥି ସ‌ହ ଦୂରଦର୍ଶନର ବିଜ୍ଞାପନ ଏବଂ ଅନ୍ୟାନ୍ୟ ବିଜ୍ଞାପନ ମାନଙ୍କରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଡିସେମ୍ବର ୨୦୦୮ରେ ମୁକ୍ତିଲାଭ କରିଥିବା ତାମିଲ କଥାଚିତ୍ର ସିଲମ୍ବଟ୍ଟାମ୍ ଜରିଆରେ ସାନା ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୭] ଅଭିନେତା ଶାହାରୁଖ ଖାଁଙ୍କ ସ‌ହ ସାନାଙ୍କର ଏକ ବିଜ୍ଞାପନ ଦେଖିବା ପରେ ଏହି ଚଳଚ୍ଚିତ୍ରର ମୁଖ୍ୟ ନାୟକ ସିଲାମ୍ବରସନ୍ ରାଜେନ୍ଦ୍ର ସାନାଙ୍କୁ ନିଜ ତରଫରୁ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ପ୍ରସ୍ତାବ ଦେଇଥିଲେ ।[୫][୩] ଏହି ଚଳଚ୍ଚିତ୍ର ପାଇଁ ସେ ୨୦୦୯ରେ ITFAର ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ ।[୮][୯]

ଏହାପରେ ୨୦୧୦ରେ ସେ ତେଲୁଗୁ କଥାଚିତ୍ର କଲ୍ୟାଣରାମ କାଥି ଜରିଆରେ ଅଭିନେତା ନନ୍ଦମୁରୀ କଲ୍ୟାଣ ରାମଙ୍କ ସ‌ହ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୦]

୨୦୧୧ରେ ସାନା କନ୍ନଡ଼ କଥାଚିତ୍ର କୁଲ୍ ଜରିଆରେ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୧ ସେପ୍ଟେମ୍ବରରେ ତାଙ୍କର ପରବର୍ତ୍ତୀ ତାମିଲ କଥାଚିତ୍ର ମୁକ୍ତିଲାଭ କରିଥିଲେ ।[୧୧][୯] ପରେ ୨୦୧୨ରେ ଏକ ତେଲୁଗୁ ଚଳଚ୍ଚିତ୍ର ମିଷ୍ଟର ନୂକାୟାରେ ସାନା ଜଣେ ୱେଟର ଭାବରେ ଅଭିନୟ କରିଥିଲେ ।[୧୨] ମଇ ୨୦୧୩ରେ ସାନାଙ୍କର ପ୍ରଥମ ମାଲାୟଲମ୍ ଚଳଚ୍ଚିତ୍ର କ୍ଲାଇମାକ୍ସ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର କାହାଣୀ ପ୍ରାକ୍ତନ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ଜିବନୀ ଉପରେ ନିର୍ମିତ ହିନ୍ଦୀ କଥାଚିତ୍ର ଦ ଡାର୍ଟି ପିକ୍ଚର୍ସର କାହାଣୀ ପରି ଥିଲା ।[୧୩][୧୪][୧୫] ୨୦୧୩ରେ ସାନାଙ୍କର ଷଷ୍ଠ ତାମିଲ କଥାଚିତ୍ର ଥଲାଇଭାନ୍ ମୁକ୍ତିଲାଭ କରିଥିଲା ।[୧୬]

୨୦୧୪ରେ ସାନା ଅଭିନେତା ସଲମାନ ଖାଁଙ୍କ ଚଳଚ୍ଚିତ୍ର ଜୟ ହୋରେ ଖଳନାୟିକା ଭାବରେ ଅଭିନୟ କରିଥିଲେ ।[୧୭][୧୮] ପରେ ସାନା ଅଭିନେତା ସରମଣ ଜୋସୀ ଏବଂ ଗୁରୁମୀତ ଚୌଧୁରୀଙ୍କ ସ‌ହ[୧୯][୨୦][୨୧] ବଜା ତୁମ୍ ହୋ କଥାଚିତ୍ରରେ ଅଭିନୟ କରିଥିଲେ ।[୨୨]

ଦୂରଦର୍ଶନ ବିଜ୍ଞାପନ ସମ୍ପାଦନା

ସାନା ପାଖାପାଖି ୫୦ଟିରୁ ଅଧିକ ବିଜ୍ଞାପନରେ ଅଭିନୟ କରିଛନ୍ତି ।[୩] ଶିରିଶ୍ କୁନ୍ଦର୍‌ଙ୍କ ନିର୍ଦ୍ଦେଶିତ ଏକ କସ୍ମେଟିକ୍ ବିଜ୍ଞାପନରେ ସେ ୨୦୦୭ରେ ଅଭିନୟ କରିଥିଲେ ।[୨୩]

୨୦୦୭ରେ ସାନା ଅମୂଲ ମାଚୋର ବିଜ୍ଞାପନରେ ଅଭିନୟ କରିଥିଲେ ।[୨୪] ଏହି ବିଜ୍ଞାପନଟି ବିବାଦରେ ଘେରି ଯାଇଥିଲା, ଫଳରେ ଭାରତ ସରକାର ଏହି ବିଜ୍ଞାପନର ପ୍ରସାରଣ ଉପରେ ରୋକ୍ ଲଗାଇଥିଲେ ।[୨୫] ଏହାପରେ ପୁଣିଥରେ ସାନା ସେହି ବିଜ୍ଞାପନର ସିକୁଏଲ୍ କରିଥିଲେ, ଯାହାକି ୨୦୦୮ର ଫେବୃଆରୀରେ ମୁକ୍ତିଲାଭ କରିଥିଲା ।[୨୫]

ବିଗ୍ ବସ୍ ସମ୍ପାଦନା

୨୦୧୨ ଅକ୍ଟୋବରରେ ସାନା ବିଗ୍ ବସ୍‌ର ୬ଷ୍ଠ ସଂସ୍କରଣରେ ଭାଗନେଇଥିଲେ ।[୨୬] ଏହି କାର୍ଯ୍ୟକ୍ରମରେ ସେ ଅଧିକ ଲୋକପ୍ରିୟ ହୋଇଥିଲେ ଏବଂ ଶେଷଯାଏ ତିଷ୍ଠି ରହିଥିଲେ । ମାତ୍ର ୩ୟ ସ୍ଥାନରେ ରହିଥିଲେ ।[୨୭]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୦୫: ୟେ ହୈ ହାଇ ସୋସାଇଟି ([[ହିନ୍ଦୀ ଭଷା|ହିନ୍ଦୀ))
  • ୨୦୦୬: ଏ (ତାମିଲ)- ଅତିଥି କଳାକାର
  • ୨୦୦୭: ବମ୍ବେ ଟୁ ଗୋଆ (ହିନ୍ଦୀ)- ଅତିଥି କଳାକାର
  • ୨୦୦୭: ଧନ୍ ଧନାଧନ୍ ଗୋଲ୍ (ହିନ୍ଦୀ)- ଅତିଥି କଳାକାର
  • ୨୦୦୮: ସିଲାମ୍ବଟ୍ଟମ୍ (ତାମିଲ)
  • ୨୦୦୮: ହାଲ୍ଲା ବୋଲ୍ (ହିନ୍ଦୀ)
  • ୨୦୧୦: ଥମ୍ବିକୁ ଇନ୍ଦା ଓରୁ (ତାମିଲ‌)
  • ୨୦୧୦: କଲ୍ୟାଣରାମ କାଥି (ତେଲୁଗୁ)
  • ୨୦୧୧: ଗ‌ଗନମ୍ (ତେଲୁଗୁ)
  • ୨୦୧୧: ପାୟନମ୍ (ତାମିଲ)
  • ୨୦୧୧: କୁଲ୍ (କନ୍ନଡ଼)
  • ୨୦୧୧: ଆୟିରାମ୍ ଭିଲ୍ଲାକୁ (ତାମିଲ)
  • ୨୦୧୨: ମିଷ୍ଟର ନୂକାୟା(ତେଲୁଗୁ)
  • ୨୦୧୩: ଓରୁ ନ‌ଡ଼ିଗାୟାଁ ଡାଏରୀ (ତାମିଲ)
  • ୨୦୧୩: କ୍ଲାଇମେକ୍ସ (ମାଲାୟଲମ)
  • ୨୦୧୩: ଥଲାଇବାନ୍ (ତାମିଲ)
  • ୨୦୧୪: ଜୟ ହୋ (ହିନ୍ଦୀ)
  • ୨୦୧୬: ବଜା ତୁମ୍ ହୋ (ହିନ୍ଦୀ)
  • ୨୦୧୭: ଟେଲେଟ୍: ଏକ୍ ପ୍ରେମ୍ କଥା (ହିନ୍ଦୀ)

ଆଧାର ସମ୍ପାଦନା

  1. "Salman Khan's Mental heroine and former Bigg Boss contestant Sana Khan celebrated her 25th birthday in style at her home in Oshiwara, a north west suburb in Mumbai, on August 21".
  2. "Sana Khan celebrates birthday with Ajaz Khan, Rajeev Paul".
  3. ୩.୦ ୩.୧ ୩.୨ ୩.୩ Kumar, S. R. Ashok (18 February 2010). "My First Break – Sana Khan". The Hindu. Retrieved 16 May 2017.
  4. "Celeb cook in: Sana Khan".
  5. ୫.୦ ୫.୧ Pillai, Sreedhar (9 November 2008). "Simbu's new girl". Times of India. Archived from the original on 25 October 2012. Retrieved 16 May 2017.
  6. "Yehi Hai High Society". Hungama Digital Media Entertainment Pvt. Ltd. Retrieved 16 May 2017.
  7. "Silambattam gets ready for release". The Times of India. TNN. 16 December 2008. Archived from the original on 3 January 2013. Retrieved 16 May 2017.
  8. "Bigg Boss > Contestants > Sana Khan". Archived from the original on 9 October 2012. Retrieved 16 May 2017.
  9. ୯.୦ ୯.୧ "Sana Khan on aayiram vilakku Part 2". behindwoodstv (on Youtube). Retrieved 16 May 2017.
  10. Ramchander (12 November 2010). "Kalyanram Kathi – Movie Review". One Indian Entertainment/ Greynium Information Technologies Pvt. Ltd. Archived from the original on 16 April 2011. Retrieved 16 May 2017.
  11. "Tamil " Movies " Aayiram Vilakku". One India Entertainment/Greynium Information Technologies Pvt. Ltd. Archived from the original on 15 October 2012. Retrieved 16 May 2017.
  12. Dundoo, Sangeetha Devi (10 March 2012). "Mr. Nookayya: A thriller that meanders". The Hindu. Retrieved 16 May 2017.
  13. "Sana Khan as 'Silk' Smitha in Malayalam". The New Indian Express. Express Features. 16 June 2012. Archived from the original on 4 March 2016. Retrieved 16 May 2017.
  14. "First Look: Sana Khan as Silk Smitha in Climax". Rediff.com. 16 August 2012. Retrieved 16 May 2017.
  15. Nayar, Parvathy S (16 February 2013). "Sana Khan moves from the Bigg Boss house to a new house!". The Times of India. TNN. Archived from the original on 11 April 2013. Retrieved 16 May 2017.
  16. "Thalaivan". The Times of India. TNN. 13 August 2012. Archived from the original on 3 January 2013. Retrieved 16 May 2017.
  17. "Bigg Boss contestant Sana Khan feels blessed to act with Salman Khan". The Indian Express. PTI. 17 March 2013. Retrieved 16 May 2017.
  18. "Salman Khan to go 'Mental' with Sana Khan, Daisy and Tabu". Dubai Media Incorporated. 18 March 2013. Retrieved 16 May 2017.
  19. "Ready to witness live murder on TV?".
  20. "Sana Khan: Can't believe it's me in 'Wajah Tum Ho'". The Times of India. 6 August 2016. Retrieved 16 May 2017.
  21. "Sana Khan goes bold for erotic thriller Wajah Tum Ho". Bollywood Hungama. 4 April 2016. Retrieved 16 May 2017.
  22. Wajah Tum Ho: Why so much noise over intimate scenes, asks Sana Khan
  23. Padukone, Chaitanya (16 July 2007). "Sanaa fulfills her 'fantasy'". DNA. Retrieved 16 May 2017.
  24. "'Bigg Boss 6': Who is Sana Khan? Hint – 'Ye toh bada toing hai!'". IBNLive/IBN South. 8 October 2012. Archived from the original on 15 January 2013. Retrieved 16 May 2017.
  25. ୨୫.୦ ୨୫.୧ Mukhopadhyay, Sougata (20 February 2008). "Company launches banned innerwear ad's sequel". CNN-IBN. Archived from the original on 4 July 2009. Retrieved 16 May 2017.
  26. Thomas, Amy Rose (8 October 2012). "I will flaunt my age: Sana Khan". Postnoon. Archived from the original on 19 November 2012. Retrieved 16 May 2017.
  27. "Sana Khan wants to work in Bollywood". The Times of India. PTI. 13 January 2013. Archived from the original on 29 October 2013. Retrieved 16 May 2017.

ଅଧିକ ତ‌ଥ୍ୟ ସମ୍ପାଦନା