ଯୁଇ ଗଛ (ଉଦ୍ଭିଦ ବିଜ୍ଞାନ ନାମ - Jasminum auriculatum[୧]) ମଲ୍ଲୀ ବଂଶର ଏକ ପ୍ରଜାତି ଅଟେ । ଏହା ଭାରତ, ନେପାଳ, ଶ୍ରୀଲଙ୍କା, ଭୁଟାନ ଏବଂ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଦେଖିବାକୁ ମିଳେ [୨]। | ଏହା ଭାରତରେ ସାଜସଜ୍ଜା ଉଦ୍ଦେଶ୍ୟ ଏବଂ ପର୍ବପର୍ବାଣିରେ ବ୍ୟବହୃତ ହୁଏ । ଏହା ଗୋଟିଏ ସବୁଦିନିଆ ବା ବାରମାସୀ ଗୁଳ୍ମ ଜାତୀୟ ବୃକ୍ଷ ଅଟେ ।

ଯୁଇ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ୟୁଡିକୋଟ
Clade: Asterids
Order: Lamiales
Family: Oleaceae
Genus: Jasminum
ଜାତି: J. auriculatum
ବାଇନୋମିଆଲ ନାମ
Jasminum auriculatum


ଅନ୍ୟ ଭାରତୀୟ ଭାଷାରେ ନାମ ସମ୍ପାଦନା

ଯୁଇ ସାରା ଭାରତରେ ବହୁଳ ଭାବରେ ଦେଖାଯାଏ । ବିଭିନ୍ନ ଭାରତୀୟ ଭାଷାରେ ଏହାର ନାମ ଏହିପରି :-

ଭାରତୀୟ ଭାଷା ନାମ
ବଙ୍ଗାଳୀ ଯୁଇ
ହିନ୍ଦୀ ଯୁହି
ସଂସ୍କୃତ ଯୁଥିକା
ତେଲୁଗୁ ଅଡଭିମୁଲ୍ଲ
କନ୍ନଡ଼ କଦରମଲ୍ଲୀଗେ

ଔଷଧୀୟ ଗୁଣ ସମ୍ପାଦନା

ଭାରତୀୟ ପାରମ୍ପରିକ ଔଷଧ ପ୍ରଣାଳୀରେ ଯୁଇ ଗଛର ପତ୍ର ପାଟିରେ ହେଉଥିବା ଘାଗୁଡିକର ଚିକିତ୍ସାରେ ବ୍ୟବହୃତ ହୁଏ[୩]

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଯୁଇ ଗଛ ଓ ଫୁଲର ଆହୁରି ଅନେକ ପ୍ରକାର ଔଷଧୀୟ ଗୁଣ ଅଛି[୪]

ପୂଜା ପାଇଁ ବ୍ୟବହାର ସମ୍ପାଦନା

ହିନ୍ଦୁ ପରମ୍ପରା ଅନୁସାରେ ଯୁଇ ଫୁଲ ବିଷ୍ଣୁ ଭଗବାନଂକ ପୂଜା ନିମିତ୍ତ ବ୍ୟବହାର ହୋଇଥାଏ[୫]


ବ୍ୟବସାୟିକ ବ୍ୟବହାର ସମ୍ପାଦନା

ଯୁଇ ଫୁଲରେ ଥିବା ତେଲ[୬] ହେତୁ ଏହା ଭାରତ ଏବଂ ଥାଇଲ୍ୟାଣ୍ଡରେ ବ୍ୟବସାୟିକ ଭାବରେ ଚାଷ କରାଯାଏ । ଏହା ସୁଗନ୍ଧିତ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହୃତ ହୁଏ

 
ଯୁଇ କଢ଼ ଉପରେ ବର୍ଷା ବିନ୍ଦୁ

ଆଧାର ସମ୍ପାଦନା

  1. "Plant Names – Odia / English / Botanical". ଓଡ଼ିଆ ବିଭବ. Srujanika ଭୁବନେଶ୍ୱର. Retrieved 22 March 2020.
  2. "Jasminum auriculatum Vahl, Symb. Bot. 3: 1 (1794)". World Checklist of selected plant families. Board of Trustees of the Royal Botanic Gardens, Kew. Retrieved 22 March 2020.
  3. "Jasminum auriculatum- Benefits, Side effects". easyayurveda. Retrieved 22 March 2020.
  4. "Jasminum auriculatum (Yuuthikaa) Medicinal uses, Adverse effects,Research & Pharmacology". Medicinal Plants. Encyclopedia of Medicinal Plants. Retrieved 22 March 2020.
  5. "ଦେବାଦେବୀଙ୍କ ପୂଜାର୍ଚ୍ଚନାରେ ପୁଷ୍ପର ମହତ୍ତ୍ୱ". ଯନ୍ତ୍ର ଜ୍ୟୋତିଷ. Retrieved 22 March 2020.
  6. "Jasminum auriculatum". Useful Tropical Plants. Ken Fern. Retrieved 22 March 2020.