ଶିଳ୍ପୀ , ତାମିଲ ଚିତ୍ରକର

ତାମିଲ ଚିତ୍ରକର

ପି .ଏମ . ଶ୍ରୀନିଭାସନ ( ୧୯୧୯-୧୯୮୩) , ଯିଏ " ଶିଳ୍ପୀ " ନାମ ଗ୍ରହଣ କରିଥିଲେ , ଜଣେ ତାମିଲ ଚିତ୍ରକର । ସେ ତାମିଲ କଳା ଓ ସ୍ଥପତ୍ୟର ରେଖା ଚିତ୍ରାଙ୍କନ ସବୁ ଆନନ୍ଦ ଭିକାତନ ମେଗାଜିନ ଦେଇ ପ୍ରସିଦ୍ଧି ଅର୍ଜନ କରିଥିଲେ । ସେ ତାମିଲନାଡୁ ରାଜ୍ୟରେ ଜଣେ ସର୍ବାଧିକ ଲୋକପ୍ରିୟ ବ୍ୟକ୍ତି ଥିଲେ ।  

ଜୀବନୀ ଓ ଜୀବିକା  ସମ୍ପାଦନା

ଶ୍ରୀନିଭାସନ ପ୍ରଥମେ ମାଦ୍ରାସ ସ୍କୁଲ ଅଫ ଆର୍ଟସରେ ଶିକ୍ଷା ପ୍ରାପ୍ତ ହେଇ ପରେ ଚେନ୍ନଇସ୍ଥିତ  ସରକାରୀ ସୂକ୍ଷ୍ମ କଳା ମହାବିଦ୍ୟାଳୟ ସେ କାଳି ଓ କଲମଦ୍ୱାରା ଅଙ୍କନରେ ଦକ୍ଷ୍ୟତା ହାସଲ କରିଥିଲେ । .[୧]

ଆନନ୍ଦ ଭିକାତନ ମେଗାଜିନରେ ଶ୍ରୀନିଭାସନ ରାଜନୈତିକ ଓ ସାମାଜିକ ବିଷୟବସ୍ତୁକୁ ନେଇ ଅଙ୍କନ ମାନ ପ୍ରକାଶ କରୁଥିଲେ । ତତ୍କାଳୀନ ବରିଷ୍ଠ ଚିତ୍ରକାର ମାଳୀଙ୍କ ତତ୍ତ୍ୱାବଧାନରେ ସେ ଅଙ୍କନ କରୁଥିଲେ ଓ ମାଳୀ ହିଁ ତାଙ୍କୁ " ଶିଳ୍ପୀ" ନାମ ଦେଇଥିଲେ । ସେ ନିଜେ ଜଣେ ନିଷ୍ଠାପର ଭକ୍ତ ହେଇଥିବାରୁ ହିନ୍ଦୁ ମନ୍ଦିର ତଥା ଦେବାଦେବୀଙ୍କ ଚିତ୍ର ଅଙ୍କନରେ ଖୁବ ମନ ଦଉଥିଲେ । 

ସେ 'ଆନନ୍ଦ ଭିକାତନ ' ମେଗାଜିନ ପାଇଁ ୧୯୪୫ରୁ ୧୯୬୭ ଯାଏ କର୍ଜୟା କଳା ପରେ ଭବନ 'ଙ୍କ ପତ୍ରିକା , କଳାଇ ମାଗଳ , ଥିନାମଣି କାଠିର , ଅମୁଥୁସୁରଭି ଆଦି ପ୍ରକାଶନରେ କାର୍ଯ୍ୟ କରିଥିଲେ ଓ ପରେ ଜଣା ଶୁଣା ଚିତ୍ରକର ପଦ୍ମଭାଷନଙ୍କୁ ସେ ଦିଗଦର୍ଶନ ଦେଇଥିଲେ । 

ଦକ୍ଷିଣ ଭାରତର ସମସ୍ତ ପ୍ରାଚୀନ ମନ୍ଦିରମାନଙ୍କୁ ସେ ଭ୍ରମଣ କରି ସେଠାରେ ଥିବା ପ୍ରାଚୀନ କଳାକୃତି ମାନଙ୍କୁ ଅନୁଧ୍ୟାନ କରିଥିଲେ । ସେଠାରେ ସେ ରାତ୍ର କାଳରେ ମନ୍ଦିର ଖାଲି ହେଲା ପରେ ବସି ମନ୍ଦିରର ଭାସ୍କାର୍ଜୀର ପ୍ରତିକୃତି ଅଙ୍କନ କରୁଥିଲେ । ସେ ତାଙ୍କର ଅଙ୍କନ ସବୁ ଜରିଆରେ ତାଙ୍କର ପ୍ରଶଂଶକ ମାନଙ୍କୁ ମନ୍ଦିର ଗାତ୍ରାରେ ଥିବା ସୁନ୍ଦର କଳାକୁ ପ୍ରଦର୍ଶନ କରାଉଥିଲେ । ସେ ଦେବାଦେବୀଙ୍କ ପ୍ରତିକୃତିରେ ଥିବା ଅଳଙ୍କାର ସବୁକୁ ମଧ୍ୟ ନିଖୁଣ ଭାବରେ ଅଙ୍କନ ଚିତ୍ରରେ ସ୍ଥାନିତ କରୁଥିଲେ । ଭକ୍ତମାନେ ତାଙ୍କର ଅଙ୍କିତା ଚିତ୍ରକୁ ସେମାନଙ୍କ ପ୍ରାର୍ଥନା ଗୃହରେ ରଖି ପୂଜା ମଧ୍ୟ କରୁଥିବାର ଦେଖା ଯାଇଥାଏ । 

ଆହାର ସମୂହ  ସମ୍ପାଦନା

  1. "Silpi - An Artist Par Excellence". Poetry in Stone. {{cite web}}: |first= missing |last= (help)

ବାହାର ଲିଙ୍କ  ସମ୍ପାଦନା