ଶୁକ୍ର (ସଂସ୍କୃତ ଶବ୍ଦ)

(ଶୁକ୍ରାଚାର୍ଯ୍ୟରୁ ଲେଉଟି ଆସିଛି)

ଶୁକ୍ର (ସଂସ୍କୃତ: शुक्र, Śukra) ଏକ ସଂସ୍କୃତ ଶବ୍ଦ ଓ ଏହାର ଅର୍ଥ "ସ୍ପଷ୍ଟ" କିମ୍ବା "ଉଜ୍ଜଳ" । ଏହାର ଅନ୍ୟ ଅର୍ଥ ମଧ୍ୟ ରହିଛି । ଯଥା ବୈଦିକ କାହାଣୀରେ ଅସୁରମାନଙ୍କୁ ପରାମର୍ଶ ଦେଉଥିବା ଋଷିମାନଙ୍କ ଏକ ପ୍ରାଚୀନ ବଂଶର ନାମ ।[୧] ମଧ୍ୟଯୁଗୀୟ ପୁରାଣ ଏବଂ ହିନ୍ଦୁ ଜ୍ୟୋତିଷଶାସ୍ତ୍ରରେ ଏହି ଶବ୍ଦଟି ନବଗ୍ରହ ମଧ୍ୟରୁ ଏକ ଗ୍ରହ ଶୁକ୍ରକୁ ସୂଚିତ କରେ ।[୨]

ଶୁକ୍ର
ଶୁକ୍ର
ଉପାଧିଗ୍ରହ, ଦୈତ୍ୟମାନଙ୍କର ଗୁରୁ
ବାହନକୁମ୍ଭିର/ ସାତୋଟି ଅଶ୍ୱ ଯୋଚାଜାଇଥିବା ରଥ

କିମ୍ବଦନ୍ତୀ ସମ୍ପାଦନା

ଦୈତ୍ୟଗୁରୁ ଶୁକ୍ର ଭୃଗୁମୁନିଙ୍କ ପୁତ୍ର ବୋଲି କଥିତ । ମତାନ୍ତରରେ ଏ ମହାଦେବଙ୍କ ଉପସ୍ଥ ଦ୍ୱାରରୁ ବହିର୍ଗତ ହୋଇଥିବାରୁ ଏହାଙ୍କ ନାମ ଶୁକ୍ର ହୋଇଛି । ବଳି ରାଜାଙ୍କ ଦାନ ସମୟରେ ଏ ଦାନ ବିଷୟରେ ବ୍ୟାଘାତ ଘଟାଇବାରୁ ଏହାଙ୍କର ଗୋଟିଏ ଆଖି ନଷ୍ଟ ହୋଇଥିଲା । ଏହାଙ୍କର ଦୁଇଟି ପୁତ୍ର ଷଣ୍ଡ (ଭକ୍ତ ପ୍ରହ୍ଲାଦଙ୍କ ଗୁରୁ) ଓ ଅମର୍କ ଏବଂ ଦୁଇ କନ୍ୟା ଦେବଯାନୀ ଓ ଅରଜା । ଶୁକ୍ର ମୃତ୍ୟୁ ସଞ୍ଜୀବନୀ ମନ୍ତ୍ରଦ୍ୱାରା ଦେବାସୁର ଯୁଦ୍ଧରେ ନିହତ ରାକ୍ଷସମାନଙ୍କୁ ଜୀବନ ଦାନ କରିଥିଲେ । ତାଙ୍କଠାରୁ ଏହି ବିଦ୍ୟା ଶିକ୍ଷା କରିବାପାଇଁ ଦେବତାମାନେ ଦେବଗୁରୁ ବୃହସ୍ପତିଙ୍କ ପୁତ୍ର କଚଙ୍କୁ ଏହାଙ୍କ ନିକଟକୁ ପଠାଇଥିଲେ । କଚ ଏହାଙ୍କ ଗୃହରେ ଶିଷ୍ୟରୂପେ ରହିବାବେଳେ ଶୁକ୍ରକନ୍ୟା ଦେବଯାନୀଙ୍କ ଅନୁରାଗଭାଜନ ହୋଇଥିଲେ । କଚ ମୃତ୍ୟୁସଞ୍ଜିବନୀ ବିଦ୍ୟା ଶିଖିବା ପାଇଁ ଆସିଥିବା କଥା ଜାଣିପାରି ଅସୁରମାନେ କଚଙ୍କୁ ଏକାଧିକ ଥର ବଧ କଲେ ଓ ଦେବଯାନୀଙ୍କ ଅନୁରୋଧରେ ଶୁକ୍ର କଚଙ୍କୁ ପ୍ରତ୍ୟେକ ଥର ଜୀବନଦାନ କରିଥିଲେ । ପରେ ଯଯାତି ଦେବଯାନୀଙ୍କୁ ବିବାହ କରିଥିଲେ । କିନ୍ତୁ ଯଯାତି ତାଙ୍କର ଅନ୍ୟପତ୍ନୀ ଶର୍ମିଷ୍ଠାଙ୍କପ୍ରତି ପକ୍ଷପାତ ଆଚରଣ କରିବାରୁ ଶୁକ୍ରଙ୍କ ଅଭିଶାପରେ ଯଯାତି ଅକାଳରେ ଜରାଗ୍ରସ୍ତ ହୋଇଗଲେ । ଦଣ୍ଡକ ଦେଶର ରାଜା ଶୁକ୍ରଙ୍କର ଅନ୍ୟ କନ୍ୟା ଅରଜାଙ୍କ ପ୍ରତି ବଳପ୍ରୟୋଗ କରିବାରୁ ଶୁକ୍ରଙ୍କ୍ର ଶାପରେ ଉକ୍ତ ରାଜା ଭସ୍ମୀଭୂତ ହେଲେ ଓ ତାଙ୍କ ରାଜ୍ୟ ଦଣ୍ଡକାରଣ୍ୟରେ ପରିଣତ ହେଲା ।

ଆଧାର ସମ୍ପାଦନା

  1. Charles Russell Coulter; Patricia Turner (2013). Encyclopedia of Ancient Deities. Routledge. p. 108. ISBN 978-1-135-96390-3.
  2. Roshen Dalal (2010). Hinduism: An Alphabetical Guide. Penguin Books India. pp. 387–388. ISBN 978-0-14-341421-6.

ଅଧିକ ପଠନ ସମ୍ପାଦନା