ଶକ୍ତିମାନ

ଭାରତୀୟ କାଳ୍ପନିକ ମହାନ ବୀର,ଦୂରଦର୍ଶନ ଧାରାବାହିକ

ଶକ୍ତିମାନ (ହିନ୍ଦୀ : शक्तिमान) ହେଉଛି ଏକ ଭାରତୀୟ କାଳ୍ପନିକ ମହାନ ବୀର, ଯାହା ମୁକେଶ ଖାନ୍ନାଙ୍କ ପ୍ରଯୋଜନା ଓ ଦୀନକର ଜାନୀଙ୍କ ନିର୍ଦ୍ଦେଶନାରେ ଦୂରଦର୍ଶନ ଧାରାବାହିକ ରୂପେ ପ୍ରସାରିତ ହେଉଥିଲା ।ଭାରତୀୟ ଜାତୀୟ ଦୂରଦର୍ଶନ ନେଟଓ୍ବାର୍କରେ, ୨୭ ସେପ୍ଟେମ୍ବର ୧୯୯୭ (ପରିଚୟ ଭାଗ, ୨୭ ସେପ୍ଟେମ୍ବର ୧୯୯୭କୁ ବାଦ ଦେଇ)ରୁ ୨୭ ମାର୍ଚ୍ଚ ୨୦୦୫ ପର୍ଯ୍ୟନ୍ତ, ପ୍ରାୟ ୪୦୦ଟି ଭାଗ ଦୂରଦର୍ଶନରେ ରବିବାର ଦିନ ମଧ୍ୟାହ୍ନ ୧୨ଟା ଆଇ ଏସ୍ ଟି ସମୟରେ ପ୍ରସାରିତ ହେଉଥିଲା । ଯଦିଓ ଶେଷ ବେଳକୁ କିଛି ଭାଗର ପ୍ରସାରଣ ସମୟ ୯:୩୦ a.m.କୁ ପରିବର୍ତ୍ତିତ ହୋଇଥିଲା । ଏହା ମଧ୍ୟ ଇଂରାଜୀରେ ପୋଗୋ[୧]ରେ ଓଡ଼ିଆରେ ତରଙ୍ଗରେତାମିଲରେ ଚୁଟ୍ଟି ଟିଭିରେ ଓ ହିନ୍ଦୀରେ ପୁନଃ ପ୍ରସାରଣ ଷ୍ଟାର ଉତ୍ସବରେ ହୋଇଥିଲା । ମୁକେଶ ଖାନ୍ନା ଏହି ଧାରାବାହିକର ମୁଖ୍ୟ ନାୟକ ଶକ୍ତିମାନ ଓ ଆଜ କି ଆଓ୍ବାଜ ଦୈନିକରେ ଚିତ୍ରୋତ୍ତଳକ ରୂପେ କାମ କରୁଥିବା, ତାର ଅନ୍ୟ ଏକ ରୂପ ପଣ୍ଡିତ ଗଙ୍ଗାଧର ବିଦ୍ୟାଧର ମାୟାଧର ଓଁକାରନାଥ ଶାସ୍ତ୍ରୀର ଭୂମିକା ତୁଲାଇଥିଲେ । ଶକ୍ତିମାନକୁ ଏକ ସାଧାରଣ ମଣିଷ ସଦୃଶ ଅବତାରଣା କରାଯାଇଥିଲା, ଯେ କି ଗଭୀର ଧ୍ୟାନ ଓ ଜୀବନର ପଞ୍ଚତତ୍ତ୍ୱ ଉପରେ ପ୍ରଭାବ ବିସ୍ତାର କରି ଏକ ମହାନ ବୀରର ବଳ ଓ ଶକ୍ତି ଲାଭ କରିଥିଲେ । କିଟୁ ଗିଡଓ୍ବାନୀ, ଓ ପରେ ବୈଷ୍ଣବି ମହନ୍ତ, ଏହି ଧାରାବାହିକରେ ଶକ୍ତିମାନଙ୍କୁ ଭଲ ପାଉଥିବା ଜଣେ ସାମ୍ବାଦିକ, ଗୀତା ବିଶ୍ୱାସଙ୍କ ଭୂମିକା ତୁଲାଇଥିଲେ । ସୁରେନ୍ଦ୍ର ପାଲ, ଏହି ଧାରାବାହିକର ମୁଖ୍ୟ ଖଳନାୟକ, ଅନ୍ଧକାରର ରାଜା କୀଲ୍ବିଶର ଭୂମିକା ତୁଲାଇଥିଲେ ।

ଶକ୍ତିମାନ
ଲେଖକଘାଲିବ ଆସଦ ଭୋପାଳୀ and ବ୍ରିଜ ମୋହନ ପାଣ୍ଡେ
ନିର୍ଦ୍ଦେଶନାଦୀନକର ଜାନୀଯତୀନ୍ଦ୍ର ରାୱତ (ବବଲୁ)
କଳାକାରମୁକେଶ ଖାନ୍ନା
ବୈଷ୍ଣବି ମହାନ୍ତ
କିଟୁ ଗିଡଓ୍ବାନୀ
ସୁରେନ୍ଦ୍ର ପାଲ
ଟମ ଅଲ୍ଟର
Opening themeଶକ୍ତିମାନ
ଦେଶଭାରତ
ମୂଳ ଭାଷାହିନ୍ଦୀ
ଅଧ୍ୟାୟ ସଂଖ୍ୟା୫୦୩
Production
Cinematographyମନୋଜ ସାନୀ
Editor(s)ନାସୀର ହକିମ ଅନସାରୀ
Running time୩୦ ମିନିଟ
Release
ମୂଳ ଚେନାଲ୍ଦୂରଦର୍ଶନ
ମୁକ୍ତିଲାଭ ତାରିଖ୧୩ ସେପ୍ଟେମ୍ବର ୧୯୯୭ – ୨୭ ମାର୍ଚ୍ଚ ୨୦୦୫[୧]

ପୃଷ୍ଠଭୂମି ସମ୍ପାଦନା

ମନୁଷ୍ୟ ସୃଷ୍ଟି ହେବା ଦିନଠାରୁ ମନୁଷ୍ୟତ୍ୱ, କଳିଯୁଗ ଆରମ୍ଭ ହେବା ପର୍ଯ୍ୟନ୍ତ ଶାନ୍ତିରେ ଥିଲା । ମାତ୍ର ତା'ପରଠାରୁ ବିଗତ ୬୦୦୦ ବର୍ଷ ପର୍ଯ୍ୟନ୍ତ ଲୋଭ ଏବଂ ଘୃଣା ମଣିଷକୁ ଅଧୀନସ୍ଥ କରି ଆସୁଥିଲା । ଏହାକୁ ଶେଷ କରିବା ପାଇଁ ସାଧୁଙ୍କର ଏକ ରହସ୍ୟମୟ ଦଳ, ଯେଉଁମାନେ ସୂର୍ଯ୍ୟାଂଶୀ ନାମରେ ଜଣାଶୁଣା, ଏକ ମଣିଷକୁ ବାଛିଲେ, ଯେ କି ସମାଜ ମଧ୍ୟରେ ବଢୁଥିବା ସମସ୍ତ ଅତ୍ୟାଚାରୀଙ୍କ ବିରୋଧରେ ଲଢିବ ଓ ସମସ୍ତ ଅନ୍ୟାୟ ଓ ଅତ୍ୟାଚାରକୁ ଶେଷ କରିବ । ତାଙ୍କୁ କୁଣ୍ଡଳିନୀ ଯୋଗ ମାଧ୍ୟମରେ ଶରୀରର ୭ଟି ଚକ୍ରକୁ ଶକ୍ତିଶାଳୀ କରିବାର ଶିକ୍ଷା ଦିଆଗଲା, ଯାହା ତାଙ୍କୁ ରହସ୍ୟମୟ ତଥା ମହାନ ପ୍ରାକୃତିକ ଶକ୍ତିକୁ ଆୟତ୍ତ କରିବାରେ ସାହାଯ୍ୟ କଲା । ତାଲିମ ସମୟରେ ସେ ନିଜ ଶକ୍ତି ଉପରେ ଆୟତ୍ତ ଆଣିବା ପାଇଁ ପବିତ୍ର ଅଗ୍ନିରେ ନିଜ ଶରୀରକୁ ଝାସ ଦେଇ ମୃତ୍ୟୁର ପ୍ରଥା ପାଳନ କରିଥିଲେ । ଯେତେବେଳେ ଜୀବନର ପାଞ୍ଚଟିଯାକ ତଥ୍ୟ ଯଥା : ଅଗ୍ନି, ପୃଥିବୀ, ଜଳ, ବାୟୁ ଓ ଆକାଶ ତାଙ୍କ ଶରୀର ମଧ୍ୟକୁ ପ୍ରବେଶ କଲେ, ସେ ମହାନ ଶକ୍ତି ଲାଭ କଲେ ଓ ଏକ ମହାନ ବୀର ହେଲେ । ସର୍ବ ଶେଷରେ, ସେ ସମାଜରେ ଚାଲିଥିବା ଦୁର୍ନୀତି ଓ ଅନ୍ୟାୟକୁ ଶେଷ କରିବା ପାଇଁ ଏବଂ ପୃଥିବୀରେ ବଢୁଥିବା ପାପ ବିରୁଦ୍ଧରେ ଲଢିବା ପାଇଁ ପ୍ରତିଜ୍ଞା ନେଇଥିଲେ । ନିଜର ପ୍ରାଥମିକ ସାହସିକ କାମ ପାଇଁ, ସେ ଜଣେ ସାମ୍ବାଦିକ ଗୀତା ବିଶ୍ୱାସଙ୍କଦ୍ୱାରା ଶକ୍ତିମାନ ନାମରେ ନାମିତ ହେଲେ ।ପରେ ଜଣାଗଲା ଯେ, ଶକ୍ତିମାନ ଶ୍ରୀ ସତ୍ୟଙ୍କର ପୁର୍ନଜନ୍ମ ଥିଲେ, ଯେ କି ୫୦୦୦ ବର୍ଷ ପୂର୍ବେ ମହାଭାରତ ଯୁଦ୍ଧ ପରେ ସୂର୍ଯ୍ୟାଂଶୀ ଦଳ ଗଠନ କରିଥିଲେ । ତାଙ୍କର ଅନ୍ୟ ରୂପ ହେଉଛି ଜଣେ ମଜାଳିଆ ମଣିଷ, ପଣ୍ଡିତ ଗଙ୍ଗାଧର ବିଦ୍ୟାଧର ମାୟାଧର ଓଁକାରନାଥ ଶାସ୍ତ୍ରୀ, ଯେ ନିଜର ଶକ୍ତିମାନ ପରିଚୟ ଲୁଚାଇବା ପାଇଁ ଏକ ଦୈନିକ ସମ୍ବାଦପତ୍ର କାର୍ଯ୍ୟାଳୟରେ ଚିତ୍ରୋତ୍ତଳକ ଭାବେ କାର୍ଯ୍ୟ କରୁଥିଲେ ।[୨] ଶକ୍ତିମାନଙ୍କ ପ୍ରତିଦ୍ୱନ୍ଦୀ ଥିଲେ ଅନ୍ଧକାର ରାଜା କୀଲ୍ବିଶ, ଯେ ପୃଥିବୀର ସମସ୍ତ ପାପ କର୍ମର ଜୀବନ୍ତ ଶରୀର ଥିଲେ । ଶକ୍ତିମାନ ହେଉଛନ୍ତି ଏକ ସାଧାରଣ ମଣିଷ, କୌଣସି ଦିବ୍ୟଶକ୍ତି ନୁହେଁ, ଯେ ହିନ୍ଦୁ ଦର୍ଶନଶାସ୍ତ୍ର ଓ ସଂସ୍କୃତିର କ୍ରମାଗତ ଓ ସ୍ୱତନ୍ତ୍ର ଅଭ୍ୟାସ ଏବଂ ଯୋଗ ସାଧନା, ଧ୍ୟାନ ପ୍ରଭୃତି କର୍ମଦ୍ୱାରା ନିଜର ଅର୍ନ୍ତନିହିତ ଶକ୍ତିକୁ ବିକାଶ କରିଥିଲେ । ସେ ମଧ୍ୟ ଭଗବତ ଗୀତା ଭଳି ବହିରେ ଲେଖା ହୋଇଥିବା ଆଦର୍ଶ, ସତ୍ୟ ଓ ଅହିଂସାକୁ ଅନୁସରଣ କରୁଥିଲେ । ଗୁରୁ ସର୍ବାଙ୍ଗଙ୍କ ମୃତ୍ୟୁ ଓ ଶକ୍ତିପୁଞ୍ଜ ଦୁଇଭାଗ ଯଥା ଶକ୍ତି ପୁଞ୍ଜ (ସତ୍ୟ/ ଆଲୋକ) ଓ ପାପ ପୁଞ୍ଜ (ଅନ୍ଧାରଦ୍ୱାରା ନିଆଗଲା)ରେ ବିଭକ୍ତ ହେବା ପରେ, ସୂର୍ଯ୍ୟାଂଶୀଙ୍କ ପ୍ରଥମ ଗୁରୁ ହୋଇଥିବା ଶ୍ରୀ ସତ୍ୟଙ୍କ ପୁନଃଜନ୍ମ ଥିଲେ ଶକ୍ତିମାନ ।

ମୂଖ୍ୟ ଭୂମିକା ସମ୍ପାଦନା

  • ମୁକେଶ ଖନ୍ନା : ଶକ୍ତିମାନ/ ପଣ୍ଡିତ ଗଙ୍ଗାଧର ବିଦ୍ୟାଧର ମାୟାଧର ଓଁକାରନାଥ ଶାସ୍ତ୍ରୀ, ମେଜର ରଣଜିତ ସିଂ, ଶ୍ରୀ ସତ୍ୟ, ଖଳନାୟକ ପ୍ରତିରୂପୀ ଶକ୍ତିମାନ (ପୁରୁଷ ମୁଖ୍ୟ ଚରିତ୍ର)
  • ବୈଷ୍ଣବୀ ମହାନ୍ତ : ଗୀତା ବିଶ୍ୱାସ (ନାରୀ ମୁଖ୍ୟ ଚରିତ୍ର)

 – କୀଟୁ ଗୀଡଓ୍ବାନୀ ଗୀତା ଚରିତ୍ର ପାଇଁ ଅସଲି ନାୟିକା ଥିଲେ (ଭାଗ ୧୬ ପର୍ଯ୍ୟନ୍ତ) ଏବଂ ପରେ ଅଜଣା କାରଣରୁ ବୈଷ୍ଣବୀ ମହନ୍ତଙ୍କଦ୍ୱାରା ସ୍ଥାନାଚ୍ୟୁତ ହେଲେ ।'ମାନସୀ ସାଲଭୀ, ପୋଗୋ ଚ୍ୟାନେଲରେ ପ୍ରସାରିତ 'ହମାରା ହିରୋ ଶକ୍ତିମାନ'ରେ ଗୀତାର ଭୂମିକା ତୁଲାଇଥିଲେ ।

ଶକ୍ତିମାନଙ୍କ ଚରିତ୍ର ସମ୍ପାଦନା

ଶକ୍ତିମାନ
ଶକ୍ତିମାନ character
ଫାଇଲ:Superhero Shaktimaan.jpg
ଶକ୍ତିମାନ ରୂପରେ ମୁକେଶ ଖନ୍ନା
First appearance ଅତିମାନବ ହେଉଛନ୍ତି ପଣ୍ଡିତ ଗଙ୍ଗାଧର
Last appearance ଶାଲୁ ଦୁପେଶ ସେଠଜୀ
ଲେଖକ ମୁକେଶ ଖନ୍ନା
Portrayed by ମୁକେଶ ଖନ୍ନା
ସବିଶେଷ
Aliasesଗଙ୍ଗାଧର ବିଦ୍ୟାଧର ମାୟାଧର ଓଁକାରନାଥ ଶାସ୍ତ୍ରୀ
Speciesମଣିଷ, ସ୍ୱତନ୍ତ୍ର ଶକ୍ତିର ଅଧିକାରୀ
ଳିଙ୍ଗପୁରୁଷ
ଜୀବିକାଚିତ୍ରୋତ୍ତଳକ
ଅଧ୍ୟାପକ
ଉପାଧିପଣ୍ଡିତ
ପରିବାରମେଜର ରଣଜିତ ସିଂ (ଜନ୍ମଦାତା ପିତା)
କୌଶଲ୍ୟା (ଜନ୍ମଦାତ୍ରୀ ମାତା)
ବିଦ୍ୟାଧର ଶାସ୍ତ୍ରୀ (ପିତା)
ଅରୁନ୍ଧତୀ ଦେବୀ (ମାତା)
ମାୟାଧର ଶାସ୍ତ୍ରୀ (ଜେଜେବାପା)
ଓଁକାରନାଥ ଶାସ୍ତ୍ରୀ (ଅଣ ଜେଜେବାପା)
Significant other(s)ଗୀତା ବିଶ୍ୱାସ
Childrenନାହିଁ
ଧର୍ମହିନ୍ଦୁ
ଜାତୀୟତାଭାରତୀୟ

ଉତ୍ପତ୍ତି ସମ୍ପାଦନା

ଶକ୍ତିମାନ ସାତ ଜଣ ଗୁରୁଙ୍କଠାରୁ ଶକ୍ତି ପାଇଥିଲେ, ଯେଉଁମାନେ ତାଙ୍କୁ କୁଶଳୀ କରି ଗଢ଼ିଥିଲେ ଓ ପ୍ରାକୃତିକ ଶକ୍ତି - ଯୋଗ ଶକ୍ତି ସହ ତାଙ୍କୁ ଆଶୀର୍ବାଦ ଦେଇଥିଲେ । ସେ ସୂର୍ଯ୍ୟବଂଶୀ ନାମକ ଏକ ସାଧୁଦଳଦ୍ୱାରା ଅନ୍ଧକାର ବିପକ୍ଷରେ ଲଢିବା ପାଇଁ ଏକ ଯୋଦ୍ଧା ଭଳି ବଛା ଯାଇଥିଲେ । ସେମାନେ ଏକ ନକ୍ଷତ୍ର ସୂର୍ଯ୍ୟଙ୍କ ଅନୁଧାବକ ଥିଲେ । ଶିକ୍ଷାର ଅଂଶ ଭାବରେ ସେ କୁଣ୍ଡଳିନୀ ଯୋଗ ଶିକ୍ଷା ଲାଭ କରିଥିଲେ, ଯାହାଦ୍ୱାରା ସେ ସାତୋଟି ଚକ୍ରକୁ ଜାଗ୍ରତ କରି, ସେଥିରୁ ମହାନ ପ୍ରାକୃତିକ ଶକ୍ତି ପାଇ ପାରୁଥିଲେ । ନିଜ ଶକ୍ତି ଉପରେ ସମ୍ପୂର୍ଣ୍ଣ୍ଣ ପ୍ରଭାବ ବିସ୍ତାର କରିବା ପାଇଁ ସେ ମୃତ୍ୟୁର ପ୍ରଥା ଅବଲମ୍ବନ କରିଥିଲେ । ମାତ୍ର, ତାହା ତାଙ୍କର ମୃତ୍ୟୁର କାରଣ ହୋଇନଥିଲା ବରଂ ସାଧାରଣ ମଣିଷ ଅପେକ୍ଷା ତାଙ୍କୁ ଅଧିକ ଜୀବନ୍ତ କରି ଗଢ଼ି ତୋଳିଲା । ସେ ମଧ୍ୟ ଯଜ୍ଞକୁ କାର୍ଯ୍ୟକାରୀ କରିଥିଲେ, ଯେଉଁଥିରେ ସେ ନିଜକୁ ନିଆଁ ମଧ୍ୟରେ ପ୍ରବେଶ କରାଇଥିଲେ ଓ ନିଜର ଶରୀରକୁ ନିଆଁରେ ଭସ୍ମୀଭୂତ କରାଇଥିଲେ ତା ପରେ ସେ ପଞ୍ଚ ମହାଭୂତ ଯାତ୍ରା କରିଥିଲେ । ତା ପରେ ଜୀବନର ପାଞ୍ଚୋଟି ତତ୍ତ୍ୱ ଯଥା : ଅଗ୍ନି, ବାୟୁ, ଜଳ, ପୃଥିବୀ, ଆକାଶ ତାଙ୍କ ଶରୀରକୁ ଗ୍ରହଣ କରିଥିଲେ ଓ ସେମାନଙ୍କର ସ୍ୱତନ୍ତ୍ର ଶକ୍ତିକୁ ସେମାନେ ଶକ୍ତିମାନଙ୍କ ଶରୀରକୁ ଦାନ କରିଥିଲେ । ଏହିପରି ଭାବେ ସେ ନିଜର ମରଣଶୀଳ ଶରୀରକୁ ତ୍ୟାଗ କରି, ଏ ପୃଥିବୀରେ ପାପ ବିପକ୍ଷରେ ଲଢିବା ପାଇଁ, ଏକ ମହାନ ବୀରର ରୂପକୁ ବରଣ କଲେ, ଯାହା ଶକ୍ତିମାନ ଭାବେ ଜଣାଶୁଣା ।[୩]

ଶକ୍ତିମାନ ସୃଷ୍ଟି ହୋଇସାରିବା ପରେ, ସେ ତାଙ୍କର ଚିର ଶତ୍ରୁ କୀଲ୍ବିଶକୁ ଧ୍ୱଂସ କରିବା ପାଇଁ ବାହାରିଲେ । ମାତ୍ର, ମହାଗୁରୁ (ଟମ ଅଲ୍ଟର) କହିଲେ ଯେ, ପାପ ଧ୍ୱଂସ ହେବା ପରେ ହିଁ କୀଲ୍ବିଶକୁ ହରାଯାଇପାରେ । ଶକ୍ତିମାନର ଲକ୍ଷ ହେଉଛି ଲୋକମାନଙ୍କ ମଧ୍ୟରେ ଥିବା ପାପକୁ ଧ୍ୱଂସ କରିବା, ପାପୀ ଲୋକକୁ ନୁହେଁ । ଶକ୍ତିମାନଙ୍କ ଦୁଃସାହସିକ କାର୍ଯ୍ୟରେ, କୀଲ୍ବିଶ ଓ ତାର ଅନୁଚରଗଣ ଶକ୍ତିମାନକୁ ପରାସ୍ତ କରିବା ପାଇଁ ଚେଷ୍ଟା କରିବା ବେଳେ, ଶକ୍ତିମାନ ନ୍ୟାୟ ଓ ତାଙ୍କ ସାଙ୍ଗଙ୍କୁ ରକ୍ଷା କରିବା କଥା ଦେଖାଯାଇଛି ।

ଶକ୍ତି ସମ୍ପାଦନା

ଶକ୍ତିମାନଙ୍କ ଅତିମାନବୀୟ ଶକ୍ତି, ତାଙ୍କ ଶରୀର ମଧ୍ୟରେ ଥିବା କୁଣ୍ଡଳିନୀର ସାତୋଟି ଚକ୍ର ମଧ୍ୟରେ ଥାଏ, ଯାହାକୁ ସେ ପଞ୍ଚମହାଭୁତର ଯୌଗିକ ଶକ୍ତି ତ‌ଥା ଧ୍ୟାନଦ୍ୱାରା ଜାଗ୍ରତ କରାଇପାରିଥିଲେ । ଶକ୍ତିମାନ ଓଁ ପ୍ରତୀକଦ୍ୱାରା ଭଗବାନଙ୍କୁ ପୂଜା କରୁଥିଲେ । ସତ୍ୟ ତାଙ୍କର ମନ୍ତ୍ର ଥିଲା । ସେ ମଧ୍ୟ ନିଜ ଶରୀରକୁ ପାଞ୍ଚୋଟି ଭିନ୍ନ ଭିନ୍ନ ଶରୀରରେ ବିଭକ୍ତ କରିପାରୁଥିଲେ ଯଥା : ଅଗ୍ନି, ବାୟୁ, ଜଳ, ପୃଥିବୀଆକାଶ[୪] ସେ ଜଣେ ଦକ୍ଷ, କୁଶଳୀ ଓ ବୁଦ୍ଧିମାନ ଯୋଦ୍ଧା ଥିଲେ, ଯେ ଅତିକୁଶଳୀ ଶତ୍ରୁଙ୍କ ସହ ଲଢୁଥିଲେ । ତାଙ୍କର ଶାରୀରିକ ଶକ୍ତି ଥିଲା, ଯେପରିକି ଅସୀମ ବେଗ (ପବନର ବେଗ ସହ ସମାନ), ବଳ, ଅଧିକ ସମୟ କାର୍ଯ୍ୟ କରିବାର ଦକ୍ଷତା, ଏବଂ ତା ସହିତ ଅନ୍ୟାନ୍ୟ ବଳ ଯେପରି ମନୋକଥନ, ଶକ୍ତି ପରିବହନ, ଅନ୍ୟକୁ ବଶୀଭୂତ କରିବା, ପ୍ରଭୃତି । ଯଦିଓ ସେ ଭଗବାନ ସମ ଶକ୍ତିର ଅଧିକାରୀ ଥିଲେ, ତାଙ୍କର ଏକମାତ୍ର ଦୁର୍ବଳତା ପାପମଣି ଥିଲା, ଯାହା ଅନ୍ଧକାର ରାଜା କୀଲ୍ବିଶଙ୍କ ପାଖରେ ଥିଲା, ଯାହାକୁ ଶକ୍ତିମାନକୁ ହରାଇବାରେ ଓ ମାରିବାରେ ବ୍ୟବହାର କରାଯାଇପାରେ । ଏହା ତାଙ୍କୁ ଶକ୍ତିହୀନ କରିଦିଏ, କାରଣ ଏହା ପୃଥିବୀର ସମସ୍ତ ପାପରେ ଭରି ରହିଥିଲା ଓ ଏହା ପାପ ଶକ୍ତିର ଉତ୍ସ ଥିଲା । ମାତ୍ର ମଣିକୁ ତାଙ୍କ ଆଗରୁ ନେଇଗଲା ପରେ ସେ ତାଙ୍କର ଶକ୍ତି ଫେରି ପାଉଥିଲେ । ଯଦି ପାପମଣିକୁ ତାଙ୍କ ଆଗରେ ରଖି, ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ କଷ୍ଟ ଦିଆଯାଏ, ସେଥିରେ ତାଙ୍କ ମୃତ୍ୟୁ ମଧ୍ୟ ହୋଇପାରେ । [୫] ଶକ୍ତିମାନଙ୍କ ଶକ୍ତି ଅସୀମ ଥିଲା । ଯାହା ବି ସେ ଭାବନ୍ତି, ସେ ତାକୁ କରିପାରନ୍ତି । ତାଙ୍କ ଶକ୍ତିର ଗୋଟିଏ ମାତ୍ର ସୀମା ଥିଲା, ତାହା ହେଉଛି ନିଜ ଉପରେ ଥିବା ତାଙ୍କ ବିଶ୍ୱାସ ଓ ଶକ୍ତି ଉପରେ ଜ୍ଞାନ । ତାଙ୍କର ଶକ୍ତି ତାଙ୍କ ଚକ୍ରରୁ ଆସେ । (ବିଜ୍ଞପ୍ତି : ଯଦିଓ ବାଇବେଲରେ ତାହାକୁ ଚକ୍ର କୁହାଯାଏ, ଏହି କଥୋପକଥନରେ ତାକୁ ଶକ୍ତି କେନ୍ଦ୍ର ମଧ୍ୟ କୁହାଯିବ ।)

ତାଙ୍କ ଶରୀରକୁ ଶକ୍ତି ଦେଉଥିବା ସାତୋଟି ଚକ୍ର ହେଉଛି :

  1. ଶକ୍ତି ଚକ୍ର: ଏହି ଚକ୍ର ଶକ୍ତିମାନକୁ ଅଧିକ ବଳ ଯୋଗାଏ, ଯାହାଫଳରେ ସେ ଉଡିପାରନ୍ତି, ହାତଦ୍ୱାରା ନିଆଁ ଫିଙ୍ଗିପାରନ୍ତି, ଆଙ୍ଗୁଠି ଅଗରୁ ରଶ୍ମି ବାହାର କରିପାରନ୍ତି, ଥଣ୍ଡା ବାୟୁ ଫୁଙ୍କିପାରନ୍ତି, କିମ୍ବା ସୁରକ୍ଷା ବଳୟ ସୃଷ୍ଟି କରିପାରନ୍ତି, ଯାହାକୁ କେହି ଭେଦି ପାରିବେ ନାହିଁ (ମାତ୍ର ସେ ନିଜର ଇଚ୍ଛା ଶକ୍ତିକୁ ବଜାୟ ରଖିବା ଆବଶ୍ୟକ) । ଶକ୍ତିମାନର ବଳ ତାଙ୍କୁ ଶାରୀରିକ ଭାବେ ଭେଦିବାରେ ଓ ଯେ କୌଣସି ଜିନିଷକୁ ଉଠାଇବା ପାଇଁ ସାହାଯ୍ୟ କରେ ।
  2. ସୃଷ୍ଟି ଚକ୍ର: ଏହି ଚକ୍ର ଶକ୍ତିମାନଙ୍କୁ ପତଳା ବାୟୁ ମଧ୍ୟ ଦେଇ କିଛି ଦେଖିବାର ଶକ୍ତି ଦିଏ । ମାତ୍ର ତାହା ସ୍ଥିର ନୁହେଁ । ଯଦି ଶକ୍ତିମାନଙ୍କ ଧ୍ୟାନ ଭଙ୍ଗ ହୁଏ ବା ଏକାଗ୍ରତା ନଷ୍ଟ ହୁଏ, ତେବେ ତାହା ସମସ୍ୟା ସୃଷ୍ଟି କରେ ।
  3. ଆଷ୍ଟ୍ରାଲ ଚକ୍ର: ଏହି ଚକ୍ର ଶକ୍ତିମାନକୁ ତାର ଆଷ୍ଟ୍ରାଲ ଶରୀର (ନିଜ ଶରୀରର ଏକ ଅର୍ଦ୍ଧସ୍ୱଚ୍ଛ ନକଲ)କୁ ଆୟତ୍ତ କରିବା ପାଇଁ ଶକ୍ତି ଦିଏ, ଯେ କି ଉଡିପାରେ, କାନ୍ଥ ମଧ୍ୟ ଦେଇ ଯାଇପାରେ, ଅନ୍ୟ ଉପରେ ଗୁପ୍ତ ନଜର ରଖେ, ବସ୍ତୁ ମଧ୍ୟ ଦେଇ ଦେଖିପାରେ, ପ୍ରଭୃତି ।
  4. ହୃଦୟ ଚକ୍ର: ଏହି ଚକ୍ର ଶକ୍ତିମାନକୁ ଅନ୍ୟର ଇଚ୍ଛାକୁ ଆୟତ୍ତ କରିବାର ଶକ୍ତି ଦିଏ, ମାତ୍ର କେବଳ ଭଲ ପାଇଁ । ସେ ଲୋକମାନଙ୍କ ଇଚ୍ଛାକୁ ଭଲ କାମ କରିବା ପାଇଁ ବାଧ୍ୟ କରିପାରିବେ, ସେମାନଙ୍କ ରାସ୍ତାରେ ଥିବା ଭୁଲକୁ ଦେଖିପାରିବେ, କିମ୍ବା ସରଳ ଭାବରେ ଜଣଙ୍କଦ୍ୱାରା ନିଜ ପାଇଁ ଭୋଜନ କିଣିପାରିବେ । ଯେତେବେଳେ ଶକ୍ତିମାନଙ୍କୁ କୀଲ୍ବିଶ ଅଧୀନରେ ପାପ କରିବାକୁ ଯାଉଥିବା ଲୋକକୁ ଅଟକାଇବାକୁ ହୁଏ, ସେତେବେଳେ ଏହି ଶକ୍ତି ଅଧିକ ବ୍ୟବହାର ଯୋଗ୍ୟ ହୋଇଥାଏ ।
  5. କମ୍ପନ ଚକ୍ର: ଏହି ଚକ୍ର ଶକ୍ତିମାନକୁ ସମସ୍ତ ପ୍ରକାରର କମ୍ପନ ଯଥା : ଶବ୍ଦ ତରଙ୍ଗ, ଆଲୋକ ତରଙ୍ଗ, ପ୍ରଭୃତିକୁ ଆୟତ୍ତ କରିବାକୁ ଶକ୍ତି ଦିଏ । ସେ ମଧ୍ୟ ଏହାଦ୍ୱାରା ଖୁବ କମ ତରଙ୍ଗାୟିତ ଧ୍ୱନି ଶୁଣିପାରନ୍ତି । ଏହାଦ୍ୱାରା ମଧ୍ୟ ସେ ନିଜର ପରମାଣୁର କମ୍ପନକୁ ବଢାନ୍ତି, ଯାହା ତାଙ୍କୁ ଶୂନ୍ୟତା କିମ୍ବା ସମୟ ମଧ୍ୟରେ ଗତି କରିବାରେ ସାହାଯ୍ୟ କରେ । ବିପଦପୂର୍ଣ୍ଣ ପରିସ୍ଥିତିରୁ ବାହାରିବା ପାଇଁ, କିମ୍ବା ଭୁଲି ଯାଇଥିବା ଦୂରଦର୍ଶନର ନିର୍ଦ୍ଦିଷ୍ଟ ପ୍ରସାରଣ ଦେଖିବା ପାଇଁ ଅତୀତକୁ ଯିବାରେ ଏହା ଅତ୍ୟନ୍ତ ସହାୟକ ହୁଏ ।
  6. ମନୋ ଚକ୍ର: ଏହି ଚକ୍ର ଶକ୍ତିମାନକୁ ତୃତୀୟ ନେତ୍ରର ଶକ୍ତି ଦିଏ, ଯାହାଦ୍ୱାରା ସେ ଅନ୍ୟର ମସ୍ତିଷ୍କ ପଢିପାରନ୍ତି ଏବଂ ପୃଥିବୀର ଯେ କୌଣସି ଦୂରତାରେ ଓ ଜାଗାରେ ଘଟୁଥିବା ଘଟଣା ଦେଖିପାରନ୍ତି । ଏହାଦ୍ୱାରା ମଧ୍ୟ ସେ ଆସୁଥିବା ବିପଦକୁ ଜାଣିପାରନ୍ତି ।

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଅନ୍ଧକାରର ରାଜା କୀଲ୍ବିଶର ସହଜ ଶିକାର ନ ହେବା ପାଇଁ, ଶକ୍ତିମାନ ସମାଜରେ, ପଣ୍ଡିତ ଗଙ୍ଗାଧର ବିଦ୍ୟାଧର ମାୟାଧର ଓଁକାରନାଥ ଶାସ୍ତ୍ରୀ ନାମରେ ଏକ ଭିନ୍ନ ଧରଣର ପରିଚୟ ଆପଣେଇ ନେଇଥିଲେ । ଗଙ୍ଗାଧରର ଚରିତ୍ର ସବୁ ଗୁଣରେ ଶକ୍ତିମାନଠାରୁ ଅଲଗା ଥିଲା, ଉଦାହରଣ ସ୍ୱରୂପ ପୋଷାକ ପରିପାଟୀ, ବୁଦ୍ଧିମତା ପ୍ରଭୃତି, ସେ ମଧ୍ୟ ବିଶୁଦ୍ଧ ହିନ୍ଦୀ କହୁଥିଲେ । ଯେତେବେଳେ ବି ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଦିଆଯାଉଥିଲା, ସେ କହୁଥିଲେ ଯେ ସେ ସେହି କାର୍ଯ୍ୟ ଉପରେ ଏକ ପୁସ୍ତକ ରଚନା କରିଥିଲେ, ଯାହା କେବେ ବି ପ୍ରକାଶିତ ହୋଇନାହିଁ । ସମାଜରେ ସାଧାରଣ ମଣିଷ ଭାବେ ରହିବାଦ୍ୱାରା ସେ ଅପରାଧ ବିଷୟରେ ଜାଣିପାରୁଥିଲେ । ଗୀତା ବିଶ୍ୱାସଙ୍କଦ୍ୱାରା ମୌଖିକ ଭାବେ ପରିକ୍ଷୀତ ହେବା ପରେ, ସେ ଆଜ କି ଆଓ୍ବାଜ ସମ୍ବାଦପତ୍ରରେ ଚିତ୍ରୋତ୍ତଳକ ଭାବେ ନିଯୁକ୍ତ ପାଇଥିଲେ । ଅଳ୍ପ କିଛି ସପ୍ତାହ ପରେ, ସେ ଗୀତାଙ୍କ ସାଥୀରେ ସହ-ସମ୍ବାଦଦାତା ଭାବେ କାର୍ଯ୍ୟ କଲେ । କେତେଗୁଡିଏ ଘଟଣା ଘଟିଲା ପରେ ମଧ୍ୟ ଯେତେବେଳେ ଗଙ୍ଗାଧର ଶକ୍ତିମାନଙ୍କ ଗୋଟିଏ ହେଲେ ବି ଫଟୋ ଉଠାଇ ପାରିଲେନି, ଗୀତା ଶକ୍ତିମାନଙ୍କ ଦ୍ୱୈତ ପରିଚୟ ସମ୍ବନ୍ଧରେ ଜାଣିବାକୁ ପାଇଲେ, ଯାହାକି ପୂର୍ବରୁ କେବଳ ସୂର୍ଯ୍ୟାଂଶୀଙ୍କୁ ଜଣାଥିଲା । ଆଜ କି ଆଓ୍ବାଜ ବନ୍ଦ ହେବା ପରେ, ଗଙ୍ଗାଧର ଏକ କନିଷ୍ଠ ମହାବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଭାବେ ନିଯୁକ୍ତ ପାଇଲେ । ପରେ ସେ ଏକ ଖବର ସଂସ୍ଥା କେ ଆର ଟିଭିରେ ଗୀତାଙ୍କ ସହ କାମ କରିବା ପାଇଁ ମହାବିଦ୍ୟାଳୟର ଚାକିରୀ ଛାଡିଥିଲେ । ଏହାର ପରବର୍ତ୍ତୀ କାହାଣୀ ପୋଗୋଦ୍ୱାରା ସମ୍ପାଦନା ହୋଇଛି ।[୬]

ଚରିତ୍ର ସମ୍ପାଦନା

ମୂଖ୍ୟ ଚରିତ୍ର ସମ୍ପାଦନା

ଗୀତା ବିଶ୍ୱାସ ସମ୍ପାଦନା

ଗୀତା ବିଶ୍ୱାସ (ବୈଷ୍ଣବୀ ମହନ୍ତ, ପୂର୍ବରୁ କୀଟୁ ଗିଡଓ୍ବାନୀ), ଯେ କି ଏହି ଧାରାବାହିକର ମୁଖ୍ୟ ମହିଳା ଚରିତ୍ର, ଆଜ କି ଆଓ୍ବାଜ ସମ୍ବାଦପତ୍ରରେ ଜଣେ ସାହସୀ ସମ୍ବାଦଦାତା ରୂପେ କାର୍ଯ୍ୟ କରୁଥିଲେ । ସେ ସମ୍ବାଦପତ୍ରରେ ଶକ୍ତିମାନ ସମ୍ବନ୍ଧରେ ସମ୍ବାଦ ଦେବାରେ ପ୍ରଥମ ଥିଲେ ଓ ସେହି ଅତିମାନବଙ୍କୁ ଶକ୍ତିମାନ ନାମ ଦେଇଥିଲେ । ଆକସ୍ମିକ ଭାବରେ, ସେ ହିଁ ଏକମାତ୍ର ସମ୍ବାଦଦାତା ହିସାବରେ ଶକ୍ତିମାନଙ୍କ ମୌଖିକ ବାର୍ତ୍ତା ନେଉଥିଲେ, କାରଣ ଗଙ୍ଗାଧର ତାଙ୍କର ସବୁ ଅଭିଯାନରେ ଚିତ୍ରୋତ୍ତଳକ ଭାବେ ସଙ୍ଗତି ପ୍ରଦାନ କରୁଥିଲେ । ଗୀତା ଡଃ ଜୟକାଲଦ୍ୱାରା ରଚିତ ଏକ ଉଡାଜାହଜ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।[୭] ଯେହେତୁ ଶକ୍ତିମାନ ତାଙ୍କୁ ଭଲ ପାଉଥିଲେ ଏବଂ ଗୀତା ମାଧ୍ୟମରେ ସେ ତାଙ୍କର ନିତୀ ଓ ଆଦର୍ଶକୁ ଦିନିଆବାଲାଙ୍କଠାରେ ପ‌ହଞ୍ଚାଇବା ପାଇଁ, ନିଜ ଶକ୍ତିର ବ୍ୟବହାର କରି ସେ ଗୀତାଙ୍କ ଜୀବନ ପୁଣିଥରେ ଫେରାଇ ଆଣିଲେ । ଏହି ପ୍ରକୃତି ବିରୋଧୀ କାମ ପାଇଁ ଶକ୍ତିମାନ ନିଜର ଶକ୍ତି କିଛି ସମୟ ପାଇଁ ହରାଇ ବସିଥିଲେ । ଶକ୍ତିମାନ ନିଜର ଶକ୍ତି ପୁଣିଥରେ ପାଇବା ପରେ ଗୀତା ଏସବୁ ବିଷୟରେ ଜାଣିବାକୁ ପାଇଲେ ଏବଂ ଶକ୍ତିମାନ ପଣ କଲେ ଯେ, ଏଭଳି ଭୁଲ ସେ ଆଉ କେବେ କରିବେ ନାହିଁ । ଏହାକୁ ନିଶ୍ଚିତ କରିବା ପାଇଁ ଗୀତା ଦେଶ ଛାଡିବା ପାଇଁ ନିଷ୍ପତ୍ତି ନେଲେ । ଏହି ଘଟଣାକ୍ରମରେ ସେ ମଧ୍ୟ ଶକ୍ତିମାନଙ୍କ ଦ୍ୱୈତ ପରିଚୟ ସମ୍ବନ୍ଧରେ ତୃତୀୟ ଥର ପାଇଁ ଜାଣିବାକୁ ପାଇଲେ । ମାତ୍ର ପ୍ରଥମ ଦୁଇ ଥର ଭଳି, ଶକ୍ତିମାନ ଗୀତାଙ୍କ ମନରୁ ଏହାକୁ ଲିଭାଇ ଦେଇ ନଥିଲେ, କାରଣ ଗୀତା ଏହାକୁ ଗୁପ୍ତ ରଖିବେ ବୋଲି କଥା ଦେଇଥିଲେ ।[୮]

ଏକ ବର୍ଷ ପରେ, ଆଜ କି ଆଓ୍ବାଜ ବନ୍ଦ ହୋଇଯିବା ପରେ, ଏହାର କର୍ମକର୍ତ୍ତାଗଣ ଗୀତାଙ୍କୁ ଭାରତ ଫେରିଆସି 'ଶକ୍ତିମାନ' ପତ୍ରିକା ପ୍ରକାଶନରେ ସେମାନଙ୍କ ସହ ଯୋଗଦାନ କରିବା ପାଇଁ ପ୍ରବର୍ତ୍ତାଇଲେ । ପରେ ପତ୍ରିକାରେ କାମ କରିବା ସହ ଏକ ସମୟରେ, ସେ ଗଙ୍ଗାଧରଙ୍କ ସହ ଏକାଠି ହୋଇ କେ ଆର ଟିଭି[୯]ରେ ସମ୍ବାଦଦାତା ହିସାବରେ ଯୋଗଦାନ କଲେ ।

 – ଯେତେବେଳେ ସାମ୍ବାଦିକ ଚରିତ୍ର ଗୀତା ବିଶ୍ୱାସ, ପତ୍ରିକାରେ ସ୍ଥାନ ପାଇଲା ନାହିଁ, ପ୍ରଶଂସକମାନେ ବିରୋଧ କରିବା ସହ ତାଙ୍କୁ ପୁନର୍ବାର ଫେରାଇ ଆଣିବା ପାଇଁ ପ୍ରଯୋଜକଙ୍କ ପାଖରେ ଦାବି କଲେ ।[୧୦]

ଖଳ ଚରିତ୍ର ସମ୍ପାଦନା

ମୂଖ୍ୟ ଖଳ ଚରିତ୍ର ସମ୍ପାଦନା

ଅନ୍ଧକାର ରାଜା କୀଲ୍ବିଶ ସମ୍ପାଦନା

ଅନ୍ଧକାରର ରାଜା ତମରାଜ କୀଲ୍ବିଶ ଶକ୍ତିମାନଙ୍କର ମୁଖ୍ୟ ଶତ୍ରୁ । ସେ ଦୀର୍ଘ ୬୦୦୦ ବର୍ଷ ଧରି ବଞ୍ଚିଥିଲେ ଓ ସମସ୍ତ ପାପର ଉତ୍ସ । ସେ ଅନ୍ଧାର, ଘୃଣା ଓ ପାପ ବିସ୍ତାର କରି ସମଗ୍ର ପୃଥିବୀରେ ରାଜତ୍ୱ କରିବାକୁ ଚାହୁଁଥିଲେ । ଏହା କୁହାଯାଉଥିଲା ଯେ, ତାଙ୍କ ଶକ୍ତିର ଉତ୍ସ ଶକ୍ତି ପୁଞ୍ଜର ଅଧା ଭାଗ (ଏହାକୁ ପାପ ପୁଞ୍ଜ ମଧ୍ୟ କୁହାଯାଏ), ଯାହାକୁ ସେ ସୂର୍ଯ୍ୟାଂଶୀଙ୍କ ପ୍ରତିଷ୍ଠାତା ଶ୍ରୀ ସତ୍ୟଙ୍କଠାରୁ ଛଳରେ ଛଡ଼ାଇ ଆଣିଥିଲେ । ମାତ୍ର ଏହା ମଧ୍ୟ କୁହାଯାଏ ଯେ, ପୃଥିବୀର ଲୋକମାନେ କରୁଥିବା ସମସ୍ତ ପାପ ହିଁ ତାଙ୍କ ପାପଶକ୍ତିର ଉତ୍ସ ।[୧୧] ପରେ ଜାଣିବାକୁ ମିଳିଥିଲା ଯେ, କେବଳ ଶ୍ରୀ ସତ୍ୟ ହିଁ ସମର୍ଥ କୀଲ୍ବିଶକୁ ମାରିବାକୁ ଯୋଗ୍ୟ । ଏକ ଦୁଃସାହସିକ ପଦକ୍ଷେପ ପରେ ଶକ୍ତିମାନଙ୍କୁ ଏହା ଜଣେଇ ଦିଆଯାଇଥିଲା ଯେ, ସେ ଶ୍ରୀ ସତ୍ୟଙ୍କ ପୁନଃଜନ୍ମ । ୬୦୦୦ ବର୍ଷ ପୂର୍ବରୁ ମରିବା ଆଗରୁ, ଶ୍ରୀ ସତ୍ୟ ଏକ ଶିଶୁ ଜନ୍ମ ହେବାର ନିର୍ଦ୍ଦିଷ୍ଟ ସ୍ଥାନ ଓ ସମୟ କହିଥିଲେ । କୀଲ୍ବିଶ ମଧ୍ୟ ଏହାକୁ ଜାଣିଥିଲା ଏବଂ ଏହାହିଁ ତାର ଶକ୍ତିମାନକୁ ଡରିବାର କାରଣ ଥିଲା । ସେ ଜାଣିଥିଲା ଯେ, କେବଳ ଶକ୍ତିମାନ ହିଁ ତାକୁ ମାରିବାକୁ ସମର୍ଥ । ସେ ଶକ୍ତିମାନଙ୍କ ମାତା-ପିତା ଓ ତାଙ୍କର ପୋଷ୍ୟ ପିତା ପଣ୍ଡିତ ବିଦ୍ୟାଧର ଶାସ୍ତ୍ରୀଙ୍କୁ ମଧ୍ୟ ମାରିଥିଲା ।[୧୨] ମାତ୍ର ତାର ଓ ତା ଅନୁଚରଙ୍କର ଶକ୍ତିମାନଙ୍କୁ ମାରିବାର କୌଶଳ କିନ୍ତୁ ସବୁବେଳେ ବିଫଳ ହୁଏ । ତାର ଅନୁଚରଙ୍କ ମଧ୍ୟରେ ଥିଲେ : ଇଲେକ୍ଟ୍ରି ମ୍ୟାନ (ଯେ କି ନିଜ ଦେହରୁ ବିଜୁଳି ସୃଷ୍ଟି କରୁଥିଲା), ଷ୍ଟୋନ ମ୍ୟାନ (ଯାହାର ଶରୀର ପଥର ଭଳି), ପ୍ଲାଷ୍ଟିକା (ନିଜ ଶରୀରକୁ ସବୁଆଡେ ଲମ୍ବା କରି ପାରୁଥିଲା), ଡଃ ଜୟକାଲ (ଖଳ ବୈଜ୍ଞାନିକ) ଓ ଅନ୍ୟମାନେ । ଡଃ ଜୟକାଲ କୀଲ୍ବିଶକୁ ବିଭିନ୍ନ ଉପାୟରେ ସାହାଯ୍ୟ କରୁଥିଲା, ଉଦାହରଣ ସ୍ୱରୂପ : ଶକ୍ତିମାନର କ୍ଲୋନ ପ୍ରସ୍ତୁତ କରି, ତାକୁ ଶକ୍ତିମାନର ଶତ୍ରୁ କରିଥିଲା ।[୧୩]

ଦୂରଦର୍ଶନ ଧାରାବାହିକରେ କୀଲ୍ବିଶକୁ ମୁଖ୍ୟତଃ ଅନ୍ଧକାର ରୂପେ ଦେଖାଯାଇଛି, ମାତ୍ର ଏକ ସମୟରେ ସେ ମଧ୍ୟ ଏକ ମଣିଷ ଥିଲା, ଯେ କି ପରବର୍ତ୍ତୀ ସମୟରେ ଶକ୍ତିଶାଳୀ ହୋଇ ପାପ କରିବାକୁ ଲାଗିଲା । ଗୁରୁ ସର୍ବଜ୍ଞଙ୍କ ଆଶ୍ରମରେ ସେ ମଧ୍ୟ ଶ୍ରୀ ସତ୍ୟଙ୍କ ସ‌ହ ମିଶି ଶିକ୍ଷାଗ୍ରହଣ କରୁଥିଲା । ସେଠାରେ ସେ ଛଳରେ ଗୁରୁ ସର୍ବଜ୍ଞଙ୍କ ଶରୀରରେ ତା'ର ଆତ୍ମାକୁ ପ୍ରବେଶ କରାଇ ନିଜ ଶରୀରକୁ ନଷ୍ଟ କରିଦେଇଥିଲା । ଏହା ପରେ ସେ ଗୁରୁ ସର୍ବଜ୍ଞଙ୍କ ଶରୀରରେ ଆସି ଶକ୍ତିପୁଞ୍ଜକୁ ଚୋରାଇ ନେଇଯାଉଥିବା ବେଳେ ଶ୍ରୀ ସତ୍ୟଙ୍କ ସ‌ହ ଯୁଦ୍ଧ ହୋଇଥିଲା ଏବଂ ସେହି ଯୁଦ୍ଧ ସମୟରେ ଶକ୍ତିପୁଞ୍ଜ ଦୁଇ ଭାଗ ହୋଇଯାଇଥିଲା ଏବଂ ଅଧା ଭାଗକୁ ନେଇ ସେ ପାପ‌ପୁଞ୍ଜରେ ପରିଣତ କରିଦେଇଥିଲା । ଅମର ହେବାକୁ ଚେଷ୍ଟାକରି, ସେ ଗୁରୁ ସର୍ବଜ୍ଞଙ୍କ ମରଣଶୀଳ ଶରୀରକୁ ମଧ୍ୟ ତ୍ୟାଗ କରି ଭିନ୍ନ ଶରୀର ନେଇଥିଲେ, ଯାହାକୁ ମରାଯାଇ ପାରିବ ନାହିଁ । ମାତ୍ର ପୃଥିବୀର ସମସ୍ତ ପାପ ନଷ୍ଟ ହେଲେ, ଏହି ଶରୀର ନଷ୍ଟ ହେବ । କୀଲ୍ବିଶର ମୁଖ୍ୟ ବାର୍ତ୍ତା ଥିଲା, ଅନ୍ଧେରା କାୟାମ୍ ରହେ (ଅନ୍ଧକାର ଅକ୍ଷୁର୍ଣ୍ଣ ରହୁ) । ଏହା ତାର ଅନୁଚରଙ୍କର ମଧ୍ୟ ମନ୍ତ୍ର ଥିଲା ।[୧୪]


ଧାରାବାହିକର ଅଗ୍ରଗତି ସହ କୀଲ୍ବିଶ ଚରିତ୍ର ଜଡ଼ିତ ରହୁଥିଲା । ଆରମ୍ଭରୁ ତାର ମୁହଁ ଦେଖା ଯାଉ ନ ଥିଲା । ତା'ର ସ୍ୱର ମଧ୍ୟ ଶେଷ ବେଳକୁ ସମ୍ପୂର୍ଣ୍ଣ୍ଣ ଭିନ୍ନ ଥିଲା । ପ୍ରଥମରୁ ଏହି ଚରିତ୍ର ସୁରେନ୍ଦ୍ର ପାଲଙ୍କଦ୍ୱାରା ଅଭିନୀତ ଥିଲା, ପରେ ସେ ଭିନ୍ନ ଏକ ଶରୀର ଧାରଣ କରିବା ପରେ ତା'ର ମୁହଁକୁ କୋକିଶିଆଳି ଭଳି କରାଗଲା ।[୧୫][୧୬]

ଡଃ ଜୟକାଲ ସମ୍ପାଦନା

ଡଃ ଜୟକାଲ ହେଉଛି ଏକ ଖଳ ବୈଜ୍ଞାନିକ, ଯେ କୀଲ୍ବିଶ ପାଇଁ କାମ କରୁଥିଲା । ପ୍ରଥମରୁ ତାର ଉଦ୍ଦେଶ୍ୟ ପାପ କରିବା ନଥିଲା, ମାତ୍ର ଗବେଷଣା କରିବା ପାଇଁ ଯେତେବେଳେ ତାଙ୍କୁ ଆର୍ଥିକ ସାହାଯ୍ୟ ଦିଆଯିବା ପାଇଁ ମନା କରାଗଲା, ସେତେବେଳେ କୀଲ୍ବିଶ ତାକୁ ପ୍ରୟୋଗଶାଳା ଓ ଆର୍ଥିକ ସାହାଯ୍ୟ ଯୋଗାଇଦେଲା । ଯାହାଫଳରେ ସେ କୀଲ୍ବିଶର ସମର୍ଥନରେ ଏକ ଖଳ ବୈଜ୍ଞାନିକ ପାଲଟିଗଲା ।[୧୭] ଯଦିଓ ସେ ସମସ୍ତ କ୍ଷେତ୍ରରେ ଏକ ମେଧାବୀ ବୈଜ୍ଞାନିକ ଥିଲା, ତେବେ କ୍ଲୋନିଂ ଓ ବିଭିନ୍ନ ଶକ୍ତି କିରଣରେ ତାର ସ୍ୱତନ୍ତ୍ରତା ଥିଲା । କଙ୍କଡା (କଙ୍କଡା ଓ ମଣିଷର ମିଶ୍ରଣ ତିଆରି ହୋଇଥିବା କ୍ଲୋନ), ଜୋଙ୍କଜୋକା (ଜୋକକୁ ବ୍ୟବହାର କରି ହୋଇଥିବା କ୍ଲୋନ), ପ୍ଲାଷ୍ଟିକା, ଶକ୍ତିମାନର ଖଳ କ୍ଲୋନ, ଆଲୋକ ମଣିଷ, ୩ଡି ପ୍ରତିବିମ୍ବ, ଅତିମାନବୀ ସୁନନ୍ଦା ଓ ଅନ୍ୟମାନଙ୍କୁ ଶକ୍ତିମାନଙ୍କ ବିପକ୍ଷରେ ସେ ସୃଷ୍ଟି କରିଥିଲା । ସେ ମଧ୍ୟ ଉଚ୍ଚତା ନିୟନ୍ତ୍ରକ ଦ୍ରବ୍ୟ ଓ କାଳ୍ପନିକ ବିଦ୍ୟୁତ ତରଙ୍ଗ ସୃଷ୍ଟି କରିଥିଲା ।[୧୮][୧୯][୨୦][୨୧][୨୨][୨୩][୨୪]

ଡଃ ଜୟକାଲ ବାରମ୍ବାର ଶକ୍ତିମାନଦ୍ୱାରା ବନ୍ଦି ହୋଇ ଜେଲରେ ରହୁଥିଲା ଏବଂ ଅତି ଚତୁରତାର ସ‌ହ ସେ ସେଠାରୁ ଖସି ପଳାଇ ଯାଉଥିଲା । ଶେଷରେ ସେ ଶକ୍ତିମାନଙ୍କଦ୍ୱାରା ବନ୍ଦୀ ହୋଇ ବରଫ ଅବସ୍ଥାରେ ଅନ୍ତରୀକ୍ଷରେ ଥିବା ଏକ ବନ୍ଦୀଶାଳାରେ ବନ୍ଦୀ କରି ରଖାଇଦେଇଥିଲେ ।

ସାହାବ ସମ୍ପାଦନା

ସାହାବ ଏକ ଅପରାଧୀ ଓ ନିଶା କାରବାରର ବ୍ୟବଶାୟୀ ଥିଲା । ଶକ୍ତିମାନ ଭଳି ତାର ମଧ୍ୟ ଦ୍ୱୈତ ପରିଚୟ ଥିଲା । ତାର ଅନ୍ୟ ରୂପଟି ଥିଲା ଆଇନକୁ ମାନୁଥିବା ଜଣେ ଶିଳ୍ପପତି ଓ ମେୟର, ଯେ କୁମାର ରଞ୍ଜନ ନାମରେ ପରିଚିତ ଥିଲେ । ଅନ୍ଧକାର ରାଜା କୀଲ୍ବିଶ (ପରେ ଡଃ ଜୟକାଲ) ଛଡା ଏହି ଦ୍ୱୈତ ପରିଚୟ ସମ୍ବନ୍ଧରେ ଆଉ କେହି ଜାଣିନଥିଲେ, ଯାହା ତାର ମୁଖ୍ୟ ଶକ୍ତି ଥିଲା । ନିଜର ଅପରାଧ ବୁଦ୍ଧିରେ, ସାହାବ ସବୁବେଳେ ଶକ୍ତିମାନକୁ ଅସୁବିଧାରେ ପକାଇବା ପାଇଁ ଓ ବଦନାମ କରିବା ସହ ଶକ୍ତିମାନର ଅସଲ ପରିଚୟ ଜାଣିବା ପାଇଁ ଚେଷ୍ଟା କରୁଥିଲା ।[୨୫]

ଅନ୍ୟାନ୍ୟ ଖଳ ଚରିତ୍ର ସମ୍ପାଦନା

ସକାଲା ସମ୍ପାଦନା

ସକାଲା ହେଉଛି ଏକ ବିଲେଇ ଝିଅ, ଯେ ଶକ୍ତିମାନକୁ ମାରିବାକୁ ଚାହିଁଥିଲା । ସେ ପ୍ରଥମେ ଭାଗ ୧୨୫ରେ ଦେଖା ଦେଇଥିଲା, ଯେଉଁଥିରେ ସେ ଗୀତାଙ୍କୁ ଆଘାତ ପହଁଞ୍ଚାଇବାକୁ ଚେଷ୍ଟା କରୁଥିଲା । ସେ ଅନ୍ଧକାର ରାଜା କୀଲ୍ବିଶର ଅନୁଚର ଥିଲା । ତାର ସାଲ୍ୟା ନାମରେ ଏକ ଭଉଣୀ ଥିଲା । ସେ ଯେତେବେଳେ ଦେଖିଲା ଏକ ବିଲେଇ ଶକ୍ତିମାନଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଛି, ସେହି ବିଲେଇକୁ ସେ ମାରିଦେଲା । ମାତ୍ର ପରେ ଜାଣିପାରିଲା ଯେ, ସେହି ବିଲେଇ ହେଉଛି ତାର ଭଉଣୀ ।[୨୬]

କପାଲା ସମ୍ପାଦନା

ତା ଛାତିରେ ଧାତୁର ଏକ ପାତ ଥିଲା, ଯାହାଦ୍ୱାରା ସେ ବୈଦ୍ୟୁତିକ ତରଙ୍ଗ ସହ ପାପର କିରଣ ପ୍ରୟୋଗ କରି ପାରୁଥିଲା । ସେ ମଧ୍ୟ ଶକ୍ତିମାନ ସହ ଯୁଦ୍ଧ କଲାବେଳେ ବାରମ୍ବାର ପରିହାସ କରୁଥିଲା । ତାର ବେଶ ପୋଷାକ ଏକ ତାନ୍ତ୍ରିକ ଭଳି ଥିଲା । ଏକ ଭାଗରେ ଶକ୍ତିମାନ ତାକୁ ପଥର ଆକୃତିର କରିଦେଇଥିଲେ । ମାତ୍ର ଦେଖାଗଲା ଯେ ପରେ ସେ ତାର ଜୀବନ ଫେରି ପାଇଲା । ଏହି ଚରିତ୍ର ଫକୀରାଙ୍କଦ୍ୱାରା ଅଭିନୟ କରାଯାଇଥିଲା ।[୨୭][୨୮]

ତିମିରା ସମ୍ପାଦନା

ସେ ଆଉ ଏକ ଯାଦୁକାରୀଣି ଥିଲା, ଯାହାକୁ ଶକ୍ତିମାନଙ୍କୁ ମାରିବାକୁ ପଠାଯାଇଥିଲା । ପିଲାବେଳେ ତାକୁ ଥରେ ଏହି କାମ ପାଇଁ ପଠାଯାଇଥିଲା, ମାତ୍ର ସେ ବିଫଳ ହୋଇଥିଲା । ଏଥିପାଇଁ କୀଲ୍ବିଶ ତାକୁ ବହୁତ ଦିନ ପର୍ଯ୍ୟନ୍ତ ନିଆଁରେ ନିର୍ଯାତନା ଦେଉଥିଲା । ପରେ କୀଲ୍ବିଶ ତାକୁ ଶକ୍ତିମାନଙ୍କୁ ମାରିବା ପାଇଁ, ଧମକ ସହ ଆଙ ଏକ ସୁଯୋଗ ଦେଇଥିଲା । ମାତ୍ର ତିମିରା ଉଭୟ କୀଲ୍ବିଶ ଓ ଶକ୍ତିମାନଙ୍କୁ ମାରିବା ପାଇଁ ଯୋଜନା କରିଥିଲା । ସେ ଯେତେବେଳେ କୌଣସି ମଣିଷର ରକ୍ତ ପିଉଥିଲା, ସେ ଯୁବତୀ ହୋଇ ଯାଉଥିଲା । ଶେଷର ତାର ଅନୁଚିତ ବ୍ୟବହାର ପାଇଁ କୀଲ୍ବିଶ ତାକୁ ମାରିଦେଇଥିଲା ।[୨୯]

ମାତଣ୍ଡିକା ସମ୍ପାଦନା

ସେ କୀଲ୍ବିଶର ଏକ ଆସୁରିକ ସୃଷ୍ଟି ଥିଲା । ସେ ରାସ୍ତାରେ ଯାହାକୁ ଦେଖେ, ତାର ଆତ୍ମା ନେଇ ନିର୍ମମ ଭାବେ ହତ୍ଯା କରେ । ସେ ଅଧିକ ଶକ୍ତିଶାଳୀ ହେବା ଉଦ୍ଦେଶ୍ୟରେ କୀଲ୍ବିଶକୁ ଅନୁରୋଧ କରିଥିଲା । କୀଲ୍ବିଶ ତାକୁ ଉତ୍ତର ଦେଇଥିଲା ଯେ ଯଦି ସେ ଶକ୍ତିମାନଙ୍କୁ ମାରିପାରିବ, ତେବେ ତାର ଇଚ୍ଛା ପୂରଣ ହେବ । ସେ ପ୍ରାୟତଃ ତିମିରା ଭଳି ଦେଖାଯାଉଥିଲା ଓ ନାଲି ପୋଷାକ ପିନ୍ଧୁଥିଲା । ତିମିରାର ପୃଷ୍ଠଭୂମିର ଧ୍ୱନି ମଧ୍ୟ ତିମିରାର ଥିଲା ।[୩୦]

କକୋଦର ସମ୍ପାଦନା

ଏହା ଏକ ବିପଦପୂର୍ଣ୍ଣ ଅସୁର, ଯେ ହଜାର ହଜାର ବର୍ଷ ପୂର୍ବରୁ ମୂର୍ତ୍ତିରେ ବଦଳି ଯାଇଥିଲା । ସେ ଅଭିଶାପ ପାଇଥିଲା ଯେ ଯଦି କୌଣସି ଭଲ ଲୋକ ତାର ବେକରେ ଥିବା ସୂତା ଛିଣ୍ଡାଇ ଦବ, ତେବେ ସେ ତା ଜୀବନ ଫେରିପାଇବ । ବହୁ ବର୍ଷ ପରେ ମେୟର ଜେଜେ (ଜୟ କୁମାର ଜନାର୍ଦନ) ଭୁଲବଶତଃ ସେହି ସୂତାକୁ ଛିଣ୍ଡାଇ ଦେଇ କକୋଦରକୁ ମୁକ୍ତ କରିଥିଲେ । ମୁକ୍ତ କରିସାରିବା ପରେ ମେୟର ଜେଜେ ମରି ଯାଇଥିଲେ ଓ କକୋଦର ତାଙ୍କ ଶରୀରରେ ପୃଥିବୀରେ ପାପ ବଢ଼ାଇବାର ଲକ୍ଷ୍ୟ ନେଇ ପ୍ରବେଶ କରିଥିଲା । ସେ ଶକ୍ତିମାନଙ୍କୁ ମାରିବା ପାଇଁ ବହୁତ ଚେଷ୍ଟା କରିଥିଲା, ମାତ୍ର ସବୁବେଳେ ବିଫଳ ହୋଇଥିଲା ।ତା ପାଖରେ ବହୁତ କଡା ବିଷ ଥିଲା, ଯାହା ଅନ୍ୟମାନଙ୍କୁ ଖୁବ ସହଜରେ ମାରି ପାରୁଥିଲା, ମାତ୍ର ଶକ୍ତିମାନଙ୍କ ଉପରେ ତାର କିଛି ପ୍ରଭାବ ନଥିଲା । ପରେ ଶକ୍ତିମାନ ଓ କକୋଦର ମଧ୍ୟରେ ଖୁବ ଲଢେଇ ଲାଗିଥିଲା, ଯେଉଁଥିରେ ଶକ୍ତିମାନ କକୋଦରକୁ ପୁଣିଥରେ ମୂର୍ତ୍ତି କରିଦେଲେ ।

ଟୟ ମ୍ୟାନ ସମ୍ପାଦନା

ଟୟ ମ୍ୟାନ ବା ଖେଳନା ମଣିଷରେ ବ୍ରିଜ ମୋହନ ପାଣ୍ଡେ ଅଭିନୟ କରୁଥିଲେ । ସେ ଜଣେ ମାନସିକ ରୋଗୀ ଥିଲେ, ଯେ ନିଜ ପ୍ରେମିକା ସାଇଲାଙ୍କୁ ମାରି ଦେଇଥିଲା । କାରଣ ସାଇଲା ତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ । ଅଧିକ ଲାଭ ପାଇବା ପାଇଁ ସେ ଖେଳନାରେ କମ ମୂଲ୍ୟର ରଙ୍ଗ ମିଶାଉଥିଲେ, ଯାହାଫଳରେ ବହୁତ ପିଲା ମୃତ୍ୟୁ ବରଣ କରିଥିଲେ । ସାଇଲାଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଜେଲଦଣ୍ଡ ହୋଇଥିଲା ଏବଂ ଜେଲରୁ ମୁକ୍ତ ହେବା ପରେ ସେ ସାଇଲାଙ୍କୁ ହତ୍ୟା କରିଥିଲା । ପରେ ଶକ୍ତିମାନଙ୍କୁ ମାରିବା ପାଇଁ ସେ ବହୁତ ହତ୍ୟାକାରୀ ଅସ୍ତ୍ରଶସ୍ତ୍ର ତିଆରି କରିଥିଲା ।[୩୧]

କାଲୁଶା ସମ୍ପାଦନା

ସେ ଜଣେ ଖଳ ମହିଳା ଥିଲା, ଯେ କୀଲ୍ବିଶର ପ୍ରତିନିଧି ହିସାବରେ ନିଜର କଳା ଦୁନିଆ ଚଲାଇ ଆସୁଥିଲା । ସେ ଏତେ ନିର୍ଦ୍ଦୟୀ ଥିଲା ଯେ, କାମ କରିପାରୁ ନଥିବା ନିଜର ଚାକରମାନଙ୍କୁ ସେ ମାରିଦେଉଥିଲା । ସେ ରହସ୍ୟମୟୀ ସ୍ଥାନ କାଲାଦୁଙ୍ଗା ଜଙ୍ଗଲକୁ ନିଜର ଆଡ୍ଡା ସ୍ଥଳୀ କରିଥିଲା, ଯେଉଁଠାକୁ କେହି ମଧ୍ୟ ଯାଇ ପାରୁ ନଥିଲେ । ଥରେ ସେ ଶକ୍ତିମାନ ବାପା ମେଜର ରଣଜିତ ସିଂଙ୍କ ଉପରେ ଆକ୍ରମଣ କରିଥିଲା, ଯେ କାଲାଦୁଙ୍ଗାର ରହସ୍ୟ ଜାଣିବାକୁ ଚେଷ୍ଟା କରୁଥିଲେ ।ପରେ ଶକ୍ତିମାନ ତାର ସାମ୍ରାଜ୍ୟ ନଷ୍ଟ କରିଥିଲେ ଓ ତାକୁ ନିଜକୁ ରକ୍ଷା କରିବାକୁ କୌଣସି ସୁଯୋଗ ଦେଇନଥିଲେ ।[୩୨]

ମହାରାଣୀ ମୟାଦ୍ରୀ ସମ୍ପାଦନା

ଏହି ଚରିତ୍ରଟି ଅଭିନେତ୍ରୀ ସୁନୀଲା କରମ୍ବେକାରଙ୍କଦ୍ୱାରା ଏକ ଖଳନାୟିକା ଭୂମିକାରେ ଅଭିନୀତ ହୋଇଥିଲା । ଯେତେବେଳେ ଶକ୍ତିମାନ, ଦ୍ୱିଜ ଓ ଗୀତା ଚକ୍ର ପାଇବା ପାଇଁ, ସମୟ ଶତକରେ ବୁଲୁଥିଲେ, ସେତେବେଳେ ସେ ଏହି ଧାରାବାହିକରେ ଦେଖା ଦେଇଥିଲା । ମାତ୍ର ମହାରାଣୀ ସେମାନଙ୍କୁ ବନ୍ଦୀ କରିବାରୁ ସେମାନେ ଚକ୍ର ପାଇବାରେ ବିଫଳ ହୋଇଥିଲେ । ସେ ଶକ୍ତିମାନଙ୍କୁ ମହାଗୁରୁ ସତ୍ୟ ଭାବିଥିଲା, ଯେ ଦିନେ ରାଜା ଥିଲେ, ମାତ୍ର ଜଙ୍ଗଲକୁ ଭଲ ପାଉଥିବାରୁ ପୁଜାରୀ ହୋଇଯାଇଥିଲେ । ତାଙ୍କ ଯୁଦ୍ଧ କୌଶଳରୃ ପ୍ରଭାବିତ ହୋଇ ମହାରାଣୀ ତାଙ୍କୁ ପ୍ରେମ ନିବେଦନ କରିଥିଲା, ମାତ୍ର ଶ୍ରୀ ସତ୍ୟ ତାହାକୁ ସ୍ୱୀକାର କରିନଥିଲେ। ଏଥିପାଇଁ ମହାରାଣୀ ରାଗି ଯାଇଥିଲା ଓ ନିଜର ରାଜ୍ୟ କରି ସେଠାରେ ରାଣୀର ଶାସନ ଚଲାଇଥିଲା । ତାର ମଧ୍ୟ ବହୁତ ଯାଦୁକରୀ ଶକ୍ତି ଥିଲା, ଯାହା ଫଳରେ ତାକୁ କେହି ମାରିପାରିବେ ନାହିଁ । ପରେ ସେ ଏହି ଘଟଣାକୁ ଶକ୍ତିମାନକୁ କହିଥିଲା ଓ ଏହା ମଧ୍ୟ ଜଣାଇଥିଲା ଯେ ତାକୁ କେହି ମାରିପାରିବେ ନାହିଁ । ଏକ ଅଜଣା ଜାଗାରୁ ଯେତେବେଳେ ମହାରାଣୀ ଗୀତା ଓ ଦ୍ୱିଜଙ୍କୁ ଚୋରାଇଥିଲା, ତାହା ସହିତ ସେ ସମୟ ଯାନ ମଧ୍ୟ ନେଇଥିଲା, ଶକ୍ତିମାନ ତାହାକୁ ତାଙ୍କୁ ଫେରାଇ ଦେବାକୁ କହିଥିଲେ । ଶକ୍ତିମାନ ଦୁଇ ବନ୍ଦୀଙ୍କର ମୁକ୍ତି ଚାହିଁଥିଲେ, ଓ ନିଜ ଭଲ ପାଇବା ପାଇଁ ମହାରାଣୀ ମୁକ୍ତି ଦେଇଥିଲା ମଧ୍ୟ । ପରେ ମହାରାଣୀ ଗୀତାଙ୍କୁ ମାରିଦେବା ପାଇଁ ନିଜର ଯାଦୁକରୀ ରଶ୍ମି ପ୍ରୟୋଗ କରିଥିଲା ।[୩୩]

କଷ୍ଟକ ସମ୍ପାଦନା

ଭୂମି ଖନନ ସମୟରେ, ଏକ କଫିନ ବାହାରିଲା ଏବଂ କଷ୍ଟକ ତା ମଧ୍ୟରେ ଥିଲା । ସେ ସମଗ୍ର ପୃଥିବୀକୁ ଅଧୀନସ୍ଥ କରିବାକୁ ଚାହିଁଥିଲା । ଗୀତା ବିଶ୍ୱାସର ପୂର୍ବଜନ୍ମ ଓଁ ଲତା ନାମକ ଜଣେ ଜଣେ ଭିକ୍ଷୁକର ଅଭିଶାପରେ ମୂର୍ତ୍ତି ହୋଇଯାଇଥିଲେ । ଏହି ମୂର୍ତ୍ତିରେ କଷ୍ଟକର ଖଣ୍ଡା ଧରାଇଦେବା ପରେ ସେ ପୁନଃ ଜିବୀତ ହୋଇଯାଇଥିଲା । ପୁଣି ଥରେ ସେ ପୃଥିବୀକୁ ତା'ର ଅଧିନରେ କରିବାକୁ ଚାହିଁଲା ମାତ୍ର ଶକ୍ତିମାନ ତାକୁ ପରାସ୍ତ କରିଥିଲେ ।[୩୪]

ଖଲି-ବଲି ସମ୍ପାଦନା

ଦୁଇ ଜଣ , ନାଲି ଓ ସବୁଜ ରଙ୍ଗର ଖଳ ସୃଷ୍ଟି । ସେମାନେ ପିଲାଙ୍କ ଭଳି କୌଣସି କାରଣ ବିନା ଝଗଡା ଲାଗୁଥିଲେ । ସେମାନେ ମଣିଷ ଖାଉଥିଲେ, ଏବଂ ଯେତେବେଳେ ଅଲଗା ହେଉଥିଲେ କିଛି ବି ନଥିଲେ, ମାତ୍ର ଏକାଠି ହୋଇଗଲେ ସେମାନେ ଏକ ବଡ଼ ରୂପ ଧାରଣ କରୁଥିଲେ, ଯାହାକୁ କେହି ହରାଇ ପାରୁନଥିଲେ ।

ନତାଶା ସମ୍ପାଦନା

ସେ (ସୁନୀଲା) ମଧ୍ୟ କୀଲ୍ବିଶଦ୍ୱାରା ପଠାଯାଇଥିବା ଏକ ଖଳ ମହିଳା ଥିଲା ଏବଂ ଜେ ଜେ (କୋଦର) ଓ ମାଥୁର (ଦୀପକ ଭାଟିଆ)ର ସାଥୀ ଥିଲା । ସେ ତାର ଶରୀରକୁ ଭିନ୍ନ ଭିନ୍ନ ଆକୃତି ଦେଇ ପାରୁଥିଲା । ସେ ଏକ ସିବିଆଇ ଅଧିକାରୀଙ୍କୁ ମାରି, ତାଙ୍କର ରୂପ ନେଇ ଗଙ୍ଗାଧର ଓ ଗୀତାଙ୍କୁ ପଚରା ଉଚରା କରିଥିଲା । ପରେ ଶକ୍ତିମାନ କକୋଦରକୁ।ହରାଇବା ଫଳରେ ତାର ଶକ୍ତି ନଷ୍ଟ ହୋଇ ଯାଇଥିଲା । ନିଜର ଶକ୍ତି ଫେରିପାଇବା ପାଇଁ ନିଜ ସାଥୀମାନଙ୍କ ସହ ମିଶି, 'ଇନଭିଜିବଲ ମ୍ୟାନ' (ଅଦୃଶ୍ୟ ମାନବ)ର ସୂତ୍ର ହାସଲ କରିବା ଉଦ୍ଦେଶ୍ୟରେ ସେ ଏକ ବୈଜ୍ଞାନିକଙ୍କ ପୁଅକୁ ଅପହରଣ କରିଥିଲା ।[୩୫]

ବେହରୂପୀୟା ସମ୍ପାଦନା

ସେ ବହୁରୂପୀ ଏଣ୍ଡୁଅ ଭଳି ନିଜର ରୂପ ବଦଳାଇ ପାରୁଥିଲା (ଯେପରି 'ସ୍ପାଇଡର ମ୍ୟାନର ଖଳନାୟକ) । ସେ ଶକ୍ତିମାନଙ୍କୁ ବଦନାମ କରିବା ପାଇଁ, ସେ ଥରେ ଶକ୍ତିମାନଙ୍କ ରୂପ ନେଇ ମିଥ୍ୟା ଯୁଦ୍ଧ ରଚନା କରିଥିଲା । ପରେ ସେ ଗୀତାଙ୍କ ରୂପ ନେଇ ମିଥ୍ୟା ସାକ୍ଷାତକାର ମଧ୍ୟ ନେଇଥିଲା । ମାତ୍ର ଶକ୍ତିମାନ ତାର ଅସଲ ରୂପ ସମସ୍ତଙ୍କୁ ଦେଖାଇ ଦେଇଥିଲେ । ତାର ବିଫଳତା ପାଇଁ ଡଃ ଜୟକାଲ ରାଗିଯାଇ ତାକୁ ମୃତ୍ୟୁଦଣ୍ଡ ଦେଇଥିଲା ।[୩୬]

ସୁନନ୍ଦା ସମ୍ପାଦନା

ସେ ଆକାଂକ୍ଷା ଭଳି ଭିନ୍ନ ଶକ୍ତିର ଅଧିକାରୀଣି ଥିଲା । ସେ ଯେ କୌଣସି ବୈଦ୍ୟୁତିକ ତରଙ୍ଗକୁ ଛୁଇଁ ତାକୁ ନିଜର ଶକ୍ତି କରି ପାରୁଥିଲା । ତାର ପଡୋଶୀମାନେ ତାକୁ ଡାହାଣୀ ଭାବି ମାରିବାକୁ ଚାହୁଁଥିଲେ । ତାକୁ ସୂର୍ଯ୍ୟାଂଶୀ ସମୁଦାୟ ବଞ୍ଚାଇଥିଲେ, ଯେଉଁମାନେ ତାକୁ ରକ୍ଷା କରିବାକୁ ଚାହୁଁଥିଲେ । ମାତ୍ର ଡଃ ଜୟକାଲ ତାକୁ ଅପହରଣ କରିଥିଲା । ସେ ତାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କହିଲା, ଯାହାଦ୍ୱାରା ସୁନନ୍ଦା ସମାଜ ଉପରେ ପ୍ରତିଶୋଧ ନେଇପାରିବ । ଜୟକାଲ ତାକୁ ଏକ ଅତିମାନବୀରେ ପରିଣତ କଲା ଓ 'ବେହରୂପୀୟା' ସହ ଶକ୍ତିମାନଙ୍କୁ ବଦନାମ କରିବା ପାଇଁ ନିୟୋଜନ କଲା । ମାତ୍ର ପରେ କୀଲ୍ବିଶ ଓ ଜୟକାଲର ଅସଲ ରୂପ ଜାଣିବା ପରେ ସେ ପଶ୍ଚାତ୍ତାପ କଲା ଓ ଆତ୍ମସମର୍ପଣ କଲା ।[୩୭]

କୀଟାଣୁ ମ୍ୟାନ ସମ୍ପାଦନା

କୀଟାଣୁ ମ୍ୟାନ ଏକ ବିପଦପୂର୍ଣ୍ଣ ସବୁଜ ରଙ୍ଗର ସୃଷ୍ଟି ଥିଲା, ଯେ କି ସମ୍ପୂର୍ଣ୍ଣ୍ଣ ଭାବେ ଅଣୁଜୀବଙ୍କଦ୍ୱାରା ତିଆରି ହୋଇଥିଲା ଓ କୀଲ୍ବିଶର ଅନୁଚର ଥିଲା । ହଜାର ବର୍ଷ ପୂର୍ବରୁ ଶ୍ରୀ ସତ୍ୟ ତାକୁ ଏକ ମୂର୍ତ୍ତିରେ ବଦଳେଇ ଦେଇଥିଲେ । ପରେ ସେ ମୁକ୍ତ ହୋଇ ଚାରିଆଡେ ଜୀବାଣୁ ଖେଳାଇବାକୁ ଲାଗିଲା, ଯାହାଫଳରେ ପିଲାମାନେ ସବୁ ବୁଢ଼ା ହେବାକୁ ଲାଗିଲେ । କୀଟାଣୁ ମ୍ୟାନ ବହୁତ ଭୟଙ୍କର ସୃଷ୍ଟି ଥିଲା, ଯାହାକୁ ହରାଇବା ଶକ୍ତିମାନ ପକ୍ଷେ ସହଜ ନ ଥିଲା । ତାକୁ ହରାଇବା ପାଇଁ ଶକ୍ତିମାନଙ୍କୁ ବେଶ କିଛି ସମୟ ଲାଗିଥିଲା । ଶକ୍ତିମାନ ତାକୁ ନିଜର ଜୀବାଣୁଦ୍ୱାରା ମାରିଥିଲେ । ପରେ ସେ ତାକୁ ଶୂନ୍ୟରେ ଜଳାଇ ଦେଇଥିଲେ । ତଥାପି ଶକ୍ତିମାନଙ୍କ ଅଜଣତାରେ ସେହି କୀଟାଣୁ ସମ୍ପୂର୍ଣ୍ଣ୍ଣ ଭାବେ ନଷ୍ଟ ନ ହୋଇ ଶୂନ୍ୟରେ କିଛି ରହି ଯାଇଥିଲା । ପରେ ଏକ ଶୂନ୍ୟ ରକ୍ଷିକା 'ସିନା' ପୃଥିବୀ ଆଡ଼କୁ ଆସୁଥିବା ବେଳେ ତାକୁ ନେଇଯାଇ ପ୍ରତିରୋଧକ ଡବାରେ ରଖିଥିଲେ । ପରେ ଆଉ ଜଣେ ଶୂନ୍ୟ ରକ୍ଷକ ଶ୍ରୀ ସୁବାକରଙ୍କ ସହ ମିଶି ସେ ତାକୁ ନଷ୍ଟ କରିବାକୁ ଚେଷ୍ଟା କଲାବେଳେ, ଡଃ ଜୟକାଲ ସେମାନଙ୍କୁ ଆଘାତ କରି କୀଟାଣୁକୁ ନେଇ ଯାଇଥିଲା । ଜୟକାଲ କୀଟାଣୁ ମ୍ୟାନକୁ ପୁଣିଥରେ ଜୀବନ ଦେଇଥିଲା, ମାତ୍ର ପରେ ଶକ୍ତିମାନ କୀଟାଣୁ ମ୍ୟାନ, ଜୟକାଲ ଓ ତାର ସହକାରୀ ନାଦିଆକୁ ଶୂନ୍ୟର ଅନ୍ୟ ତିନି ଜଣ କୁଖ୍ୟାତ ଅପରାଧୀଙ୍କ ସହ ବନ୍ଦୀ କରି ଅନ୍ତଃ ଛାୟାପଥ କାରାଗାରକୁ ପଠାଇ ଦେଇଥିଲେ (ଯାହା ସୂର୍ଯ୍ୟ ପାଖରେ ରକ୍ଷକ ଶ୍ରୀ ସୁବାକର ଓ ଶୀନାଙ୍କଦ୍ୱାରା କରାଯାଇଥିଲା) ।

ଓଲ୍ଫା ସମ୍ପାଦନା

ଏହା ଡଃ ଜୟକାଲଦ୍ୱାରା ସୃଷ୍ଟି ଏକ ଭୟଙ୍କର ଜୀବ ଥିଲା । ସେ ମହିଳା, ସାପ ଓ ଗଧିଆର ସମିଶ୍ରଣରେ ତିଆରି ଏକ କ୍ଲୋନ ଥିଲା । ସେ ପ୍ରଥମେ ଲୋକମାନଙ୍କୁ ତା ନିଜ ଆଡ଼କୁ ଆକର୍ଷଣ କରେ ଓ ପରେ ତାଙ୍କୁ ଛୁଇଁ ନିର୍ମମ ଭାବେ ହତ୍ୟା କରେ । ସେ ତିନୋଟି ଜୀବ ଗଧିଆ, ସାପ ଓ ମହିଳାର ଗୁଣ ଥିବା ଏକମାତ୍ର ସୃଷ୍ଟି ଥିଲା । କେହି ତାକୁ ଛୁଇଁ ମଧ୍ୟ ପାରୁନଥିଲେ, କାରଣ ଛୁଇଁବା ଲୋକ ସାଙ୍ଗେ ସାଙ୍ଗେ ସେଠାରେ ମରି ଯାଉଥିଲା । ପରେ ତାକୁ ଶକ୍ତିମାନ ମାରିଥିଲେ ।

ପ୍ରେଟୋଲା ସମ୍ପାଦନା

ଅନ୍ଧକାର ରାଜା କୀଲ୍ବିଶ ଦୀର୍ଘ ୬୦୦୦ ବର୍ଷ ବଞ୍ଚିଲା ଭଳି ଓ ଏକ ରାକ୍ଷଶର ସୃଷ୍ଟି ପାଇବା ଭଳି, ସେ ମଧ୍ୟ ବହୁତ ବିପଦପୂର୍ଣ ଥିଲା । ଯେତେରବେଳେ ତାକୁ ଭୋକ ହେଉଥିଲା, ସେତେବେଳେ ସେ ପୃଥିବୀ ବାହାରର ଜୀବନ ମଧ୍ୟ ଖାଇ ଦେଉଥିଲା ଓ ସେମାନଙ୍କୁ ଭୂତ କରି ଦେଉଥିଲା । ସେ ପ୍ରତି ୬୦୦୦ବର୍ଷରେ ଥରେ ଭୋକିଲା ହେଉଥିଲା ।୬୦୦୦ବର୍ଷ ପୂର୍ବରୁ ସେ ଯେତେବେଳେ ଶୂନ୍ୟରେ ଥିଲା, ଶ୍ରୀ ସତ୍ୟ ପୃଥିବୀ ଚାରିପଟେ ଏକ ବଲୟ ସୃଷ୍ଟି କରିଥିଲେ, ଯାହାଫଳରେ ସେ ୬୦୦୦ ବର୍ଷ ଧରି ପୃଥିବୀ ମଧ୍ୟକୁ ପଶି ପାରିନଥିଲା । ସେହି ପ୍ରତିରୋଧକ ବଳୟକୁ କେବଲ ଶ୍ରୀ ସତ୍ୟ କିମ୍ବା ତାଙ୍କର ପୁର୍ଞ୍ଜନ୍ମ ଶକ୍ତିମାନ ହିଁ ଭାଙ୍ଗି ପାରିଥାନତେ, ମାତ୍ର ଅନ୍ଧକାର ରାଜା କୀଲ୍ବିଶ ଶକ୍ତିମାନଙ୍କ ମସ୍ତିଷ୍କ୍କକୁ ଦିବ୍ୟମଣିଦ୍ୱାରା ଆୟତ୍ତ କରିଥିଲା । ଶକ୍ତିମାନ ସେହି ପ୍ରତିରୋଧକ ବଳୟକୁ ଭାଙ୍ଗି ଦେଇଥିଲେ ଓ ପ୍ରେଟୋଲାକୁ ପୃଥିବୀ ମଧ୍ୟକୁ ପାଇଁ ସୁଯୋଗ ମିଳିଥିଲା । ଯେତେବେଳେ ସେ ପ୍ରାୟ ଅଧା ଲୋକଙ୍କ ମଧ୍ୟକେ ପ୍ରବେଶ କଲା କୀଲ୍ବିଶ ପାଖରେ ଅଧା ଶକ୍ତିପୁଞ୍ଜ (ପାପ ପୁଞ୍ଜ) ଥିଲା । ଅନ୍ଧକାର ରାଜା କୀଲ୍ବିଶ ଶକ୍ତିପୁଞ୍ଜର ଅନ୍ୟ ଅଧା ଅଂଶକୁ ଖୋଜିବା ପାଇଁ ତାର ଅନୁଚରଗଣଙ୍କୁ ପଠାଇଥିଲା । ସେତେବେଳେ ଶକ୍ତିମାନ ଗୀତା ଓ ଦ୍ୱିଜଙ୍କ ସାଙ୍ଗେ ଆଠୋଟି ଖୋଜିବା ପାଇଁ ଓ ପୃଥିବୀକୁ ବଞ୍ଚାଇବା ପାଇଁ ସମୟ ଚକ୍ରରେ ବୁଲୁଥିଲେ । ପରେ ଶକ୍ତିମାନ ଭିନ୍ନ ଭିନ୍ନ ସମୟରୁ ଜୀବନର ଆଠୋଟି ଚକ୍ର ସଂଗ୍ରହ କରିବାରେ ସଫଳ ହେଲିଥିଲେ ଓ ପୃଥିବୀକୁ ବଞ୍ଚାଇଥିଲେ ମଧ୍ୟ । ପ୍ରେଟୋଲାକୁ ପୃଥିବୀ ବାହାରକୁ ପୁଣିଥରେ ଓଠାଗଳା ଓ ପ୍ରତିରୋଧକ ୟକୁ ପୁଣିଥରେ ତିଅରି କରାଗଳା ।

ଡାକୋଡା ସମ୍ପାଦନା

ସେ କୀଲ୍ବିସଦ୍ୱାରା ପଠାଯାଇଥିବା ଔ ଏକ ଅସୁର ଥିଲା । ସେ ସମ୍ପୂର୍ଣ୍ଣ ଭାବେ ଅଗ୍ନିରେ ତିଆରି ହୋଇଥିଲା ଓ କୀଲ୍ବିଶ ତାକୁ ଶକ୍ତିମାନଙ୍କୁ ମାରିବା ପାଇଁ ୧୦୦୦ ବର୍ଷ ଶୋଇବାରୁ ଉଠାଇଥିଲା । ସେ ପ୍ରଥମେ ନିଜକୁ ଶକ୍ତିମାନଙ୍କ ବାପା, ମେଜର ରଣଜିତ ସିଂ ଭାବେ ଦର୍ଶାଇ ସହରରେ ଧ୍ୱଂସଲୀଳା ରଚିଥିଲା । ମାତ୍ର ସେ ଯବକ୍ଷାରଯାନ ବାୟୁ ପ୍ରଭାବରୁ ମରି ଯାଇଥିଲା ଓ ପୁନର୍ବାର ବଞ୍ଚିଥିଲା ମଧ୍ୟ । ପରେ ଶକ୍ତିମାନ ତାକୁ ପୁଣିଥରେ ଯବକ୍ଷାରଜାନ ବାୟୁଦ୍ୱାରା ମାରିଥିଲେ ।

ଲାଇଟ ମ୍ୟାନ ସମ୍ପାଦନା

ସେ ଡଃ ଜୟକାଲଙ୍କଦ୍ୱାରା ସୃଷ୍ଟି ହୋଇଥିଲା, ଯେତେବେଳେ ସେ ସାହାବଦ୍ୱାରା ଜେଲରୁ ମୁକ୍ତ ହୋଇଥିଲା । ଏହା ସକ୍ତିମାନଙ୍କ ଏକ ଶତ୍ରୁ ଥିଲା । ସେ ସକ୍ତିମାନଙ୍କ କେଶରୁ ଲାଇଟ ମ୍ୟାନଙ୍କୁ ତିଆରି କରିଥିଲାସ । ଏହା ଶକ୍ତିମାନଙ୍କ କେସ ଓ ସୂର୍ଯ୍ୟର କ୍ଲୋନିଂରୁ ତିଆରି ହୋଇଥିଲା । ପରେ ସକ୍ତିମାନ ଳାଇଟ ମ୍ୟାନରୁ ସବୁ ଆଲୋକ ନେଇ ଯାଇଥିଲେ ଓ ତାକୁ ନିଜ ଭିତରକୁ ନେଇ ଯାଇଥିଲେ । ମାତ୍ର ଏହା ତାଙ୍କ ଶରିରକୁ ଦୁର୍ବଳ କରି ଦେଇଥିଲା । ସେ ଉଡିବାକୁ ସକ୍ଷମ ହୋଇଥିଲେ ଓ ଏହି ଆଲୋକ୍କୁ ସୂର୍ଯ୍ୟକୁ ଦେବାରେ ସକ୍ଷମ ହୋଇଥିଲେ ।

କେଙ୍କେଡା ମ୍ୟାନ ସମ୍ପାଦନା

ସେ ଡଃ ଜୟକାଲଙ୍କଦ୍ୱାରା ସୃଷ୍ଟି ହୋଇଥିବା ଦୁଇଟି ଭୟଙ୍କର ଜୀବ ମଧ୍ୟରୁ ଗୋଟିଏ ଥିଲା (ଜୋଙ୍କଜୋଙ୍କା ସହ) । ସେ କଙ୍କଡା ଓ ମଣିଷର କ୍ଲୋନିଂ ଥିଲା । ସେ ଅପହରଣ କରାଯାଇଥିବା ଏକ ସୂର୍ଯ୍ୟାଂଶୀର କ୍ଳୋନିଂ ଥିଲା, ଯେଉଁଥିରେ ସୂର୍ଯ୍ୟାଂଶୀର ଶକ୍ତି ଥିଲା ।ତା ପାଖରେ ଭୟାଙ୍କର ବିଷ ଥିଲା ଯାହା ଶକ୍ତିମାନଙ୍କୁ ବହୁତ କଷ୍ଟ ଦେଇଥିଲା । ସେ ଶକ୍ତିମାନଙ୍କଠାରୁ ହାରିଯିବା ଫଳରେ ଡଃ ଜୟକାଲ ତାକୁ ମାରି ଦେଇଥିଲା ।

ଜୋଙ୍କଜୋଙ୍କା ସମ୍ପାଦନା

ସେ ଡଃ ଜୟକାଲଦ୍ୱାରା ସୃଷ୍ଟି ହେଇଥିବା ଦୁଇଟି ଭୟଙ୍କର ସୃଷ୍ଟି (କେଙ୍କେଡା ମ୍ୟାନ ସହ)ରୁ ଗୋଟିଏ । ଏହା ଜୋକର କୋଷରୁ ତିଆରି କରାଯାଇଥିଲା । ଶକ୍ତିମାନ ତାକୁ ମାରି ଦେଇଥିଲେ, ମାତ୍ର ସେ ଶକ୍ତିମାନଙ୍କୁ ଅପହରଣ କରି ଡଃ ଜୟକାଲ ପାଖକୁ ପଠାଇ ଦେଇଥିଲା । ଏବଂ ଶକ୍ତିମାନଙ୍କ ଖଳ କ୍ଲୋନକୁ ତିଆରି କରାଯାଇଥିଲା ।

ପ୍ଲାଷ୍ଟିକା ସମ୍ପାଦନା

ଏହା ଡଃ ଜୟକାଲର ସବୁଠାରୁ ଅଧିକ ଭୟଙ୍କର ସୃଷ୍ଟି ଥିଲା । ଏହା ପ୍ଲାଷ୍ଟିକରୁ ତିଆରି ହୋଇଥିଲା ଓ ପାଷ୍ଟିକ‌କୁ ଖାଇଦେଉଥିଲା ଏବଂ ଏକ ଉତ୍କଟ ବିଷ ପ୍ରୟୋଗ କରୁଥିଲା, ଯାହା ଲୋକମାନଙ୍କୁ କିଛି କ୍ଷଣ ମଧ୍ୟରେ ମାରି ଦେଉଥିଲା । ସେ ତାର ଶରୀରର ଯେ କୌଣସି ଅଂଶକୁ ବଢ଼ାଇ ପାରୁଥିଲା ଓ ତାକୁ ମାରିବା ଅସମ୍ଭବ ଥିଲା ।

ଇଲେକ୍ଟ୍ରି ମ୍ୟାନ ସମ୍ପାଦନା

ସେ ଶକ୍ତିମାନ ସହ ଲଢିଥିବା ପ୍ରଥମ ଖଳନାୟକ ଥିଲା । ଏକ ଖଳ ବୈଜ୍ଞାନିକ ଡଃ ଚାଣ୍ଡୋଲା ଏହାକୁ ସୃଷ୍ଟି କରିଥିଲେ । ସେ ତାର ପୁଅକୁ ମାରି ଦେଇଥିଲା ଓ ପରେ ତାକୁ ବିଦ୍ୟୁତଦ୍ୱାରା ବଞ୍ଚାଇବାକୁ ଚେଷ୍ଟା କରିଥିଲା, ମାତ୍ର ସେ ତାର ଜୀବନ ଫେରି ପାଇବା ପରେ ଡଃ ଚାଣ୍ଡୋଲାକୁ ମାରା ଦେଇଥିଲା ଓ ସହରରେ ଧ୍ୱଂସ ଲୀଳା ରଚିଥିଲା । ପରେ ଶକ୍ତିମାନ ତାକୁ ମାରିଥିଲେ । ସେ ନିଜ ଶରୀରରୁ ଆଲୋକର ରଶ୍ମି ଛାଡି ପାରୁଥିଲା । ସେ ଗୀତାଙ୍କ ଉପରେ ଆକ୍ରମଣ କରିଥିଲା, ମାତ୍ର ଶକ୍ତିମାନ ତାଙ୍କୁ ବଞ୍ଚାଇଥିଲେ । ଏଠାରେ ହିଁ ପ୍ରଥମ ଥର ପାଇଁ ଗୀତା ଶକ୍ତିମାନଙ୍କ ସହ କଥା ହେଇଥିଲେ ଓ ତାଙ୍କ ବିଷୟରେ ପଚାରିଥିଲେ ।

ଫ୍ରୋଗା ସମ୍ପାଦନା

ସେ ଅଧା ମଣିଷ ଓ ଅଧା ବେଙ୍ଗ ଥିଲା । ସେ ଶକ୍ତିଶାଳୀ ଥିଲା ଓ ତାର ଏକ ଲମ୍ବା, ଅଠାଳିଆ ଜିଭ ଥିଲା, ଯାହା ଭୟଙ୍କର ଥିଲା । ତାର ଜିଭ ତା ଶକ୍ତିର ମୁଖ୍ୟ ଉତ୍ସ ଥିଲା, ଯାହାଦ୍ୱାରା ସେ ଶିକାର ଧରି ପାରୁଥିଲା । ସେ (ବେହରୂପୀୟା, ଚିଙ୍କସୁ ଓ ବିଷଧର ସହ ମିଶି) ସହରରେ ଧ୍ୱଂସଲୀଳା ରଚନା କରିବାକୁ ଉପାୟ ପାଞ୍ଚୁଥିଲେ । ମାତ୍ର ଶକ୍ତିମାନ ଓ ଅନ୍ୟ ତିନିଜଣ ଶକ୍ତିଶାଳୀ ସୂର୍ଯ୍ୟାଂଶୀଙ୍କଦ୍ୱାରା ପରାସ୍ତ ହୋଇଥିଲେ ।

ଷ୍ଟୋନ ମ୍ୟାନ ସମ୍ପାଦନା

ସେ ଶକ୍ତିମାନଙ୍କ ଶତ୍ରୁ କପାଲାଦ୍ୱାରା ସୃଷ୍ଟି ହୋଇଥିଲା ଓ କୀଲ୍ବିଶର ଚାକର ଥିଲା । ସେ ନିଜ ଶରୀରରୁ ପଥର ଫୋପାଡି ପାରୁଥିଲା ଏବଂ ଯାହା ଦେହରେ ଏଇ ପଥରେ ବାଜୁଥିଲା ସେ ମଧ୍ୟ ପଥର ପାଲଟିଯାଉଥିଲା ।

ଚିଙ୍କସୁ ସମ୍ପାଦନା

ସେ କୁସ୍ତିଯୁଦ୍ଧରେ ଅତ୍ୟନ୍ତ ଶକ୍ତିଶାଳୀ ଥିଲା । ସେ ଗୋଟିଏ ମୁଠା ଆଘାତରେ ଏକ ଗଛକୁ ଦୁଇ ଖଣ୍ଡ କରି ଦେଉଥିଲା । ସେ (ଫ୍ରୋଗା, ବେହରୂପୀୟା ଓ ବିଷଧର ସହ ମିଶି) ସହରରେ ଧ୍ୱଂସଲୀଳା ରଚିଥିଲେ । ମାତ୍ର ଶକ୍ତିମାନ ଓ ଅନ୍ୟ ତିନି ଜଣ ସୂର୍ଯ୍ୟାଂଶୀଙ୍କଦ୍ୱାରା ପରାସ୍ତ ହୋଇଥିଲେ ।

ବିଷଧର ସମ୍ପାଦନା

ସେ ଅଧା ସାପ ଓ ଅଧା ମଣିଷ ଥିଲା ଏବଂ ତା ପାଟିରୁ ଭୟଙ୍କର ବିଷ ଛାଡୁଥିଲା । ତାର ବିଷ ଶକ୍ତିମାନଙ୍କୁ ଦୁର୍ବଳ କରି ଦେଇଥିଲା । ସେ (ଫ୍ରୋଗା, ଚିଙ୍କସୁ ଓ ବେହରୂପୀୟା ସହ ମିଶି) ସହରରେ ଧ୍ୱଂସଲୀଳା ରଚିବାକୁ ଚେଷ୍ଟା କରିଥିଲେ । ମାତ୍ର ଶକ୍ତିମାନ ଓ ଅନ୍ୟ ତିନିଜଣ ସୂର୍ଯ୍ୟାଂଶୀଙ୍କଦ୍ୱାରା ପରାସ୍ତ ହୋଇଥିଲା ।

ଅନ୍ୟାନ୍ୟ ଚରିତ୍ର ସମ୍ପାଦନା

ଶ୍ରୀ ସକଲ ସମ୍ପାଦନା

ସେ ଶୂନ୍ୟର ଜଣେ ରକ୍ଷକ, ଯେ ବହୁତ ଶକ୍ତିଶାଳୀ ଥିଲେ, ମାତ୍ର ଖଳ ନଥିଲେ । ସେ ସତ୍ୟକୁ ସମର୍ଥନ କରୁଥିଲେ । ସେ ଏତେ ଶକ୍ତିଶାଳୀ ଥିଲେ ଯେ ଗୁଳି, ବିଦ୍ୟୁତ ପ୍ରଭୃତି ତାଙ୍କର କିଛି କରି ପାରୁନଥିଲା । ତାଙ୍କର ମସ୍ତିଷ୍କ କମ୍ପ୍ୟୁଟରଠାରୁ ମଧ୍ୟ ଅଧିକ ବେଗରେ କାମ କରୁଥିଲା ଏବଂ ସେ ମଧ୍ୟ ଉଡିପାରୁଥିଲେ । ସେ (ଅନ୍ୟ ଜଣେ ଶୂନ୍ୟ ରକ୍ଷିକା ଶୀନାଙ୍କ ସହ ମିଶି) କୀଟାଣୁ ମ୍ୟାନକୁ ମାରୁଥିଲେ । ମାତ୍ର ଡଃ ଜୟକାଲ ସେମାନଙ୍କ ଉପରେ ଆକ୍ରମଣ କରିଥିଲା ଓ ସେମାନେ ପଳାୟନ କରିବାକୁ ବାଧ୍ୟ ହେଲେ । ଏପରିକି ସୂର୍ଯ୍ୟାଂଶୀମାନେ ମଧ୍ୟ ଏହା ବିଷୟରେ ଜାଣି ପାରିଲେନି । ସେ (ଶୀନାଙ୍କ ସହ) ଅନ୍ତଃଛାୟାପଥ କାରାଗାରର ମାଲିକ ଥିଲେ । ପରେ ଏକ ଶୂନ୍ୟଯାନରେ ଜୟକାଲକୁ ଅନୁଧାବନ କଲେ । ମାତ୍ର ଜୟକାଲ ସେମାନଙ୍କ ଶୂନ୍ୟଯାନକୁ ଧ୍ୱଂସ କରିଦେଲା । ଶ୍ରୀ ସୁବାକର ଓ ଶୀନା ଗୁରୁତର ଭାବେ ଆଘାତ ପ୍ରାପ୍ତ ହେଲେ । ଶକ୍ତିମାନ ଏକ ସ୍ୱତନ୍ତ୍ର ଫୁଲ ଆଣି ସେମାନଙ୍କୁ ରକ୍ଷା କରିଥିଲେ । ଏହା ମଧ୍ୟରେ ସେ ଡଃ ଜୟକାଲକୁ ଧରି ଅନ୍ୟ ମହାକାଶୀୟ ବନ୍ଦୀଙ୍କ ସହ ଅନ୍ତଃଛାୟାପଥ କାରାଗାରରେ ( ଶୂନ୍ୟ ରକ୍ଷକ ଶ୍ରୀ ସୁବାକର ଓ ଶୀନାଙ୍କଦ୍ୱାରା ସୂର୍ଯ୍ୟଙ୍କ ନିକଟରେ ତିଆରି ହୋଇଥିବା ଏକ କାରାଗାର)ରେ ବନ୍ଦୀ କରିଥିଲେ । ଯେତେବେଳେ ଶ୍ରୀ ସୁବାକର ଓ ଶୀନା ଭଲହୋଇ ଫେରିଯିବାକୁ ବାହାରିଲେ, ସେତେବେଳେ ସହରର ମେୟର କୁମାର ରଞ୍ଜନ ଆସି ସେମାନଙ୍କୁ ବିଦେଶୀ ଗୁପ୍ତଚର କହିଥିଲେ ଓ ସେମାନଙ୍କୁ ଯିବାକୁ ଦେଇ ନଥିଲେ । ପରେ ଶକ୍ତିମାନଙ୍କୁ ବଦନାମ କରିବା ପାଇଁ ସେ ସହରରେ ଏକ ଭୂତାଣୁ ଖେଳାଇଥିଲା ଓ ଏହା ଶୂନ୍ୟରକ୍ଷକଙ୍କ କାମ ବୋଲି ପ୍ରଚାର କରିଥିଲେ ।ସେ ମଧ୍ୟ ଶ୍ରୀ ସୁବାକର ଓ ଶୀନାଙ୍କୁ ଅପହରଣ କରିଥିଲେ ଏବଂ ଏହା ଶକ୍ତିମାରଙ୍କ କାର୍ଯ୍ୟ ବୋଲି କହିଥିଲେ । ଶକ୍ତିମାନଙ୍କ ବିରୁଦ୍ଧରେ ଗିରଫଦାରୀ ବାହାରିଲା ।ମାତ୍ର ସୁବାକର ଓ ଶୀନା ସତ୍ୟ ପ୍ରକଟ କରିଥିଲେ ଓ କୁମାର ରଞ୍ଜନର ଅସଲ ଚେହେରା ଦେଖାଇଥିଲେ ।

ଶୀନା ସମ୍ପାଦନା

ସେ ଶୂନ୍ୟର ଜଣେ ରକ୍ଷକ, ଯେ ବହୁତ ଶକ୍ତିଶାଳୀ ଥିଲେ, ମାତ୍ର ଖଳ ନଥିଲେ । ସେ ସତ୍ୟକୁ ସମର୍ଥନ କରୁଥିଲେ । ସେ ଏତେ ଶକ୍ତିଶାଳୀ ଥିଲେ ଯେ ଗୁଳି, ବିଦ୍ୟୁତ ପ୍ରଭୃତି ତାଙ୍କର କିଛି କରି ପାରୁନଥିଲା । ତାଙ୍କର ମସ୍ତିଷ୍କ କମ୍ପ୍ୟୁଟରଠାରୁ ମଧ୍ୟ ଅଧିକ ବେଗରେ କାମ କରୁଥିଲା ଏବଂ ସେ ମଧ୍ୟ ଉଡିପାରୁଥିଲେ । ସେ (ଅନ୍ୟ ଜଣେ ଶୂନ୍ୟ ରକ୍ଷିକା ଶୀନାଙ୍କ ସହ ମିଶି) କୀଟାଣୁ ମ୍ୟାନକୁ ମାରୁଥିଲେ । ମାତ୍ର ଡଃ ଜୟକାଲ ସେମାନଙ୍କ ଉପରେ ଆକ୍ରମଣ କରିଥିଲା ଓ ସେମାନେ ପଳାୟନ କରିବାକୁ ବାଧ୍ୟ ହେଲେ । ଏପରିକି ସୂର୍ଯ୍ୟାଂଶୀମାନେ ମଧ୍ୟ ଏହା ବିଷୟରେ ଜାଣି ପାରିଲେନି ।ସେ (ସୁବାକରଙ୍କ ସହ) ଅନ୍ତଃଛାୟାପଥ କାରାଗାରର ମାଲିକ ଥିଲେ ।ପରେ ଏକ ଶୂନ୍ୟଯାନରେ ଜୟକାଲକୁ ଅନୁଧାବନ କଲେ । ମାତ୍ର ଜୟକାଲ ସେମାନଙ୍କ ଶୂନ୍ୟଯାନକୁ ଧ୍ୱଂସ କରିଦେଲା । ଶ୍ରୀ ସୁବାକର ଓ ଶୀନା ଗୁରୁତର ଭାବେ ଆଘାତ ପ୍ରାପ୍ତ ହେଲେ । ଶକ୍ତିମାନ ଏକ ସ୍ୱତନ୍ତ୍ର ଫୁଲ ଆଣି ସେମାନଙ୍କୁ ରକ୍ଷା କରିଥିଲେ । ଏହା ମଧ୍ୟରେ ସେ ଡଃ ଜୟକାଲକୁ ଧରି ଅନ୍ୟ ମହାକାଶୀୟ ବନ୍ଦୀଙ୍କ ସହ ଅନ୍ତଃଛାୟାପଥ କାରାଗାରରେ ( ଶୂନ୍ୟ ରକ୍ଷକ ଶ୍ରୀ ସୁବାକର ଓ ଶୀନାଙ୍କଦ୍ୱାରା ସୂର୍ଯ୍ୟଙ୍କ ନିକଟରେ ତିଆରି ହୋଇଥିବା ଏକ କାରାଗାର)ରେ ବନ୍ଦୀ କରିଥିଲେ । ଯେତେବେଳେ ଶ୍ରୀ ସୁବାକର ଓ ଶୀନା ଭଲହୋଇ ଫେରିଯିବାକୁ ବାହାରିଲେ, ସେତେବେଳେ ସହରର ମେୟର କୁମାର ରଞ୍ଜନ ଆସି ସେମାନଙ୍କୁ ବିଦେଶୀ ଗୁପ୍ତଚର କହିଥିଲେ ଓ ସେମାନଙ୍କୁ ଯିବାକୁ ଦେଇ ନଥିଲେ । ପରେ ଶକ୍ତିମାନଙ୍କୁ ବଦନାମ କରିବା ପାଇଁ ସେ ସହରରେ ଏକ ଭୂତାଣୁ ଖେଳାଇଥିଲା ଓ ଏହା ଶୂନ୍ୟରକ୍ଷକଙ୍କ କାମ ବୋଲି ପ୍ରଚାର କରିଥିଲେ । ସେ ମଧ୍ୟ ଶ୍ରୀ ସୁବାକର ଓ ଶୀନାଙ୍କୁ ଅପହରଣ କରିଥିଲେ ଏବଂ ଏହା ଶକ୍ତିମାରଙ୍କ କାର୍ଯ୍ୟ ବୋଲି କହିଥିଲେ । ଶକ୍ତିମାନଙ୍କ ବିରୁଦ୍ଧରେ ଗିରଫଦାରୀ ବାହାରିଲା । ମାତ୍ର ସୁବାକର ଓ ଶୀନା ସତ୍ୟ ପ୍ରକଟ କରିଥିଲେ ଓ କୁମାର ରଞ୍ଜନର ଅସଲ ଚେହେରା ଦେଖାଇଥିଲେ ।

ଡଃ ଶିଶିର ସମ୍ପାଦନା

ସେ ଜଣେ ଶକ୍ତିଶାଳୀ ସୂର୍ଯ୍ୟାଂଶୀ ଥିଲେ । ତାଙ୍କୁ ଭୂମିର ଶକ୍ତି ପ୍ରାପ୍ତ ହୋଇଥିଲା ଏବଂ ତାଙ୍କର ମନକୁ ଆୟତ୍ତ କରିବାର ଶକ୍ତି ଥିଲା । ସେ ମନଦ୍ୱାରା ସମସ୍ତଙ୍କୁ ନିଜ ପାଖକୁ ଆଣି ପାରୁଥିଲେ ଓ ସେ ନ ଚାହିଁବା ପର୍ଯ୍ୟନ୍ତ କେହି ହଲି ପାରୁନଥିଲେ ମଧ୍ୟ । ସେ ସହରରେ ସୂର୍ଯ୍ୟାଂଶୀଙ୍କର ଗୁପ୍ତ ସ୍ଥାନରେ ସଞ୍ଜୀବ ମହାଶୟଙ୍କ ସହ ରହୁଥିଲେ ଏବଂ ଏକ ଡାକ୍ତରଖାନା ମଧ୍ୟ ପରିଚାଳନା କରୁଥିଲେ । ସେ ମଧ୍ୟ ଶକ୍ତିମାନଙ୍କୁ ବେଳେବେଳେ କୀଲ୍ବିଶର ସୈନ୍ୟଙ୍କୁ ହରାଇବାରେ ସାହାଯ୍ୟ କରୁଥିଲେ ।

ବିବେକ/ଆନ୍ଧୀ ଓ ଅଭିମନ୍ୟୁ ସମ୍ପାଦନା

ସେ ବାୟୁର ଶକ୍ତି ଥିବା ଏକ ସୂର୍ଯ୍ୟାଂଶୀ । ସେ ତାଙ୍କ ମୁଖରୁ ବାୟୁ ନିର୍ଗତ କରି ପାରୁଥିଲେ ଏବଂ ଜଣକୁ ଦୂରକୁ ଫିଙ୍ଗି ପାରୁଥିଲେ । ସେ ସହରରେ ସୂର୍ଯ୍ୟାଂଶୀଙ୍କର ଗୁପ୍ତ ସ୍ଥାନରେ ସଞ୍ଜୀବ ମହାଶୟଙ୍କ ସହ ରହୁଥିଲେ ଏବଂ ଏକ ଡାକ୍ତରଖାନା ମଧ୍ୟ ପରିଚାଳନା କରୁଥିଲେ । ସେ ଗୋଟିଏ ଥର ଫୁଙ୍କାରେ ଜଣଙ୍କୁ ତାଙ୍କ ନିଜ ଯାଗାରେ ପହଁଞ୍ଚାଇ ଦେଉଥିଲେ । କୀଲ୍ବିଶ ତାଙ୍କୁ ମାରି ଦେଇଥିଲା । ତାଙ୍କ ଭାଇ ଅଭିମନ୍ୟୁଙ୍କର ମଧ୍ୟ ଏକା ଶକ୍ତି ଥିଲା ଏବଂ ସେ ପରେ ଦଳ ସହ ଯୋଗ ଦେଇଥିଲେ ଓ ଶକ୍ତିମାନଙ୍କୁ ସାହାଯ୍ୟ କରିଥିଲେ ।

ଅଭିନବ/ ବିଦ୍ୟୁତ ସମ୍ପାଦନା

ଅଗ୍ନିର ଶକ୍ତି ଥିବା ସେ ଜଣେ ଶକ୍ତିଶାଳୀ ସୂର୍ଯ୍ୟାଂଶୀ । ତାଙ୍କ ଆଖିରୁ ନିଆଁ ବାହାରେ । ସେ ସହରରେ ସୂର୍ଯ୍ୟାଂଶୀଙ୍କର ଗୁପ୍ତ ସ୍ଥାନରେ ସଞ୍ଜୀବ ମହାଶୟଙ୍କ ସହ ରହୁଥିଲେ ଏବଂ ଏକ ଡାକ୍ତରଖାନା ମଧ୍ୟ ପରିଚାଳନା କରୁଥିଲେ । ସେ ମଧ୍ୟ କୀଲ୍ବିଶର ସୈନ୍ୟଙ୍କୁ ହରାଇବାରେ ଶକ୍ତିମାନଙ୍କୁ ସାହାଯ୍ୟ କରିଥିଲେ ।

ସଞ୍ଜୀବ ମହାଶୟ ସମ୍ପାଦନା

ସହରରେ ଥିବା ସମସ୍ତ ସୂର୍ଯ୍ୟାଂଶୀ ସ୍ଥାନର ମୁଖ୍ୟ । ଯେତେବେଳେ ଶକ୍ତିମାନ ନିଜର ସ୍ମରଣ ଶକ୍ତି ହରାଇଥିଲେ, ସେତେବେଳେ ସେ ଗଙ୍ଗାଧର ରୂପରେ ପ୍ରଥମେ ତାଙ୍କୁ ଭେଟିଥିଲେ । ସେ ବହୁତ ବୁଦ୍ଧିମାନ ଓ ଶକ୍ତିଶାଳୀ ମଧ୍ୟ । ସେ ନିଜର ମସ୍ତିଷ୍କ ଶକ୍ତିଦ୍ୱାରା ଯେ କୌଣସି ଜିନିଷକୁ ଭାଙ୍ଗି ପାରୁଥିଲେ ଏବଂ ଜଣଙ୍କୁ ମାରି ପାରୁଥିଲେ ମଧ୍ୟ । ତାଙ୍କ ପାଖରେ ଭୂମିର ଶକ୍ତି ଥିଲା ଓ ତାଙ୍କର ଧ୍ୱନି ପୃଥିବୀର ସବୁ ଯାଗାରେ ଯେଉଁଠାକୁ ବି ସେ ଚାହୁଁଥିଲେ, ସେଠାରେ ପହଁଞ୍ଚି ପାରୁଥିଲା । ସେ ଡାକ୍ତରଖାନାର ମୁଖ୍ୟ ଥିଲେ ।

ଜ୍ୱାଲା ଓ ୟୁରୂ ସମ୍ପାଦନା

ଏମାନେ ସୁଡୋକୁ ଗ୍ରହର ଥିଲେ ।ସେମାନେ, ସବୁକିଛି ଧ୍ୱଂସ କରିବାକୁ ଚାହୁଁଥିବା ତିନିଜଣ ଖଳ ଜୀବଙ୍କଠାରୁ ରକ୍ଷା ପାଇବା ପାଇଁ ପୃଥିବୀକୁ ଆସିଥିଲେ । ପରେ ଡଃ ଜୟକାଲ ସେମାନଙ୍କ ଶକ୍ତିକୁ ପାପ ପାଇଁ ବ୍ୟବହାର କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଅପହରଣ କରିଥିଲା ।

କାମିନୀ ସମ୍ପାଦନା

ଏହା ନୂପୂର ଅଳଙ୍କାରଙ୍କଦ୍ୱାରା ଅଭିନୀତ ଥିଲା । ସେ ଗଙ୍ଗାଧର ପ୍ରତି ଆକର୍ଷିତ ଥିଲେ ଏବଂ ତାଙ୍କ ସହ ବହୁତ ଭଲରେ କଥା ହେଉଥିଲେ, ଯାହା ଗୀତାଙ୍କୁ ଈର୍ଷାଳୁ କରି ଦେଇଥିଲା ।

ସାଇଲା ସମ୍ପାଦନା

ତାଙ୍କ ପାଇଁ ଟୟ ମ୍ୟାନ କେବଳ ଏକ ସାଙ୍ଗ ଥିଲା । ମାତ୍ର ଟୟ ମ୍ୟାନ ତାଙ୍କୁ ଭଲ ପାଉଥିଲା । ଖେଳନାରେ ବିଷଯୁକ୍ତ ରଙ୍ଗ ମିଶାଇବାରୁ ବହୁତ ପିଲା ମରି ଯାଇଥିଲେ । ଯାହାଫଳରେ ଟୟ ମ୍ୟାନ କାରାଗାରକୁ ଯାଇଥିଲା । ସାଇଲା ତାକୁ ଘୃଣା କରୁଥିଲେ ଓ ତାଙ୍କର ମୁହଁ ଆଉ କେବେ ଦେଖିବାକୁ ଚାହିଁନଥିଲେ । ପରେ ସେ ଆଉ ଜଣଙ୍କୁ ବାହା ହେଇଥିଲେ । ଟୟ ମ୍ୟାନ ଏହା ଜାଣିବା ପରେ, ତାଙ୍କୁ ଖୋଜି ସମଗ୍ର ପରିବାରକୁ ମାରିଥିଲା ।

ଖ୍ୟାତି ସମ୍ପାଦନା

ଶକ୍ତିମାନ ସତ୍ୟନ୍ୟାୟର ରକ୍ଷାକାରୀ ଥିଲେ । ସେ ଶିକ୍ଷା, ଦେଶଭକ୍ତି ଓ ପରିଷ୍କାର ପରିଚ୍ଛନତାରେ ଏହି ଦୂରଦର୍ଶନ ଧାରାବାହିକ ମାଧ୍ୟମରେ ସମସ୍ତଙ୍କ ଆଦର୍ଶ ହୋଇ ପାରିଥିଲେ । ଯେତେବେଳେ ଶକ୍ତିମାନ ପ୍ରଥମେ ଦୂରଦର୍ଶନରେ ପ୍ରସାରିତ ହେଲା, ଏହାକୁ ନେଇ ବହୁତ ବିବାଦ ଉଠିଥିଲା । କାରଣ ପିଲାମାନେ ଶକ୍ତିମାନ ତାଙ୍କୁ ରକ୍ଷା କରିବେ ଭାବି ଛାତ ଉପରୁ ଡେଇଁ ପଡୁଥିଲେ ।[୩୮] ପିଲାମାନଙ୍କ ପାଇଁ ଉତ୍ତରଦାୟୀ ଭାବରେ ମୁକେଶ ଖନ୍ନା ଧାରାବାହିକର ଏକ ଭାଗରେ ଦର୍ଶାଇ ଥିଲେ ଯେ ସବୁ ବିପଦପୂର୍ଣ୍ଣ ଦୃଶ୍ୟ ସତ୍ୟ ନୁହେଁ, ଓ ଏହାକୁ କେହି ଅନୁକରଣ କରିବା ଅନୁଚିତ ।[୩୯] ଖନ୍ନା ମଧ୍ୟ କହିଥିଲେ ଯେ ଅଧିକାଂଶ ଖବର ମିଛ । ଶକ୍ତିମାନର ଲୋକପ୍ରିୟତା କମାଇବା ପାଇଁ ଏହା କରାଯାଇଛି ।[୪୦]

ଦୂରଦର୍ଶନରେ ପ୍ରସାରିତ ଶକ୍ତିମାନ ଭାରତୀୟ ପିଲାଙ୍କ ପାଇଁ ସବୁଠାରୁ ଅଧିକ ପ୍ରିୟ ଓ ଅଧିକ ସମୟ ଚାଲିଥିବା ଦୂରଦର୍ଶନ ଧାରାବାହିକ ଅଟେ ।[୪୧] ଏକ ସାକ୍ଷାତକାରରେ ଇଣ୍ଡିଆନଟେଲିଭିଜନ ଡଟ କମରେ ନୁପୂର ରେଖୀ କହିଥିଲେ ଯେ, ଶକ୍ତିମାନ ତାଙ୍କୁ କହିଥିଲେ, ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ବହିଃବିଭାଗ ମନ୍ତ୍ରଣାଳୟରୁ ଏହି ଅଭିନୟକୁ ଜାରି ରଖିବା ପାଇଁ ଚିଠି ପାଇଥିଲେ । ସେ ଦି ଓ୍ବାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲେ । ପିଲାମାନଙ୍କ ଉପରେ ପଡୁଥିବା ଏହାର ଯୁକ୍ତାତ୍ମକ ପ୍ରଭାବକୁ ଏଥିରେ ଦର୍ଶାଯାଇଥିଲା ।

ପରେ ଶକ୍ତିମାନ ଉପରେ ଏକ ପତ୍ରିକା ଡାଏମଣ୍ଡ କମିକ୍ସରାଜ କମିକ୍ସର ମିଳିତ ଆନୁକୁଲ୍ୟରେ ବହୁତ ଭାରତୀୟ ଭାଷା ଓ ଇଂରାଜୀ ଭାଷାରେ ପ୍ରକାଶ ପାଇଥିଲା । ବ୍ୟବସାୟିକ ରୂପରେ ଶକ୍ତିମାନ ପୋଷାକ, ଷ୍ଟିକର, କଣ୍ଢେଇ, ପ୍ରଭୃତି ବଜାରରେ ମିଳୁଥିଲା ।

୨୦୦୧ ଗୁଜରାଟ ଭୂମିକମ୍ପ ସମୟରେ, ମୁକେଶ ଖନ୍ନା ପ୍ରଭାବିତ ଅଞ୍ଚକୁ ଶକ୍ତିମାନ ରୂପରେ ଯାଇ ସାହାଯ୍ୟ କରିଥିଲେ ।

ନିକଟରେ ମୁକେଶ ଖନ୍ନା ୨୦୧୬ରେ, ଦୂରଦର୍ଶନରେ ଶକ୍ତିମାନର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ସୂଚନା ଦେଇଛନ୍ତି । ଶକ୍ତିମାନ ଦଳ ଏହି ବର୍ଷ ଧାରାବାହିକକୁ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି ।

ଆନିମେଟେଡ ଧାରାବାହିକ ସମ୍ପାଦନା

ଶକ୍ତିମାନ : ଆନିମେଟେଡ ସିରିଜ, ରିଲାଏନ୍ସ ଆନିମେସନଦ୍ୱାରା ପ୍ରଯୋଜିତ ହୋଇଥିଲା ଓ ଭାରତରେ ଭାଏକମ ୧୮ଦ୍ୱାରା ସୋନିକ ଚ୍ୟାନେଲରେ ପ୍ରସାରିତ ହେଉଥିଲା ।[୪୨] ୨୪ ମାର୍ଚ୍ଚ ୨୦୧୨ରେ ଶକ୍ତିମାନର ୩ଡ଼ି ଚଳଚ୍ଚିତ୍ର ସମ୍ବନ୍ଧରେ ଘୋଷଣ କରାଯାଇଥିଲା । ଶକ୍ତିମାନ ଭୂମିକାରେ ଥିବା ମୁକେଶ ଖନ୍ନା ଏହାକୁ ନିଶ୍ଚିତ କରିଥିଲେ । ୭ ମଇ ୨୦୧୨ରୁ ଏହାକୁ ନିକେଲୋଡିଅନ ଇଣ୍ଡିଆଦ୍ୱାରା ପ୍ରସାରଣ କରାଯାଇଇଥିଲା ।[୪୩]

ଚଳଚ୍ଚିତ୍ର ସମ୍ପାଦନା

ଏହି ଧାରାବାହିକର ପ୍ରଥମ ଚଳଚ୍ଚିତ୍ର ହମାରା ହିରୋ ଶକ୍ତିମାନ ପ୍ରଥମେ ପୋଗୋ ଚ୍ୟାନେଲରେ ୩୦ ଜୁନ ୨୦୧୩ରେ ପ୍ରସାରିତ ହୋଇଥିଲା ।

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "Screen On & Off". The Telegraph. 15 June 2005. Archived from the original on 31 August 2011. Retrieved 25 November 2011.
  2. "ଆର୍କାଇଭ୍ କପି". Archived from the original on 2010-01-21. Retrieved 2016-05-29. {{cite web}}: Cite has empty unknown parameter: |1= (help)CS1 maint: bot: original URL status unknown (link)
  3. "Shaktimaan : Episode 1". Youtube.com. Archived from the original on 28 January 2012. Retrieved 31 January 2012.
  4. "Shaktimaan : Episode 43". Youtube.com. Archived from the original on 2 October 2013. Retrieved 31 January 2012.
  5. [୧][dead link]
  6. "Viacom18 to launch new channel Sonic for young adults this month". Economic Times. 1 December 2011. Archived from the original on 25 April 2012. Retrieved 16 December 2011.
  7. "Shaktimaan : Episode 101". Youtube.com. Archived from the original on 9 June 2012. Retrieved 31 January 2012.
  8. "Shaktimaan : Episode 109". Youtube.com. Archived from the original on 26 March 2014. Retrieved 31 January 2012.
  9. "shaktimaan 22 12 2010 0002". Youtube.com. Archived from the original on 7 July 2014. Retrieved 31 January 2012.
  10. "An Interview with vaishnavi Mahant". Indiantelevision.com. 2001-10-12. Archived from the original on 2015-06-10. Retrieved 2014-03-07.
  11. "Shaktimaan : Episode 70". Youtube.com. Archived from the original on 9 September 2012. Retrieved 31 January 2012.
  12. "International Hero – Shaktimaan". Archived from the original on 29 November 2011. Retrieved 25 November 2011.
  13. Tushar Abhichandani (21 June 2006). "Bad Boys". Indian Express. Archived from the original on 19 September 2006. Retrieved 23 October 2011.
  14. Aparna Phadke (25 March 2012). "Shaktimaan in 3D soon". The Times of India. Archived from the original on 6 September 2012. Retrieved 10 May 2012.
  15. "Bakwaas by Biswas (WordPress blog)". Archived from the original on 22 June 2015. Retrieved 13 January 2012.
  16. "'Shaktimaan' deaths instigated:Producer". The New India Express. 9 January 1999. Retrieved 22 October 2011.[permanent dead link]
  17. "Shaktimaan Episode – 224". Youtube.com. Archived from the original on 5 December 2013. Retrieved 31 January 2012.
  18. "Shaktimaan : Episode 120". Youtube.com. Archived from the original on 5 December 2013. Retrieved 31 January 2012.
  19. "Shaktimaan Episode – 28". Youtube.com 3. Archived from the original on 5 December 2013. Retrieved 31 January 2012.
  20. "Shaktimaan Episode – 301". Youtube.com. Archived from the original on 5 December 2013. Retrieved 31 January 2012.
  21. "Shaktimaan : Episode 162". Youtube.com. Archived from the original on 5 December 2013. Retrieved 31 January 2012.
  22. "Shaktimaan : Episode 38". Youtube.com. Archived from the original on 5 December 2013. Retrieved 31 January 2012.
  23. "Shaktimaan : Episode 41". Youtube.com. Archived from the original on 5 December 2013. Retrieved 31 January 2012.
  24. "Shaktimaan : Episode 42". Archived from the original on 5 September 2012. Retrieved 31 January 2012.
  25. "shaktimaan 10 1 2011 0002". Youtube.com. Archived from the original on 7 July 2014. Retrieved 31 January 2012.
  26. "shaktimaansite". Episode list. Shatkimaan.org. Archived from the original on 4 July 2012. Retrieved 22 March 2012.
  27. "shaktimaan 28 12 2010 0003". Youtube.com. Archived from the original on 7 July 2014. Retrieved 31 January 2012.
  28. "shaktimaan 8 12 2010 0001". Youtube.com. Archived from the original on 7 July 2014. Retrieved 31 January 2012.
  29. "Shaktimaan Episode – 250". Youtube.com. Archived from the original on 5 December 2013. Retrieved 31 January 2012.
  30. "Shaktimaan Episode – 338". Youtube.com. Archived from the original on 5 December 2013. Retrieved 31 January 2012.
  31. "shak 14th 2 0003". Youtube.com. Archived from the original on 7 July 2014. Retrieved 31 January 2012.
  32. "shaktimaan 10 12 2010 0001". Youtube.com. Archived from the original on 7 July 2014. Retrieved 31 January 2012.
  33. "Shaktimaan Episode – 358". Youtube.com. Archived from the original on 5 December 2013. Retrieved 31 January 2012.
  34. "Shaktimaan : Episode 30". Youtube.com. Archived from the original on 9 September 2012. Retrieved 31 January 2012.
  35. "Shaktimaan : Episode 24". Youtube.com. Archived from the original on 26 March 2014. Retrieved 31 January 2012.
  36. "shaktimaan 24 November 2010 part1". Archived from the original on 4 February 2016. Retrieved 31 January 2012.
  37. "shaktimaan 24 November 2010 part4". Archived from the original on 4 February 2016. Retrieved 31 January 2012.
  38. "The Shaktimaan effect". Indian Express. 22 February 1999. Retrieved 22 October 2011.
  39. "ଆର୍କାଇଭ୍ କପି". Archived from the original on 2010-01-21. Retrieved 2016-05-29. {{cite web}}: Cite has empty unknown parameter: |1= (help)CS1 maint: bot: original URL status unknown (link)
  40. "'Shaktimaan' deaths instigated:Producer". The New India Express. 9 January 1999. Retrieved 22 October 2011.[permanent dead link]
  41. [୨][dead link]
  42. "Viacom18 to launch new channel Sonic for young adults this month". Economic Times. 1 December 2011. Archived from the original on 25 April 2012. Retrieved 16 December 2011.
  43. Aparna Phadke (25 March 2012). "Shaktimaan in 3D soon". The Times of India. Archived from the original on 6 September 2012. Retrieved 10 May 2012.