ରୁଦ୍ର ପ୍ରତାପ ସିଂହ , କ୍ରିକେଟର

ଭାରତୀୟ କ୍ରିକେଟ ଖେଳାଳି

About this sound pronunciation  (ଜନ୍ମ ୬ ଡିସେମ୍ବର ୧୯୮୫ )[୧] ଜଣେ ଭାରତୀୟ ବାମ ହାତି ଦ୍ରୁତ ବୋଲର । ସେ ଭରତକୁ ଆନ୍ତର୍ଜାତୀୟ କ୍ଷେତ୍ରରେ ଟେଷ୍ଟ , ଏକଦିବସିୟ ଓ T୨୦Iରେ ପ୍ରତିନିଧିତ୍ୱ କରିଛନ୍ତି । 

ରୁଦ୍ର ପ୍ରତାପ ସିଂହ
ବ୍ୟକ୍ତିଗତ ତଥ୍ୟ
ନାମରୁଦ୍ର ପ୍ରତାପ ସିଂହ
ଜନ୍ମ (1985-12-06) ୬ ଡିସେମ୍ବର ୧୯୮୫ (ବୟସ ୩୮)
Rae Bareli, Uttar Pradesh,[୧] India
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରLeft arm fast-medium
ଭୂମିକାBowler
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ21 January 2006 v Pakistan
ଶେଷ ଟେଷ୍ଟ18 August 2011 v England
ପ୍ରଥମ ଦିନିକିଆ (cap 161)4 September 2005 v Zimbabwe
ଶେଷ ଦିନିକିଆ16 September 2011 v England
ପ୍ରଥମ ଟି୨୦ (cap 13)13 September 2007 v Scotland
ଶେଷ ଟି୨୦16 June 2009 v South Africa
ଘରୋଇ ଦଳ ତଥ୍ୟ
YearsTeam
2003 – 2015Uttar Pradesh
2007Leicestershire
2008–2010Deccan Chargers
2011Kochi Tuskers Kerala
2012Mumbai Indians
2013Royal Challengers Bangalore
2015-presentGujarat
2016-presentRising Pune Supergiants
Career statistics
ପ୍ରତିଯୋଗିତା Tests ODI FC LA
ମ୍ୟାଚ ସଂଖ୍ୟା 14 58 70 127
ମୋଟ ରନ 116 104 751 397
ବ୍ୟାଟିଂ ହାର 7.25 10.40 10.01 10.44
ଶତକ/ଅର୍ଦ୍ଧଶତକ 0/0 0/0 0/0 0/0
ସର୍ବାଧିକ ରନ 30 23* 47 35
ବଲ ସଂଖ୍ୟା 2,534 2,565 13,195 5874
ଉଇକେଟ 40 69 229 174
ବୋଲିଂ ହାର 42.05 33.95 31.68 28.95
ଇନିଙ୍ଗସରେ ୫ଟି ଉଇକେଟ 1 0 9 3
ମ୍ୟାଚରେ ୧୦ଟି ଉଇକେଟ 0 0 1 0
ସବୁଠୁ ଭଲ ବୋଲିଂ 5/59 4/35 6/50 5/30
କ୍ୟାଚ/ଷ୍ଟମ୍ପିଙ୍ଗ 6/0 13/0 30/0 38/0
Source: CricketArchive, 28 February 2012

ସେ ପ୍ରଥମ କରି ଜାତୀୟ ଦୃଷ୍ଟି ଆକର୍ଷଣ କରିଥିଲେ ଯେତେବେଳେ ବାଂଲାଦେଶରେ ହେଇଥିବା ୧୯ ବର୍ଷରୁ କମ ବିଶ୍ୱ କପରେ ୨୦୦୪ରେ ଏକ ମେଚରେ ୮ଟି ୱିକେଟ ୨୪.୭୫ ହାରରେ ନେଇଥିଲେ । ଏହା ପରେ ଘରେଇ ରଣଜୀ ଟ୍ରଫିରେ ଉତ୍ତର ପ୍ରଦେଶ ପାଇଁ ନିରନ୍ତର ଭାବେ ଭଲ ପ୍ରଦର୍ଶନ ଜରିଆରେ ୨୦୦୫ ଯାତୀୟ ଏକଦିବସୀୟ ଜାତୀୟ ଦଳ ପାଇଁ ମନୋନୀତ ହେଇଥିଲେ । ୨୦୧୫ରେ ସେ ରଣଜୀ ଟ୍ରଫି ପାଇଁ ଗୁଜରାଟ ଦଳ ପାଇଁ ପ୍ରତିନିଧିତ୍ୱ କଲେ । 

ଦେଶ ପାଇଁ ତାଙ୍କର ତୃତୀୟ ଏକଦିବାସୀୟ ମେଚରେ ସେ '" men of the match' ପୁରସ୍କାର ପାଇଥିଲେ।  ବ୍ୟାଟିଂ ପାଇଁ ଉପଯୁକ୍ତ ପିଚରେ ସ୍ୱୀଙ୍ଗ କରିପାରିବାର ଦକ୍ଷତା ପ୍ରତିପାଦନ କରିପାରୁଥିଲେ । ଶ୍ରୀଲଙ୍କା ବିରୁଦ୍ଧ ମେଚରେ ସେ ୮.୫ ଓଭରରେ ୩୫ ରନ ଦେଇ ୪ଟି ୱିକେଟ ନେଇ ଅନ୍ତର୍ଜାତିକ ସ୍ତରରେ ତାଙ୍କର ଉପସ୍ଥିତି ଜାହିର କରିଥିଲେ । ଏହା ପରେ ସେ ଟେଷ୍ଟ ଦଳରେ ସ୍ଥାନ ପାଇଲେ । ପାକିସ୍ତାନ ସହ ୨ ୟ ଟେଷ୍ଟ ଖେଳି ସେଥିରେ ସେ ସେ ୫ ୱିକେଟ ନେବା ସହ ଜୀବନର ପ୍ରଥମ ଟେଷ୍ଟରେ  'men of the match' ପୁରସ୍କାର ଜିତିଲେ । 

ପାକିସ୍ଥାନ ସହ ଏକଦିବାସୀୟ ସିରିଜରେ ସେ ଚତୁର୍ଥ ମେଚରେ ୪ ୱିକେଟ ନେବା ଫଳରେ ଭରତ ସିରିଜ କାବୁ କରିଥଲା ଓ ସେ ପୁଣି  'men of the match' ପୁରସ୍କାର ପାଇଥିଲେ । 

କିନ୍ତୁ ତାହା ପରେ ସେ ତାଙ୍କର ଫର୍ମ ବଜାୟ ରଖିବାରେ ଅସମର୍ଥ ହେଇଥିଲେ ଓ ନିୟମିତ ଭାବରେ ଜାତୀୟ ଦଳରେ ସ୍ଥାନ ପାଇ ନଥିଲେ । 

୨୦୦୬ରେ ସେ ଇଂଲଦର କାଉନ୍ତି ମେଚ ଖେଳିଥିଲେ । ତାହା ପରେ ସେ ପୁଣି ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲେ । ଇଂଲଣ୍ଡରେ ସେ ଟେଷ୍ଟ ଖେଳି ଭଲ ପ୍ରଦର୍ଶନ ଦେଇଥିଲେ । 

ଭାରତ ଜିତିଥିବା ବିଶ୍ୱର ପ୍ରଥମ T୨୦ ବିଶ୍ୱ କପ , ୨୦୦୭ରେ ରୁଦ୍ର ପ୍ରତାପ ଖେଳିବା ପାଇଁ ମନୋନୀତ ହେଇ  ସେହି ତୁର୍ଣାମେଣ୍ଟରେ ୧୨ଟି ୱିକେଟ ନେଇ ଭାରତକୁ ଜିତିବାରେ ସାହାଯ୍ୟ କରିଥିଲେ । ସୁପର ୮ ସ୍ତରରେ ସେ ଆଫ୍ରିକା ବିପକ୍ଷ ମେଚରେ ସେ ୧୩ ରନ ଦେଇ ୪ ୱିକେଟ ନେବା ଫଳରେ ଭାରତ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲା ।  

ତାହା ପରେ ସେ ଭରତରେ ଆସ୍ତେଲିଆ ବିରୁଦ୍ଧ ଏକଦିବାସୀୟ ସିରିଜରେ ୧୧ଟି ୱିକେଟ ନେଇଥିଲେ । ୨୦୧୧ରେ ୩ ବର୍ଷ ବ୍ୟବଧାନରେ ପୁନର୍ବାର ଜାତୀୟ ଦଳକୁ ପ୍ରତ୍ୟାବର୍ତନ  କରି ଇଂଲଣ୍ଡ ଗସ୍ତରେ ଖେଳିଥିଲେ ।[୨] 

ଆଇପିଏଲରେ ରୁଦ୍ର ପ୍ରତାପ  ସମ୍ପାଦନା

ଆଇପିଏଲରେ ସେ ପ୍ରଥମେ ଡେକାନ ଚାର୍ଗର, ହଇଦରାବାଦ  ଦଳ ପାଇଁ ଖେଳି ପରେ ପୁନେ ପାଇଁ ମଧ୍ୟ ଖେଳିଥିଲେ । ୨ ୟ ଆଇପିଏଲରେ ସେ ୨୩ଟି ୱିକେଟ ନେବା ସହ ସର୍ବାଧିକ ୱିକେଟ ନେବାର କୃତି ଅର୍ଜନ କରିଥିଲେ ଓ ସେହି ପ୍ରଦର୍ଶନ ବଳରେ ୨୦୦୯ T ୨୦ ବିଶ୍ୱକପ ପାଇଁ ମନୋନୀତ ହେଲେ[୩] ।IPLରେ ସେ ୫୨ଟି ୱିକେଟ ନେଇ ସର୍ବାଧିକ ୱିକେଟ ନେଇଥିବା ବୋଲର ହେଇଥିଲେ । ୨୦୧୨ରେ ସେ ମୁମ୍ବାଇ ଦଳ ପାଇଁ ଆଇପିଏଲ ଖେଳିଲେ । ତତ୍ ପର ବର୍ଷ ସେ ବାଙ୍ଗାଲୋର ଦଳକୁ ଯାଇଥିଲେ । କିନ୍ତୁ ୨୦୧୪ରେ ସେ କୌଣଶି ଦଳ ପାଇଁ ଚୁକ୍ତି ବଦ୍ଧ  ହେଇପାରି ନଥିଲେ । 

ଆଧାର  ସମ୍ପାଦନା

  1. ୧.୦ ୧.୧ Biography of RP Singh @ maps of India
  2. Guardian, The (7 ଅଗଷ୍ଟ 2011). "India's Zaheer Khan ruled out of England series with ankle injury". The Guardian Newspaper. London: The Guardian. Retrieved 7 ଅଗଷ୍ଟ 2011. {{cite news}}: More than one of |accessdate= and |access-date= specified (help)
  3. ଛାଞ୍ଚ:Www.indianexpress.com/iep/sunday/story/222561. .html Article in Indian Express news paper

ବାହାର ଲିଙ୍କ  ସମ୍ପାଦନା