ରାଷ୍ଟ୍ରୀୟ ସଞ୍ଚୟ ପ୍ରମାଣପତ୍ର

ରାଷ୍ଟ୍ରୀୟ ସଞ୍ଚୟ ପ୍ରମାଣପତ୍ର ବା ଏନଏସସି (National Savings Certificates) ହେଉଛି ଭାରତ ସରକାରଙ୍କଦ୍ୱାରା ପ୍ରଚଳିତ ସଞ୍ଚୟ ବଣ୍ଡ, ଯାହାକି ମୁଖ୍ୟତଃ କ୍ଷୁଦ୍ର ସଞ୍ଚୟ ଏବଂ ଆୟକର ରିହାତି ନିମନ୍ତେ ଭାରତରେ ଜାରି କରାଯାଇଥିଲା । ଭାରତୀୟ ଡାକ ସେବାର ସଞ୍ଚୟ ଯୋଜନାର ଏହା ଅନ୍ତର୍ଗତ ।

୧୯୫୩ ମସିହାରେ ଜାରି କରାଯାଇଥିବା ୫୦ ଟଙ୍କାର ରାଷ୍ଟ୍ରୀୟ ସଞ୍ଚୟ ପ୍ରମାଣପତ୍ରର ଆଗ ଏବଂ ପଛ ପଟ


ଏହି ପ୍ରମାଣପତ୍ର ଭାରତର ଯେକୌଣସି ଡାକଘରୁ କିଣାଯାଇପାରିବ । ଏହା ଉଭୟ ପାଞ୍ଚ ବର୍ଷ ଏବଂ ଦଶ ବର୍ଷ ପରିପକ୍ୱତା ହିସାବରେ ଛଡ଼ା ଯାଇଥାଏ । ଏହାକୁ ଦେଖାଇ ବ୍ୟାଙ୍କରେ ଋଣ ମଧ୍ୟ ନେଇହୁଏ । ନିବେଶକାରୀ ଆୟକର ସଂହିତା ୮୦ସି ଅଧୀନରେ ଜମାରାଶି ଉପରେ ଆୟକର ଛାଡ଼ ପାଇଥାନ୍ତି ।[୧][୨][୩]

ସ୍ୱାଧୀନତା ପରେ ଦେଶ ଗଠନ ପାଇଁ ଆବଶ୍ୟକୀୟ ଅର୍ଥ ନିମିତ୍ତ ଏହି ପ୍ରମାଣପତ୍ର ଗୁଡ଼ିକ ଭାରତ ସରକାରଙ୍କଦ୍ୱାରା ବହୁଳ ଭାବରେ ପ୍ରଚାର ଏବଂ ପ୍ରସାର କରାଯାଇଥିଲା ।[୪]

ପ୍ରମାଣପତ୍ର କାଗଜର ବନ୍ଦ

କାଗଜରେ ଏହି ପ୍ରମାଣପତ୍ର ପ୍ରଦାନ ୨୦୧୬ରୁ ବନ୍ଦ କରିଦିଆଗଲା । ଏହା ବଦଳରେ ଇଲେକ୍ଟ୍ରୋନିକ ଉପାୟରେ ଏହି ପ୍ରମାଣପତ୍ର ପ୍ରଦାନ କରାଯାଉଛି ।

ଆହୁରି ଦେଖନ୍ତୁ ସମ୍ପାଦନା

  • "Revision in Interest Rates of Small Savings Scemes w.e.f. 1st April 2013" (PDF). New Delhi: Department of Posts, Ministry of Communications & IT. 26 March 2013. Archived from the original (PDF) on 31 March 2015. Retrieved 31 March 2015.
  • "10-year National Savings Certificate discontinued". Retrieved 8 January 2016.

ଆଧାର ସମ୍ପାଦନା

  1. "National Savings Institute". National Savings Institute. 2005. Archived from the original on 19 December 2013. Retrieved 31 March 2015.
  2. {{cite news}}: Empty citation (help)
  3. {{cite news}}: Empty citation (help)
  4. {{cite news}}: Empty citation (help)

ବାହ୍ୟ ଆଧାର ସମ୍ପାଦନା