ମୋଲୁସ୍କମ କୋଣ୍ଟାଜିଓସମ

ମୋଲୁସ୍କମ କୋଣ୍ଟାଜିଓସମ ବା ଏମସି (Molluscum contagiosum or MC ଅନ୍ୟ ନାମ ୱାଟର ୱାର୍ଟ) ଏକ ଭୁତାଣୁ ସଂକ୍ରମଣ (viral infection) ଯାହା ଚର୍ମରେ (skin) ହୁଏ ଓ ଏକ ଛୋଟ ପିଙ୍କ ରଙ୍ଗର ଫୁଲା ଦେଖାଯାଏ ଯାହା ମଝିରେ ଏକ ଛୋଟ ଗାତ ଥାଏ ।[୧] ବେଳେ ବେଳେ ଏହି ଗଲୁ କରେ ଓ ଘାଆ ମଧ୍ୟ ହୋଇପାରେ ।[୧] ଏକ‌କ ବା ଦଳଗତ ଭାବରେ ମଧ୍ୟ ରୋଗ ଦେଖାଯାଇପାରେ ।[୧] ମୁଖ ମଣ୍ଡଳରେ ଏହା ସର୍ବାଧିକ ଦେଖାଯାଏ ଓ ଏହା ବ୍ୟତୀତ ଉଦର, ଗୋଡ଼, ବାହୁ, ବେକ, ଯୌନାଙ୍ଗମାନଙ୍କର ଚର୍ମରେ ଦେଖାଯାଏ ।[୧] ସଂକ୍ରମଣର ପ୍ରାୟ ୭ ସପ୍ତାହ ପରେ ଏହା ଆରମ୍ଭ ହୁଏ ।[୪] ସାଧାରଣତଃ ଏକ ବର୍ଷ ମଧ୍ୟରେ ଏହା ଉପଶମ ହୋଇଯାଏ ଓ କୌଣସି ସ୍କାର ଦାଗ (scarring) ଛାଡ଼ିଯାଏ ନାହିଁ ।[୧]

ମୋଲୁସ୍କମ କୋଣ୍ଟାଜିଓସମ (Molluscum contagiosum)
ୱାଟର ୱାର୍ଟସ (Water warts)
ମାଂସ ରଙ୍ଗ, ଗମ୍ବୁଜାକାର ମୋତି ସଦୃଶ ଚର୍ମ ରୋଗ ।
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology)
ଲକ୍ଷଣଛୋଟ ଆକାରର ପିଙ୍କ ରଙ୍ଗ ଥିବା ଚର୍ମ ବେମାରୀ ଯାହାର ମଧ୍ୟ ଭାଗରେ ଏକ କ୍ଷୁଦ୍ର ଗର୍ତ୍ତ ଥାଏ [୧]
ଆକ୍ରାନ୍ତ ସମୟଏକରୁ ୧୦ ବର୍ଷ ବୟସ୍କ ପିଲାଙ୍କର ଏ ରୋଗ ହୁଏ ।[୨]
ଅବଧି୬ରୁ ୧୨ ମାସ, ୪ ବର୍ଷ ପର୍ଯ୍ୟନ୍ତ ରହିପାରେ । [୧]
କାରଣମୋଲୁସ୍କମ କୋଣ୍ଟାଜିଓସମ ଭୁତାଣୁ (Molluscum contagiosum virus) ଯୋଗୁ ଓ ସଂସ୍ପର୍ଶରେ ତ‌ଥା ଅପମିଶ୍ରିତ ପଦାର୍ଥ ଯୋଗୁ ଏ ରୋଗ ହୁଏ ।[୩]
ବିପଦ କାରକଇମ୍ମ୍ୟୁନୋଦମନ (Weak immune system), ଆଟୋପିକ ଡର୍ମାଟାଇଟିସ (atopic dermatitis), ଭିଡ଼ଯୁକ୍ତ ଜୀବନ‌ଯାପନ [୨]
ରୋଗ ନିର୍ଣ୍ଣୟ ପଦ୍ଧତିଦେଖାଯାଉଥିବା ମତେ ନିର୍ଣ୍ଣୟ କରାଯାଏ ।[୪]
ସଠିକ ରୋଗ ନିର୍ଣ୍ଣୟୱାର୍ଟ (Warts), ହର୍ପିସ ସିମ୍ପ୍ଲେକ୍ସ (herpes simplex), ହାଡ଼ଫୁଟି (chickenpox), ଫୋଲିକ୍ୟୁଲାଇଟିସ (folliculitis)[୫]
ପ୍ରତିକାରହସ୍ତ ପ୍ରକ୍ଷାଳନ (Hand washing, ଯୁଗ୍ମ ବ୍ୟବ‌ହାର ନିଷିଦ୍ଧ ।[୬]
ଔଷଧସାଇମେଟିଡିନ (Cimetidine), ପୋଡୋଫାଇଲୋଟକ୍ସିନ (podophyllotoxin)[୭]
ଚିକିତ୍ସାନାସ୍ତି, କ୍ରାୟୋଥେରାପି (freezing), ରୋଗ ସ୍ଥାନ ଖୋଲି କୋରିଦିଆଯାଏ, ଲେଜର ଥେରାପି (en:laser therapy)[୭]
ପୁନଃପୌନିକ୧୨୨ ନିୟୁତ/ ୧.୮% (୨୦୧୦)[୮]

ମୋଲୁସ୍କମ କୋଣ୍ଟାଜିଓସମ ରୋଗ ଏକ ପ୍ରକାର ପକ୍ସଭିରିଡି (poxvirus) ଭୁତାଣୁ ଯୋଗୁ ହୁଏ ଓ ଏହି ଭୁତାଣୁକୁ ମୋଲୁସ୍କମ କୋଣ୍ଟାଜିଓସମ ଭୁତାଣୁ (molluscum contagiosum virus ବା MCV) ମଧ୍ୟ କୁହାଯାଏ ।[୧] ଯୌନ ସମ୍ପର୍କ (sexual activity) ଓ ସାଧାରଣ ସଂସ୍ପର୍ଶରେ ଆସିଲେ ଓ ପ୍ରଦୂଷିତ ପଦାର୍ଥ ବ୍ୟବ‌ହାର କରିବାଦ୍ୱାରା ଏହି ରୋଗ ବ୍ୟାପିଥାଏ ।[୩] ନିଜ ଦେହର ବିଭିନ୍ନ ସ୍ଥାନ‌କୁ ସ୍ୱୟଂ ରୋଗୀଦ୍ୱାରା ସଂକ୍ରମିତ ହୋଇଥାଏ ।[୩] ବିଭିନ୍ନ ସଙ୍କଟଦାୟୀ କାରଣମାନଙ୍କ ନାମ ଦୁର୍ବଳ ଇମ୍ମ୍ୟୁନ ସିସ୍ଟମ (weak immune system), ଆଟୋପିକ ଡର୍ମାଟାଇଟିସ ଓ ସଂଖ୍ୟାଧିକ ଲୋକଙ୍କ ଏକତ୍ର ବାସ କରିବା ଯୋଗୁ ହୁଏ ।[୨] ଏକ ସଂକ୍ରମଣ ପରେ ରୋଗୀ ପୁନଃସଂକ୍ରମିତ ହୋଇପାରେ । [୯] ଏହି ରୋଗକୁ ଦେଖି ନିର୍ଣ୍ଣୟ କରାଯାଏ ।[୪]

ପ୍ରତିଷେଧ ପାଳନରେ ହାତଧୁଆ (hand washing) ଓ ବ୍ୟକ୍ତଗତ ଜିନିଷ ନ ବାଣ୍ଟିବା ମୁଖ୍ୟ ସ୍ଥାନ ଅଧିକାର କରିଛି ।[୬] ଏହି ଚର୍ମ ରୋଗର ଚିକିତ୍ସା ଏତେ ଆବଶ୍ୟକ ନହେଲେ ମଧ୍ୟ ଅସୁନ୍ଦର ଦେଖାଯିବାରୁ ଓ ବ୍ୟାପିବା ରୋକିବାକୁ ଅନେକ ରୋଗୀ ଏହାକୁ ବିଦାୟ କରିବାକୁ ଇଚ୍ଛୁକ ହୁଅନ୍ତି ।[୭] କ୍ରାୟୋ ଥେରାପି (freezing) ସାହାଯ୍ୟରେ, ଅପରେଶନ କରି ଏହାକୁ କୋରି ବାହାର କରିଦେବା ଓ ଲେଜର ସାହାଯ୍ୟରେ ଏହାର ଚିକିତ୍ସା କରାଯାଇପାରେ ।[୭] କୋରିବାଦ୍ୱାରା (Scraping) ସ୍କାର ବା କ୍ଷତ ଦାଗ ରହିଯାଏ ।[୯] ପାଟିରେ ସାଇମେଟିଡିନ (cimetidine) ଓ ରୋଗ ଥିବା ସ୍ଥାନରେପୋଡୋଫାଇଲୋଟକ୍ସିନ (podophyllotoxin) କ୍ରିମ ବ୍ୟବ‌ହାର କରାଯାଏ ।[୭]

ସାରା ପୃଥିବୀରେ ବାର୍ଷିକ ପ୍ରାୟ ୧୨୨ ନିୟୁତ (ଜନସଂଖ୍ୟାର ୧.୮%) ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୮] ଏକରୁ ଦଶ ବର୍ଷ ବୟସର ପିଲା ଅଧିକ ଆକ୍ରାନ୍ତ ହୁଅନ୍ତି । [୨] ସନ ୧୯୬୬ ପରଠାରୁ ଏହି ରୋଗ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ ଦେଖାଯାଉଛି ।[୨] ଏହି ରୋଗ ହେବାଯୋଗୁ କୌଣସି ପିଲାକୁ ଅନ୍ୟମାନଙ୍କ ସାଥୀରେ ମିଶିବାକୁ ନ ଦେବା ଅନୁଚିତ ।[୧୦]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Molluscum Contagiosum". www.cdc.gov (in ଆମେରିକୀୟ ଇଂରାଜୀ). 11 May 2015. Archived from the original on 16 June 2017. Retrieved 10 June 2017.
  2. ୨.୦ ୨.୧ ୨.୨ ୨.୩ ୨.୪ "Risk Factors | Molluscum Contagiosum". www.cdc.gov (in ଆମେରିକୀୟ ଇଂରାଜୀ). 11 May 2015. Archived from the original on 10 June 2017. Retrieved 10 June 2017.
  3. ୩.୦ ୩.୧ ୩.୨ "Transmission | Molluscum Contagiosum". www.cdc.gov (in ଆମେରିକୀୟ ଇଂରାଜୀ). 11 May 2015. Archived from the original on 10 June 2017. Retrieved 10 June 2017.
  4. ୪.୦ ୪.୧ ୪.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; Ramdass2015 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. Ferri, Fred F. (2010). Ferri's differential diagnosis : a practical guide to the differential diagnosis of symptoms, signs, and clinical disorders (2nd ed.). Philadelphia, PA: Elsevier/Mosby. p. Chapter M. ISBN 0323076998.
  6. ୬.୦ ୬.୧ "Prevention | Molluscum Contagiosum". www.cdc.gov (in ଆମେରିକୀୟ ଇଂରାଜୀ). 11 May 2015. Archived from the original on 17 June 2017. Retrieved 10 June 2017.
  7. ୭.୦ ୭.୧ ୭.୨ ୭.୩ ୭.୪ "Treatment Options | Molluscum Contagiosum". www.cdc.gov (in ଆମେରିକୀୟ ଇଂରାଜୀ). 11 May 2015. Archived from the original on 17 June 2017. Retrieved 10 June 2017.
  8. ୮.୦ ୮.୧ Vos, Theo; Flaxman, Abraham D; Naghavi, Mohsen; Lozano, Rafael; Michaud, Catherine; Ezzati, Majid; Shibuya, Kenji; Salomonn, Joshua A; Abdalla, Safa; Aboyans, Victor; Abraham, Jerry; Ackerman, Ilana; Aggarwal, Rakesh; Ahn, Stephanie Y; Ali, Mohammed K; AlMazroa, Mohammad A; Alvarado, Miriam; Anderson, H Ross; Anderson, Laurie M; Andrews, Kathryn G; Atkinson, Charles; Baddour, Larry M; Bahalim, Adil N; Barker-Collo, Suzanne; Barrero, Lope H; Bartels, David H; Basanez, Maria-Gloria; Baxter, Amanda; Bell, Michelle L; Benjamin, Emelia J (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990-2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMID 23245607.
  9. ୯.୦ ୯.୧ "Long Term Effects | Molluscum Contagiosum". www.cdc.gov (in ଆମେରିକୀୟ ଇଂରାଜୀ). 11 May 2015. Archived from the original on 17 June 2017. Retrieved 10 June 2017.
  10. "Day Care Centers and Schools | Molluscum Contagiosum". www.cdc.gov (in ଆମେରିକୀୟ ଇଂରାଜୀ). 11 May 2015. Archived from the original on 17 June 2017. Retrieved 10 June 2017.

See also ସମ୍ପାଦନା

External links ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ