ଯମୁନା ଟୁଡୁ, ଜଣେ ପରିବେଶବିତ । ଓଡ଼ିଶାରେ ଜନ୍ମିତ ଯମୁନା ନିଜ ଶାଶୁଘର ଝାଡ଼ଖଣ୍ଡରେ[୧] ବନ ସଂରକ୍ଷଣ ଦିଗରେ କରିଥିବା କାର୍ଯ୍ୟ ପାଇଁ ୨୦୧୯ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ହୋଇଥିଲେ ।[୨]

ଯମୁନା ଟୁଡୁ
୨୦୧୭ରେ
ଜନ୍ମ
ଜାତୀୟତାଭାରତୀୟ
ପ୍ରସିଦ୍ଧିବନ ସଂରକ୍ଷଣ କର୍ମୀ
ପୁରସ୍କାରପଦ୍ମଶ୍ରୀ

ଜୀବନୀ ସମ୍ପାଦନା

ଯମୁନା ନିଜର ୫ଜଣ ସାଥୀ ମହିଳାଙ୍କୁ ନେଇ "ବନ ସୁରକ୍ଷା ସମିତୀ" ଗଠନକରି ନିଜ ଗ୍ରାମରେ ଥିବା ଜଙ୍ଗଲରୁ ଗଛ କଟା ବନ୍ଦ କରିଥିଲେ । କ୍ରମେ ଏହି କାର୍ଯ୍ୟକ୍ରମ ତାଙ୍କ ଗ୍ରାମରୁ, ପଞ୍ଚାୟତ, ଜିଲ୍ଲା ଓ ସମଗ୍ର ଝାଡ଼ଖଣ୍ଡ ରାଜ୍ୟକୁ ପ୍ରସାରିତ ହୋଇଥିଲା ।[୩][୪][୫][୬][୭]

ସମ୍ମାନ ଓ ପୁରସ୍କାର ସମ୍ପାଦନା

୨୦୧୭ ମସିହାରେ ଯମୁନା "ୱମେନ ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ" ପୁରସ୍କାର ଲାଭ କରିଥିଲେ । ୨୦୧୯ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ । ୨୦୧୪ରେ ତାଙ୍କୁ "ଗଡ଼ଫ୍ରେ ଫିଲିପ୍ସ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।[୮] ଝାଡ଼ଖଣ୍ଡ ରାଜ୍ୟରେ ସେ "ଲେଡି ଟାର୍ଜନ", ବନଦେବୀ ଓ ବନମା ଭାବରେ ପରିଚିତ । ୨୦୨୦ରେ ଯମୁନା ଓ ଚାମି ମୁର୍ମୁ ଏକାଠି ହୋଇଥିଲେ ଝାଡ଼ଖଣ୍ଡର ଜଙ୍ଗଲକୁ ମାଫିଆମାନଙ୍କଠାରୁ ରକ୍ଷା କରିବା ପାଇଁ । ଚାମିଙ୍କ ଅନୁଷ୍ଠାନରେ ୩୦୦୦ ମହିଳା କାମ କରନ୍ତି ଓ ଜଙ୍ଗଲ ସୁରକ୍ଷା ଦିଗରେ ସେମାନେ କାମ କରନ୍ତି ।[୯]

ମନ କି ବାତ ସମ୍ପାଦନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ କି ବାତ କାର୍ଯ୍ୟକ୍ରମରେ ଯମୁନାଙ୍କ କାମକୁ ସ୍ୱୀକାର ଓ ପ୍ରଶଂସା କରିଥିଲେ । ୧୦୦୦୦ ମହିଳାଙ୍କୁ ଏକାଠି କରି, ଯମୁନା ୫୦ ହେକ୍ଟର ଜଙ୍ଗଲକୁ ସୁରକ୍ଷିତ କରି ପାରିଛନ୍ତି ବୋଲି ମୋଦୀ କହିଥିଲେ । ବର୍ତ୍ତମାନ, ସେ ଅଞ୍ଚଳରେ ଝିଅଟିଏ ଜନ୍ମହେଲେ, ସେମାନେ ୧୮ଟି ଗଛ ଲଗାଉଛନ୍ତି ଓ ଝିଅଟିଏ ବିବାହ କଲେ ୧୦ଟି ଗଛ ଲଗାଉଛନ୍ତି ।[୧୦]

ଆଧାର ସମ୍ପାଦନା

  1. "ସାଧାରଣ ମହିଳାରୁ ପଦ୍ମଶ୍ରୀ ଆୱାର୍ଡ , ପଢନ୍ତୁ ଲେଡି ଟାର୍ଜନ ଯମୁନା ଟୁଡୁଙ୍କ ଯାତ୍ରା". knewsodisha.com. Archived from the original on 6 June 2020. Retrieved 6 June 2020.
  2. "Meet Padma Shri Jamuna Tudu: 'Lady Tarzan' Of Jharkhand Forests". kalingatv.com. kalinga tv. Retrieved 6 June 2020.
  3. "Padma Awards" (PDF). Padma Awards ,Government of India. Retrieved 25 January 2019.
  4. "Lady Tarzan Jamuna Tudu who takes on timber mafia". Indian Express. 12 November 2017. Retrieved 26 January 2019.
  5. "Jamuna Tudu and her team protect the jungle around her village from the forest mafia". Srijani Ganguly. India Today. 22 November 2017. Retrieved 30 January 2019.
  6. "Women Transforming India Awards 2017: Meet the 12 incredible winners who transformed India". Financial Express. 29 August 2017. Retrieved 30 January 2019.
  7. "जंगल बचेगा तो पृथ्वी सुरक्षित रहेगा : यमुना टुडू". livehindustan.com (in hindi). Retrieved 7 September 2019.{{cite news}}: CS1 maint: unrecognized language (link)
  8. Kh, Tara; elwal (2017-10-18). "Reese Witherspoon, Jennifer Lawrence Talk About Sexual Harassment". SheThePeople TV (in ଆମେରିକୀୟ ଇଂରାଜୀ). Retrieved 2019-03-05.
  9. "Green warriors to join forces". www.telegraphindia.com (in ଇଂରାଜୀ). Retrieved 2020-04-10.
  10. "मन की बात कार्यक्रम में झारखंड की जमुना टू डू के द्वारा किए गए कार्यों की सराहना". Archived from the original on 8 May 2019. Retrieved 7 September 2019.