ଯମେଶ୍ୱର ମନ୍ଦିର

ଓଡ଼ିଶାର ଏକ ଶିବ ମନ୍ଦିର

ଯମେଶ୍ୱର ମନ୍ଦିର ପୁରୁଣା ଭୁବନେଶ୍ୱର ସ୍ଥିତ ଏକ ବ‌ହୁ ପୁରାତନ ଶିବ ମନ୍ଦିର । ବିଶ୍ୱାସ ଅଛି ଯେ ଏହି ମନ୍ଦିରରେ ଯମ ଭଗବାନ ଶିବଙ୍କୁ ପୂଜା କରୁଥିଲେ । ପୁରୁଣା ଭୁବନେଶ୍ୱର ସ୍ଥିତ ଯମେଶ୍ୱର ପାଟଣା ନିକଟତ ଭାରତୀ ମଠ ପାଖରେ ଏହି ମନ୍ଦିର ଅବସ୍ଥିତ।

ଯମେଶ୍ୱର ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
Architecture
ଗଂଗବଂଶ

ବାସ୍ତୁକଳା ସମ୍ପାଦନା

ମନ୍ଦିରର ମୁଖ୍ୟ ବିମାନ ରେଖା ଦେଉଳ କଳାରେ ତିଆରି, ଜଗ-ମୋହନ ପିଢା ଦେଉଳ କଳା ଓ ମନ୍ଦିର ବାହାରେ ଏକ ନୃତ୍ୟ ମଣ୍ଡପ ମଧ୍ୟ ଅଛି।[୧] ମନ୍ଦିରଟି ପ୍ରାକୃତିକ ଦୁର୍ବିପାକ ଯୋଗୁ ମୂଳତଃ ଭଗ୍ନ ଅବସ୍ଥାରେ ଅଛି। ପାଖ ଦେବା ଦେବୀଙ୍କ ସ‌ହ ମନ୍ଦିର ଭିତରେ ପାଖା ପାଖି ୪-୫ ମନ୍ଦିର ଅଛି।[୧] ଗର୍ଭଗୃହ ଭିତରେ ଏକ ବିଶାଳ ଆକାରର ଶିବଲିଙ୍ଗ ମଧ୍ୟ ଅଛି।ଏହି ମନ୍ଦିର ଚତୁର୍ପାର୍ଶ୍ୱରେ ବହୁତ କଳାକୃତି ମଧ୍ୟ ରହିଛି ।ଏହାର ପ୍ରାକାର ଲାଟେରାଇଟ ଶିଳାରେ ଗଠିତ।[୧] ୧୩-୧୪ ଶତାବ୍ଦିରେ ଏହି ମନ୍ଦିରଟି ଗଙ୍ଗବଂଶର ରାଜାଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। [୧]

ପର୍ବ-ପର୍ବାଣି ସମ୍ପାଦନା

ଆଶ୍ୱିନ ମାସରେ ହେଉଥିବା ଯିଉନ୍ତିଆ ଅଥବା ପୁଅ ଯିଉନ୍ତିଆ ଅଥବା ଦୂତୀବାହନ ଓଷା ଏହି ମନ୍ଦିରର ଏକ ପ୍ରମୁଖ ପର୍ବ। କାର୍ତ୍ତିକ ପୁର୍ଣିମା ଓ ମହାଶିବରାତ୍ରୀ ମଧ୍ୟ ଏକ ପ୍ରମୁଖ ପର୍ବ।ପ୍ରତି ସୋମବାରରେ ଏଠାରେ ବହୁତ ଭିଡ ହୁଏ। କୁହାଯାଏ ଭାରିଣୀ ନଖେତ୍ରରେ ଏ ମନ୍ଦିରକୁ ଗଲେ ସବୁ ବିପଦରୁ ମୁକ୍ତି ମିଳେ।

ଅଧିକ ଦେଖନ୍ତୁ ସମ୍ପାଦନା

ଚିତ୍ର ସମ୍ପାଦନା

ଆଧାର ସମ୍ପାଦନା