ପ୍ରାଚୀନ ହିନ୍ଦୁ ମହାକାବ୍ୟ ରାମାୟଣର ବର୍ଣ୍ନନା ଅନୁସାରେ ଲଙ୍କିନୀ, ଲଙ୍କା ନଗରୀର ଦ୍ୱାର ଦେଶରେ ରକ୍ଷକ ଭାବେ ଅବସ୍ଥାପିତ ଏକ ଶକ୍ତିଶାଳୀ ରାକ୍ଷସୀ ଥିଲେ । ତାଙ୍କ ନାମର ଅର୍ଥ ହେଉଛି "ଲଙ୍କାର ଦେବୀ" ।[୧]

ରାମାୟଣ (ଏକ ହିନ୍ଦୁ ଶାସ୍ତ୍ର) ଅନୁଯାୟୀ, ଲଙ୍କିନୀ ଏକଦା ବ୍ରହ୍ମାଙ୍କ ବାସସ୍ଥାନର ରକ୍ଷକ ଥିଲେ । ସେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଗୃହର ରକ୍ଷକ ଭାବେ ସେ ନିଜ ସ୍ଥିତିକୁ ନେଇ ଅହଂକାରୀ ହୋଇଗଲେ । ଆତ୍ମ ଗର୍ବରେ ସେ ରାଜପ୍ରାସାଦରେ ଅନ୍ୟମାନଙ୍କୁ ଅବମାନନା କଲେ, ଯେଉଁଥିପାଇଁ ତାଙ୍କୁ ଲଙ୍କା ନଗରୀର ଦ୍ୱାର ରକ୍ଷକ ଭାବେ ଜଗିବା ପାଇଁ ବ୍ରହ୍ମା ଅଭିଶାପ ଦେଇଥିଲେ । ଲଙ୍କିନୀ ତାଙ୍କ ଭୁଲକୁ ଅନୁଭବ କରି କ୍ଷମା ପ୍ରାର୍ଥନା କଲେ । ଅବଶ୍ୟ, ବ୍ରହ୍ମାଙ୍କ ଅଭିଶାପ ଫେରାଇବା ସମ୍ଭବ ନୁହେଁ, ତେଣୁ ଏହା ବଦଳରେ ବ୍ରହ୍ମା ତାଙ୍କ ଉପରେ ଦୟା ପରବଶ ହୋଇ ଶପମୁକ୍ତିର ବାଟ ବତାଇଦେଲେ । ସେହି ଅନୁସାରେ ସେ ଅଭିଶାପରୁ ମୁକ୍ତ ହେବେ ସେତେବେଳେ, ଯେତେବେଳେ ଏକ ମାଙ୍କଡ଼ ଯୁଦ୍ଧରେ ତାଙ୍କୁ ପରାସ୍ତ କରିବ ଏବଂ ଏହିପରି ଭାବରେ ରାକ୍ଷସଙ୍କ ଯୁଗର ମଧ୍ୟ ଅବସାନ ହେବ ।[୧][୨]

ହନୁମାନ ସହ ଭେଟ ସମ୍ପାଦନା

ରାମାୟଣରେ କଥିତ ଅଛି ଯେ ସୀତାଙ୍କୁ ଠାବ କରିବା ଅବସରରେ ହନୁମାନ ଲଙ୍କାର ଦ୍ୱାରରେ ଲଙ୍କିନୀଙ୍କୁ ଭେଟିଥିଲେ । ଯେତେବେଳେ ଲଙ୍କିନୀ ତାଙ୍କର ପରିଚୟ ଏବଂ ଭ୍ରମଣର ଉଦ୍ଦେଶ୍ୟ ବିଷୟରେ ପଚାରିଥିଲେ, ହନୁମାନ ତାଙ୍କର ଉଦ୍ଦେଶ୍ୟ ପ୍ରକାଶ ନ କରି ଚତୁରତାର ସହ ଉତ୍ତର ଦେଇଛନ୍ତି ଯେ ସେ ଜଙ୍ଗଲରୁ ଲଙ୍କା ଭଳି ପ୍ରସିଦ୍ଧ ନଗରୀର ଅଲୌକିକ ସୌନ୍ଦର୍ଯ୍ୟ ଦେଖିବାକୁ ଇଚ୍ଛା କରିଛନ୍ତି । ତେବେ ଲଙ୍କିନୀ ହୃଦୟଙ୍ଗମ କରିଛନ୍ତି ଯେ ସେ ଜଣେ ଅନୁପ୍ରବେଶକାରୀ ଏବଂ ଏହା ହୃଦ୍‌ବୋଧ କରି ତାଙ୍କୁ ଆକ୍ରମଣ କରନ୍ତି । ସେ ଜଣେ ମହିଳା ବୋଲି ଜାଣି ହନୁମାନ ଧୀରେ ଧୀରେ ତାଙ୍କ ପିଠିକୁ ଆଘାତ କରିବା ଫଳରେ ତାଙ୍କର ରକ୍ତସ୍ରାବ ଆରମ୍ଭ ହେବାକୁ ଲାଗିଲା । ଏକ ବିସ୍ମୟ ଏବଂ ଦ୍ୱନ୍ଦ୍ୱରେ ଥିବା ଲଙ୍କିନୀ ତୁରନ୍ତ ହୃଦୟଙ୍ଗମ କଲେ ଯେ ତାଙ୍କ ପ୍ରତିଦ୍ୱନ୍ଦୀ କେବଳ ମାଙ୍କଡ଼ ନୁହଁନ୍ତି, ସେ ଏକ ଅସାଧାରଣ ଶକ୍ତିର ଅଧିକାରୀ । ଅତଏବ ବ୍ରହ୍ମାଙ୍କ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ଜାଣି ସେ ହନୁମାନଙ୍କୁ କ୍ଷମା ମାଗନ୍ତି । ବର୍ତ୍ତମାନ ଅଭିଶାପରୁ ମୁକ୍ତ ଥିବା ଲଙ୍କିନୀଙ୍କୁ ଛାଡି ଲଙ୍କାରେ ନିଜର ଅନୁସନ୍ଧାନ ଜାରି ରଖିବାକୁ ପ୍ରସ୍ତୁତ ହେଉଥିବାବେଳେ ହନୁମାନ ତାଙ୍କୁ କ୍ଷମା କରି ସୀତାଙ୍କ ସନ୍ଧାନ କାର୍ଯ୍ୟରେ ଆଗେଇ ଯାଆନ୍ତି ।[୩][୪]

ଆଧାର ସମ୍ପାଦନା

  1. ୧.୦ ୧.୧ Kishore, B.R. (1995). Ramayana:. Diamond Pocket Books. ISBN 9789350837467. Retrieved 2017-01-08.
  2. Yedavalli, S.K. (2015). Ramayan. Lulu.com. ISBN 9781304901002. Retrieved 2017-01-08.[permanent dead link]
  3. "Ramayan: India's Classic Story of Divine Love: P. R. Mitchell: 9780595507634: Amazon.com: Books". Retrieved 2021-07-24.
  4. https://www.amazon.com/dp/0143065289