ରତିକାନ୍ତ ମହାପାତ୍ର

ରତିକାନ୍ତ ମହାପାତ୍ର ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ ତଥା ପଖାୱଜ (ଏକ ଓଡ଼ିଶୀ ବାଦ୍ୟଯନ୍ତ୍ର) ବାଦକ । ତାଙ୍କରି ନୃତ୍ୟ ନିର୍ଦ୍ଦେଶନାରେ ୫୫୫ ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ ଏକକାଳୀନ ନୃତ୍ୟ କରି "ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡସ"ରେ ନାମ ପଞ୍ଜୀକରଣ କରିଛନ୍ତି ।[୧][୨] ଏକ ଚୀନୀୟ ଚଳଚ୍ଚିତ୍ର "ଦି ଡିଜାୟାର"ରେ ମଧ୍ୟ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।[୩]

ରତିକାନ୍ତ ମହାପାତ୍ର
ଜନ୍ମ (1965-12-24) ୨୪ ଡିସେମ୍ବର ୧୯୬୫ (ବୟସ ୫୮)
ବୃତ୍ତି(ସମୂହ)ଓଡ଼ିଶୀନାଟଶିଳ୍ପୀ, ନାଟ ନିର୍ଦ୍ଦେଶକ
ବୈବାହିକ-ସାଥୀସୁଜାତା ମହାପାତ୍ର
ପିତାମାତା(s)କେଳୁଚରଣ ମହାପାତ୍ର
ଲକ୍ଷ୍ମୀପ୍ରିୟା ମହାପାତ୍ର
ୱେବସାଇଟwww.srjan.com/guru_ratikanta.aspx

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଓଡ଼ିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର ଏବଂ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ସନ୍ତାନ ଭାବେ ସେ ୨୪ ଡିସେମ୍ବର, ୧୯୬୫ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୪] ବାଲ୍ୟକାଲରୁ ସେ ଓଡ଼ିଶୀ ନୃତ୍ୟ ପ୍ରତି ଆକୃଷ୍ଟ ଥିଲେ ଏବଂ ବହୁ ଶୀଘ୍ର ପଖାୱଜ ବାଦନ ତଥା ଓଡ଼ିଶୀରେ ପାରଙ୍ଗମ ହୋଇ ଉଠିଥିଲେ । ଆଦ୍ୟ ଯୌବନରେ ସେ ଜଣେ ନୃତ୍ୟଶିଳ୍ପୀ ଓ ନିର୍ଦ୍ଦେଶକ ଭାବେ ନାମ କରିଥିଲେ । ରତିକାନ୍ତ ମହାପାତ୍ର ଓଡ଼ିଶୀ ନୃତ୍ୟାଙ୍ଗନା ସୁଜାତା ମହାପାତ୍ରଙ୍କୁ ବିବାହ କରିଛନ୍ତି ।

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ବିଭାଗରୁ ମର୍ଦ୍ଦଳ ବାଦନ ପାଇଁ ଫେଲୋସିପ
  • ପୁରୀସ୍ଥିତ ମୋହନସୁନ୍ଦର ଦେବଗୋସ୍ୱାମୀ ସ୍ମୃତି ସଂସଦ ତରଫରୁ "ନୃତ୍ୟଶ୍ରୀ" ସମ୍ମାନ
  • ବାରବାଟୀ ନୃତ୍ୟୋତ୍ସବ ପୁରସ୍କାର, ୨୦୦୩
  • ଇଣ୍ଡିଆନ ପରଫର୍ମିଙ୍ଗ ଆର୍ଟସ ପ୍ରୋମୋସନ ଇନକର୍ପୋରେଟେଡ, ୱାସିଙ୍ଗଟନ ଡି.ସି., ଯୁକ୍ତରାଷ୍ଟ୍ର ଆମେରିକାଦ୍ୱାରା ଓଡ଼ିଶୀ ନୃତ୍ୟକୁ ମୂଲ୍ୟବାନ ଅବଦାନ ପାଇଁ ୨୦୦୩ରେ ସମ୍ମାନିତ
  • "ଚିନ୍ତା ଓ ଚେତନା", ଭୁବନେଶ୍ୱରରୁ ୨୦୦୪ରେ "ପ୍ରାଇଡ଼ ଅଫ ଇଣ୍ଡିଆ" ନାମରେ ଜାତୀୟ ପୁରସ୍କାର
  • ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟଦ୍ୱାରା ୨୦୦୫ରେ ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ
  • ୨୦୦୫ରେ କଟକଠାରେ "ଆନ୍ତର୍ଜାତୀୟ ନୃତ୍ୟ ଓ ଅଭିନୟ ଉତ୍ସବ"ରେ "ନୃତ୍ୟ ଭୂଷଣ" ଉପାଧୀ

ଆଧାର ସମ୍ପାଦନା

  1. http://www.aajkikhabar.com/en/News/Human-Interest/Odissi-dancers-pierce-in-the-Guinness-World-Records/689714.html
  2. http://www.asianage.com/india/555-odissi-dancers-perform-once-guinness-bid-360
  3. "ଆର୍କାଇଭ୍ କପି". Archived from the original on 2012-04-04. Retrieved 2013-02-20. {{cite web}}: Cite has empty unknown parameter: |1= (help)
  4. http://www.narthaki.com/info/intervw/intrv123.html

ଅଧିକ ତଥ୍ୟ ସମ୍ପାଦନା