ଶୁଚିତ୍ୱ ବା ପରିମଳ (ଇଂରାଜୀ ଭାଷାରେ Sanitation) ଏକ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଯାହାର ପାନୀୟ ଜଳ ଓ ମାନବ ମଳମୂତ୍ର ତ‌ଥା ନାଳ ପ୍ରବାହିତ ଦୂଷିତ ଜଳର ଯଥେଷ୍ଟ ବିଶୋଧନ ସ‌ହିତ ସମ୍ପର୍କ ରଖିଥାଏ ।[୧] ବିପଦ ଜନ‌କ ମଳ ସଂସ୍ପର୍ଶ ପ୍ରତିରୋଧ ( Preventing ) ଓ ସାବୁନ ସାହାଯ୍ୟରେ ହସ୍ତ ପ୍ରକ୍ଷାଳନ ମଧ୍ୟ ଏହାର ଅନ୍ତର୍ଭୁକ୍ତ । ଶୁଚିତ୍ୱ ପ୍ରଣାଳୀରେ ମନୁଷ୍ୟର ସ୍ୱାସ୍ଥ୍ୟ ସୁରକ୍ଷା ଦେବାକୁ ଏକ ପରିଷ୍କାର ପରିବେଶ ଦେବାକୁ ହୁଏ ଯାହା ରୋଗ ସଞ୍ଚାରଣ (transmission of disease) ବିଶେଷତଃ ମଳ-ମୁଖ ପଥ ବନ୍ଦ କରିବ । ଉଦାହରଣ ସ୍ୱରୁପ ପରିମଳ ବ୍ୟବସ୍ଥା ସାହାଯ୍ୟରେ ଅପ‌ପୁଷ୍ଟି ବା ମାଲନ୍ୟୁଟ୍ରିସନ (malnutrition) ଓ ପିଲାଙ୍କର ସ୍ୱଳ୍ପ ବିକାଶ (stunted growth) କମାଯାଇ ପାରିବ ।[୨] ସାମାନ୍ୟ ପରିମଳ ବ୍ୟବସ୍ଥା ଥିଲେ ଅନେକ ରୋଗ ପ୍ରତିଷେଧ ଯେପରିକି ଗୋଲ କୃମି (ଏକ ପ୍ରକାର ଅନ୍ତନଳୀ ସଂକ୍ରମଣ ବା ହେଲମିନ୍ଥିଆସିସ (helminthiasis), କଲେରା, ହେପାଟାଇଟିସ, ପୋଲିଓ, ସିସ୍ଟୋସୋମିଆସିସଟ୍ରାକୋମା ହୋଇପାରିବ । ଶାରୀରିକ, ଅଣୁଜୈବିକ ଓ ରାସାୟନିକ ପଦାର୍ଥ ମଧ୍ୟ ବିପଦଜନକ ହୋଇପାରେ । ମନୁଷ୍ୟ ଓ ପଶୁଜାତ ମଳ, କଠିନ ବର୍ଜ୍ୟ ବସ୍ତୁ ଘରୋଇ ବର୍ଜ୍ୟ ଜଳ, କାରଖାନା ବର୍ଜ୍ୟ ପଦାର୍ଥ ଓ କୃଷି ବର୍ଜ୍ୟ ପଦାର୍ଥ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ସ୍ୱାସ୍ଥ୍ୟହାନୀକର ବିପଦରୁ ରକ୍ଷା ପାଇବା ନିମନ୍ତେ ଯନ୍ତ୍ର ସାହାଯ୍ୟ (ନାଳ, ଭୂତଳ ନାଳ ଓ ବର୍ଜ୍ୟ ଜଳ ପରିଷ୍କାର କର୍ମ), ସାଧାରଣ ଯାନ୍ତ୍ରିକ ନିପୁଣତା (ପାଇଖାନା ଓ ସେପ୍ଟିକ ଟାଙ୍କି ତିଆରି) ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସ (ସାବୁନଦ୍ୱାରା ହାତ ଧୋଇବା) ଆବଶ୍ୟକ ।

ପରିମଳ ବ୍ୟବସ୍ଥାରେ ଗ୍ରହଣ, ସଂରକ୍ଷଣ, ପରିବ‌ହନ, ପ୍ରଶୋଧନ ଓ ମଳ ତ‌ଥା ଦୂଷିତ ଜଳୀୟ ପଦାର୍ଥମାନଙ୍କର ନିଷ୍କାସନ ବା ପୁନଃବ୍ୟ‌ବ‌ହାର
ଇ କୋଲାଇ ଜୀବାଣୁ ବଡ଼ ଆକାରରେ

ଶୁଚିତ୍ୱ ନିମନ୍ତେ ଅନେକ ଗୁଡ଼ିଏ ପ୍ର‌ଯୁକ୍ତି ବିଦ୍ୟା ଅଛି । ଉଦାହରଣ ସ୍ୱରୂପ ଗୋଷ୍ଠୀ-ନେତୃତ୍ୱ ସମ୍ପୁର୍ଣ୍ଣ ପରିମଳ (community-led total sanitation), ପାତ୍ର ପରିମଳ (container-based sanitation), ପରିବେଶ ସମ୍ପର୍କୀୟ ପରିମଳ (environmental sanitation), ଆଶୁ ପରିମଳ (emergency sanitation), ପରିସ୍ଥିତି ସମ୍ପର୍କୀୟ ପରିମଳ (ecological sanitation), ସ୍ଥାନ ପରିମଳ ଓ ସ୍ଥାୟୀ ପରିମଳ (sustainable sanitation) । ପରିମଳ ବ୍ୟବସ୍ଥାର ବିଭିନ୍ନ ସାଧନ - ଗ୍ରହଣ, ସଂରକ୍ଷଣ, ପରିବ‌ହନ, ପ୍ରଶୋଧନ ଓ ମଳ ତ‌ଥା ଦୂଷିତ ଜଳୀୟ ପଦାର୍ଥମାନଙ୍କର ନିଷ୍କାସନ ବା ପୁନଃବ୍ୟ‌ବ‌ହାର (reuse of human excreta and wastewater) । [୩] ପୁନଃ ବ୍ୟବ‌ହାର କାର୍ଯ୍ୟକ୍ରମରେ ପୋଷକ, ଜଳ, ଶକ୍ତି ଓ ମଳ ତ‌ଥା ମଇଳା ଜଳ ଓ ଜୈବିକ ପଦାର୍ଥମାନଙ୍କୁ ଅଗ୍ରାଧିକାର ଦିଆଯାଇଥାଏ । ଏହାକୁ ପରିମଳ ମୂଲ୍ୟ ଚେନ ବା ସାନିଟେସନ ଭାଲ୍ୟୁ ଚେନ ବା ସାନିଟେସନ ଇକୋନୋମି କୁହାଯାଉଛି । [୪][୫]

ଦେଶ ମଧ୍ୟରେ ବା ଦେଶ ବାହାରେ ପରିମଳ ବ୍ୟବସ୍ଥାର ତୁଳନା କରିବା ନିମନ୍ତେ କେତେକ ସାନିଟେସନ ସୋପାନ ("levels") ବ୍ୟବ‌ହାର କରାଯାଉଛି । [୬] ଏହି ପରିମଳ ଶିଡ଼ି ସନ ୨୦୧୬ରେ ଯୁଗ୍ମ ନିରୀକ୍ଷଣ ଯୋଜନା ଆରମ୍ଭ ହୋଇଥିଲା ଯାହା ଖୋଲା ମଳତ୍ୟାଗରୁ (open defecation) ଆରମ୍ଭ ହୋଇ କ୍ରମଶଃ ଉପରକୁ ଯାଇ ଅଣଉନ୍ନତ, ସୀମିତ, ମୌଳିକ, ସର୍ବାଧିକ ସୋପାନ "ନିରାପତ୍ତା ପରିଚାଳିତ"ରେ (safely managed) ସମାପ୍ତ ହୋଇଛି । [୬] ଏହା ବିକାଶଶୀଳ ଦେଶମାନଙ୍କ (developing countries) ପାଇଁ ପ୍ର‌ଯୁଜ୍ୟ ହୁଏ ।

ସନ ୨୦୧୦ରେ ମାନବର ଜଳ ଓ ପରିମଳ ଅଧିକାରକୁ ସ୍ୱୀକୃତି ଦେଲେ । ଏହି ଅଧିକାର ଆନ୍ତର୍ଜାତୀୟ ବିକାଶର ପ୍ରାଥମିକତା (global development) ଓ ସ୍ଥାୟୀ ବିକାଶ ଲକ୍ଷ ସଂଖ୍ୟା ୬ର (Sustainable Development Goal 6) ଏକ ବିଷୟ । [୭] ସନ ୨୦୧୭ରେ ଯୁଗ୍ମ ମନିଟରିଙ୍ଗ ପ୍ରୋଗ୍ରାମ ଫର ୱାଟର ସପ୍ଲାଇ ଆଣ୍ଡ ସାନିଟେସନ ଆକଳନ ଅନୁସାରେ ଅଧୁନା ପ୍ରାୟ ୪.୫ ଶହ କୋଟି ଲୋକଙ୍କ ଉନ୍ନତ ପରିମଳ (safely managed sanitation) ବ୍ୟବସ୍ଥା ନାହିଁ । [୭] ଏହି ପରିମଳ ଅଭା କେବଳ ଜନସ୍ୱାସ୍ଥ୍ୟ (public health) ଉପରେ ପ୍ରଭାବ ପକାଏନି, ଏହା ମାନବିକ ଗୌରବ (dignity) ଓ ବ୍ୟକ୍ତିଗତ ସୁରକ୍ଷା ଉପରେ ମଧ୍ୟ ପ୍ରଭାବ ପକାଏ ।


ଡବ୍ଲ୍ୟୁ.ଏଚ.ଓ. ଅନୁସାରେ ଶୁଚିତ୍ୱ କହିଲେ ସାଧାରଣତଃ ମନୁଷ୍ୟ ମଳମୂତ୍ରର ନିରାପଦ ଦୁରୀକରଣ ବ୍ୟବସ୍ଥାକୁ ବୁଝାଏ । ସାରା ପୃଥିବୀରେ ଶୁଚିତ୍ୱ ଅଭାବରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ଉନ୍ନତ ଶୁଚିତ୍ୱଯୋଗୁଁ ଘରେ ତଥା ଗୋଷ୍ଠୀରେ ଉଲ୍ଲେଖନୀୟ ପ୍ରଭାବ ପଡ଼ୁଥିବା ଦେଖାଯାଉଛି । ରନ୍ଧନଶାଳାର ବର୍ଜ୍ୟ ପଦାର୍ଥ ଓ ଦୂଷିତ ଜଳର ଦୂରୀକରଣଦ୍ୱାରା ଶୁଚିତ୍ତ୍ୱର ରକ୍ଷଣାବେକ୍ଷଣ ହୁଏ । ଅନେକ ଗୁଡ଼ିଏ ବିଷ‌ୟ ଶୁଚିତ୍ୱପରିସରକୁ ଆସେ[୮] । ସେଗୁଡ଼ିକ ହେଲେ :

  • ଉନ୍ନତ ଶୁଚିତ୍ୱ(ବା ଉନ୍ନତ ସ୍ୱଚ୍ଛତା)- ଏହା ଘରେ ମନୁଷ୍ୟ ମଳ ଦୂର କରିବା ପରିଚାଳନାକୁ ବୁଝାଏ ।
  • ଯଥା ସ୍ଥାନ ଶୁଚିତ୍ୱ(ବା ସ୍ୱଚ୍ଛତା)- ବର୍ଜ୍ୟ ବସ୍ତୁ ସଂଗ୍ରହ କରି ଯେଉଁଠାରେ ନିଷ୍କାସନ କରାଯାଏ, ସେହିଠାରେ ଏହାକୁ ନଷ୍ଟ କରାଯାଏ ।
  • ଖାଦ୍ୟ ଶୁଚିତ୍ୱ(ବା ଖାଦ୍ୟ ସ୍ୱଚ୍ଛତା)- ଖାଦ୍ୟ ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟପ୍ରଦ ପ୍ରକ୍ରିୟା ।
  • ପରିବେଶ ଶୁଚିତ୍ୱ(ବା ପରିବେଶ ସ୍ୱଚ୍ଛତା)- ପରିବେଶଦ୍ୱାରା ସଂକ୍ରମିତ ରୋଗ ନ ହେବା ନିମନ୍ତେ ପରିଚାଳନା । ବର୍ଜ୍ୟ ଜଳ, କାରଖାନା ବର୍ଜ୍ୟ ବସ୍ତୁ ଓ ଶବ୍ଦ ପ୍ରଦୂଶଣ ରୋକିବା ପରିଚାଳନା ।
  • ପରିସ୍ଥିତି ଶୁଚିତ୍ୱ(ବା ପରିସ୍ଥିତି ସ୍ୱଚ୍ଛତା)- ବର୍ଜ୍ୟ ବସ୍ତୁକୁ ପ୍ରକ୍ରିୟାକରଣ ମାଧ୍ୟମରେ ବ୍ୟବହାର ଉପଯୋଗୀ ପଦାର୍ଥକୁ ପରିବର୍ତ୍ତନ ।

ଆଧାର ସମ୍ପାଦନା

  1. "sanitation | Definition of sanitation in English by Oxford Dictionaries". Oxford Dictionaries | English. Archived from the original on 2017-11-17. Retrieved 2017-11-17.
  2. "Diarrhoeal disease". World Health Organization (in ବ୍ରିଟିଶ୍‌ ଇଂରାଜୀ). Retrieved 2017-11-17.
  3. Gates Foundation (2010). "Water Sanitation Hygiene Fact Sheet 2010" (PDF). Gates Foundation.
  4. Paranipe, Nitin (19 September 2017). "The rise of the sanitation economy: how business can help solve a global crisis". Thompson Reuters Foundation News. Retrieved November 13, 2017.
  5. Introducing the Sanitation Economy (PDF). Toilet Board Coalition. 2017.
  6. ୬.୦ ୬.୧ "Sanitation | JMP". washdata.org (in ଇଂରାଜୀ). Retrieved 2017-11-17.
  7. ୭.୦ ୭.୧ WHO and UNICEF (2017) Progress on Drinking Water, Sanitation and Hygiene: 2017 Update and SDG Baselines. Geneva: World Health Organization (WHO) and the United Nations Children’s Fund (UNICEF), 2017
  8. who.int