ଲରମ୍ଭା ମହାବିଦ୍ୟାଳୟ


ଲରମ୍ଭା ମହାବିଦ୍ୟାଳୟ‌, ଓଡ଼ିଶାର ବରଗଡ ଜିଲ୍ଲା ଅଧୀନ ଲରମ୍ଭାଠାରେ ଅବସ୍ଥିତ ।[୧] 

ଲରମ୍ଭା ମହାବିଦ୍ୟାଳୟ
ସ୍ଥାପିତ୧୯୬୪
ପ୍ରକାରସହ-ଶିକ୍ଷା
ଅବସ୍ଥାନବରଗଡ଼, ଓଡ଼ିଶା, ଭାରତ
ଅନୁବନ୍ଧନୟୁଜିସି(UGC), ନାକ୍(NAAC), ଉତ୍କଳ ବିଶ୍ୱବିଦ୍ୟାଳୟ
ୱେବସାଇଟwww.larambhacollege.org

ଜାତୀୟ ରାଜପଥ ୬ର ଗୋଡ଼ଭଗା ଛକଠାରୁ ଗୋଡଭଗା ସୋନପୁର ରାଜ୍ୟ ରାଜପଥରେ ୦.୭୫ କିଲୋମିଟର ଗଲେ ଏହି କଲେଜ ପଡେ । ଏହି କଲେଜ ପଶ୍ଚିମ ଓଡ଼ିଶାର ଏକ ସମ୍ପୂର୍ଣ୍ଣ ଡିଗ୍ରୀ କଲେଜ ଓ ଓଡ଼ିଶା ସରକାରଙ୍କଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଶ୍ରେଣୀର । ସମାଜସେବୀ ବ୍ରଜ ମୋହନ ପଣ୍ଡା[୨] ଏହାକୁ ୧୯୬୪ରେ ପ୍ରତିଷ୍ଠା କରିଥିଲେ । ପ୍ରଥମରୁ ଏକ ବିଜ୍ଞାନ କଲେଜ ହିସାବରେ ଆରମ୍ଭ ହେଇଥିଲା । ବର୍ତ୍ତମାନ କଳା ବିଭାଗ ରହିବା ସହ ବିଭିନ୍ନ ବିଷୟରେ ସମ୍ମାନର ସୁବିଧା ଉପଲବ୍ଧ ।

ଉଭୟ ବାଳକ ଓ ବାଳିକାଙ୍କ ପାଇଁ ଏହି କଲେଜରେ ପର୍ଯ୍ୟାପ୍ତ ହଷ୍ଟେଲର ସୁବିଧା ଥାଇ ଏକ ଖେଳ ପଡ଼ିଆ ମଧ୍ୟ ରହିଛି । 

NAAC (National Assessment and Accreditation Council )ଦ୍ୱାରା B+ ମାନ୍ୟତା ପାଇଥିବା ଏହି କଲେଜ ଓଡ଼ିଶା ସରକାରଙ୍କଦ୍ୱାରା 'ପ୍ରକୃତି ମିତ୍ର " ପୁରସ୍କାର ପ୍ରାପ୍ତ ହୋଇଛି । 

ଆଧାର  ସମ୍ପାଦନା

  1. Ed. K.R. Gupta (2001). Directory of Libraries in India,2 Vols. Atlantic Publishers & Distri. pp. 404–. ISBN 978-81-7156-985-4.
  2. K. S. Singh (1992). People of India: Odisha (2 pts.). Anthropological Survey of India. ISBN 978-81-7046-293-4.