ରୀତା ସାହୁ

ଓଡ଼ିଆ ରାଜନୀତିଜ୍ଞ

ରୀତା ସାହୁ (ଜନ୍ମ: ୧୬ ଜୁନ ୧୯୭୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ୨୦୧୮ ମସିହାର ବିଜେପୁର ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାର ୧୫ଶ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩] ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ତାଙ୍କ ପତି ସୁବଳ ସାହୁଙ୍କର ମୃତ୍ୟୁ ପରେ ସେଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏହି ନିର୍ବାଚନରେ ସେ ବିଜୁ ଜନତା ଦଳର ପାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।[୪] ଏହାପରେ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜେପୁରରୁ ନିର୍ବାଚିତ ବିଧାୟକ ନବୀନ ପଟ୍ଟନାୟକଙ୍କର ଇସ୍ତଫା ପରେ ହୋଇଥିବା ଉପ-ନିର୍ବାଚନରେ ରୀତାସାହୁ ପୁଣିଥରେ ବିଜେପୁର ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହି ଉପ-ନିର୍ବାଚନରେ ରୀତା ସାହୁ ୯୭,୯୯୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ, ଯାହାକି ଓଡ଼ିଶା ବିଧାନ ସଭା ନିର୍ବାଚନ ଇତିହାସରେ ସର୍ବାଧିକ ଭୋଟ ବ୍ୟବଧାନ ଥିଲା ।[୬]

ରୀତା ସାହୁ
୨୦୧୯ର ବିଜେପୁର ଉପ-ନିର୍ବାଚନ ପ୍ରଚାର ସମୟରେ ରୀତା
ବିଧାୟିକା: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୮ – ଏବେଯାଏଁ
ପୂର୍ବ ଅଧିକାରୀସୁବଳ ସାହୁ
ନିର୍ବାଚନ ମଣ୍ଡଳୀବିଜେପୁର ଉପ ନିର୍ବାଚନ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1971-06-16) ୧୬ ଜୁନ ୧୯୭୧ (ବୟସ ୫୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସୁବଳ ସାହୁ
ସନ୍ତାନ୨ ପୁଅ
ବାପା/ବୋଉଲକ୍ଷ୍ମୀ ନାରାୟଣ ମହାରଣା (ବାପା)[୧]
ବୃତ୍ତିରାଜନୀତିଜ୍ଞ

ଜନ୍ମ ଓ ପରିବାର

ରୀତା ସାହୁ ୧୯୭୧ ମସିହାର ଜୁନ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୭] ତାଙ୍କ ବାପାଙ୍କ ନାମ ଲକ୍ଷ୍ମୀ ନାରାୟଣ ମହାରଣା ।[୧] ସେ ସୁବଳ ସାହୁଙ୍କୁ ବିବାହ କରିଥିଲେ ।[୮] ସୁବଳ ଭାରତୀୟ ଜାତୀୟ କଂଗ୍ରେସର ଜଣେ ସକ୍ରିୟ ନେତା ଭାବରେ ଓଡ଼ିଶା ରାଜନୀତିରେ ଥିଲେ । ସେ ୧୩ଶ, ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୮]

ରାଜନୈତିକ ଜୀବନ

ରୀତା ସାହୁଙ୍କର ପତି ସୁବଳ ସାହୁ ୨୦୧୭ ମସିହା ଅଗଷ୍ଟ ମାସ ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୯] ତାଙ୍କ ପତି ସୁବଳଙ୍କର ମୃତ୍ୟୁ ହେବାପରେ ବିଜେପୁର ବିଧାନ ସଭା ମଣ୍ଡଳୀର ବିଧାୟକ ଆସନ ଖାଲି ପଡ଼ିଥିଲା, ଫଳରେ ୨୦୧୮ ମସିହାରେ ସେଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୧୦]

ଏହି ଉପ ନିର୍ବାଚନ ଜରିଆରେ ରୀତା ରାଜନୀତିରେ ଯୋଗ ଦେଲେ ଏବଂ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେ ଏହି ନିର୍ବାଚନ ଲଢ଼ିଥିଲେ ।[୧୧] ଏହି ନିର୍ବାଚନ ପାଇଁ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ବଡ଼ ଧରଣର ଲଢ଼େଇ ହୋଇଥିଲା । ନିର୍ବାଚନ ପ୍ରଚାରରେ ଥିବା ବିଜୁ ଜନତା ଦଳର ପ୍ରତିଷ୍ଠାତା ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଜୋତା ମାଡ଼ କରାଯାଇଥିଲା ।[୧୨][୧୩] ନିର୍ବାଚନ ପାଇଁ ବାହାର ରାଜ୍ୟରୁ ଟଙ୍କା ଆସିବା କଥା ମଧ୍ୟ ଅଭିଯୋଗ ହୋଇଥିଲା ଏବଂ କଳାଧନ ଆକାରରେ କିଛି ଗାଡ଼ିରୁ ମଧ୍ୟ ଟଙ୍କା ଜବଦ କରାଯାଇଥିଲା ।[୧୪] ପ୍ରାୟ ସବୁ ପ୍ରଚାର ସଭାରେ ରାଜନୈତିକ ଦଳମାନେ ଅନ୍ୟକୁ ଦୋଷାରପ କରାଇଥିଲେ ଏବଂ ୨୮୧ଟି ନିର୍ବାଚନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଥିଲା, ଯେଉଁଥିରୁ ୧୫୧ଟି କେନ୍ଦ୍ରରେ ଅଧିକ ସତର୍କତା ଅବଲମ୍ବନ କରାଯାଇଥିଲା ।[୧୫] ଏହି ନିର୍ବାଚନରେ ସମୁଦାୟ ୧୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ ।[୧୫][୧୬]

ଏହି ନିର୍ବାଚନରେ ସମୁଦାୟ ୮୨.୧୭ ପ୍ରତିଶତ ମତଦାନ ହୋଇଥିଲା,[୧୭][୧୮] ଯେଉଁଥିରୁ ରୀତା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧୯][୨୦] ଏହି ନିର୍ବାଚନରେ ବିଜୁ ଜନତା ଦଳ ସମୁଦାୟ ୧,୦୨,୮୭୧ ଖଣ୍ଡ ଭୋଟ ପାଇଥିଲା ଏବଂ ଭାରତୀୟ ଜନତା ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସ ଯଥାକ୍ରମେ ୬୯,୯୩୮ ଖଣ୍ଡ ଓ ୧୦,୨୭୪ ଖଣ୍ଡ ଭୋଟ ପାଇଥିଲେ ।[୨୧][୨୨] ଏହି ନିର୍ବାଚନ ଫଳାଫଳ ୨୦୧୯ ଓଡ଼ିଶା ସାଧାରଣ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ରାଜନୈତିକ ସମୀକ୍ଷକ ଏବଂ ନବୀନ ପଟ୍ଟନାୟକ ମତ ଦେଇଥିଲେ ।[୨୩][୨୪][୨୫]

୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ପ୍ରାର୍ଥୀ ନବୀନ ପଟ୍ଟନାୟକ ଏହି ଆସନରୁ ଇସ୍ତଫା ଦେଇଥିଲେ । ଏହାପରେ ଏହି ଆସନ ପାଇଁ ୨୧ ଅକ୍ଟୋବର ୨୦୧୯ରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଉପନିର୍ବାଚନରେ ପୁଣିଥରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ରୀତା ନିର୍ବାଚନ ଲଢ଼ିଥିଲେ ।[୨୬] ଏହି ନିର୍ବାଚନରେ ସେ ସମୁଦାୟ ୧,୩୫,୯୫୭ ଖଣ୍ଡ ଭୋଟ ପାଇଥିଲେ ।[୨୭] ଏହି ନିର୍ବାଚନରେ ରୀତା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସନତଙ୍କୁ ୯୭,୯୯୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨୮][୨୯]

ଆଧାର

  1. ୧.୦ ୧.୧ "Rita Sahu MLA BIJEPUR CONSTITUENCY". naveenpatnaik.com. Archived from the original on 2024-01-08. Retrieved 2024-01-08.
  2. "Live Blog: BJD wins Odisha's Bijepur bypoll by nearly 42,000 votesIn Odisha's Bijepur, BJD's Rita Sahu wins by a margin of 41,933 votes. She defeated her nearest BJP candidate Ashok Panigrahi. he by-poll for Bijepur Assembly seat was held on February 24. The by-poll was necessitated due to the death of Congress MLA Subal Sahu in August, 2017". NDTV.com. Retrieved 2019-02-23.
  3. "By-poll win would impact 2019 elections: Naveen Patnaik". The Economic Times. 2018-02-28. Retrieved 2019-02-23.
  4. "BJD Wins Big in Bijepur Bypoll, Naveen Patnaik Says Sign of Things to Come in 2019". News18. Retrieved 2019-02-23.
  5. Mohammad, Suffian. "Bijepur bypoll result: BJD's Rita Sahu registers landslide victory with record margin". India Today (in ଇଂରାଜୀ). Retrieved 7 November 2019.
  6. "Odisha Bypoll Results 2019 : BJD Wins Bijepur Seat With Highest Ever Margin in History of State's Assembly Elections". News18. 24 October 2019. Retrieved 7 November 2019.
  7. "Smt. Rita Sahu". odishaassembly.nic.in. Retrieved 2019-02-23.
  8. ୮.୦ ୮.୧ "Late Subal Sahu". odishaassembly.nic.in. Retrieved 2019-02-23.
  9. "Live Blog: BJD candidate Rita Sahu is the widow of Congress MLA Subal Sahu who died in August 2017, necessitating by-polls in Bijepur". NDTV.com. Retrieved 2019-02-23.
  10. Desk, India com News (2018-02-28). "Bijepur Bye-Election 2018 Result Updates: BJD Candidate Rita Sahu Wins Against BJP, Congress". India.com (in ଇଂରାଜୀ). Retrieved 2019-02-23.
  11. "Odisha's Bijepur Bypoll: Voting On February 24, Security Beefed Up". NDTV.com. Retrieved 2019-02-23.
  12. "Shoes hurled at CM Naveen Patnaik" (in ଆମେରିକୀୟ ଇଂରାଜୀ). 2018-02-20. Retrieved 2019-02-23.
  13. "Shoes hurled at Odisha CM Naveen Patnaik during Bijepur bypoll campaign". www.hindustantimes.com/ (in ଇଂରାଜୀ). 2018-02-20. Retrieved 2019-02-23.
  14. February 18, P. T. I.; February 18, 2018UPDATED:; Ist, 2018 22:25. "2 held for carrying cash in poll-bound Bijepur". India Today (in ଇଂରାଜୀ). Retrieved 2019-02-23. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  15. ୧୫.୦ ୧୫.୧ February 22, P. T. I.; February 22, 2018UPDATED:; Ist, 2018 22:50. "Campaigning ends for by-poll in Bijepur Assembly seat". India Today (in ଇଂରାଜୀ). Retrieved 2019-02-23. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  16. "Following Bargarh cash seizure, BJP, BJD accuse each other of luring voters for Odisha's Bijepur bypoll". Firstpost. Retrieved 2019-02-23.
  17. "Bijepur by-election result Highlights: BJD's Rita Sahu wins with huge margin, BJP second, Congress bites dust". The Financial Express. 2018-02-27. Retrieved 2019-02-23.
  18. "BJD wins crucial Bijepur bypoll, CM Patnaik says result would impact 2019 polls". www.hindustantimes.com/ (in ଇଂରାଜୀ). 2018-02-28. Retrieved 2019-02-23.
  19. "Bijepur bypoll 2018 result: LIVE UPDATES! 19 Rounds Vote Count Complete" (in ଆମେରିକୀୟ ଇଂରାଜୀ). 2018-02-28. Retrieved 2019-02-23.
  20. "Bypoll win would impact 2019 elections: Naveen Patnaik - Times of India". The Times of India. Retrieved 2019-02-23.
  21. "ବିକାଶ ତରାଜୁରେ ବିଜେପୁର". ସମ୍ବାଦ. Archived from the original on 4 March 2019. Retrieved 8 March 2019.
  22. "Live Blog: In Odisha's Bijepur bypolls BJD's Rita Sahu got 1,02,871 votes while BJP candidate got 60,938 votes. Congress' Pranay Sahu bagged only 10,274. The seat was earlier held Congress". NDTV.com. Retrieved 2019-02-23.
  23. "BJD defeats BJP in Bijepur Assembly bypoll; Odisha CM Patnaik says results will impact 2019 Lok Sabha polls | India News". www.timesnownews.com (in ବ୍ରିଟିଶ୍‌ ଇଂରାଜୀ). Retrieved 2019-02-23.
  24. "In 2019, Will Naveen Patnaik Be Able to Stop the BJP in Odisha?". The Wire. Retrieved 2019-02-23.
  25. "Bijepur bypolls: BJD secures landslide victory, Patnaik says verdict will impact 2019 Odisha elections". The Indian Express (in Indian English). 2018-02-28. Retrieved 2019-02-23.
  26. "Rita Sahu BJD candidate Bijepur by-poll – prameyanews.com". Retrieved 7 November 2019.
  27. "Odisha By-Election Result 2019: Biju Janata Dal (BJD) Wins Bijepur Seat By Record Margin". NDTV.com. Retrieved 7 November 2019.
  28. Das, Prafulla (24 October 2019). "BJD's Rita Sahu secures impressive victory in Bijepur bypoll". The Hindu (in Indian English). Retrieved 7 November 2019.
  29. "BJD wins Bijepur by-poll in Odisha by over 97,000 votes". The Economic Times. 24 October 2019. Retrieved 7 November 2019.