60°0′N 105°0′E / 60.000°N 105.000°E / 60.000; 105.000

ସାଇବେରିଆ (Siberian Tatar: Сибер (Siber))
Russian: Сибирь (Sibir)
Geographical region
       Siberian Federal District

       Geographic Russian Siberia

       North Asia
ଦେଶ Russia
ଅଞ୍ଚଳ North Asia
ସୀମାରେଖା West: Ural Mountains
North: Arctic Ocean
East: Pacific Ocean
South: Kazakhstan, Mongolia, PRC
ଭାଗ West Siberian Plain
Central Siberian Plateau
others...
Highest point Klyuchevskaya Sopka
 - elevation ୪,୬୪୯ m (୧୫,୨୫୩ ft)
Area ୧,୩୧,୦୦,୦୦୦ km2 (୫୦,୫୭,୯୩୮ sq mi)
Population ୪୦,୦୦୦,୦୦୦ (2010)
Density ୩ / km2 (୮ / sq mi)
ଗ୍ରୀଷ୍ମ ଦିନରେ ଦକ୍ଷିଣ ସାଇବେରିଆରେ କିଛି-କିଛି ଜାଗାରେ ଝରଣା ଏବଂ ସବୁଜିମା ଦେଖା ଯାଉଛି
ୟାକୁତ୍ସ୍କ ସହରରେ ୧୭ବିଂ ଶତାବ୍ଦୀରେ ତିଆରି ହୋଇଥିବା ଏକ ରୂସୀ ସୈନିକ-ଗୃହ

ସାଇବେରିଆ (ରୂସୀ: Сибирь, ଶିବିର) ଏକ ବିଶାଳ ଏବଂ ବିସ୍ତୃତ ଭୂକ୍ଷେତ୍ର ଅଟେ ଯେଉଁଥିରେ ପାଖାପାଖି ଉତ୍ତର ଏସିଆ ସମାୟିତ ହୋଇଛି । ଏହା ରୂସର ମଧ୍ୟ ଏବଂ ପୁର୍ବ ଭାଗରେ ରହିଛି । ସନ ୧୯୯୧ ପର୍ଯ୍ୟନ୍ତ ଏହା ସୋବିୟତ ସଂଘର ଭାଗ ହେଉଥିଲା । ସାଇବେରିଆର କ୍ଷେତ୍ରଫଳ ୧୩୧ ଲକ୍ଷ ବର୍ଗ କିମି ଅଟେ । ତୁଳନା ପାଇଁ ସମଗ୍ର ଭାରତର କ୍ଷେତ୍ରଫଳ ୩୨.୮ ଲକ୍ଷ ବର୍ଗ କିମି ଅଟେ ,ମାନେ ସାଇବେରିଆ ଭାରତର ପାଖାପାଖି ୪ ଗୁଣ ଅଟେ । ଏହା ପରେ ମଧ୍ୟ ସାଇବେରିଆର ପାଣିପାଗ ଏବଂ ଭୂସ୍ଥିତି ଏତେ ଶକ୍ତ କି ଏଠାରେ କେବଳ ୪ କୋଟି ଲୋକ ବାସ କରନ୍ତି , ଯିଏ ୨୦୧୧ ମସିହାରେ କେବଳ ଓଡ଼ିଶା ରାଜ୍ୟର ଆବାଦି ଥିଲେ ।

ୟୁରେସିଆର ଅଧିକତର "ସ୍ଟମ୍ପ" (ଘାସ ଯୁକ୍ତ ଏରିଆ) ଯାଗା ସାଇବେରିଆରେ ଆସିଥାଏ । ସାଇବେରିଆ ପଶ୍ଚିମରେ ୟୁରାଲ ପାହାଡ଼ଠାରୁ ଆରମ୍ଭ ହୋଇ ପୂର୍ବରେ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ଏବଂ ଉତ୍ତରରେ ଉତ୍ତରଧୃବିୟ ମହାସାଗର (ଆର୍କଟିକ ମହାସାଗର) ପର୍ଯ୍ୟନ୍ତ ଖେଳି ଯାଇଛି । ଦକ୍ଷିଣରେ ଏହାର ସୀମା "କାଜାକସ୍ତାନ" , "ମଙ୍ଗୋଲୀୟ" ଏବଂ "ଚୀନ" ପର୍ଯ୍ୟନ୍ତ ରହିଛି ।

ଇତିହାସ ସମ୍ପାଦନା

ପାଖାପାଖି ୨୫ରୁ ୫୦ କୋଟି ବର୍ଷ ପୁର୍ବରୁ (ମାନେ ପୃଥିବୀ ପୃଷ୍ଠରେ ମନୁଷ୍ୟମାନଙ୍କ ସୃଷ୍ଟି ପୁର୍ବରୁ), ସାଇବେରିଆର ବହୁ କ୍ଷେତ୍ରରେ ଭୟଙ୍କର ଜ୍ୱାଳାମୁଖୀ ବ୍ରିସ୍ଫୋଟିତ ହୋଇଥିଲା , ଯାହା ପାଖାପାଖି ୧୦ ଲକ୍ଷ ପର୍ଯ୍ୟନ୍ତ ଚାଲି ଆସିଥିଲା । ବିଶ୍ୱାସ ରହିଛି କି, ଏହାଦ୍ୱାରା ପୃଥିବୀରେ ଅବସ୍ଥିତ ୯୦% ଜୀବମାନେ ପଙ୍ଗୁ ସଦୃଶ୍ୟ ଅଟନ୍ତି ।[୧] ସାଇବେରିଆର ପଠାର ଜମି ଏହି ବିସ୍ଫୋଠରୁ ନିବୃତ ଲାବାରୁ ତିଆରି ହୋଇଛି ।

ସାଇବେରିଆରେ ମାନବ ଉପସ୍ଥିତିର ଚିହ୍ନ ପାଖାପାଖି ୪୦,୦୦୦ ବର୍ଷ ପୁରୁଣା ଅଟେ । ସମୟ ସହିତ ଏଠାରେ ବହୁ ଜାତି ବାସ କଲେ କିମ୍ବା ଉତ୍ପନ୍ନ ହେଲେ । ୧୩ବିଂ ସଦିରେ ସାଇବେରିଆରେ ମଙ୍ଗୋଳ ଅଧିକାର ହୋଇଗଲା ଏବଂ ୧୪ ବିଂ ସଦିରେ ଏକ ଏକ ସ୍ୱତନ୍ତ୍ର ସାଇବେରିଆ ସ୍ଥାପିତ ହେଲା । ମଙ୍ଗୋଳର ଅଧିକ ଜୋରଦ୍ୱାରା ବୟକାଲ ଝରଣା ପାଖେ ବାସ କରୁଥିବା ଲୋକମାନେ ଉତ୍ତର ଆଡକୁ ଯାଇ ବାସ କଲେ ।[୨] ଏଠାରେ ମଙ୍ଗୋଳ ପଶ୍ଚିମ ପାଖାପାଖି ଋଷ ଉପରେ ମଧ୍ୟ ଆକ୍ରମଣ କରୁଥିଲେ । ୧୬ ବିଂ ଶତାବ୍ଦୀରେ ଋଷର ଶକ୍ତି ବଢ଼ିବାରେ ଲାଗିଲା ଏବଂ ସେମାନେ ପୁର୍ବ ଆଡକୁ ଖେଳିଗଲେ । ପ୍ରଥମେ ବ୍ୟାପାରୀ ଏବଂ ଏକ-ଦୁଇ ସୈନିକ ସାଇବେରିଆ ପହଞ୍ଚିଲେ ଏବଂ ତାଙ୍କ ପଛରେ ରୁସୀ ସେନାମାନେ ଆସି ଏଠାରେ ଅବସ୍ଥାନ କଲେ । ୧୭ବିଂ ଶତାବ୍ଦୀର ମଧ୍ୟ ପର୍ଯ୍ୟନ୍ତ ରୁସୀ ନିୟନ୍ତ୍ରଣ ଖେଳିକରି ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ପହଞ୍ଚି ସାରିଥିଲା । ୧୭୦୯ ମସିହାରେ ସାଇବେରିଆ କୂଳରେ ରୁସୀର ଆବାଦି ୨,୩୦,୦୦୦ ରହିଥିଲା ।[୩]

ଆଧାର ସମ୍ପାଦନା

  1. "Yellowstone's Super Sister", Discovery Channel.
  2. "Investigating the effects of prehistoric migrations in Siberia: genetic variation and the origins of Yakuts.". Hum Genet. 2006 Oct;120(3):334-53. Epub 2006 Jul 15.
  3. Sean C. Goodlett. "Russia's Expansionist Policies I. The Conquest of Siberia". Falcon.fsc.edu. Archived from the original on 2011-05-11. Retrieved 2010-05-15.