ସମୀପଦୃଷ୍ଟି (ଇଂରାଜୀ ଭାଷାରେ Near-sightedness ବା myopia) ଏକ ପ୍ରକାର ଦୃଷ୍ଟି ଦୋଷ ଯେଉଁଥିରେ ଆଲୋକ ରେଖାମାନ ଚକ୍ଷୁରେ ପ୍ରବେଶ କରିବା ପରେ ରେଟିନା/ନେତ୍ରପଟଳ ଉପରେ ଫୋକସ୍ ନ ହୋଇ ତା' ସମ୍ମୁଖରେ ଫୋକସ୍ ହୁଅନ୍ତି । [୧] ଫଳରେ ଦୂରରେ ଥିବା ବସ୍ତୁ ଝାପସା (blurry) ଦେଖାଯାଏ, କିନ୍ତୁ ପାଖରେ ଥିବା ବସ୍ତୁ ସାଧାରଣ ଦେଖାଯାଏ । ମୁଣ୍ଡବଥାଚକ୍ଷୁ କ୍ଳେଶ (eye strain) ଇତ୍ୟାଦି ଅନ୍ୟାନ୍ୟ ଲକ୍ଷଣମାନ ଦେଖାଯାଏ ।[୧] ସମୀପଦୃଷ୍ଟି ସାଂଘାତିକ ହୋଇଥିଲେ ନେତ୍ରପଟଳ ସ୍ଖଳନ, ପରଳଗ୍ଲକୋମା ହେବା ସଙ୍କଟ ଅଧିକ ରହେ ।[୨]

ସମୀପଦୃଷ୍ଟି
ପ୍ରତିଶବ୍ଦ - (ଇଂରାଜୀ ଭାଷାରେ) myopia, short-sightedness, near-sighted
ସମୀପଦୃଷ୍ଟି ଥିଲେ ଦୃଷ୍ଟିର ପରିବର୍ତ୍ତନ କିପରି ହୁଏ, ଦେଖାଯାଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOphthalmology
ଆଇସିଡ଼ି-୧୦H52.1
ଆଇସିଡ଼ି-୯-ସିଏମ୍367.1
ରୋଗ ଡାଟାବେସ8729
ମେଡ଼ିସିନ-ପ୍ଲସ001023
MeSHD009216

ଉଭୟ ଜେନେଟିକ ଓ ପରିବେଶ କାରକମାନଙ୍କ ଯୋଗୁ ଏହି ରୋଗ ହେଉଥିବା ବିଶ୍ୱାସ କରାଯାଏ ।[୨] ପରିବାରରେ ଏହି ରୋଗ ଥିବାର ଇତିହାସ, ଅଧିକ ସମୟ ଗୃହରେ ରହିବା ଓ କୌଣସି ବସ୍ତୁକୁ ନିରୀକ୍ଷଣ କରି କର୍ମ କରୁଥିବା ଲୋକର ଏହି ରୋଗ ସଙ୍କଟ ଅଧିକ ରହେ । [୨][୩] ଉଚ୍ଚ ସାମାଜିକ-ଅର୍ଥନୈତିକ ଶ୍ରେଣୀର ଲୋକଙ୍କଠାରେ ଏହା ଅଧିକ ଦେଖାଯାଏ ।[୨] ଏହି ଚକ୍ଷୁ ଦୋଷର ଅନ୍ତର୍ନିହିତ କାର୍ଯ୍ୟପ୍ରଣାଳୀରେ ଚକ୍ଷୁ ଡୋଳା ଅଧିକ ଲମ୍ବା ଥିବା ଓ ଅଳ୍ପ କେତେକ କ୍ଷେତ୍ରରେ ଚକ୍ଷୁର ଯବକାଚ (lens) ଅଧିକ ଶକ୍ତ ଥିବା ଦେଖାଯାଏ ।[୧][୪] ଏହା ଏକ ପ୍ରକାର ଚକ୍ଷୁ ପ୍ରତିସରଣ ଦୋଷଚକ୍ଷୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧]

ପିଲାମାନେ ଅଧିକ ସମୟ ବାହାରେ ରହିଲେ ସମୀପଦୃଷ୍ଟି ପ୍ରତିରୋଧ କରିହେବାର ଏକ ଅନିଶ୍ଚିତ ପ୍ରମାଣ ମିଳୁଛି ।[୫][୬] ଏହା ପ୍ରାକୃତିକ ଆଲୋକ ସଂସ୍ପର୍ଶରେ ଆସୁଥିବା ଯୋଗୁ ହୋଇପାରେ ।[୭] ଚଷମା, କଣ୍ଟାକ୍ଟ ଲେନ୍ସ ବା ଅପରେଶନ କରି ଏହି ଦୋଷକୁ ସଜାଡ଼ି ହୁଏ । ଚଷମା ଏକ ନିରାପଦ ଓ ସ‌ହଜ ଉପାୟ । କଣ୍ଟାକ୍ଟ ଲେନ୍ସ ବ୍ୟବ‌ହାର କଲେ ସଂକ୍ରମଣର ସମ୍ଭାବନା ଥାଏ । ରିଫ୍ରାକ୍ଟରି ଅପରେଶନ (Refractive surgery) କରି ସ୍ୱଚ୍ଛ ପଟଳ ବା କର୍ନିଆ ଆକୃତିର ସ୍ଥାୟୀ ପରିବର୍ତ୍ତନ କରିହୁଏ । [୧]

ସମୀପଦୃଷ୍ଟି ଦୋଷ ଏକ ସାଧାରଣ ସମସ୍ୟା ଓ ଜନସଂଖ୍ୟାର ୨୨% ବା ୧.୫ ବିଲିଅନ ଲୋକଙ୍କର ସମସ୍ୟା ।[୨][୮] ପୃଥିବୀର ବିଭିନ୍ନ ସ୍ଥାନରେ ଏହି ରୋଗ ହାର ପରିବର୍ତ୍ତିତ ଥାଏ ।[୨] ବ‌ୟଃପ୍ରାପ୍ତ ଲୋକଙ୍କ ଏହି ରୋଗ ହାର ୧୫ରୁ ୪୯% ।[୩][୯] ପୁରୁଷ ଓ ମହିଳାଙ୍କର ସମ ଭାବରେ ଏହି ରୋଗ ହୁଏ ।[୯] ଗ୍ରାମୀଣ ନେପାଳରେ ୧.୨%, ଦକ୍ଷିଣ ଆଫ୍ରିକାରେ ୪%, ଆମେରିକାରେ ୧୨% ଓ ଚୀନ ଦେଶରେ ୩୭% ଲୋକଙ୍କୁ ଏହି ରୋଗ ହୁଏ ।[୨][୩] ଏହି ରୋଗ ହାର ସନ ୧୯୫୦ରୁ ବୃଦ୍ଧି ପ୍ରାପ୍ତ ହୋଇଚାଲିଛି ।[୯] ଅନ୍ଧତ୍ୱର କାରଣ ରୂପେ ପୃଥିବୀରେ ଅଣଚିକିତ୍ସିତ ସମୀପ ଦୃଷ୍ଟି ସ‌ହିତ ପରଳ, ଭିଟାମିନ ଏ ଅଭାବ, ମାକୁଲାର ଡିଜେନେରେସନ ଇତ୍ୟାଦି ଗଣ୍ୟ ହୁଏ ।[୯]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Facts About Refractive Errors". NEI. October 2010. Archived from the original on 28 July 2016. Retrieved 30 July 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Foster, PJ; Jiang, Y (February 2014). "Epidemiology of myopia". Eye (London, England). 28 (2): 202–8. doi:10.1038/eye.2013.280. PMC 3930282. PMID 24406412.
  3. ୩.୦ ୩.୧ ୩.୨ Pan, CW; Ramamurthy, D; Saw, SM (January 2012). "Worldwide prevalence and risk factors for myopia". Ophthalmic & physiological optics : the journal of the British College of Ophthalmic Opticians (Optometrists). 32 (1): 3–16. doi:10.1111/j.1475-1313.2011.00884.x. PMID 22150586.
  4. Ledford, Al Lens, Sheila Coyne Nemeth, Janice K. (2008). Ocular anatomy and physiology (2nd ed. ed.). Thorofare, NJ: SLACK. p. 158. ISBN 9781556427923. {{cite book}}: |edition= has extra text (help)CS1 maint: multiple names: authors list (link)
  5. Ramamurthy D, Lin Chua SY, Saw SM (2015). "A review of environmental risk factors for myopia during early life, childhood and adolescence". Clinical & Experimental Optometry (Review). 98 (6): 497–506. doi:10.1111/cxo.12346. PMID 26497977.
  6. French, AN; Ashby, RS; Morgan, IG; Rose, KA (September 2013). "Time outdoors and the prevention of myopia". Experimental eye research. 114: 58–68. doi:10.1016/j.exer.2013.04.018. PMID 23644222.
  7. Hobday, R (January 2016). "Myopia and daylight in schools: a neglected aspect of public health?". Perspectives in public health. 136 (1): 50–5. doi:10.1177/1757913915576679. PMID 25800796.
  8. Holden, B; Sankaridurg, P; Smith, E; Aller, T; Jong, M; He, M (February 2014). "Myopia, an underrated global challenge to vision: where the current data takes us on myopia control". Eye (London, England). 28 (2): 142–6. doi:10.1038/eye.2013.256. PMC 3930268. PMID 24357836.
  9. ୯.୦ ୯.୧ ୯.୨ ୯.୩ Pan, CW; Dirani, M; Cheng, CY; Wong, TY; Saw, SM (March 2015). "The age-specific prevalence of myopia in Asia: a meta-analysis". Optometry and vision science : official publication of the American Academy of Optometry. 92 (3): 258–66. doi:10.1097/opx.0000000000000516. PMID 25611765.