ରାଷ୍ଟ୍ରୀୟ ପ୍ରତିଜ୍ଞା

ଭାରତୀୟଙ୍କ ଦ୍ୱାରା ଜାତୀୟତାବାଦୀ ନିଷ୍ଠାର ଶପଥ

ରାଷ୍ଟ୍ରୀୟ ପ୍ରତିଜ୍ଞା ସ୍ୱାଧୀନ ଭାରତର ଜାତୀୟତାବାଦୀ ନିଷ୍ଠାର ଶପଥ । ଭାରତୀୟମାନେ ବିଦ୍ୟାଳୟ, ମହାବିଦ୍ୟାଳୟ ଆଦି ଶିକ୍ଷାସଂସ୍ଥାନ, ମୁଖ୍ୟତଃ ସାର୍ବଜନୀନ ଉତ୍ସବମାନଙ୍କରେ ତଥା ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସରେ ଏକ ସ୍ୱରରେ ଏହାକୁ ଗାନ କରନ୍ତି । ଏପରିକି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ବହି ଏବଂ କ୍ୟାଲେଣ୍ଡରମାନଙ୍କରେ ଏହା ଲେଖାଯାଇଥାଏ । ପ୍ରାୟ ଭାରତୀୟ ବିଦ୍ୟାଳୟଙ୍କ ସକାଳ ପ୍ରାର୍ଥନାରେ ଏହା ବୋଲାଯାଏ ।
ଏହି ପ୍ରତିଜ୍ଞା ଲେଖକ ପ୍ୟାଦିମାରି ଭେଙ୍କଟ ସୁବା ରାଓଦ୍ୱାରା ୧୯୬୨ ମସିହାରେ ତେଲୁଗୁ ଭାଷାରେ ରଚିତ । ୧୯୬୩ ମସିହାରେ ବିଶାଖାପଟ୍ଟନମର ଗୋଟିଏ ବିଦ୍ୟାଳୟରେ ଏହା ବୋଲାଯାଇଥିଲା ଏବଂ ପରେ ଅନ୍ୟ ପ୍ରାଦେଶିକ ଭାଷାମାନଙ୍କୁ ଅନୁବାଦିତ ହୋଇଥିଲା ।[୧]

ଇତିହାସ ସମ୍ପାଦନା

ରାଷ୍ଟ୍ରୀୟ ପ୍ରତିଜ୍ଞା ପ୍ୟାଦିମାରି ଭେଙ୍କଟ ସୁବା ରାଓଙ୍କଦ୍ୱାରା ରଚିତ ହୋଇଥିଲା । ସୁବରାଓ ଜଣେ ତେଲୁଗୁ ଲେଖକ, ଏଣୁ ୧୯୬୨ ମସିହାରେ ବିଶାଖାପଟ୍ଟନମର ଜିଲ୍ଲା ଟ୍ରେଜେରୀ ଅଧିକାରୀ ପଦରେ ଥିବା ସମୟରେ ଏହାକୁ ଲେଖିଥିଲେ । ସେତେବେଳର ବରିଷ୍ଠ କଂଗ୍ରେସ ନେତା ତେନ୍ନେତି ବିଶ୍ୱନାଦମଙ୍କୁ ସେ ସମୀକ୍ଷା ନିମନ୍ତେ ପଠାଇଲେ । ଏହାପରେ ବିଶ୍ୱନାଦମ ତାହାକୁ ଶିକ୍ଷାମନ୍ତ୍ରୀ ପି.ଭି.ଜି.ରାଜୁ ସୁବା ରାଓଙ୍କୁ ପଠାଇଦେଲେ ।[୨] ତେଲେଙ୍ଗାନାରେ ଜନ୍ମିତ ଶିକ୍ଷାମନ୍ତ୍ରୀ ତେଲୁଗୁ, ସଂସ୍କୃତ, ହିନ୍ଦୀ, ଇଂରାଜୀ ଏବଂ ଆରବୀୟ ଭାଷାରେ ପ୍ରବୀଣ ଥିଲେ । ସାର୍ବଜନୀନ ସମାଗମମାନଙ୍କରେ ଭାରତବାସୀ ଗାନ କରନ୍ତି । ଜାତୀୟ ସଂଗୀତର କବିଙ୍କ ପରି ସୁବାରାଓ ଏତେ ପ୍ରସିଦ୍ଧ ନୁହନ୍ତି । ତାଙ୍କର ନାମ କୌଣସି ବହି କିମ୍ବା ଦସ୍ତାବିଜରେ ନାହିଁ । ମାତ୍ର ଭାରତ ସରକାରଙ୍କ ମାନବ ସଂସାଧନ ବିକାଶ ମନ୍ତ୍ରାଳୟର ଅଭିଲେଖରେ ତାଙ୍କ ବିଷୟରେ ଉଲ୍ଲେଖ ଅଛି । ନିଜ ନାତୁଣୀ ବିଦ୍ୟାଳୟ ପୁସ୍ତକରେ ପଢିବାପୂର୍ବରୁ ସୁବାରାଓ ନିଜେ ମଧ୍ୟ ଜାଣିନଥିଲେ ଯେ ରାଷ୍ଟ୍ରୀୟ ପ୍ରତିଜ୍ଞାର ରାଷ୍ଟ୍ରୀୟ ସଂଗୀତ ଏବଂ ରାଷ୍ଟ୍ରୀୟ ଗାନ ସଦୃଶ ମହତ୍ତ୍ୱ ରହିଛି ।[୩]

ପ୍ରତିଜ୍ଞା ସମ୍ପାଦନା

ଭାରତ ମୋର ଦେଶ ।
ଆମେ ସବୁ ଭାରତୀୟ ଭାଇ ଓ ଭଉଣୀ ।
ମୁଁ ମୋ ଦେଶକୁ ଭଲ ପାଏ ।
ଏହାର ସମୃଦ୍ଧି ଏବଂ ବିବିଧ ସଂସ୍କୃତି ପାଇଁ ମୋତେ ଗର୍ବ ଲାଗେ ।
ମୁଁ ସବୁବେଳେ ଏହାର ସୁଯୋଗ୍ୟ ଅଧୀକାରୀ ରହିବାକୁ ଚେଷ୍ଟା କରିବି ।
ମୁଁ ମୋର ମାତା ପିତା, ଶିକ୍ଷକ ଏବଂ ଗୁରୁଜନମାନଙ୍କୁ ସମ୍ମାନ ଜଣାଇବି ଓ ସମସ୍ତଙ୍କ ସହିତ ସୌଜନ୍ୟଶୀଳ ରହିବି ।
ମୁଁ ମୋର ଦେଶ ଓ ଦେଶବାସୀଙ୍କ ପ୍ରତି ସତ୍ୟନିଷ୍ଠ ରହିବାକୁ ପ୍ରତିଜ୍ଞା କରୁଛି।
ସେମାନଙ୍କ କଲ୍ୟାଣ ଓ ସମୃଦ୍ଧିରେ ମୋର ସୁଖ ନିହିତ । [୪]

ନିୟମାବଳୀ ସମ୍ପାଦନା

  • ବିଦ୍ୟାଳୟରେ ସାଧାରଣସଭା, ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଆଦି ଉତ୍ସବରେ ବିଧିପୂର୍ବକ ଭାବେ ବୋଲାଯିବ
  • ପ୍ରତ୍ୟେକ ଭାରତୀୟ ନାଗରିକ ରାଷ୍ଟ୍ରୀୟ ପ୍ରତିଜ୍ଞାକୁ ଯଥୋଚିତ ସମ୍ମାନ ପ୍ରଦାନ କରିବେ

ଆଧାର ସମ୍ପାଦନା

  1. "Nalgonda re=140".
  2. http://www.comeindiasing.com/the-national-pledge
  3. https://www.thehindu.com/todays-paper/tp-national/tp-andhrapradesh/popularising-the-author-of-national-pledge/article12552226.ece
  4. http://www.indianmirror.com/geography/geo7.html#pledge