ମେଲାସମା

ଏହା ଏକ ପ୍ରକାର ଚର୍ମ ରୋଗ ।

ମେଲାସମା (ଗର୍ଭଧାରଣର ମାସ୍କ ଭାବରେ ମଧ୍ୟ ଜଣାଶୁଣା)[୯] ସାଧାରଣତଃ ମୁହଁର ଉଭୟ ପାର୍ଶ୍ୱରେ ବାଦାମୀ କିମ୍ବା କଳା ଚର୍ମ ଦାଗ ଆକାରରେ ଦେଖାଯାଏ ।[୩] [୪] ସାଧାରଣତଃ ଏହା ଗାଲ, ଥୋଡ଼ି, ନାକ କିମ୍ବା କପାଳରେ ଦେଖାଯାଏ | [୩] ଅଗ୍ରବାହୁ କିମ୍ବା ବେକରେ ମଧ୍ୟ ଦେଖାଯାଇପାରେ | [୧୦]

Melasma
Chloasma faciei,[୧] mask of pregnancy[୨]
Melasma on the cheek
ବିଭାଗDermatology
ଲକ୍ଷଣAreas of brown or darker skin on the face[୩]
ଆକ୍ରାନ୍ତ ସମୟ20 to 40 yr old[୪]
ବିପଦ କାରକSun exposure, genetics, pregnancy, hormonal birth control, hormone replacement therapy[୩][୫]
ରୋଗ ନିର୍ଣ୍ଣୟ ପଦ୍ଧତିBased on the appearance[୪]
ସଠିକ ରୋଗ ନିର୍ଣ୍ଣୟSolar lentigo, drug induced hyperpigmentation, Nevus of Ota, post inflmmatory hyperpigmentation[୪]
ଔଷଧHydroquinone, tretinoin, steroid cream[୬]
ଚିକିତ୍ସାSunscreen[୭]
PrognosisGenerally good[୮]
ପୁନଃପୌନିକCommon[୩]

କାରଣଗୁଡ଼ିକରେ ଅଧିକ ସୂର୍ଯ୍ୟକିରଣ ସଂସ୍ପର୍ଶ, ଜେନେଟିକ୍ସ, ଗର୍ଭାବସ୍ଥା, ହରମୋନାଲ ଜନ୍ମ ନିୟନ୍ତ୍ରଣ, ହରମୋନ ପୁନଃ‌ସ୍ଥାପନ ଚିକିତ୍ସା (HRT) କିମ୍ବା କିଛି ଔଷଧ ଯୋଗୁ ହୋଇପାରେ |[୩] [୫] ବେଳେବେଳେ ଥାଇରଏଡ ବେମାରୀ ଯୋଗୁ ମଧ୍ୟ ହୁଏ | [୪] ରୋଗ ନିର୍ଣ୍ଣୟ ସାଧାରଣତଃ ଚର୍ମ ପରୀକ୍ଷାଦ୍ୱାରା ହୋଇଥାଏ |[୬] ବେଳେବେଳେ ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପାଇଁ ଚର୍ମ ବାୟୋପ୍ସି କରାଯାଇପାରେ | [୬]

ଚିକିତ୍ସାରେ ସାଧାରଣତଃ ସୂର୍ଯ୍ୟକିରଣ ଏଡ଼େଇବା ଏବଂ ଖରା ପ୍ରତିରୋଧୀ ମଲମ ଲଗେଇବାକୁ ଉପଦେଶ ଦିଆଯାଏ ।[୧୦] ଟ୍ରିଗର ଅଧିକ ନଥିଲେ ଏହା ସ୍ୱତଃ ଭଲ ହୋଇଯାଏ | [୬] ବେଳେବେଳେ ହାଇଡ୍ରୋକୁଇନୋନ, ଟ୍ରେଟିନଏନ୍ କିମ୍ବା ଷ୍ଟିରଏଡ କ୍ରିମ ବ୍ୟବହାର କରାଯାଇପାରେ। [୬] ଅନ୍ୟାନ୍ୟ ଔଷଧ କିମ୍ବା ପ୍ରଣାଳୀ ମଧ୍ୟ ବ୍ୟବହୃତ ହୋଇପାରେ | [୪] ଫଳାଫଳ ସାଧାରଣତ ଭଲ; ତଥାପି ଏହା ପୁନର୍ବାର ହୋଇପାରେ | [୬] [୪]

ମେଲାସମା ରୋଗ ପ୍ରାୟ ୧.୫%ରୁ ୩୩% ଲୋକଙ୍କୁ ହୋଇପାରେ ।[୩] ମହିଳାମାନେ ପୁରୁଷଙ୍କ ତୁଳନାରେ ପ୍ରାୟ ୧୦ଗୁଣ ଅଧିକ ପ୍ରଭାବିତ ହୁଅନ୍ତି। [୩] [୫] ସାଧାରଣତଃ ୨୦ରୁ ୩୦ ଦଶକ ବୟସରେ ଏହି ରୋଗ ହୋଇଥାଏ | [୪] କଳା ଚର୍ମ ଥିବା ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [୫] ମେଲାସମା ଶବ୍ଦର ଅର୍ଥ ହେଉଛି ବାଦାମୀ ଚର୍ମ। [୪]

ଆଧାର ସମ୍ପାଦନା

  1. James, William; Berger, Timothy; Elston, Dirk (2005). Andrews' Diseases of the Skin: Clinical Dermatology. (10th ed.). Saunders. ISBN 0-7216-2921-0.:854
  2. Tunzi, M; Gray, GR (January 2007). "Common skin conditions during pregnancy". Am Fam Physician. 75 (2): 211–18. PMID 17263216.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Basit, H; Godse, KV; Al Aboud, AM (January 2020). "Melasma". PMID 29083744. {{cite journal}}: Cite journal requires |journal= (help)
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ "Melasma | DermNet NZ". www.dermnetnz.org (in ଇଂରାଜୀ). Retrieved 22 October 2020.
  5. ୫.୦ ୫.୧ ୫.୨ ୫.୩ "Melasma: Who gets and causes". www.aad.org (in ଇଂରାଜୀ). Retrieved 22 October 2020.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ଆଧାର ଭୁଲ: ଅଚଳ <ref> ଚିହ୍ନ; AAP2020Tx ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. "Melasma: Overview". www.aad.org (in ଇଂରାଜୀ). Retrieved 22 October 2020.
  8. "Melasma: Diagnosis and treatment". www.aad.org (in ଇଂରାଜୀ). Retrieved 22 October 2020.
  9. Tunzi, M; Gray, GR (January 2007). "Common skin conditions during pregnancy". Am Fam Physician. 75 (2): 211–18. PMID 17263216.
  10. ୧୦.୦ ୧୦.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; AAP2020Over ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।