ରେଭେନ୍ସା ବିଶ୍ୱବିଦ୍ୟାଳୟ

କଟକରେ ଥିବା ବିଶ୍ଵବିଦ୍ୟାଳୟ

ରେଭେନ୍ସା ବିଶ୍ୱବିଦ୍ୟାଳୟ (୨୦୦୬ ପୂର୍ବରୁ ରେଭେନ୍ସା କଲେଜ ନାମରେ ଜଣା) ଓଡ଼ିଶାର କଟକରେ ଥିବା ଏକ ରାଜ୍ୟ ବିଶ୍ୱବିଦ୍ୟାଳୟ । ୨୦୦୬ ମସିହା ନଭେମ୍ବର ୧୫ ତାରିଖରେ ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । ଥୋମାସ ଏଡୱାଡ ରେଭେନ୍ସା ଏହି ମହାବିଦ୍ୟାଳୟର ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ ।[୧]

ରେଭେନ୍ସା ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟ"ଜ୍ଞାନ ହିଁ ଶକ୍ତି"
ସ୍ଥାପିତ୧୮୬୮ (କଲେଜ ଭାବରେ); ୨୦୦୬ (ବିଶ୍ୱବିଦ୍ୟାଳୟ ଭାବରେ)
ପ୍ରକାରସାର୍ବଜନିକ
କୁଳାଧିପତିରାଜ୍ୟପାଳ
କୁଳପତିଈଶାନ୍ କୁମାର ପାତ୍ର
ଅବସ୍ଥାନକଟକ, ଓଡ଼ିଶା, ଭାରତ India
ପରିସରକଲେଜ ଛକ , କଟକ ନଗର
ଅନୁବନ୍ଧନବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)
ୱେବସାଇଟwww.ravenshawuniversity.ac.in

ଇତିହାସ ସମ୍ପାଦନା

ପ୍ରାରମ୍ଭିକ ସମୟ ସମ୍ପାଦନା

୧୮୬୬ର ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ଲୋକମାନେ ବହୁ ଅସୁବିଧାରେ ପଡ଼ିଥିଲେ। ସେ ଯୁଗରେ ଓଡ଼ିଶାରେ ଉଚ୍ଚତର ଶିକ୍ଷାର କିଛି ସାଧନ ନଥିଲା। ଏହି ସମୟରେ କିଛି ଦୂରଦର୍ଶୀ ଓଡ଼ିଆ ତଥା ଶାସନ କରୁଥିବା କିଛି ଇଂରେଜ ସୁଶାସକମାନେ ଓଡ଼ିଶାରେ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଇଛା କରିଥିଲେ। ଏହିମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ତତ୍କାଳୀନ କମିସନରଟି ଇ ରେଭେନ୍ସା ଯେ କି ସେ କାଳର ଓଡ଼ିଆ ଛାତ୍ରମାନଙ୍କ ଏହି ଦୁଖ ବୁଝି ବଙ୍ଗ ସରକାରଙ୍କଠାରୁ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଆଣିଥିଲେ। ଏହି ପରି ୧୮୬୮ ମସିହାରେ ଜାନୁୟାରୀରେ କଟକ ଜିଲ୍ଲା ସ୍କୁଲରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ସ୍ଥାପନ ହେଇଥିଲା। ପ୍ରଥମ ବର୍ଷ କେବଳେ ୬ ଜଣ ଛାତ୍ର ଏଥିରେ ଯୋଗ ଦେଇଥିଲେ।

 
ରେଭେନ୍ସା ବିଶ୍ୱବିଦ୍ୟାଳୟ ମୁଖ୍ୟ ଅଟ୍ଟାଳିକା ଓ ପ୍ରବେଶ , ୨୦୧୧

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା