ଲାଲ ବିହାରୀ ହିମିରିକା

ଓଡ଼ିଆ ରାଜନୀତିଜ୍ଞ

ଲାଲ ବିହାରୀ ହିମିରିକା ରାୟଗଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ଜଣେ ବିଧାୟକ । ବିଜୁ ଜନତା ଦଳ ଟିକେଟରେ ସେ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ରାୟଗଡା ବିଧନସଭା ନିର୍ବାଚନ ମଣ୍ଡଳିର ବିଧାୟକ ଭାବେ ନିର୍ବାଚିତ ।[୧]

ଲାଲ ବିହାରୀ ହିମିରିକା
ସଦସ୍ୟ, ବିଧାନ ସଭା
ନିର୍ବାଚନ ମଣ୍ଡଳୀରାୟଗଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବ୍ୟକ୍ତିଗତ ସବିଶେଷ
ଜନ୍ମ (1948-02-17) ୧୭ ଫେବୃଆରୀ ୧୯୪୮ (ବୟସ ୭୬)
ପେଣ୍ଟା, ଓଡ଼ିଶା
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଶ୍ରୀମତି ଆପାଲମ୍ମା ହିମିରିକା
ସନ୍ତାନ୪ ପୁଅ, ୩ ଝିଅ
ଘରରାୟଗଡ଼ା

ପରିଚୟ ସମ୍ପାଦନା

ରାୟଗଡା ଜିଲ୍ଲାର ସଦର ମହକୁମା ନିକଟବର୍ତ୍ତୀ ପେଣ୍ଟା ଗ୍ରାମରେ ତାଙ୍କର ଜନ୍ମ ୧୯୪୮ ମସିହା ଫେବୃୟାରୀ ୧୭ ତାରିଖରେ । ଶ୍ରୀମତି ଆପାଲମ୍ମା ହିମିରିକା ତାଙ୍କର ସହଧର୍ମିଣୀ ଏବଂ ସେ ୩ କନ୍ୟା ଏବଂ ୪ ପୁତ୍ର ସନ୍ତାନର ଜନକ ।

ରାଜନୈତିକ ଜୀବନ ସମ୍ପାଦନା

ଜେକେ କାଗଜ କଳର ସଂଘର ଏକ କର୍ମୀ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ହିମିରିକା ୨୦୦୯ ନିର୍ବାଚନରେ ବିଜେଡି ଦଳୀୟ ଟିକେଟରେ ରାୟଗଡା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ରାୟଗଡାର ବିଧାୟକ ହେବା ପରେ ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଆଦିବାସୀ କଲ୍ୟାଣ ମନ୍ତ୍ରୀଭାବେ କାର୍ଯ୍ୟ ଭାର ତୁଲାଇଥିଲେ । ପରବର୍ତ୍ତୀ ସମୟରେ ଅର୍ଥାତ ମେ ୨୦୧୭ ପରେ ରମେଶ ଚନ୍ଦ୍ର ମାଝୀ ଏହି ବିଭାଗର ମନ୍ତ୍ରୀ ହେବା ପରେ ସେ ରାୟଗଡା ଜିଲ୍ଲା ବିଜେଡି ଦଳ ସଭାପତି ରୂପେ କାର୍ଯ୍ୟଭାର ତୁଲାଇଛନ୍ତି । [୨] ସେ ମଧ୍ୟ କେବିକେ କମିଟିର ସଭ୍ୟ ତଥା ବିଭିନ୍ନ କମିଟିର ସଭ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି ।[୩].

ଆଧାର ସମ୍ପାଦନା

  1. "Shri Lal Bihari Himirika-Profile". odishaassembly.nic.in. Retrieved 9 December 2018.
  2. "Council Of Minister". odishaassembly.nic.in. Retrieved 8 December 2018.
  3. "MLA Lal Bihari Himirika Profile | RAYAGADA Constituency". www.naveenpatnaik.com. Archived from the original on 13 January 2019. Retrieved 8 December 2018.

ବାହାର ଆଧାର ସମ୍ପାଦନା