ରୋଜା ରମଣୀ

ଭାରତୀୟ ଅଭିନେତ୍ରୀ

ରୋଜା ରମଣୀ (ଜନ୍ମ ୧୬ ସେପ୍ଟେମ୍ବର ୧୯୫୯) ଜଣେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଅଭିନେତ୍ରୀ ଅଟନ୍ତି । ମୁଖ୍ୟତଃ ସେ ତେଲୁଗୁ ସିନେମାରେ ଅଭିନୟ କରନ୍ତି । ୧୯୬୭ରେ ଭକ୍ତ ପ୍ରହଲ୍ଲାଦ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଜାତୀୟ ଶିଶୁ କଳାକାର ପୁରସ୍କାର ପାଇଥିଲେ । ୧୯୭୦-୮୦ ବେଳକୁ ସେ ତେଲୁଗୁ, ତାମିଲ, ମାଲୟାଲମକନ୍ନଡ ଫିଲ୍ମରେ ଅଭିନୟ କରୁଥିଲେ । ୪୦୦ରୁ ଅଧିକ ଫିଲ୍ମରେ ସେ ଡ଼ବିଙ୍ଗ କଳାକାର ଭାବରେ କାମ କରିଛନ୍ତି । ବ୍ଲୁକ୍ରସ ଭଳି ସାମାଜିକ ସଂସ୍ଥାର ସେ ଜଣେ ସଭ୍ୟା ।

ରୋଜା ରମଣୀ
ରୋଜା ରମଣୀ
Born (1959-09-16) ୧୬ ସେପ୍ଟେମ୍ବର ୧୯୫୯ (ବୟସ ୬୪)
Other namesଚେମ୍ବରୁଥି,ଶୋବନା
Occupationଅଭିନେତ୍ରୀ
Spouseଚକ୍ରପାଣି
Childrenତରୁଣ କୁମାର ଓ ଅମୂଲ୍ୟା

ପ୍ରାରମ୍ଭିକ ଜୀବନ ସମ୍ପାଦନା

ରୋଜା ମାଡ୍ରାସରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ସାମ୍ବାଦିକ ଥିଲେ । ତାଙ୍କର ଦୁଇ ଭାଇ ଭଉଣୀ ଅଛନ୍ତି ।[୧]

କ୍ୟାରିୟର ସମ୍ପାଦନା

୧୯୬୬ରେ ମାତ୍ର ୫ ବର୍ଷ ବୟସରେ ତେଲୁଗୁ ଭାଷାର ଚିର ସବୁଜ ଚଳଚ୍ଚିତ୍ର ଭକ୍ତ ପ୍ରହଲ୍ଲାଦ ରେ ସେ ଅଭିନୟ କରି ସମସ୍ତଙ୍କୁ ଆକୃଷ୍ଟ କରିଦେଇଥିଲେ । ୧୩ ବର୍ଷ ବୟସରେ ୭୦ରୁ ଅଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରିସାରିଥିଲେ ଓ ଏକ ମାଲାୟଲମ ଚଳଚ୍ଚିତ୍ର ଚମ୍ବାରଥିରେ ନାୟିକା ଭାବରେ ଅଭିନୟ କରିଥିଲା ଯାହା ସେତେବେଳେ ରେକର୍ଡ ସୃଷ୍ଟି କରିଥିଲା । ସେହି ଫିଲ୍ମକୁ ରମଣୀ ଆଉଥରେ ତେଲୁଗୁ ଓ ତାମିଲ ଭାଷାରେ ମଧ୍ୟ କରିଥିଲେ । ଚଳଚ୍ଚିତ୍ର ଜଗତରେ ତାଙ୍କର ୪୫ ବର୍ଷର ଅଭିଜ୍ଞତା ଥିଲା ଓ ବିଭିନ୍ନ ଭାଷା ଯଥା ତେଲୁଗୁ, ତାମିଲ, କନ୍ନଡ଼, ମାଲାୟଲମ , ହିନ୍ଦୀ ଓ ଓଡ଼ିଆରେ ୩୦୦ରୁ ଅଧିକ ଫିଲ୍ମ କରିଥିଲେ । ୪୦୦ରୁ ଅଧିକ ଫିଲ୍ମରେ ସେ ଡବିଙ୍ଗ କଳାକାର ଭାବରେ କାମ କରିଥିଲେ ।

ବ୍ୟକ୍ତିଗତ ଜୀବନ ସମ୍ପାଦନା

୧୯୮୧ରେ ସେ ଏସ. ଚକ୍ରପାଣିଙ୍କୁ ବିବାହ କରିଥିଲେ ଯିଏ ବର୍ତ୍ତମାନ ଇଟିଭି ଓଡ଼ିଆ ଚ୍ୟାନେଲର ପ୍ରଯୋଜକ ଅଛନ୍ତି । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ପୁରସ୍କାର ଓ ସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା