ଶଙ୍ଖପୁଷ୍ପୀ ଏକ କ୍ଷୁଦ୍ର ଲତା ଜାତୀୟ ଉଦ୍ଭିଦ ଯାହା ମାଟିରେ ମାଡିଥାଏ । ଧଳା, ନାଲି ଓ ନୀଳ ଭେଦରେ ଫୁଲର ରଙ୍ଗକୁ ନେଇ ଏହା ତିନିପ୍ରକାରର । ଏହାର ଫୁଲ ଅର୍ଧ ଶଙ୍ଖ ପରି ଦିଶୁଥିବାରୁ ଏହାକୁ ଶଙ୍ଖପୁଷ୍ପୀ କୁହାଯାଏ । ଏହାର ପତ୍ରଗୁଡିକ ଅତି ଛୋଟ ଛୋଟ ହୋଇଥାଏ। କେହି କେହି ମଦନମସ୍ତକ ଗଛକୁ ଶଙ୍ଖପୁଷ୍ପୀ ବୋଲି କହିଥାନ୍ତି, କିନ୍ତୁ ପ୍ରକୃତରେ ଏ ଦୁଇଟି ଭିନ୍ନ ଭିନ୍ନ ।

ଶଙ୍ଖପୁଷ୍ପୀ
Canscora diffusa from a riverbed in South East Burkina Faso
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଗଣ: Gentianales
କୁଳ: Gentianaceae
ପ୍ରଜାତି: Canscora
(Roth) Wall.
Species

Canscora alata
Canscora andrographioides
Canscora carinata
Canscora concanensis
Canscora decurrens
Canscora decussata
Canscora diffusa

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ ସମ୍ପାଦନା

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଶଙ୍ଖପୁଷ୍ପୀ
ସଂସ୍କୃତ ଶଙ୍ଖହ୍ୱା, ଶଙ୍ଖପୁଷ୍ପୀ, ମାଙ୍ଗଲ୍ୟ କୁସୁମା ଓ ଶୁଭପ୍ରଦା
ତେଲୁଗୁ ଶଙ୍ଖାନାଚେଟ୍ଟୁ, ଶଙ୍ଖୀଚେଟ୍ଟୁ
ବଙ୍ଗଳା ଡାନ୍ କୁନି, ଶଙ୍ଖୀନା, ଶଙ୍କାହୁଲି
ହିନ୍ଦୀ କୌହିୟାଲି, ଶଙ୍ଖହୁଲୀ

ଶାସ୍ତ୍ରୋକ୍ତ ଗୁଣ ସମ୍ପାଦନା

ଏହା ତିକ୍ତ କଟୁମିଶ୍ରିତ ରସ, ଉଷ୍ଣବୀର୍ଯ୍ୟ, ବଳକର, କାନ୍ତି ବୃଦ୍ଧି କାରକ, ମେଧା, ସ୍ମୃତିଶକ୍ତି, ଅଗ୍ନି ବୃଦ୍ଧି କାରକ, ସ୍ୱର ପରିସ୍କାରକ, ଶୁକ୍ରବର୍ଧକ, ଗର୍ଭୋଦୟକାରୀ, ମସ୍ତିସ୍କ ସ୍ଥିରତା ଦାୟକ, ତ୍ରିଦୋଷ ବିନାଶକ, ରକ୍ତ, କୃମି, ମାନସିକ ବିକାର ଓ ଅମଙ୍ଗଳ ନାଶକ ଅଟେ ।

ବ୍ୟବହାର ସମ୍ପାଦନା

ଏହାର ସର୍ବାଙ୍ଗ ଔଷଧି ରୂପେ ବ୍ୟବହାର କରାଯାଏ । ସ୍ମରଣଶକ୍ତି ବୃଦ୍ଧି, ପାଗଳାମି, ଭଗନ୍ଦର, ପ୍ରହେମ, କୁଷ୍ଠ, ବସନ୍ତ, ବନ୍ଧ୍ୟାଦୋଷ, ଅନିୟମିତ ଋତୁ ଓ ପ୍ରଦର, ଶୁକ୍ରଦୋଷ ଆଦିରେ ଏହାର ବହୁଳ ବ୍ୟବହାର କରାଯାଏ। ଏହାକୁ ବ୍ରାହ୍ମୀ ସହିତ ମିଶାଇ ସେବନ କଲେ ସ୍ମରଣ ଶକ୍ତି ବୃଦ୍ଧିପାଏ । ଏହା ମଙ୍ଗଳକାରକ ବୋଲି ସାଧାରଣ ମାନ୍ୟତା ପ୍ରଚଳିତ।

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ