ରାଜାଜୀ ଜାତୀୟ ଉଦ୍ୟାନ

ରାଜାଜୀ ଜାତୀୟ ଉଦ୍ୟାନ ଉତ୍ତର ଭାରତର ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ଅଭୟାରଣ୍ୟମାନଙ୍କ ମଧ୍ୟରୁ ଗୋଟିଏ ।[୧] ଏହି ଜାତୀୟ ଉଦ୍ୟାନ ନିମ୍ନ ହିମାଳୟର ସିୱାଲିକ୍ ପର୍ବତଶ୍ରେଣୀରେସ୍ଥିତ । ଜାତୀୟ ଉଦ୍ୟାନଟି ୮୨୦ (କି.ମି.) କ୍ଷେତ୍ରଫଳ ବିଶିଷ୍ଟ[୨]ଉତ୍ତରାଖଣ୍ଡ ରାଜ୍ୟର ତିନୋଟି ଜିଲ୍ଲା ହରିଦ୍ୱାର, ଦେରାଦୁନ୍ ଏବଂ ପୌରି ଗଡ଼ୱାଲ୍‍ରେ ବ୍ୟାପ୍ତ । ୧୯୮୩ ମସିହାରେ ଚିଲ୍ଲା, ମୋତିଚୁର ଓ ରାଜାଜୀ ନାମକ ତିନୋଟି ଅଭୟାରଣ୍ୟକୁ ମିଶାଇ ରାଜାଜୀ ଜାତୀୟ ଉଦ୍ୟାନ ସ୍ଥାପିତ ହୋଇଥିଲା ।[୨]

ରାଜାଜୀ ଜାତୀୟ ଉଦ୍ୟାନ
ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟ
IUCN Category II (National Park)
ଫାଇଲ:Jungle-safari-rajaji-national-park-4.jpg
ରାଜାଜୀ ଜାତୀୟ ଉଦ୍ୟାନର ଏକ କଳାବାଘ (କଳା କଲରାପତରିଆ ବାଘ)
Map showing the location of ରାଜାଜୀ ଜାତୀୟ ଉଦ୍ୟାନ ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟ.
Map showing the location of ରାଜାଜୀ ଜାତୀୟ ଉଦ୍ୟାନ ରାଜାଜୀ ବ୍ୟାଘ୍ର ଅଭୟାରଣ୍ୟ.
ଭାରତରେ ରାଜାଜୀ ଜାତୀୟ ଉଦ୍ୟାନର ଅବସ୍ଥିତି
ଅବସ୍ଥାନଉତ୍ତରାଖଣ୍ଡ, ଭାରତ
ପାଖ ସହରହରିଦ୍ୱାରଦେରାଦୁନ୍
ଦିଗବାରେଣି30°03′29″N 78°10′22″E / 30.05806°N 78.17278°E / 30.05806; 78.17278
କ୍ଷେତ୍ରଫଳ୨୦୨୬୩୦ ଏକର୍
ସ୍ଥାପିତ୧୯୮୩
ପରିଚାଳନାପ୍ରମୁଖ ବନ ସଂରକ୍ଷଣ ଅଧିକାରୀ, ଉତ୍ତରାଖଣ୍ଡ

ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ (ରାଜାଜୀ) ନାମାନୁସାରେ ଏହି ଜାତୀୟ ଉଦ୍ୟାନକୁ ନାମିତ କରାଯାଇଛି । ରାଜଗୋପାଳଚାରୀ ଜଣେ ସ୍ୱାଧୀନତା ସଂଗ୍ରାମୀ, ଭାରତର ଶେଷ ଗଭର୍ଣ୍ଣର୍-ଜେନେରାଲ୍ ଥିଲେ । ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ପାଇବାରେ ପ୍ରଥମ ବ୍ୟକ୍ତି ହେଉଛନ୍ତି ରାଜଗୋପାଳଚାରୀ । (୧୯୫୪ ମସିହା)

ବାଘ ଅଭୟାରଣ୍ୟ ମାନ୍ୟତା ସମ୍ପାଦନା

୧୫ ଅପ୍ରେଲ୍ ୨୦୧୫ ମସିହାରେ କର୍ଣ୍ଣାଟକର କୁଦ୍ରେମୁଖ ଓ ଉତ୍ତରାଖଣ୍ଡର ରାଜାଜୀ ଉଦ୍ୟାନକୁ ବ୍ଆଘ୍ର ଅଭୟାରଣ୍ୟର ମାନ୍ୟତା ପ୍ରଦାନ କରାଗଲା ।[୩] ଫଳରେ ରାଜାଜୀ ଉତ୍ତରାଖଣ୍ଡର ଦ୍ୱିତୀୟ ବ୍ୟାଘ୍ର ଅଭୟାରଣ୍ୟ ଭାବେ ଉଭା ହେଲା ।[୪][୫]

ଉଦ୍ଭିଦ ସମ୍ପାଦନା

ଉତ୍ତରକୁ ସିୱାଲିକ୍ ଓ ଦକ୍ଷିଣକୁ ଗାଙ୍ଗେୟ ସମତଳ ଭୂମି ମଧ୍ୟରେ ରାଜାଜୀ ଜାତୀୟ ଉଦ୍ୟାନ ଅବସ୍ଥିତ । ଏଠାରେ ପର୍ଣ୍ଣମୋଚୀ ଅରଣ୍ୟ, ପାଇନ୍ ଅରଣ୍ୟ, ବୁଦାଳିଆ ଜଙ୍ଗଲ ଓ ବିସ୍ତୃତ ତୃଣଭୂମିମାନ ରହିଛି । ଘଞ୍ଚ ଅରଣ୍ୟ ବିବିଧ ପ୍ରଜାତିର ବନ୍ୟଜନ୍ତୁରେ ପରିପୂର୍ଣ୍ଣ । ଏପରି ବିବିଧତାର ପ୍ରଧାନ କାରଣ ହେଲା ଏଠାକାର ଭୌଗୋଳିକ ଗଠନ ଓ ଅରଣ୍ୟମାନଙ୍କ ବିବିଧତା । ରୋହିଣୀ, ଶିଶୁ, ଶାଳ, ପଳାଶ, ଅର୍ଜୁନ, ଖଇର, ବାଉଁଶ, ଶିମୁଳି, ବନ୍ଦନ, ଅଁଳା, Ehretia, ବରକୋଳି, ବେଲ, କୋକରା, କାଞ୍ଚନ ଆଦି ବୃକ୍ଷରେ ଏହି ଜାତୀୟ ଉଦ୍ୟାନର ସବୁଜିମା ପ୍ରସ୍ଫୁଟିତ ହୋଇଛି ।

ବନ୍ୟଜନ୍ତୁ ସମ୍ପାଦନା

ରାଜାଜୀ ଜାତୀୟ ଉଦ୍ୟାନର ଜଙ୍ଗଲ ଅତି ଘଞ୍ଚ ଓ ଚିର ହରିତ୍ । ତେଣୁ ଏଠାକାର ଅଧିବାସ ବହୁ ପ୍ରଜାତିର ଜୀବଙ୍କ ଘର ପାଲଟିଛି । ରାଜାଜୀ ଜାତୀୟ ଉଦ୍ୟାନ ଭାରତରେ ମହାବଳ ବାଘ ଓ ହାତୀଙ୍କ ଭୌଗୋଳିକ ବ୍ୟାପ୍ତିର ଦକ୍ଷିଣ-ପଶ୍ଚିମ ସୀମା । ଏହି ଜାତୀୟ ଉଦ୍ୟାନ ଏହାର ହାତୀଙ୍କ ପାଇଁ ଖ୍ୟାତ । ପାର୍ବତୀୟ ଛେଳି ଗୋରାଲ୍ ଏଠାକାର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ପ୍ରଜାତି । ପାର୍ବତୀୟ ପାଇନ୍ ଜଙ୍ଗଲର ଢାଲୁଆ ଅଞ୍ଚଳରେ ଗୋରାଲ୍ ଛେଳିମାନେ ରହନ୍ତି । ହାତୀ ଓ ଗୋରାଲ୍ ଛଡ଼ା ରାଜାଜୀ ଉଦ୍ୟାନରେ ଚିତଲ୍ ହରିଣ (ପ୍ରାୟ ୨୫୦ଟି), ସମ୍ବର ହରିଣ, କୁଟୁରା, କୁଜି ହରିଣ, ନୀଳଗାଈ, ବାର୍‍ହା ଓ ଭାଲୁ ମଧ୍ୟ ଦେଖିବାକୁ ମିଳନ୍ତି । ତେବେ ଏହି ଜୀବମାନେ କ୍ୱଚିତ୍ ଦୃଷ୍ଟିଗୋଚର ହୁଅନ୍ତି । ପାତି ମାଙ୍କଡ଼ ଓ ହନୁ ମାଙ୍କଡ଼ ଏଠାକାର ଅନ୍ୟ ଦୁଇଟି ସର୍ବବ୍ୟାପୀ ପ୍ରଜାତି । ରାଜାଜୀ ଜାତୀୟ ଉଦ୍ୟାନର ଖାଦ୍ୟ ଶୃଙ୍ଖଳରେ ମହାବଳ ବାଘକଲରାପତରିଆ ବାଘ ସର୍ବୋଚ୍ଚ ପ୍ରାଣୀ । ଚିତା ବିରାଡ଼ି, ବଣଭୁଆ, କଟାସ, ମାର୍ଟେନ୍, ବିଲୁଆ, ହେଟାବାଘ ଓ କୋକିଶିଆଳୀ ଇତ୍ୟାଦି ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ପରି ପ୍ରାଣୀ ମଧ୍ୟ ରାଜାଜୀ ଉଦ୍ୟାନରେ ଦେଖିବାକୁ ମିଳନ୍ତି । ଜାତୀୟ ଉଦ୍ୟାନର ଉଚ୍ଚ ଅଂଶରେ ହିମାଳୟ ଭାଲୁ ରହିବା ଜଣାପଡ଼ିଛି । ରାଜାଜୀ ଉଦ୍ୟାନର ମୁଖ୍ୟ ପ୍ରାଣୀଙ୍କ ଏକ ତାଲିକା ନିମ୍ନରେ ପ୍ରଦତ୍ତ ହେଲା :

ହାତୀ ମହାବଳ ବାଘ କଲରାପତରିଆ ବାଘ ବଣଭୁଆ ହେଟା ବାଘ
ଭାରତୀୟ ଠେକୁଆ ଭାଲୁ ହିମାଳୟ ଭାଲୁ ଅହିରାଜ ବିଲୁଆ
ସମ୍ବର ବାର୍‍ହା ଝିଙ୍କ ପାତି ମାଙ୍କଡ଼ ହନୁ ମାଙ୍କଡ଼
ଅଜଗର ଗୋଧି କୁଟୁରା ଗୋରାଲ୍ ଚିତଲ୍ ହରିଣ

ରାଜାଜୀ ଜାତୀୟ ଉଦ୍ୟାନ ମଧ୍ୟରେ ୩୧୫ରୁ ଅଧିକ ପ୍ରଜାତିର ପକ୍ଷୀ ବାସ କରନ୍ତି । ତେବେ ଉଦ୍ୟାନ ଆଖପାଖର ପ୍ରଶସ୍ତ ଅଞ୍ଚଳରେ ୫୦୦ରୁ ଅଧିକ ପ୍ରଜାତିର ପ୍ରବାସୀ ଓ ମୂଳ ନିବାସୀ ପକ୍ଷୀ ଦେଖିବାକୁ ପାଇବା ।[୨] ଏଠାରେ ଦେଖାଯାଉଥିବା ପକ୍ଷୀମାନଙ୍କ ମଧ୍ୟରେ ମୁଖ୍ୟ ପ୍ରଜାତିମାନ ହେଲେ – ମୟୂର, ଶାଗୁଣା, ମାଛରଙ୍କା, କାଠହଣା, ତିତିରି ଓ ବାର୍ବେଟ୍ ଇତ୍ୟାଦି । ଶୀତ ଋତୁରେ ପ୍ରବାସୀ ପକ୍ଷୀମାନେ କିଛି ସମୟ ପାଇଁ ରାଜାଜୀ ଉଦ୍ୟାନରେ ଆଶ୍ରୟ ନିଅନ୍ତି । କୋଚିଲାଖାଇ, କଳାଧଳା ମାଛରଙ୍କା ମଧ୍ୟ ଏହି ଜାତୀୟ ଉଦ୍ୟାନର ବିହଗ ପରିବାରର ସଦସ୍ୟ । ପ୍ରବାସୀ ପକ୍ଷୀମାନେ ହିମାଳୟ ପର୍ବତଶ୍ରେଣୀ ଅତିକ୍ରମ କଲାପରେ ରାଜାଜୀ ଉଦ୍ୟାନରେ ପ୍ରଥମେ କିଛି ଦିନ ବିଶ୍ରାମ ନେଇ ଅନ୍ୟ ସ୍ଥାନମାନଙ୍କୁ ଯାଆନ୍ତି ବୋଲି ଅନୁମାନ କରାଯାଏ ।

ରାଜାଜୀ ଉଦ୍ୟାନର ନଦୀମାନଙ୍କରେ ମାହାଶୀର ଓ ବୁଗୁଆ ପରି ମାଛ ମିଳନ୍ତି ।

ରାଜାଜୀ ଉଦ୍ୟାନରେ ଘଟଣା ଦୁର୍ଘଟଣା ସମ୍ପାଦନା

୨୦୧୦ ମସିହା ଅପ୍ରେଲ୍ ମାସରେ ରାଜାଜୀ ଜାତୀୟ ଉଦ୍ୟାନରେ ଏକ ଭୟଙ୍କର ବଣ ନିଆଁ ଲାଗିଥିଲା । ଜାତୀୟ ଉଦ୍ୟାନର ବାହାର ପଟେ ନିଆଁ ଲାଗି କ୍ରମେ ବଣର ବହୁ ଅଂଶ ପୋଡ଼ିଗଲା । ଏପରିକି ସେଠାରେ ଥିବା ଚଣ୍ଡୀ ଦେବୀଙ୍କ ମନ୍ଦିର ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥିଲା ।[୬]

୨୦୧୫ ମସିହାରେ ବନ ବିଭାଗର କ୍ଷେତ୍ର କର୍ମଚାରୀମାନେ ନଭେମ୍ବର ମାସର ଦରମା ମିଳିବାରେ ବିଳମ୍ବ ହେବା ଯୋଗୁଁ ବିକ୍ଷୋଭ କରିଥିଲେ ଓ ରାଜାଜୀ ଜାତୀୟ ଉଦ୍ୟାନରେ ବାଘଗଣତି ପ୍ରକ୍ରିୟାରେ ସହଯୋଗ ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ ।[୭]

ଆଧାର ସମ୍ପାଦନା

  1. http://projecttiger.nic.in/News/25_Newsdetails.aspx
  2. ୨.୦ ୨.୧ ୨.୨ Rajaji Archived 19 February 2008 at the Wayback Machine. Official website of Haridwar.
  3. "ଆର୍କାଇଭ୍ କପି". Archived from the original on 2020-10-01. Retrieved 2020-10-08. {{cite web}}: Cite has empty unknown parameter: |1= (help)
  4. http://hillpost.in/2015/04/rajaji-becomes-second-tiger-reserve-in-uttarakhand/103025/
  5. http://www.thehindu.com/news/national/other-states/rajaji-park-notified-as-tiger-reserve/article7120327.ece
  6. Article, NDTV.com, 10 April 2010
  7. "Rajaji reserve staff to boycott census". Tribune India. Dec 2015.

https://rajajitigerreserve.in/about.php Archived 2022-03-01 at the Wayback Machine.