ଲଡୁ

ଗୋଲାକାର ମିଷ୍ଠାନ୍ନ

ଲଡୁ ଏକ ଗୋଲାକାର ମିଷ୍ଠାନ୍ନ ଯାହା ଭାରତୀୟ ଉପମହାଦେଶରେ ବହୁଳ ଭାବରେ ପ୍ରଚଳିତ । ଲଡୁକୁ ମଇଦା , ବେସନ ଓ ଚିନି ପରି ଉପାଦାନ ସାହାଯ୍ୟରେ ବିଭିନ୍ନ ପ୍ରକାର ତିଆରି କରାଯାଏ । ଉତ୍ଶବ ତଥା ଧାର୍ମିକ ଅନୁଷ୍ଠାନରେ ଲଡୁ ବଣ୍ଟନ କରାଯାଇଥାଏ । ଲଡୁ ଗଣେଶଙ୍କ ପ୍ରିୟ ଯୋଗୁଁ ତାଙ୍କ ନିକଟରେ ଭୋଗ କରାଯାଏ ।

ବିବାହ ଉତ୍ଶବ ପାଇଁ ପ୍ରସ୍ତୁତ ଲଡୁ 
ବୁନ୍ଦି ଲଡୁ 

ପ୍ରସ୍ତୁତି ବିଧି  ସମ୍ପାଦନା

ଲଡୁର ଅରସ୍ତୁତି ବିଧି ବିଭିନ୍ନ ପ୍ରକାର ଲଡୁ ପାଇଁ ବିଭିନ୍ନ । ତେବେ ବହୁଳ ଭାବରେ ଲଡୁ ବେସନ , ଗହମ ଗୁଣ୍ଡ , ବଟା ଯାଇଥିବା ନଡିଆ , ଚିନି ଦେଇ ପ୍ରସ୍ତୁତ ହୁଏ । ଲଡୁକୁ ଆକର୍ଷଣୀୟ ଦେଖାଯିବା ପାଇଁ ଏଥିରେ ରଙ୍ଗର ମଧ୍ୟ ପ୍ରୟୋଗ କରା ଯାଏ । ସମସ୍ତ ଦ୍ରବ୍ଯକୁ ଘିଅରେ ରନ୍ଧା ଯାଇ ତାକୁ ଶୀତଳ ହେଲା ପରେ ବଲ ଆକାରରେ ସଜା ଯାଏ । କେତେକ ସ୍ଥଳରେ ଆୟୁର୍ବେଦିକ ଜୈବିକ ପଦାର୍ଥର ମିଶ୍ରଣରେ ସ୍ୱତନ୍ତ୍ର ଲଡୁ ମଧ୍ୟ ପ୍ରସ୍ତୁତ ହୁଏ । ଲଡୁରେ ବାଦାମ ବା କାଜୁ ଖଣ୍ଡ, ପିସ୍ତାବାଦାମ  ଦେଇ ତାହାକୁ ଆହୁରି ସ୍ୱାଦିଷ୍ଟ କରାଯାଇଥାଏ ।  

ବୁନ୍ଦି ଲଡୁ  ସମ୍ପାଦନା

ସବୁଠୁ ବେଶୀ ପ୍ରଚଳିତ ଲଡୁ ହେଲା ବୁନ୍ଦି ଲଡୁ । ବେସନକୁ ଗୋଳି ତାକୁ ତେଲରେ ଛୋଟ ବୁନ୍ଦି ଆକାରରେ  ଛଣା ଯାଇ ତାହାକୁ ଚିନି ସିରାରେ ପକାଇ ରଖା ଯାଏ । ତାହା ଶୀତଳ ହେଲା ପରେ ତାକୁ ଛୋଟ ବଲ ଆକାରରେ ଗଢ଼ା ଯାଏ । ଉତ୍ତର ଭାରତ ସମେତ ଓଡ଼ିଶା , ବଙ୍ଗରେ ଏହାର ପ୍ରଚାଳନ ଖୁବ ବେଶୀ । ବିବାହ , ରକ୍ଷ୍ୟା ବନ୍ଧନ , ଦୀପାବଳି ପରି ପାର୍ବଣରେ ଏହି ଲଡୁ ବହୁ ପରିମାଣରେ ବ୍ଯବହ୍ରୁତ ହୁଏ ।  

ବେସନ ଲଡୁ  ସମ୍ପାଦନା

 
ସିଲ୍ଭର ଫଏଲ ଓ ପିସ୍ତା ବାଦାମ ଖଣ୍ଡରେ ସଜା ଯାଇଥିବା ବେସନ ଲଡୁ 

ବେସନ ଲଡୁ   ଏହା ଏକ ଲୋକପ୍ରିୟ ମିଷ୍ଠାନ୍ନ । ଏହାର ପ୍ରସ୍ତୁତି ବିଧି ମଧ୍ୟ ସରଲ । ବେସନକୁ ଚିନି ସହିତ ମିଶେଇ ବହଳ ଘୋଳ କଳା ପରେ ତାକୁ ବଲ ଆକାରର କରି ଗରମ ଘିଅରେ ଛଣା ଯାଇଥାଏ । ତାକୁ ଭଲ ଭାବରେ ଘାନ ସ୍ୱରନିମ ରଙ୍ଗ ହେବା ଯାଏ ଛାଣି ତାକୁ ଚିନି ସିରାରେ ପକା ଯାଏ । ତାହା ଉପରେ ସିଲଭର ଫଏଲ, ଓ ପିଷ୍ଟ ବାଦାମ ଖଣ୍ଡ ଦେଇ ସଜାଇ ଦିଅ ଯାଏ । ଏହି ଲଡୁକୁ ବେଶ କିଛି ଦିନ ରଖା ଯାଇପାରେ ।  

ନଡିଆ ଲଡୁ  ସମ୍ପାଦନା

ଭାରତରେ ଏଇତିହାସିକ କାଳରୁ ନଡିଆ ଲଡୁ ପ୍ରଚଳିତ ଥିବାର ଜଣା ଯାଏ । ଚୋଳ ସମ୍ଭ୍ରାଜ୍ୟ ଥିବା ସମୟରେ ଏହି ଲଡୁକୁ ଯୁଦ୍ଧହ ସମୟରେ ମଧ୍ୟ ବ୍ୟବହାର ହାଉଥିବାର ଇତିହାସରେ ଉଲ୍ଲେଖ ରହିଛି । ଦକ୍ଷିଣ ଭାରତରେ ନଡିଆ ବହୁ ପରିମାଣରେ ମିଳୁଥିବାରୁ ଏହାକୁ ଖାଦ୍ଯ ହିସାବରେ ସଂରକ୍ଷ୍ୟନ କରିବାକୁ ତାକୁ ଲଡୁ ହିସାବରେ ରଖା ଯାଉଥିଲା .

ମଲାଇ ଲଡୁ  ସମ୍ପାଦନା

ଭାରତ ଓ ପାକିସ୍ଥାନର ମରୁଭୁମି ଅଞ୍ଚଳରେ ଏହି ମଲାଇ ଲଡୁର ପ୍ରଚାଳନ ଥାଏ । ଦୁଧକୁ ଫୁଟେଇ ଦେଲେ ସେଥିରୁ ଖୁଆ ବାହାରେ ଯାହା ଶୁଷ୍କ ଆକାରରେ ଥାଏ । ଏହି ଖୁଆ ସହିତ ଚିନି , ମଇଦା ଆଦି ଉପାଦାନ ଦେଇ ସେଥିରେ ଲଡୁ ତିଆରି କରାଯାଇଥାଏ , ଯାହା ବହୁଦିନ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ଥାଏ । 

ବ୍ୟବହାର  ସମ୍ପାଦନା

ଲଡୁ ଧାର୍ମିକ ଅନୁଷ୍ଠାନ , ମନ୍ଦିର ଆଦିରେ ଭୋଗ ହିସାବରେ ବ୍ୟବହାର ହୋଇଥାଏ । ଭେଙ୍କଟେଶ୍ୱର ମନ୍ଦିର , ପୁରୀ ଜଗନ୍ନାଥ ମନ୍ଦିର ଆଦିରେ ଲଡୁ ଭୋଗ ନିୟମିତ ଲାଗିବାର ପରମ୍ପରା ରହିଛି । ଏପରିକି ମୁସଲମାନ ସଂପ୍ରଦାଯଙ୍କ ଈଦ ଉତ୍ଶାବରେ ଲଡୁର ବହୁତ ବ୍ୟବହାର ହୁଏ । 

ସଂସୃତି ସହ ଲଡୁର ସଂଯୋଗ  ସମ୍ପାଦନା

ଭାରତୀୟ ସଂସୃତି ସହ ଲଡୁର ଗଭୀର ସମ୍ବନ୍ଧ ରହିଥିବା ଜଣା ଯାଏ । ମହାରାଷ୍ଟ୍ରରେ ଗଣେଶ ପୂଜା ସମୟରେ ଲଡୁ ପ୍ରସ୍ତୁତ ହେଇ ଭକ୍ତମାନଙ୍କୁ ପ୍ରସାଦ ହିସାବରେ ବଣ୍ଟନ ହୁଏ । ଆନ୍ଧ୍ର ପ୍ରଦେଶରେ ୨୦୧୨ ମସିହାରେ ଗଣେଶ ପୂଜା ସମୟରେ ୬,୩୦୦ କିଲୋଗ୍ରା ଓଜନର ଲଡୁ ତିଆରି ହେଇ ଥିଲା , ଯାହାକୁ ବିଶ୍ୱର ସର୍ବବୃହତ ଲଡୁ ବୋଲି କୁହାଯାଏ ।

ଆଧାର ସମ୍ପାଦନା