ରିସପେରିଡନ, ବିକ୍ରୟ ନାମ ରିସପର୍ଡାଲ, ଏକ ମନୋବିକ୍ଷିପ୍ତରୋଧୀ ଔଷଧ ।[୧] ମୂଖ୍ୟତଃ ଏହା ସିନୋଫ୍ରେନିଆ, ବାଇପୋଲାର ଡିଜଅର୍ଡ଼ର ଓ ଅଟିଜ୍ମ ରୋଗର ଚିଡ଼ିଚିଡ଼ା ଭାବ ନିମନ୍ତେ ବ୍ୟବ‌ହାର କରାଯାଏ । ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ଏହାର ଇଞ୍ଜେକସନ ସଂସ୍କରଣ ଏକ ଦୀର୍ଘକାଳୀନ ଔଷଧ ଯାହା ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ କାମ କରେ । [୨]

ରିସପେରିଡନ
Clinical data
Trade namesRisperdal, other
AHFS/Drugs.commonograph
MedlinePlusa694015
Pregnancy
category
  • AU: B3
  • US: C (Risk not ruled out)
Routes of
administration
Oral (tablets and liquid form), IM
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability70% (oral)[୧]
MetabolismLiver (CYP2D6 mediated to 9-hydroxyrisperidone)[୧]
Elimination half-life20 hours (Oral), 3–6 days (IM)[୧]
ExcretionUrinary (70%) feces (14%)[୧]
Identifiers
  • 3-[2-[4-(6-fluoro-1,2-benzoxazol-3-yl)piperidin-1-yl]ethyl]-2-methyl-6,7,8,9-tetrahydropyrido[1,2-a]pyrimidin-4-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.114.705 Edit this at Wikidata
Chemical and physical data
FormulaC23H27FN4O2
Molar mass410.485 g/mol
3D model (JSmol)
  • Cc1c(c(=O)n2c(n1)CCCC2)CCN3CCC(CC3)c4c5ccc(cc5on4)F
  • InChI=1S/C23H27FN4O2/c1-15-18(23(29)28-10-3-2-4-21(28)25-15)9-13-27-11-7-16(8-12-27)22-19-6-5-17(24)14-20(19)30-26-22/h5-6,14,16H,2-4,7-13H2,1H3 checkY
  • Key:RAPZEAPATHNIPO-UHFFFAOYSA-N checkY
  (verify)

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଚଳପ୍ରଚଳ ସମସ୍ୟା (extrapyramidal symptoms/ movement problems), ନିଦୁଆ(ଶମନ) ଭାବ, ଦୃଷ୍ଟି ସମସ୍ୟା, କୋଷ୍ଠକାଠିନ୍ୟ ଓ ଓଜନ ବୃଦ୍ଧି ଦେଖାଯାଏ ।[୧][୩] ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସ୍ଥାୟୀ ଚଳପ୍ରଚଳ ଅସୁବିଧା, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଅଧିକ ଆତ୍ମହତ୍ୟା ପ୍ରବଣତା ଓ ଉଚ୍ଚସ୍ତର ରକ୍ତ ଶର୍କରା ଦେଖାଯାଏ । [୧][୨] ବୟସ୍କ ଲୋକଙ୍କର ଡିମେନସିଆ ଯୋଗୁ ସାଇକୋସିସ ଦେଖାଯାଏ ଓ ଏହା ଫଳରେ ମୃତ୍ୟୁ ସଙ୍କଟ ବଢ଼ିଯାଏ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ । ରିସପେରିଡିନ ଏକ ଅସାମାନ୍ୟ ମନୋବିକ୍ଷିପ୍ତରୋଧୀ ଔଷଧ । ଏହାର କାର୍ଯ୍ୟ ପ୍ରଣାଳୀ ସ୍ପଷ୍ଟ ନ ଥିଲେ ମଧ୍ୟ ଡୋପାମିନ ଆଣ୍ଟାଗୋନିସ୍ଟ ଭାବେ କାମ କରୁଥିବା ବିଶ୍ୱାସ କରାଯାଏ ।[୧]

ସନ ୧୯୮୦ରେ ରିସପେରିଡନର ଅନୁଶୀଳନ ଆରମ୍ଭ ହୋଇ ସନ ୧୯୯୩ରେ ଯୁକ୍ତରାଷ୍ଟ୍ର ଆମେରିକାରେ ବିକ୍ରୟ ନମନ୍ତେ ଅନୁମୋଦିତ ହୋଇଥିଲା । [୧][୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୨] ଏହାର ଦୈନିକ ଖର୍ଚ୍ଚ ସନ ୨୦୧୪ରେ ୦.୦୧ରୁ ୦.୬୦ ଆମେରିକୀୟ ଡଲାର ଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ସାମାନ୍ୟ ମାତ୍ରାର ଦୈନିକ ଖର୍ଚ୍ଚ ୩.୩୦ରୁ ୧୯ ଡଲାର ହୁଏ । [୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Risperidone". The American Society of Health-System Pharmacists. Retrieved Dec 1, 2015.
  2. ୨.୦ ୨.୧ ୨.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. pp. 434–435. ISBN 9781284057560.
  3. Hasnain M, Vieweg WV, Hollett B (July 2012). "Weight gain and glucose dysregulation with second-generation antipsychotics and antidepressants: a review for primary care physicians". Postgraduate Medicine. 124 (4): 154–67. doi:10.3810/pgm.2012.07.2577. PMID 22913904.{{cite journal}}: CS1 maint: multiple names: authors list (link)
  4. Nemeroff, edited by Alan F. Schatzberg, Charles B. (2009). The American Psychiatric Publishing textbook of psychopharmacology (4th ed.). Washington, D.C.: American Psychiatric Pub. p. 627. ISBN 9781585623099. {{cite book}}: |first1= has generic name (help)CS1 maint: multiple names: authors list (link)
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. "Risperidone". International Drug Price Indicator Guide. Retrieved 2 December 2015.[permanent dead link]