ସଳପ (ଓଡ଼ିଆରେ ସଲପ ବା ସଡ଼ପ[୧]ବଣ୍ଡା ଭାଷାରେ ସାପୁଂ ନାମରେ ଜଣା) ସଳପ ଗଛରୁ ତିଆରି ଏକ ପ୍ରକାର ଦେଶୀ ମଦ । ଏହା ଓଡ଼ିଶାର କୋରାପୁଟମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ବଣ୍ଡାଗଦବା ଆଦି ସମ୍ପ୍ରଦାୟଙ୍କଦ୍ୱାରା ମୁଖ୍ୟତଃ ତିଆରି ଓ ନିୟମିତ ଭାବେ ପାନ କରାଯାଏ ।[୨][୩] ସଳପ ଗଛର ଉପର ଡାଳକୁ ମୋଡ଼ି ସେଥିରେ କଳସୀ ଲଗାଇ ତାଡ଼ି ସଂଗ୍ରହ କଲାପରେ ସେହି ତାଡ଼ିରୁ କିଣ୍ୱନ ପଦ୍ଧତିରେ ସଳପ ତିଆରି କରାଯାଏ । ଏଥିରେ ୫-୬% ସୁରାସାର ରହିଥାଏ । ତେଣୁ ଏହା ପାନ କରି ଖୁବ ଅଧିକ ନିଶା ହେବାର ସମ୍ଭାବନା ନଥାଏ ।[୪] ତେବେ ସଳପ ନିଶାରେ ସଳପ ଗଛ ଉପରେ ନିଜର ମାଲିକାନା ଜାହିର କରିବା ପାଇଁ ଘର-ଘର ଭିତରେ ଓ ଘରଲୋକଙ୍କ ଭିତରେ ମରଣାନ୍ତକ କଳିର ଦୃଷ୍ଟାନ୍ତ ମଧ୍ୟ ରହିଛି ।[୨]

ମାଲକାନଗିରି ଜିଲ୍ଲାର ମୁଦୁଲିପଡ଼ା ଗ୍ରାମରେ ଜଣେ ବଣ୍ଡା ପୁରୁଷ ସଳପ ଗଛରୁ ରସଭରା ଜାର ବାହାର କରୁଛନ୍ତି ।

ଆଧାର ସମ୍ପାଦନା

  1. Praharaj, G. C. (NaN). Purnnacandra Odia Bhashakosha. Retrieved 15 July 2020. {{cite book}}: Check date values in: |date= (help)
  2. ୨.୦ ୨.୧ L. K. Mahapatra (1 January 1994). Tribal Development in India: Myth and Reality. Vikas Publishing House. ISBN 978-0-7069-7351-8.
  3. Bulletin of the Department of Anthropology. Manager of Publications. 1956.
  4. Anthropological Survey of India (1956). Bulletin.