ରତ୍ଲାମ ରାଜ୍ୟ[୧] ବ୍ରିଟିଶ ଶାସନ କାଳରେ ଏକ ରାଜକୀୟ ଅଧୀନ ରାଜ୍ୟ ଥିଲା । ଏହା ମାଳବ ଏଜେନ୍ସି ଅଧିନସ୍ଥ ଥିଲା । 

ରତ୍ଲାମ ରାଜ୍ୟ
रत्लाम रियासत
Princely State of ବ୍ରିଟିଶ ଭାରତ
1652–1948
Flag Coat of arms
Flag Coat of arms
Location of ରତ୍ଲାମ
Location of ରତ୍ଲାମ
Ratlam State in the Imperial Gazetteer of India
History
 •  Established 1652
 •  Independence of India 1948
Area
 •  1901 ୧,୭୯୫ km2 (୬୯୩ sq mi)
Population
 •  1901 ୮୩,୭୭୩ 
Density ୪୬.୭ /km2  (୧୨୦.୯ /sq mi)
Today part of Madhya Pradesh, India
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)
ରତ୍ଲାମର ରାଜା ପଦମ  ସିଂହଙ୍କ ଅଙ୍କିତ ଚିତ୍ର 
ରତ୍ଲାମର ମହାରାଜା ସଜ୍ଜନ ସିଂହ ଗେନେରାକ୍ଲ ଋମିଂତନଙ୍କ ସହ 1915 ମସିହାରେ ଫ୍ରାନ୍ସ ରେ 

ଅଧୁନା ମଧ୍ୟ ପ୍ରଦେଶର ରତ୍ଲାମ ଜିଲ୍ଲାର ରତ୍ଲାମ ସହର ସେ ସମୟରେ ଏହି ରାଜ୍ୟର ରାଜଧାନୀ ଥିଲା । ପୂର୍ବରୁ ଏକ ବିଶାଳ ରାଜ୍ୟ ଥିବା ରତ୍ଲାମ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମୟରେ ତାଙ୍କର ଆକ୍ରମଣର ଶିକାର ହେଇ ଅନେକ ଅଞ୍ଚଳ ସହ ତାହାର ରାଜା ରତନ ସିଂହଙ୍କୁ ହରେଇଥିଲା । ରାଜ୍ୟର ଶାସକ ତାଙ୍କର ମହାରାଜା ଉପାଧି ମଧ୍ୟ ହରେଇଥିଲେ । ତେବେ 1819 ମସିହାରେ ରତ୍ଲାମ ରାଜ୍ୟ ବ୍ରିଟିଶ ମାନଙ୍କ ସହ ସନ୍ଧି କରି ଏହାର ଶାସକ ସଜ୍ଜନ ସିଂହ ପୁଣି ମହାରାଜା ପଦବୀ ପାଇଥିଲେ । .[୨]

ଇତିହାସ  ସମ୍ପାଦନା

 ରତ୍ଲାମ ରାଜ୍ୟ 1652 ମସିହାରେ ରତନ ସିଂହଙ୍କଦ୍ୱାରା ସ୍ଥାପିତ ହେଇଥିଲା । ତାଙ୍କର 12 ଜନ ପତ୍ନୀ ଥିଲେ । ରତ୍ଲାମ ରାଜ୍ୟର ଆୟତନ 1795 ବର୍ଗକିଲୋମିଟର ଥିଲା । ଏହା ସାଇଲାନା ରାଜ୍ୟର ସୀମାରେ ଥିଲା । 1901 ଜନଗଣନାରେ ଏହାର ଜନସଂଖ୍ୟା 83,773 ଥିଲା । ରତ୍ଲାମ ସହରର ଜନସଂଖ୍ୟା 36,321 ଥିଲା । ରତ୍ଲାମ ରାଜ୍ୟରେ ଶଷ୍ୟ ସହ ଅଫିମ ଉତ୍ପାଦନ ହଉଥିଲା ।  

ପୂର୍ବରୁ ଗ୍ୱାଲିଆର ଅହିନ ରାଜ୍ୟ ହିସାବରେ ଥିବା ବେଳେ 1819 ମସିହାରେ ରତ୍ଲାମ ରାଜ୍ୟ ବ୍ରିଟିଶ ରକ୍ଷଣରେ ରହିଥିଲା ।  

1948 ଜୁନ 15ରେ ଏହି ରାଜ୍ୟ ଭାରତୀୟ ରାଜ୍ୟ ସଂଘ ସହ ସମ୍ମିଳିତ ହେଲା । 

ଶାସକ  ସମ୍ପାଦନା

ଦୀର୍ଘ ବର୍ଷ ଧରି ରତ୍ଲାମ ରାଜ୍ୟ ସୁର୍ଜ୍ୟବଂଶୀ ରାଠୋର ବଂଶୀୟ ରାଜା ମାନଙ୍କଦ୍ୱାରା ଶାସିତ ହେଇଥିଲା । ଯୋଧପୁର , ବୀକାନେର ଓ କିଶାନଗଡ  ର ରାଜାମାନେ ମଧ୍ୟ ଏହି ବଂଶର ଥିଲେ । 

ପୁନଶ୍ଚ ଦେଖଣା  ସମ୍ପାଦନା

  • List of Rajput dynasties and states
  • Malwa Agency

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା