ରଘୁନାଥ ପଟ୍ଟନାୟକ

ଓଡ଼ିଆ ରାଜନୀତିଜ୍ଞ

ରଘୁନାଥ ପଟ୍ଟନାୟକ (୫ ଫେବୃଆରୀ ୧୯୨୯ - ୧୨ ମଇ ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ । ୧୯୬୧, ୧୯୭୪, ୧୯୭୭, ୧୯୮୦, ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୬ଷ୍ଠ, ୭ମ, ୮ମ, ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରଘୁନାଥ ପଟ୍ଟନାୟକ
ବିଧାୟକ: ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୦
ପୂର୍ବ ଅଧିକାରୀଗୁପ୍ତ ପ୍ରସାଦ ଦାସ
ପର ଅଧିକାରୀରବିନାରାୟଣ ନନ୍ଦ
ନିର୍ବାଚନ ମଣ୍ଡଳୀଜୟପୁର
ବିଧାୟକ: ୬ଷ୍ଠ, ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୫
ପୂର୍ବ ଅଧିକାରୀଗୁପ୍ତ ପ୍ରସାଦ ଦାସ
ପର ଅଧିକାରୀପ୍ରତାପ ନାରାୟଣ ସିଂହ ଦେଓ
ନିର୍ବାଚନ ମଣ୍ଡଳୀଜୟପୁର
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀଏନ. ରାମଶସେୟା
ପର ଅଧିକାରୀଲାଇଚନ ନାଏକ, ହରିହର ମିଶ୍ର
ନିର୍ବାଚନ ମଣ୍ଡଳୀଜୟପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-02-05)୫ ଫେବୃଆରୀ ୧୯୨୯
ମୃତ୍ୟୁ୧୨ ମଇ ୨୦୧୬(2016-05-12) (ବୟସ ୮୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ)
ଜୀବନ ସାଥୀକୃଷ୍ଣା କୁମାରୀ ପଟ୍ଟନାୟକ
ବାପା/ବୋଉଦାମୋଦର ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ରଘୁନାଥ ପଟ୍ଟନାୟକ ୧୯୨୯ ମସିହାର ଫେବୃଆରୀ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାମୋଦର ପଟ୍ଟନାୟକ ଓ ପତ୍ନୀଙ୍କ ନାମ କୃଷ୍ଣା କୁମାରୀ ପଟ୍ଟନାୟକ ।[୧]

ରାଜନୈତିକ ଜୀବନ ସମ୍ପାଦନା

ରଘୁନାଥ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ ।[୧] ୧୯୮୦ରୁ ୧୯୮୫ ଯାଏଁ ଏବଂ ୧୯୯୫ରୁ ୨୦୦୦ ମସିହା ଯାଏଁ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ଜୟପୁର
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଜୟପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ଜୟପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ଜୟପୁର କଂଗ୍ରେସ (ଇ)
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଜୟପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଜୟପୁର ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ ସମ୍ପାଦନା

ରଘୁନାଥ ପଟ୍ଟନାୟକ ୨୦୧୬ ମସିହାର ମଇ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Raghunath Patnaik". odishaassembly.nic.in. Odisha Assembly. Retrieved 24 March 2022.
  2. "Former Odisha minister Raghunath Patnaik passes away". The New Indian Express. 12 May 2016. Retrieved 24 March 2022.