ସନତ ମିଶ୍ର

ଓଡ଼ିଆ ବ୍ୟାଡମିଣ୍ଟନ ଖେଳାଳି

ସନତ ମିଶ୍ର(୧୯୬୨-୨୦୦୬) ଜଣେ ଭାରତୀୟ ବ୍ୟାଡ଼ମିଣ୍ଟନ ଖେଳାଳୀ ଥିଲେ । ସେ ପୁରୁଷ ଡବଲସ ଓ ମିକ୍ଶଡ଼ ଡବଲସରେ[୧] ଅନେକଥର ଜାତୀୟ ଚାମ୍ପିୟନ ହୋଇଥିଲେ ।[୨] ସନତ ଓ ଲିରୟ-ଡିସାଙ୍କ ଯୋଡି ଏକଦା ଭାରତର ଏକ ନଂ ସିଡ଼ପ୍ରାପ୍ତ ଯୋଡି ଥିଲେ ।[୩]

ସନତ ମିଶ୍ର
ବ୍ୟକ୍ତିଗତ ତଥ୍ୟ
ଜନ୍ମ୧୯୬୨
କଟକ
ମୃତ୍ୟୁ୧୭ ଜୁନ ୨୦୦୬
ବାସସ୍ଥାନଭୁବନେଶ୍ୱର
ଦେଶଭାରତ
ପୁରୁଷ ଡବଲସ ଓ ମିକ୍ସଡ଼ ଡବଲସ
ସର୍ବୋଚ୍ଚ ରାଙ୍କ

ଖେଳ ଜୀବନ ସମ୍ପାଦନା

ସନତ ଉଭୟ କ୍ରିକେଟ ଓ ବ୍ୟାଡ଼ମିଣ୍ଟନ ଖେଳୁଥିଲେ । କ୍ରିକେଟରେ ବିଶ୍ୱବିଦ୍ୟାଳୟ ସ୍ଥରରେ ଖେଳିଥିଲେ । ୧୯୭୪ରେ ସେ ଜୁନିୟର ସ୍ଥରରେ ବ୍ୟାଡ଼ମିଣ୍ଟନ ଖେଳ ଆରମ୍ଭ କରି ନିଜର ୧୮ବର୍ଷ ଖେଳ ଜୀବନରେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥରରେ ଅନେକ ଚାମ୍ପିୟନସିପ ଜିତି ପାରିଥିଲେ ।

ତାଙ୍କ ଖେଳ ଜୀବନରେ କିଛି ପ୍ରମୁଖ ଘଟଣା :

ଆନ୍ତର୍ଜାତୀୟ ସମ୍ପାଦନା

  • ୧୯୮୬ ଏସୀୟ କ୍ରୀଡ଼ାରେ (ସିୟୋଲ) ପୁରୁଷ ଡବଲସରେ କାଂସ୍ୟ ପଦକ[୪]
  • ଦକ୍ଷୀଣ-ଏସିଆ ଖେଳରେ (ସାଫ) ପୁରୁଷ ଡବଲସରେ ସ୍ୱର୍ଣ୍ଣ ପଦକ
  • ୧୯୮୦ ଅଲ ଇଂଲଣ୍ଡ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପରେ ଅଂଶ ଗ୍ରହଣ
  • ଫ୍ରେଞ୍ଚ ଓପନ ଫାଇନଲ ଡବଲସରେ ଲିରୟ-ଡିସାଙ୍କ ସହ
  • ୧୯୮୪ରେ ଥମାସ କପରେ ଗୋଷ୍ଠୀ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପରେ ପ୍ରକାଶ ପାଦୁକନଙ୍କ ସହିତ ଅଂଶଗ୍ରହଣ[୫]

ଜାତୀୟ ସମ୍ପାଦନା

  • ଜାତୀୟ ସିନିୟର ବ୍ୟାଡ଼ମିଣ୍ଟନ ମିକ୍ସଡ଼-ଡବଲସ ଚାମ୍ପିୟନସିପ ସ୍ୱର୍ଣ୍ଣ ପଦକ ମଧୁମିତା ବିଷ୍ଟଙ୍କ ସହିତ(୧୯୮୧,୧୯୮୬,୧୯୮୭,୧୯୮୮)[୬]
  • ଜାତୀୟ ସିନିୟର ବ୍ୟାଡ଼ମିଣ୍ଟନ ଡବଲସ ଚାମ୍ପିୟନସିପ ସ୍ୱର୍ଣ୍ଣ ପଦକ ଲିରୟ-ଡିସାଙ୍କ ସହିତ(୧୯୮୩,୧୯୮୪,୧୯୮୬)[୭]
  • ଜାତୀୟ ସିନିୟର ବ୍ୟାଡ଼ମିଣ୍ଟନ ଡବଲସ ଚାମ୍ପିୟନସିପ ରୌପ୍ୟ ପଦକ ଲିରୟ-ଡିସାଙ୍କ ସହିତ(୧୯୮୫,୧୯୮୭)
  • ଜାତୀୟ ସିନିୟର ବ୍ୟାଡ଼ମିଣ୍ଟନ ସିଙ୍ଗଲ ଚାମ୍ପିୟନସିପ ରୌପ୍ୟ ପଦକ ସୟଦ ମୋଦୀଙ୍କଠାରୁ ୯-୧୫, ୮-୧୫ ସ୍କୋରରେ ପରାସ୍ତ(୧୯୮୩)[୮]

ଅନ୍ୟ ପୁରସ୍କାର ସମ୍ପାଦନା

  • ବିଜୁ ପଟ୍ଟନାୟକ ପୁରସ୍କାର, ୨୦୦୪ (ଖେଳ ପ୍ରତି ଜୀବନବ୍ୟାପୀ ଅବଦାନ ପାଇଁ)[୯]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସନତ ୧୯୬୨ ମସିହାରେ କଟକଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା କାଳୀ ପ୍ରସନ୍ନ ମିଶ୍ର । ସେମାନେ କଟକର ତୁଳସୀପୁର ଅଞ୍ଚଳରେ ରହୁଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ କରିଥିଲେ ।[୧୦] ପୂର୍ବତଟ ରେଳବିଭାଗରେ ସେ ଚାକିରୀ କରିଥିଲେ । ଚାକିରୀ ସମୟରେ ସେ ଭୁବନେଶ୍ୱରର ବିଜେବି ନଗରରେ ରହୁଥିଲେ । ସେ ବିବାହିତ ଥିଲେ ଓ ତାଙ୍କର ଗୋଟିଏ ଝିଅ ଅଛି । ୨୦୦୬ ମସିହା ଜୁନ ୧୭ତାରିଖରେ ଭୁବନେଶ୍ୱର ବିଜେବିନଗରସ୍ଥିତ ଘର ଗାଧୁଆଘରେ ପଡିଯିବାରୁ ୪୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।[୧୧]

ଆଧାର ସମ୍ପାଦନା

  1. Pranav Prakash (2010). Badminton: Shuttling Across the Net. Publications Division, Ministry of Information and Broadcasting, Government of India. ISBN 978-81-230-1650-4.
  2. "Former badminton star struggles to launch academy". timesofindia.indiatimes.com/. times of india. Retrieved 31 October 2019.
  3. Korea Newsreview. Korea Herald. 1984.
  4. "ASIAN GAMES1986 SEOAL, SOUTH KOREA SEP 20- OCT 5, 1986". www.olympic.ind.in. olympic.ind.in. Archived from the original on 29 November 2018. Retrieved 31 October 2019.
  5. India Who's who. INFA Publications. 1992.
  6. "FEATURE/MADHUMITA BISHT". sportstar.thehindu.com. the hindu. Retrieved 31 October 2019.
  7. "Indian badminton league: What the former champions say…". www.thehindu.com. the hindu. Retrieved 31 October 2019.
  8. "ସନତ ମିଶ୍ରଙ୍କ ପ୍ରୋଫାଇଲ". orisports.com/. orisports.com. Archived from the original on 31 October 2019. Retrieved 31 October 2019.{{cite web}}: CS1 maint: bot: original URL status unknown (link)
  9. "SPORTS PERSON DETAILS Late Sanat Kumar Mishra". www.dsysodisha.gov.in/. dsysodisha. Retrieved 31 October 2019.
  10. Association of Indian Universities (1982). Proceedings - Association of Indian Universities. Association of Indian Universities.
  11. "Former International badminton player dead Read more at: www.oneindia.com/2006/06/17/former-international-badminton-player-dead-1150670530.html". www.oneindia.com/. oneindia.com. Retrieved 31 October 2019.